ନୂଆଦିଲ୍ଲୀ: ପର୍ବତାରୋହଣ କ୍ଷେତ୍ରରେ ଭାରତ ପାଇଁ ଏକ ଗର୍ବର ବିଷୟ ସାମ୍ନାକୁ ଆସିଛି। ଭାରତୀୟ ପର୍ବତାରୋହୀ କବିତା ଚନ୍ଦ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ କିଲିମଞ୍ଜାରୋକୁ ମାତ୍ର ୨୨ ଘଣ୍ଟା ୩୬ ମିନିଟ୍ରେ ଆରୋହଣ ଏବଂ ପ୍ରତ୍ୟାବର୍ତ୍ତନ କରି ଏକ ଅନନ୍ୟ ରେକର୍ଡ ସ୍ଥାପନ କରିଛନ୍ତି। ସାଧାରଣତଃ ଏହି ଯାତ୍ରା ପାଇଁ ୫ରୁ ୯ ଦିନ ସମୟ ଲାଗୁଥିବାବେଳେ, କବିତାଙ୍କ ଏହି ସଫଳତା ତାଙ୍କର ଅସାଧାରଣ ସହନଶକ୍ତି ଓ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରମାଣିତ କରିଛି। ଏହା ସହିତ ୨୪ ଘଣ୍ଟାରୁ କମ୍ ସମୟରେ କିମଲିଭଞ୍ଜାରୋର ରାଉଣ୍ଡ୍ ଟ୍ରଫି ପୂରା କରିଥିବା ପ୍ରଥମ ଭାରତୀୟ ହୋଇଛନ୍ତି। ସେ ୧୨ ଘଣ୍ଟା ୪୬ ମିନିଟ୍ରେ ୫୮୯୫ ମିଟ ଉଚ୍ଚ ଉହୁରୁ ଶୃଙ୍ଗରେ ପହଞ୍ଚି ଆଉ ଏକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। କବିତା ମଭେକା ଗେଟ୍-ଉହୁରୁ ଶୃଙ୍ଗ-ମଭେକା ଗେଟ୍ ରୁଟ୍ ଜରିଆରେ ଏହି ଚ୍ୟାଲେଞ୍ଜ୍ ପୂରା କରିଛନ୍ତି। ସାଧାରଣତଃ କିଲିମଞ୍ଜାରୋ ଆରୋହଣ ଏବଂ ପ୍ରତ୍ୟାବର୍ତ୍ତନରେ ପାଞ୍ଚରୁ ନଅ ଦିନର ସମୟ ଲାଗିଥାଏ। ଏହାର କାରଣ ଉଚ୍ଚତାରେ ଶରୀରକୁ ବାତାବରଣ ଅନୁକୂଳ କରିବାର ଆବଶ୍ୟକତା ପଡ଼ିଥାଏ। ଏପରି ସ୍ଥିତିରେ କବିତାଙ୍କ ଏହି ଉପଲବ୍ଧି ତାଙ୍କ ଶାରୀରିକ କ୍ଷମତା, ସହନଶକ୍ତି ଏବଂ କଠିକ ପ୍ରସ୍ତୁତିକୁ ଦର୍ଶାଉଛି।


