ଭୁବନେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମରାଳ ମାଳିନୀ ନିଳାମ୍ବୁ ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ। ଏଥିରେ ବିଭିନ୍ନ ସ୍ଥାପତ୍ୟ ନିର୍ମାଣ କରି ପ୍ରଦର୍ଶିତ କରାଯିବ। ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ପ୍ରସ୍ତୁତି ବୈଠକ କରିଥିଲେ। ସରକାରୀ ବାସଭବନ ଠାରେ ବିଶିଷ୍ଟ ଭାରତୀୟ ଫଟୋ ସାମ୍ବାଦିକ ତଥା ଫଟୋଗ୍ରାଫର ପଦ୍ମଶ୍ରୀ ପାବ୍ଲୋ ବାର୍ଥୋଲୋମ୍ୟୁ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଚୁଗୁଲି ସାହୁ ଏବଂ ଶ୍ରୀ ଗୌରମଣି ଦାସଙ୍କ ସହ ଏହି ଆଲୋଚନା କରିଥିଲେ।
ଏଭଳି ଏକ ପଦକ୍ଷେପ ସ୍ଥାନୀୟ ଯୁବକ-ଯୁବତୀ ଓ ଉଦୀୟମାନ କାରିଗରମାନଙ୍କ ପାଇଁ ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ପ୍ରଶିକ୍ଷଣ, ଦକ୍ଷତା ବିକାଶ ଏବଂ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବର ଯୋଜନା କରାଯାଉଛି।ଏହା ସହିତ ସମୃଦ୍ଧ ପାରମ୍ପରିକ ଭସ୍କର୍ଯ୍ୟ କଳାର ସଂରକ୍ଷଣ, ପୁନରୁଜ୍ଜୀବନ ଓ ସ୍ଥାୟୀ ବିକାଶକୁ ଆହୁରି ସୁଦୃଢ଼ କରିବା ସହ ଚିଲିକାକୁ କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ଏକ ନୂତନ ଆକର୍ଷଣ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହେବ।


