Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ
ଆଜିର ଖବର

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ
ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଶବରୀ’ ପକ୍ଷରୁ ଇଂରାଜୀ ଖବରକାଗଜ ‘ଦି ପାୟୋନିଅର’ର ଓଡ଼ିଶା ସଂସ୍କରଣର ଆବାସିକ ସମ୍ପାଦକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନରେ ସମ୍ବର୍ଧିତ କରାଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀଯୁକ୍ତ ନନ୍ଦଙ୍କୁ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍ କରି ମାନପତ୍ର, ଉତ୍ତରୀୟ ଓ ଉପଢୈାକନ ପ୍ରଦାନ କରିଥିଲେ।

ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ସଂଘମିତ୍ରା ପରିଡ଼ା, ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ, କର୍ପୋରେଟର ଶିବ ନାରାୟଣ ରାୟ, ସାମ୍ବାଦିକ ବଦ୍ରି ନାରାୟଣ ଦାସ, ସପର୍ଯ୍ୟା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ନନ୍ଦଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦଙ୍କ ଧର୍ମପତ୍ନୀ କିରଣବାଳା ନନ୍ଦ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ନନ୍ଦ ଗତ ଛ’ ଦଶନ୍ଧି ଧରି ଗଣମାଧ୍ୟମ ଜଗତରେ ସକ୍ରିୟ ଅଛନ୍ତି।

ସମାଜର ସହ ସମ୍ପାଦକ ଭାବେ ସେ କାର୍ଯ୍ୟ ଆରଂଭ କରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ, ଟେଲିଗ୍ରାଫ୍, ସନଡେ, ସମ୍ବାଦ, ଏସିଆନ୍ ଏଜ୍ ଓ ୨୦୦୫ ମସିହାରୁ ଦି ପାୟୋନିଅରର ଆବାସିକ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।

୧୯୪୨ ମସିହା ମାର୍ଚ୍ଚ ୨୨ ତାରିଖରେ ଜନ୍ମିତ ଶ୍ରୀଯୁକ୍ତ ନନ୍ଦ ଉଭୟ ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି।

ଶାରଦା ନନ୍ଦ ସାମ୍ବାଦିକ ସାରଦା ନନ୍ଦ ସାରଦା ନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କଲେ ଆଇଟି ମନ୍ତ୍ରୀ

August 20, 2026

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍ଘାଟିତ

August 20, 2026

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026
Latest News

ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କଲେ ଆଇଟି ମନ୍ତ୍ରୀ

August 20, 2026

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍ଘାଟିତ

August 20, 2026

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.