ଭୁବନେଶ୍ବର: ଧିରେ ଧିରେ ଚିଲିକା ନିର୍ବାଚନ ମଣ୍ଡଳିରେ ବିଜେଡିର ଗଡ ଭାଙ୍ଗିବାରେ ଲାଗିଛି। ପ୍ରତିମାସରେ କିଛିନା କିଛି ବିଜେଡି ନେତା ଓ କର୍ମି ବିଜେପିରେ ମିଶିବାରେ ଲାଗିଛନ୍ତି। ବିଶେଷ କରି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବକୁ ଆସ୍ଥା ରଖି ବିଜେଡି ନେତାମାନେ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲେ। ଏଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ଚ଼ଣ୍ଡେଶ୍ବର ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଶ୍ରୀ କେଦାର ଖଟେଇ ଏବଂ ପୂର୍ବତନ ୱାର୍ଡ଼ ମେମ୍ବର ଶ୍ରୀ ରଘୁନାଥ ରଣା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ କର୍ମକର୍ତ୍ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପି ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ଏହି ଯୋଗଦାନ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ଚ଼ିଲିକା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଶ୍ରୀ ସମର ରଞ୍ଜନ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।


