ମେଷ: ଜମା ହୋଇଥିବା ପାଣ୍ଠିରେ ବୃଦ୍ଧି ଘଟିବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ । ସମ୍ପତ୍ତି କାର୍ଯ୍ୟ ବଡ଼ ଲାଭ ଦେଇପାରେ। ଅସୁବିଧାରୁ ଦୂରରେ ରୁହନ୍ତୁ । ଘର ବାହାରେ ସୁଖ ମିଳିବ। ରୋଜଗାର ବୃଦ୍ଧି ପାଇବ ଏବଂ ବେକାରୀ ଦୂର ହେବ। ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ ସଫଳ ହେବ। ବୃଷ: ବ୍ୟବସାୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ। ସେୟାର ବଜାରରୁ ଲାଭ ମିଳିବ। ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ଭାଗ୍ୟ ତୁମ ସହିତ ରହିବ। ସମସ୍ତ କାର୍ଯ୍ୟ ସମାପ୍ତ ହେବ। ତତ୍ପରତା ନାହିଁ। କୋର୍ଟରେ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ମିଥୁନ: ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ । ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ଏପରି…
Author: Samikhsya Bureau
Nasha Mukt Yuva: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଏକ ବିଶାଳ ଦେଶବ୍ୟାପୀ ଭିଡିଓ କନଫରେନ୍ସିଂକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୨୮,୦୦୦ରୁ ଅଧିକ ସ୍ଥାନରୁ ଯୋଡ଼ିହୋଇଥିବା ପ୍ରାୟ ଏକ କୋଟିରୁ ଅଧିକ ଯୁବ ନାଗରିକଙ୍କ ସମେତ ବିଭିନ୍ନ ବର୍ଗର ଉପସ୍ଥିତ ସମାବେଶକୁ ଶୁଭେଚ୍ଛା ଜଣାଇଥିଲେ। ଏହି ମୁହୂର୍ତ୍ତର ସାମୂହିକ ଗୁରୁତ୍ୱ ଉପରେ ବଳ ଦେଇ ସେ ଏହି ସମାବେଶକୁ ଏକ ଗଭୀର ଜାତୀୟ ସଂକଳ୍ପ ଭାବରେ ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆଜି ଆମେ ସମସ୍ତ ଦେଶବାସୀ ଏକ ମହାନ ଏବଂ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ପାଇଁ ଏକଜୁଟ ହୋଇଛୁ’’। ଏହି ପଦକ୍ଷେପର ବ୍ୟାପକ ସ୍ୱରୂପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ, ଏହି ଅଭିଯାନ କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ପରିବାର, ସମାଜ ଏବଂ ସମଗ୍ର…
National Handloom Day: ବୟନ ମନ୍ତ୍ରଣାଳୟ ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀରେ‘Worlds Within Cloth: New Orders of Woven Making’ ପ୍ରଦର୍ଶନୀ ଉଦଘାଟନ କରିବ। ଅଗଷ୍ଟ ୭ ତାରିଖରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନର ଅଂଶ ଭାବରେ ପ୍ରଦର୍ଶନୀଟି ଅଗଷ୍ଟ ୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ପ୍ରଦର୍ଶନୀ ସମସାମୟିକ ବୟନ ଶିଳ୍ପୀ, ଡିଜାଇନର ଏବଂ ହସ୍ତଶିଳ୍ପ ସମଷ୍ଟିଙ୍କୁ ଏକାଠି କରିବ ଯେଉଁମାନଙ୍କର ଅଭ୍ୟାସ ହସ୍ତତନ୍ତର ବୁଝାମଣାକୁ ସେମାନଙ୍କର ଭୌତିକ ରୂପ ବାହାରେ ବିସ୍ତାର କରିଥାଏ। ମନ୍ତ୍ରଣାଳୟ ଆହୁରି କହିଛି ଯେ ଗବେଷଣା-ଚାଳିତ କାର୍ଯ୍ୟ, କଳାକାର-କାରୀଗର ସହଯୋଗ ଏବଂ ନିମଜ୍ଜିତ ସ୍ଥାପନା ମାଧ୍ୟମରେ, ପ୍ରଦର୍ଶନୀ ବୟନ-ନିର୍ମାଣର ସାମାଜିକ, ଐତିହାସିକ ଏବଂ ସାଂସ୍କୃତିକ ପ୍ରସଙ୍ଗକୁ ପରୀକ୍ଷା କରିବ।
ଭୁବନେଶ୍ବର: ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ଭୁବନେଶ୍ବର ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଆସନ୍ତାକାଲି ସୋମବାରରେ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ କଟକ ଜିଲ୍ଲା ଦାମପଡାରେ ନିର୍ମିତ କୃପାଳୁ ବିଶ୍ବବିଦ୍ୟାଳୟର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଫେରିଆସି ଲୋକଭବନରେ ରାତ୍ରୀଯାପନ କରିବେ। ଏହାପରେ ରାଷ୍ଟ୍ରପତି ମଙ୍ଗଳବାର ଦିନ ବ୍ରାହ୍ମପୁର ଗସ୍ତ କରିବେ। ବର୍ଷା ପାଇଁ ସେ ହେଲିକାପ୍ଟରରେ ନ ଯାଇ ଟ୍ରେନରେ ଯିବାର ବନ୍ଦୋବସ୍ତ କରାଯାଇଛି। ସେ ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚିବା ପରେ ତତ୍ପପାଣି ନିକଟସ୍ଥ ମା କନ୍ଧୁଣୀ ଦେବୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବେ। ସେଠାରେ ସେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଏହାପରେ ସେ ବ୍ରହ୍ମପୁର ନିକଟସ୍ଥ ଧବଳେଶ୍ବର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ସେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଠ ପାଞ୍ଚ…
ବାଣପୁର: ସ୍ଥାନୀୟ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ଠାରେ ପି ଏମ ପୋଷଣ, ଡିପାର୍ଟମେଣ୍ଟ ଭୁବନେଶ୍ୱର ଙ୍କର ନିର୍ଦ୍ଧେଶ ଅନୁଯାୟୀ ଓ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ବାଣପୁର ଙ୍କ ନିର୍ଦ୍ଧେଶ ଅନୁଯାୟୀ ୩୪୨ ଜଣ ମଧ୍ୟାହ୍ନ ଭୋଜନ ୩୪୨ ପାଚିକା ଓ ସହାୟିକା ମାନଙ୍କର ଆଜି ତାଲିମ ଶିବିର ପରିଚାଳନା ହୋଇଯାଇଛି। ଏଥିରେ ପାଚିକା ସହାୟିକାମାନଙ୍କୁ ଗ୍ୟାସ ସିଲିଣ୍ଡର, ବେଶ ପୋଷାକ, ଦାୟିତ୍ୱ ବୋଧ ଓ ଗୁଣବତ୍ତା ଆଦି ପ୍ରସ୍ତୁତି ସହିତ ଛାତ୍ରଛାତ୍ରୀ ମାନଙ୍କ ର ଉତ୍ତମ ସ୍ୱାସ୍ଥ୍ୟ ଓ ସ୍ମରଣ ଶକ୍ତି ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରାଯାଇଥିବା ବେଳେ ABEO -CUM-BRCC ଧନ୍ୟବାଦ ପ୍ରଦାନ କରିଥିଲେ। ବିଇଓ ଙ୍କ ସଭାପତିତ୍ୱ ରେ ଶାନ୍ତି ଶୃଙ୍ଖଳା ସହିତ ତାଲିମ କାଯ୍ୟ ସମ୍ପାଦନ କରାଯାଇଛି।
ବାଣପୁର: ବାଣପୁର ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅଧୀନ କୁମାରାଙ୍ଗ କୃଷି ସେବା ସମବାୟ ସମିତି ତରଫରୁ ଖରିଫ ଧାନ ଚାଷ ନିମନ୍ତେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସାର ସରକାରୀ ରିହାତି ଦରରେ ବଣ୍ଟନ କରାଯାଉଛି। ସମିତିର ସମ୍ପାଦକ ସଂଜୀବ କୁମାର ସାହୁ କହିବା ମୁତାବକ ଏହି ସମିତିରେ ୧୨ସହରୁ ଉର୍ଦ୍ଧ ଚାଷୀ ଏହି ସମିତି ଉପରେ ସାର ପାଇଁ ନିର୍ଭର ଶିଳ, ବର୍ତ୍ତମାନ ଇଉରିଆ ୧୧୫୮ବ୍ୟାଗ, ସୁପର ୩୫୦ବ୍ୟାଗ ଏବଂ ନାଁନ ଲିକୁରି ୩୬ଲିଟର ଆମ ସେମିତିକୁ ଆସିଥିବା ବେଳେ ସେଥିମଧ୍ୟରୁ ୪୧୪ଜଣ ଚାଷୀ ୟୁରିଆ ୪୮୦ ବ୍ୟାଗ, ସୁପର ୧୯୦ ବ୍ୟାଗ ଓ ନାନୋ ୫ ଲିଟରରୁ ଉର୍ଦ୍ଧ ନେଇଛନ୍ତି। ସମିତିର ସଭାପତି ମନୋଜ କୁମାର ପ୍ରଧାନ ଯେଭଳି ସମସ୍ତ ଚାଷୀକୁଳ ସାର ପାଇ ପାରିବେ ତାହାର ବ୍ୟବସ୍ଥା କରିଥିବାର କହିଛନ୍ତି। ଚାଷୀମାନେ ସୁରୁଖୁରୁରେ ସାର ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ସାର ବଣ୍ଟନ ପାଇଁ…
ଭୁବନେଶ୍ୱର: ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat) ଦ୍ୱାରା ପରିଚାଳିତ, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ବୋଧିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଦେଖିଥିଲେ। ରାଜ୍ୟପାଳ ଡଃ କମ୍ଭମପାଟି ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶପଥପାଠ କରାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଯୁବପିଢ଼ିକୁ ରାଷ୍ଟ୍ର ନିର୍ମାଣର ପ୍ରମୁଖ କର୍ଣ୍ଣଧାର ଭାବେ ଅଭିହିତ କରି ନିଶାମୁକ୍ତ ସମାଜ ଗଠନ ପାଇଁ କଳିଙ୍ଗ…
Flood Situation: ତିନୋଟି ରାଜ୍ୟ ଗୁଜରାଟ, ଓଡ଼ିଶା ଏବଂ କେରଳମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗୁଜରାଟରେ, ପାଣିପାଗ ବିଭାଗ ଆଜି ମୋରବି, ସୁରେନ୍ଦ୍ରନଗର, ରାଜକୋଟ, ଅହମ୍ମଦାବାଦ ସମେତ ଛଅଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ବର୍ଷା ଏବେ ସୌରାଷ୍ଟ୍ର ଆଡକୁ ମୁହାଁଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ସୃଷ୍ଟି ହୋଇଛି। ଓଡ଼ିଶାରେ, ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧାର ହେବାର ସଙ୍କେତ ଦେଖାଦେଇଛି। ହେଲେ କର୍ତ୍ତୃପକ୍ଷମାନେ ହାଇ ଆଲର୍ଟରେ ଅଛନ୍ତି। କାରଣ ଫୁଲିଥିବା ନଦୀଗୁଡ଼ିକ ମହାନଦୀ ଅବବାହିକାର ତଳିଆ ଅଞ୍ଚଳଗୁଡ଼ିକୁ ବିପଦରେ ପକାଇବା ସମ୍ଭାବନା ରହିଛି। ରାଜ୍ୟ ସରକାର କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ସମେତ ତଳିଆ ଜିଲ୍ଲାଗୁଡ଼ିକରେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି, ଯେଉଁଠାରେ ବନ୍ୟାଜଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କମିନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଏବଂ ପୁନରୁଦ୍ଧାର…
ଢେଙ୍କାନାଳ: ଗତ ଶୁକ୍ରବାର ଦିନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୌରାତ୍ମା ଭିନ୍ନ ମୋଡ ନେଇଛି। ସର୍ବସାଧାରଣଙ୍କ ସମ୍ମୁଖରେ ମନ୍ତ୍ରୀ ବ୍ଲକ ଅଧିକାରୀମାନଙ୍କୁ ଗାଳି କରିବା ସହ ଧମକ ଦେବା ଘଟଣା ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛି। ସେଦିନ ଗାଳିଖାଇଥିବା ଦୁଇ ଅଧିକାରୀଙ୍କ ସହିତ ବ୍ଲକର ଅନ୍ୟ କର୍ମଚାରୀ ମିଳିତ ଭାବେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏହି ଅଭିଯୋଗରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ତଦନ୍ତ କରାଯାଇଥିଲା। ଏଥିରେ ଦଳୀୟ କର୍ମିମାନେ କେତେକଙ୍କ ଆବାସ ଯୋଜନାକୁ ଠିକ୍ ବୋଲି ଲେଖିବା ପାଇଁ ଚାପ ପ୍ରୟୋଗ କରିଥିଲେ। ତାହା ଆମେ ନ ଶୁଣିବାରୁ ସେମାନେ ଅନ୍ୟ ସ୍ଥାନରେ କାହିଁକି ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଥିଲେ। ଏପରି ମନ୍ତ୍ରୀ ସମସ୍ତଙ୍କ ଆଗରେ ଗାଳି କରିବା ସହିତ ଆମେ ଲାଞ୍ଚ ନେଉଛୁ ବୋଲି କହିଥିଲେ। ଏପରିକି ବଦଳି କରିଦେବେ ବୋଲି ଧମକ ଦେଇଥିଲେ। ଏପରି ପରିସ୍ଥିତିରେ ଗ୍ରାମ…
ଭୁବନେଶ୍ବର: ଚିଲିକା ଭିତରେ ଅବସ୍ଥିତ ମା କାଲିଜାଈ ପୀଠକୁ ଅଧିକ ସଂଖ୍ୟକ ଭକ୍ତ ଆସିବା ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପଦକ୍ଷେପ ଆରମ୍ଭ କରିଛନ୍ତି। ଶନିବାର ଦିନ ମନ୍ତ୍ରୀ ଚିଲିକାର ପ୍ରାକୃତିକ ଐଶ୍ୱର୍ୟ୍ୟ, କାଳିଜାଈ ପୀଠର ଆଧ୍ୟାତ୍ମିକ ମହିମା ଏବଂ ସାତପଡ଼ାର ପର୍ୟ୍ୟଟନ ସମ୍ଭାବନାକୁ ବିଶ୍ୱସ୍ତରୀୟ ପରିଚୟ ଦେବା ଦିଗରେ Architect Consultant ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଏଥିରେ କାଳିଜାଈ ପୀଠର ପବିତ୍ରତା, ପାରମ୍ପରିକ ସ୍ୱରୂପ ଓ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖି ଏହାକୁ ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ଜେଟିର ସୁରକ୍ଷା, ଆଧୁନିକ ପର୍ୟ୍ୟଟକ ସୁବିଧା, ସ୍ୱଚ୍ଛତା, ସୁଗମ ପ୍ରବେଶ, କୂଳକ୍ଷୟ ନିୟନ୍ତ୍ରଣ ଓ ସୁଦୃଢ଼ ପର୍ୟ୍ୟଟକ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଚିଲିକାର ପରିବେଶ ଓ ଜୈବ ବିବିଧତାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚିଲିକା ଓ ସାତପଡ଼ାକୁ ବିଶ୍ୱସ୍ତରୀୟ ପର୍ୟ୍ୟଟନ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା ୩୦ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଡାକ୍ତରୀ ସ୍ନାତକୋତ୍ତର ଯୋଗ୍ୟତା-ସହ-ପ୍ରବେଶ ପରୀକ୍ଷା (ନିଟ୍-ପିଜି) ୨୦୨୬ ପାଇଁ ଆଜି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପରୀକ୍ଷାର ସୁଗମ, ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରିଚାଳନା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସମୀକ୍ଷା ସମୟରେ, ମନ୍ତ୍ରୀ ନେସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମଏସ), ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଅଂଶୀଦାର ଏବଂ ପରୀକ୍ଷା ପରିଚାଳନାରେ ଜଡିତ ଅନ୍ୟାନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତିର ମୂଲ୍ୟାଙ୍କନ କରିଥିଲେ । ତାଙ୍କୁ ପରୀକ୍ଷା ଲଜିଷ୍ଟିକ୍ସ, ପ୍ରାର୍ଥୀଙ୍କ ସୁବିଧା ପଦକ୍ଷେପ, ସୁରକ୍ଷା ବ୍ୟବସ୍ଥା ଏବଂ ନିଟ୍-ପିଜି ୨୦୨୬ ପାଇଁ ପ୍ରଚଳିତ ପ୍ରଯୁକ୍ତିବିଦ୍ୟା-ଚାଳିତ ହସ୍ତକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସଚ୍ଚୋଟତା ଏବଂ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖି…
ମେଷ- ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ । ଏକ ସମୟ ମଧ୍ୟରେ ଏକ ବୃତ୍ତିଗତ ସ୍ତରରେ ଏକ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖନ୍ତୁ । ଉପଯୁକ୍ତ ବିନିଯୋଗ ଏବଂ ସଞ୍ଚୟ ଅର୍ଥନୈତିକ ସ୍ତରରେ ଦୃଢ ରହିବ ବୋଲି ଆଶା କରାଯାଉଛି । ଏକ ସନ୍ତୁଳିତ ଖାଦ୍ୟ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଭଲ ରଖିବ । ବୃଷ- ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟା ପରିସ୍ଥିତିର ପରିଚାଳନା ପାଇଁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଜିଲ୍ଲା ଏବଂ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଏହାସହିତ ଅନ୍ୟମନ୍ତ୍ରୀମାନେ ପ୍ରଭାରୀ ମନ୍ତ୍ରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ସେଠାରେ ରିଲିଫ୍…
ନୂଆଦିଲ୍ଲୀ: ମୌସୁମୀ ବର୍ଷା ବିତ୍ପାତରେ ଦେଶର ବିଭିନ୍ନ ରାଜ୍ୟ ବନ୍ୟା କବଳିତ ହୋଇଛନ୍ତି। ଏହି ପରିସ୍ଥିତିରେ ଆବଶ୍ୟକ ରିଲିଫ, ଉଦ୍ଧାର ଓ ପୁନର୍ବାସ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହିକ୍ରମରେ ୨ ହଜାର ୧୧୭ କୋଟି ୮୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି। ଏହା ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରୀୟ ଅବଦାନ ଭାବେ ପ୍ରଦାନ କରାଯିବ। ଏ ଭିତରେ ସାତୋଟି ବନ୍ୟା ପ୍ରଭାବିତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍ଡିଆର୍ଏଫ୍)ଙ୍କୁ ପ୍ରଥମ କିସ୍ତି କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ସହାୟତା ରାଶିର ପରିମାଣ ରହିଛି ୫୦୦ କୋଟି ଟଙ୍କା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ମୌସୁମୀ ଋତୁ ଆରମ୍ଭରୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗଣମାଧ୍ୟମକୁ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ସହିତ ଦିଲ୍ଲୀ ଗସ୍ତ ସମ୍ପର୍କରେ ମଧ୍ୟ ବିବୃତି ରଖିଥିଲେ। ଗତ କାଲି ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀଗସ୍ତରୁ ଫେରିବା ପରେ ଆଜି କହିଛନ୍ତି ଯେ, ଦିଲ୍ଲୀରେ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକରେ ଯୋଗଦେବା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କହିଥିଲେ ଯେ, ୩୦ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇଙ୍କ ସହିତ ସେ ଯୋଗଦେଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୈଠକରେ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର, ଚାଷୀକୂଳର ହିତ ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ସମାଧନର ପନ୍ଥା ନିର୍ଦ୍ଧାରଣ କରିବା ଉପରେ ସେ ଗୁରୁତ୍ୱ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଟଣୀ ତରାବୋଇ ସ୍ଥିତ ଦକ୍ଷତା ବିକାଶ ସଂସ୍ଥାନରେ ଆୟୋଜିତ ଜିଲ୍ଲାସ୍ତରୀୟ A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଏବଂ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବାର୍ଷିକ ସମ୍ମିଳନୀ (ଶ୍ରେଷ୍ଠତା ସମ୍ମିଳନୀ–୨୦୨୬) ଆୟୋଜିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ୧୮୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ସେମାନଙ୍କର ଏହି ସଫଳତା କେବଳ ସେମାନଙ୍କ ବ୍ୟକ୍ତିଗତ ଅଧ୍ୟବସାୟର ପରିଚୟ ନୁହେଁ, ସେମାନଙ୍କ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ନିଷ୍ଠାପୂର୍ଣ୍ଣ ପ୍ରୟାସର ମଧ୍ୟ ସଫଳ ପ୍ରତିଫଳନ। ଆମ ସମାଜର ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଅତୁଳନୀୟ। ଜ୍ଞାନ, ମୂଲ୍ୟବୋଧ, ଶୃଙ୍ଖଳା ଓ ଉତ୍ତମ ଚରିତ୍ର ଗଠନ ମାଧ୍ୟମରେ ସେମାନେ ଜାତିର ଭବିଷ୍ୟତକୁ ସୁଦୃଢ଼ କରିଥାନ୍ତି। ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟର ପ୍ରଶାସନିକ ଓ ଶିକ୍ଷାଗତ ନେତୃତ୍ୱର ମୁଖ୍ୟ ଆଧାର। ସେ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ପରିଦର୍ଶନ ପରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଅଛି। ପରିସ୍ଥିତି ଧିରେ ଧିରେ ସୁଧୁରୁଛି। ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି। ଏଥିସହିତ ବନ୍ୟା ଛାଡିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ…
Odisha CM Meets Amit Shah:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ପ୍ରେରଣାରେ ବିକାଶ, ପ୍ରଗତି ଓ ସମୃଦ୍ଧିର ଏକ ନୂତନ ପଥରେ ଓଡ଼ିଶା ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜ୍ୟର ବିକାଶମୂଳକ ପଦକ୍ଷେପ, ଆଇନ ଶୃଙ୍ଖଳା ପରିସ୍ଥିତି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଚାଲୁରହିଥିବା ବିଭିନ୍ନ ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ସହଯୋଗ କାମନା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ଏକ “ନକ୍ସଲମୁକ୍ତ ରାଜ୍ୟ” ଭାବେ ମାନ୍ୟତା ପାଇପାରିଛି…
ଖୋର୍ଦ୍ଧା: ଆଜି ଗୁରୁବାରଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ଅପରାହ୍ନରୁ ଆସନ୍ତାକାଲି ଶୁକ୍ରବାର ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ। ଏଥିରେ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଆଦର୍ଶ ବିଦ୍ୟାଳୟ ମଧ୍ୟ ବନ୍ଦ କରାଯିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବିଇଓଙ୍କୁ ଚିଠି କରିଛନ୍ତି। ଏଥିରେ କୁହାଯାଇଛି ଯେ, ବନ୍ୟା ଆଶଙ୍କା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିପାଇଁ ଆଜି ଅର୍ଥାତ ଗୁରୁବାର ଦିନ ଅଧାଛୁଟି କରି ପିଲାଙ୍କୁ ଘରକୁ ଛାଡିଦେବା ପାଇଁ କୁହାଯାଇଛି। ସେହିପରି ଶିକ୍ଷକ ତଥା ଅଣଶିକ୍ଷକଗଣ ସ୍କୁଲ ମଧ୍ୟରେ ରହିବେ। ସେମାନଙ୍କର ଆସନ୍ତା ଚାରିଦିନ ପାଇଁ ଛୁଟି ବାତିଲ କରାଯାଇଛି। ଶିକ୍ଷକ ତଥା କର୍ମଚାରୀ ସ୍କୁଲ ବିଲିଡିଂ ତଥା ଆନୁସଂଗିକ କାର୍ଯ୍ୟ ତଦାରଖ କରିବେ। ସେମାନେ ଚିବିଶ ଘଣ୍ଟା ସ୍କୁଲ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ ଏହି…
AIIMS Bhubaneswar: ମୃତ୍ୟୁ ସହିତ ୩୬ ଦିନର ସଂଘର୍ଷ। ଗୁରୁତର ଶ୍ୱାସକ୍ରିୟା ବିଫଳତା ପରେ ପ୍ରତିଟି ମୁହୂର୍ତ୍ତ ଥିଲା ମୂଲ୍ୟବାନ। ମାତ୍ର ଏମ୍ସ ଭୁବନେଶ୍ଵର ଡାକ୍ତରୀ ଦଳଙ୍କ ପ୍ରତିବଦ୍ଧତା, ନିଷ୍ଠାପର ଉଦ୍ୟମ, ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଏକପ୍ରକାର ଅସମ୍ଭବ ଲାଗୁଥିବା ଘଟଣାକୁ ସମ୍ଭବରେ ପରିଣତ କରିଛି। ଗୁରୁତର ନିମୋନିଆରେ ପୀଡ଼ିତ ହୋଇ ଝାରସୁଗୁଡାର ଜଣେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀଙ୍କୁ ଏପ୍ରିଲ୍ ମାସ ୧୮ ତାରିଖରେ ଭୁବନେଶ୍ୱରର ଏକ କର୍ପୋରେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସର୍ବୋତ୍ତମ ଆଇସିୟୁ କେୟାର ଏବଂ ଯାନ୍ତ୍ରିକ ଭେଣ୍ଟିଲେସନ୍ ପାଇବା ସତ୍ତ୍ୱେ, ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ଅମ୍ଳଜାନ ସ୍ତର ଖରାପ ହେବାକୁ ଲାଗିଲା। ଗୁରୁତର ଶ୍ୱାସକ୍ରିୟା ବିଫଳତାର ସମ୍ମୁଖୀନ ହୋଇ, ତାଙ୍କୁ ଉନ୍ନତ ଜୀବନ ସହାୟତା ପାଇଁ ମେ ମାସ ୭ ତାରିଖରେ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଇଥିଲା। ମଧ୍ୟରାତ୍ରିରେ ଗୁରୁତର ହାଇପୋକ୍ସେମିଆ ସହିତ ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ ମେଡିକାଲ ଇଣ୍ଟେନ୍ସିଭ୍ କେୟାର…
ଭୁବନେଶ୍ୱର: ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦର୍ଶାଯାଇଥିବା ମାର୍ଗ ଓ ସେବାକାର୍ଯ୍ୟକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସ୍ୱାମୀଜୀ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି ପ୍ରେରଣା ଓ ସଂକଳ୍ପକୁ ଆତ୍ମସାତ୍ କରି ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମଙ୍ଗଳବାର ଭୁବନେଶ୍ୱର ଠାରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଓ ସାଧନା ଆଧାରିତ ପୁସ୍ତକ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ : କୃତି ଓ ବ୍ୟକ୍ତିତ୍ୱ’ ଉନ୍ମୋଚନ ହେବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ପ୍ରକାଶିତ ଗ୍ରନ୍ଥଟି କେବଳ ଏକ ପୁସ୍ତକ ନୁହେଁ, ବରଂ ଏକ…

