କଟକ: କଟକ ସହରର ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ କମିଟିରେ ADM ପାହ୍ୟାର ଅଧିକାରୀଙ୍କୁ ସାମିଲ କରିବାକୁ କୁହାଯାଇଥିଲା। ହେଲେ କମିଟିରେ ତହସିଲଦାରଙ୍କୁ ସାମିଲ କରାଯାଇଥିବାରୁ କୋର୍ଟ ଖପ୍ପା ହୋଇଛନ୍ତି।
ଏହି ପ୍ରସଙ୍ଗରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଶନିବାର ସକାଳ ସାଢ଼େ ୧୦ଟାରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।
ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ଗଠନ ପ୍ରସଙ୍ଗ ଉଠିଥିଲା। କୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ଅନୁପାଳନ କରାଯାଇନାହିଁ, ସେନେଇ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ହାଜିର ମାଧ୍ୟମରେ ସ୍ପଷ୍ଟୀକରଣ ଚାହିଁଛନ୍ତି ହାଇକୋର୍ଟ।


