Categories
ଆଜିର ଖବର ରାଜ୍ୟ ଖବର

କରୋନା ଟେଷ୍ଟର ରିପୋର୍ଟ ତୁରନ୍ତ ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଉଥିବା କୌଣସି ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟର ନେଗେଟଭ୍ କିମ୍ବା ପଜିଟିଭ୍ ରିପୋର୍ଟ ପ୍ରଦାନ କରାଯାଉନାହିଁ। ନିୟମାନୁଯାୟୀ ସ୍ୱାବ୍ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାର ବିଧି ଥିଲେ ମଧ୍ୟ ଲୋକଙ୍କୁ ଏହା ପ୍ରଦାନ ହେଉନି ଯାହାକି ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଓ ନେଚୁରାଲ୍ ଲ ଅଫ୍ ଜଷ୍ଟିସ୍‌ର ଉଲ୍ଲଂଘନ ହେଉଛି।

ସୂଚନାଯୋଗ୍ୟ ସ୍ୱାବ୍ ଟେଷ୍ଟର ୭ ରୁ ୧୨ ଦିନ ମଧ୍ୟରେ ପଜିଟିଭ୍ ଥିବା ବ୍ୟକ୍ତିଙ୍କୁ ଫୋନ୍ କରି ଜଣାଯାଉଛି ଯେ ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ତୁରନ୍ତ ପ୍ରସ୍ତୁତ ରୁହନ୍ତୁ ମେଡ଼ିକେଲ୍ ଯିବେ। ପ୍ରକୃତରେ ଆଣ୍ଟିଜେନ୍ ପରୀକ୍ଷାର କେବଳ ୧୫ ମିନିଟ୍ ମଧ୍ୟରେ ଏବଂ ଆର୍‌ଟି-ପିସିଆର୍ ପରୀକ୍ଷାର ୨ରୁ ୩ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହେଉଛି। ତେଣୁ ଜାଣିଶୁଣି ରାଜ୍ୟ ସରକାର ପଜିଟିଭ୍ କିମ୍ବା ନେଗେଟିଭ୍ ରିପୋର୍ଟ ପ୍ରଦାନ କରୁନାହାନ୍ତି ବୋଲି ଆଜି ଭାରତୀୟ ବିକାଶ ପରିଷଦ ଅଭିଯୋଗ କରି ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛି। ରିପୋର୍ଟ ତୁରନ୍ତ ପ୍ରଦାନ ନକରିବା ଏବଂ ବହୁତ ଡ଼େରୀରେ ଜଣାଇବା ଯୋଗୁଁ ଲୋକଟି ଶହଶହ ଜଣଙ୍କ ସହ ମିଶି ସଂକ୍ରମଣ କରୁଛନ୍ତି।

ସ୍ୱାବ୍ ସଂଗ୍ରହ ବେଳେ ତ ଲୋକଙ୍କ ଫୋନ୍ ନଂ ନିଆଯାଉଛି ତେବେ ଫୋନ୍ ଦ୍ୱାରା ତାଙ୍କୁ ଜଣାଯାଇପାରିଥାନ୍ତା କିନ୍ତୁ ସରକାରଙ୍କ ଷଡ଼ଯନ୍ତ୍ର ଯୋଗୁଁ ଏହା ବିପଦକୁ ଡ଼ାକିଆଣିବ। ତେଣୁ ରାଜ୍ୟର ଚେୟାରମ୍ୟାନ, ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର, ଜିଲ୍ଲାପାଳମାନେ ଜାଣି ଶୁଣି ଓଡ଼ିଶାରେ କରୋନା ରୋଗକୁ ବହୁଳ ଭାବରେ ସଂକ୍ରମଣ କରାଯାଉଛନ୍ତି ବୋଲି ପରିଷଦ ଅଭିଯୋଗ କରିଛି। ସରକାରୀ ତହବିଲ୍‌ରୁ ଅର୍ଥ ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୬୦ ରୋଗୀଙ୍କୁ ଜାଣିଶୁଣି ମାରିଦିଆଯାଇଥିବା ନେଇ ଅଭିଯୋଗ କରିଛି।

ତେଣୁ ସମସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସକାଶେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସବିବୃତ୍ତିରେ କହିଛନ୍ତି। ଜନସ୍ୱାର୍ଥ ମାମଲାଟି ପ୍ରସାଦ ଜେନା ପରିଚାଳନା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟ ଓକିଲଙ୍କୁ କଳା କୋଟ୍‌, ଗାଉନ ମନା

କଟକ : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ନ ପିନ୍ଧିବାକୁ ପରାମର୍ଶ ଦିଆହୋଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇଁବା ପାଇଁ ମୁଖ୍ୟ ବିଚାରପତି ଏହି ପରାମର୍ଶ ଦେଇଛନ୍ତି ।  କଳା କୋଟ୍‌, ଗାଉନ ନ ପିନ୍ଧି ଧଳା ସାର୍ଟ/ ସାଲଓ୍ବାର କମିଜ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହିଳା ଓକିଲଙ୍କୁ ଧଳା ଶାଢୀ ସହ ସାଧା ଧଳା ନେକ୍‌ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ନୋଟିସ୍‌ ଯାଏଁ ଏହି ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି ।

ଗତକାଲି କାଲି ସୁପ୍ରିମ୍‌କୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ହୋଇଛି ।  କରୋନା ମହାମାରୀ ଯୋଗୁଁ ଉଚ୍ଚତମ ନ୍ୟାୟାଳୟ ବିଚାରପତି ଏବଂ ଓକିଲଙ୍କୁ କଳା କୋଟ ଏବଂ ଗାଉନ ନ ପିନ୍ଧିବାକୁ ନିର୍ଦେଶ ଦେଇଥିଲେ ।  କଳା କୋଟ୍‌  ଓ ଜ୍ୟାକେଟ୍‌ ପିନ୍ଧିବା ଅନୁଚିତ୍‌ କହିଥିଲେ ପ୍ରଧାନ ବିଚାରପତି । ବର୍ତ୍ତମାନ ଓକିଲ କଳା କୋଟ ଓ ଗାଉନ ବିନା ଧଳା ସାର୍ଟ ଏବଂ ନେକ ବ୍ୟାଣ୍ଡ ପିନ୍ଧି କୋର୍ଟରେ ହଜାର ହେବେ ବୋଲି କହିଥିଲେ ମୁଖ୍ୟ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି।  କୋଟ ଓ ଗାଉନ ଜରିଆରେ ଭାଇରସ ବ୍ୟାପିବାର ସମ୍ଭାବନା ରହିଛି ବୋଲି କହିଥିଲେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଏସଏ ବୋବଡେ ମଧ୍ୟ ଶୁଣାଣିବେଳେ କୋଟ ଏବଂ ଗାଉନ ପିନ୍ଧିନଥିଲେ । ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ବିଚାରପତି କଳା କୋଟ ନ ପିନ୍ଧି କୋର୍ଟରେ ଉପସ୍ଥିତ ଥିଲେ |

 

Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ରଫିକ୍‌

ଭୁବନେଶ୍ବର : ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ । 31 ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ରଫିକ୍‌ । ଭୁବନେଶ୍ବର ଲୋକସେବା ଭବନରେ ଶପଥ ନେଲେ ଜଷ୍ଟିସ୍‌ ରଫିକ୍‌ । ଜଷ୍ଟିସ୍‌ ରଫିକ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଶ୍ରୀଗଣେଣୀ ଲାଲ୍‌ । ଏହି ଶପଥ ଉତ୍ସବରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ପୋଲିସ ଡିଜି ଅଭୟ, ଆଡଭୋକେଟ୍‌ ଜେନେରାଲ୍‌ ଓ ଅନ୍ୟ ବିଚାରପତି ମଧ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗାଡି ସିଜ୍‌ ଉପରେ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ

କଟକ: ଲକ୍‌ ଡାଉନ୍‌ ବେଳେ ଗାଡି ଜବତ ସମ୍ପର୍କିତ ରାୟରେ ହାଇକୋର୍ଟ ସଂଶୋଧନ କରିଛନ୍ତି। ଗତକାଲିର ନିର୍ଦ୍ଦେଶ ଉପରେ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ। କେବଳ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କର୍ମକ୍ଷେତ୍ରକୁ ବାଇକ୍‌ ନେଇ ଯାଇପାରିବେ। ସେହିପରି ତିନିଥର ଅଣ୍ଡରଟେକିଂ ଦେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଗାଡି ନେଇପାରିବେ। ଗାଡି ଚଳାଚଳ ଉପରେ ଜାରି ରହିଥିବା ନିଷେଧାଦେଶକୁ ସମ୍ପୂର୍ଣ୍ଣ ହଟାଯାଇନି ବୋଲି କହିଛନ୍ତି ହାଇକୋର୍ଟ। ସେହିପରି ଅନ୍ୟମାନଙ୍କ ଉପରେ ପୂର୍ବଭଳି ଲକ୍‌ ଡାଉନ ନିର୍ଦ୍ଦେଶ ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟଙ୍କ ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଯୋଗୀ ସରକାର

ନୂଆଦିଲ୍ଲୀ : ପୋଷ୍ଟର ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ସିଏଏ ବିରୋଧୀ ହିଂସାକାରୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ଯୋଗୀ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ 12 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସିଏଏ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣାର ପୋଷ୍ଟର ମରାଯାଇଥିଲା । ସୋମବାର ଦିନ ଏହା ବିରୋଧରେ ହାଇକୋର୍ଟଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବୁଧବାର ଯୋଗୀ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ଆବେଦନ କରାଯାଇଥିଲେ । (ଏଜେନ୍ସି)

Categories
ଆଞ୍ଚଳିକ

ଜୋର ଧରିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ : ରାଜରାସ୍ତାକୁ ଓହ୍ଲାଇବେ ଆଇନଜୀବୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ 2007 ମସିହାରୁ ଦାବି ହୋଇ ଆସୁଛି। ତତ୍କାଳୀନ ଗଞ୍ଜାମ ବାର୍ ଏସୋସିଏସନ୍‌ର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା। ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ସ୍ଥାପନ ଏକ ଯୁକ୍ତିଯୁକ୍ତ ପ୍ରସଂଗ ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତାରେ ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କଟକକୁ ଯିବାକୁ ପଡ଼ୁଛି। ଯାହାକି ଦକ୍ଷିଣ ଓଡିଶା ବାସିନ୍ଦାଙ୍କ ପାଇଁ ଅତି କଷ୍ଟକର ବ୍ୟାପାର। ସେ ପରିପ୍ରେକ୍ଷୀରେ ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ବାର୍ ଏସୋସିଏସନ୍ 2007ମସିହାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ରାଜରାସ୍ତାକୁ ଓହ୍ଲାଇଥିଲେ। ଯାହାକି ଅମଲାତନ୍ତ୍ର ଏବଂ ରାଜତନ୍ତ୍ର ଦୋହଲିଥିଲା। ଆନ୍ଦୋଳନ ଏତେତୀବ୍ରତର ହେଲା ଯେ, ସେହି ସମୟରେ ପୋଳିସ୍ ଓକିଲମାନଙ୍‌କ ଉପରେ ଲାଠିଚାର୍ଜ କରିବାକୁ ମଧ୍ୟ ପଛାଇନଥିଲା। ଯାହାଫଳରେ ବହୁ ଆଇନଜୀବୀ ଲହୁଲୁହାଣ ହୋଇଥିଲେ ଏବଂ ଅନେକଙ୍କୁ ହାଜତ ମଧ୍ୟରେ ଭର୍ତ୍ତି କରି ଦିଆଯାଇଥିଲା। ସେହି ସମୟରେ ରାଜ୍ୟ ସରକାର କିଛି ମାତ୍ରାରେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ବନ୍ଦ କରାଯାଇଥିଲା। କିନ୍ତୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ୱ ହେଲା ସରକାର ଭୂଆଁ ବୁଲାଉଛନ୍ତି। ଯାହାଫଳରେ 2007 ମସିହାରୁ ବ୍ରହ୍ମପୁରରେ ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍ ପ୍ରତ୍ୟେକ ମାସର ଶେଷ ଚାରିଦିନ କାର୍ଯ୍ୟବନ୍ଦ କରି ଆସୁଛନ୍ତି। ଏହାକୁ ଗଂଜାମ ଜିଲ୍ଲାରେ ଥିବା ଅନ୍ୟ ବାର୍ ମଧ୍ୟ ସମର୍ଥନ ଜଣାଇ କିଏ ଦୁଇଦିନ, କିଏ ଚାରିଦିନ କାର୍ଯ୍ୟ ବନ୍ଦ କରୁଥିବା ଜଣାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଗଂଜାମ ବାର୍ ଏସୋସିଏସନ୍‌କୁ ସମର୍ଥନ ଜଣାଇ ଆସିଛନ୍ତି। କିନ୍ତୁ ପରିତାପର ବିଷୟ ଏହିକି ଯେ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାବେଳେ ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନିମନ୍ତେ ସରକାରଙ୍କ ଆନ୍ତରିକତା ଥିବା ପରିଲକ୍ଷିତ ହୋଇପାରୁନାହିଁ। ଯାହାକି ଏକ ବିଡ଼ମ୍ବନା କହିଲେ କିଛି ଭୁଲ୍ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଂଜାମ ବାର୍ ଏସୋସିଏସନ୍ ସଭାପତି ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି ଯେ ଯେତେଦିନ ଯାଏଁ ସରକାର ଆମ ଦାବିକୁ ମାନିବେନି ଆମେ ଏହି ଆନ୍ଦୋଳନ ଜାରି ରଖିବା ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛେଇବୁ ନାହିଁ। ବର୍ତ୍ତମାନର ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍‌ର ସଭାପତି ରବିନାଥ ପାଣିଗ୍ରାହୀ କହିଥିଲେ ଯେଉଁ ପର୍ଯ୍ୟନ୍ତ ଆମର ଦାବି ସରକାର ମାନିନାହାନ୍ତି, ସେ ପର୍ଯ୍ୟନ୍ତ ଆମର ଏ ସଂଗ୍ରାମ ଜାରି ରହିବ। ଯଦି ଆବଶ୍ୟକ ପଡ଼େ ତେବେ ତୀବ୍ର ରୂପ ଧାରଣ କରିବ। ବାର୍ ଏସୋସିଏସନ୍ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ କହିଥିଲେ ଏହି ସ୍ଥାୟୀ ବେଞ୍ଚ ସ୍ଥାପନ ନିମେନ୍ତ ପ୍ରତିମାସ ଶେଷ ଚାରିଦିନ ସହିତ ପ୍ରତ୍ୟେକ ଦିନ ଖରାବେଳ ବିଶ୍ରାମ ସମୟ 1 ଘଣ୍ଟାରେ ମଧ୍ୟ ଦାବି କରିବେ। ଆଜିର ଏହି ଆନ୍ଦୋଳନରେ ଗଂଜାମ ବାର୍ ଏସୋସିଏସନ୍ ସଭାପତି ରବିନ୍ଦ୍ରନାଥ ପାଣିଗ୍ରାହୀଙ୍କ ସମେତ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଚିତ୍ତରଂଜନ ଶତପଥୀ, କିରଣ ମଣ୍ଡଳ, ଗୋରାଚାନ୍ଦ ଭଟ୍ଟମିଶ୍ର, ଗୌରାଙ୍ଗ ଚୌଧୁରୀ, ରଂଜନ କୁମାର ନାହାକ, ନଗେନ୍ଦ୍ର ତ୍ରିପାଠୀ ଏଭଳି ଶତାଧିକ ଆଇନଜୀବୀ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିବା ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ବନ୍ଦ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ କରାଯାଇଛି । ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ସମ୍ବଲପୁର ସମେତ ବୌଦ୍ଧ ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି । ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ପହଞ୍ଚି ବିକ୍ଷୋଭ କରିବା ସହ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ । ସେହିପରି ବୌଦ୍ଧରେ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଝାରସୁଗୁଡ଼ାରେ ମଧ୍ୟ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

Categories
ଆଜିର ଖବର

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟକୁ 6 ନୂତନ ବିଚାରପତି

ପଞ୍ଜାବ,28/11 ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ 6 ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ରବି ଶଙ୍କର ଝା ଏହି 6 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଅଶୋକ କୁମାର ବର୍ମା, ସନ୍ତ ପ୍ରକାଶ, ମୀନାକ୍ଷୀ ଆଇ ମେହଟା, କର୍ମଜିତ ସିଂ, ବିବେକ ପୁରୀ ଏବଂ ଅର୍ଚ୍ଚନା ପୁରୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବିବେକ ଏବଂ ଅର୍ଚ୍ଚନା ପୁରୀ ପତିପତ୍ନୀ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପତି-ପତ୍ନୀ ଏକାସାଙ୍ଗରେ ଶପଥ ଗ୍ରହଣ କରିବାର ଏହା ଏକ ବିରଳ ମୁହୂର୍ତ୍ତ ଥିଲା । 6 ଜଣ ନୂତନ ବିଚାରପତିଙ୍କ ସହିତ ବିଚାରପତିଙ୍କ ସଂଖ୍ୟା 56କୁ ବୃଦ୍ଧି ପାଇଛି ।

Categories
ଆଜିର ଖବର

କୃଷ୍ଣସାର ମୃଗ ହତ୍ୟା ମାମଲା : ସୈଫ୍‌, ସୋନାଲିଙ୍କ ସମେତ ୫ ଜଣଙ୍କୁ ହାଇକୋର୍ଟ ନୋଟିସ୍‌

କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ସୈଫ୍‌ ଅଲ୍ଲୀ ଖାନ୍‌, ସୋନାଲି ବେନ୍ଦ୍ରେଙ୍କ ସମେତ ୫ ଜଣଙ୍କୁ ନୂତନ ନୋଟିସ୍‌ ଜାରି କରିଛି। କୋର୍ଟ ସୈଫ୍‌ ଏବଂ ସୋନାଲିଙ୍କ ବ୍ୟତୀତ ନୀଲମ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରୁ ଛାଡ ପାଇବା ପାଇଁ ଏହି ୫ ଜଣ ଆବେଦନ କରିବା ଯୋଗୁଁ କୋର୍ଟ ପକ୍ଷରୁ ଏହି ନୂତନ ନୋଟିସ୍‌ ପଠାଯାଇଛି। ‘ହମ୍‌ ସାଥ୍‌ ସାଥ୍‌ ହୈ’ ସେଟ୍‌ରେ ହୋଇଥିବା ଏହି ଘଟଣାରୁ ମୁକ୍ତ ହେବା ପାଇଁ ଆବେଦନକୁ ବିରୋଧ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ପରେ କୋର୍ଟ ଏହି ନୋଟିସ୍‌ ଜାରି କରିଥିଲେ। ଏହି ପାଞ୍ଚ ଜଣଙ୍କୁ ଦୁଇ ମାସ ପରେ ହେବାକୁ ଥିବା ଶୁଣାଣିରେ ଯୋଗ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଛି। ପୂର୍ବରୁ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି।

Categories
ଆଜିର ଖବର

ସିଷ୍ଟର ଅଭୟା ହତ୍ୟା ମାମଲା : ଆରୋପୀଙ୍କ ଅନୁରୋଧକୁ ଖାରଜ କଲେ କୋର୍ଟ

କେରଳର ବହୁଚର୍ଚ୍ଚିତ ସିଷ୍ଟର ଅଭୟା (ବୀନା ଥୋମାସ) ହତ୍ୟା ମାମଲାରେ ଆରୋପୀଙ୍କ ଖଲାସ ହେବା ଅନୁରୋଧକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ଡ. ଥୋମାସ କୋଟ୍ଟୁର୍‌ ଏବଂ ସିଷ୍ଟର ସେଫିଙ୍କ ଆବେଦନକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ। ଉଭୟଙ୍କ ବିପକ୍ଷରେ ସିବିଆଇ ତରଫରୁ ଦାଏର କରାଯାଇଥିବା ମାମଲା ଅନୁଯାୟୀ ଉଭୟଙ୍କୁ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଜଷ୍ଟିସ୍‌ ସୁନିଲ୍‌ ଥୋମାସ୍‌ କହିଛନ୍ତି। ସିବିଆଇ ତରଫରୁ ଉଭୟଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ  ପ୍ରଭୃତି ଅଭିଯୋଗ ଅଣାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଫାଦର୍‌ ଜୋସ୍‌ ପୁଥିରିକାୟାଲୀଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ। କୋଟୁର ଏବଂ ସେଫିଙ୍କୁ ଅନୈତିକ ଅବସ୍ଥାରେ ଦେଖିବା ପରେ ଉଭୟ ବୀନାଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇଥିଲେ। ପ୍ରାରମ୍ଭରୁ ସ୍ଥାନୀୟ ପୋଲିସ ଏବଂ କେରଳ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ମାମଲାର ତଦନ୍ତ କରିବା ସହିତ ୨୦୦୮ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରମାଣ ନଷ୍ଟ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍‌ପି କେଟି ମାଇକେଲଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ। କୋର୍ଟ ଏହି ଅନୁରୋଧକୁ ଖାରଜ କରିବା ସହିତ ମାଇକେଲଙ୍କୁ ତଦନ୍ତରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଆଶ୍ୱସ୍ତି

ଜାତିଆଣ ଆକ୍ଷେପ  ମନ୍ତବ୍ୟ ମାମଲାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ୨୦୧୦ ମସିହାରେ ଦାମୋଦର ରାଉତ ଜଗତସିଂହପୁର ଜିଲ୍ଲାରେ ଏକ ସାଧାରଣ ସଭାରେ  ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସଭାରେ ସେ ବିଜେଡ଼ି ନେତା ବିଷ୍ଣୁ ଦାସ ଓ ଜିଲ୍ଲାର ଦୁଇଜଣ ଅନୁସୂଚିତ ଜାତି ବର୍ଗର ଅଧିକାରୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିଲେ ।  ଏହି ଘଟଣାରେ ଜଗତସିଂହପୁର ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ଦାମୋଦର ରାଉତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଦାମୋଦାର ରାଉତ ଦେଇଥିବା ଭାଷଣର ଭିଡ଼ିଓ ରେକର୍ଡିଂ କୁଜଙ୍ଗ ଥାନାରେ ଦାଖଲ କରାଯାଇଥିଲା । ଏପରିକି ଜାତୀୟ ଅନୁସୂଚିତ ଜାତି  ଓ ଜନଜାତି କମିଶନଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ଦାମୋଦର ରାଉତଙ୍କ ଆକ୍ଷେପ ମୂଳକ ମନ୍ତବ୍ୟକୁ ନେଇ  ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏହି ମାମଲାକୁ ଖାରଜ କରିବା ପାଇଁ ଦାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରି ଦେଇଛନ୍ତି।

Categories
ଆଜିର ଖବର

ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା

ଛତ୍ରପୁରର ବିଜେଡି କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଶ୍ବସ୍ତି ମିଳିଛି। ହାଇକୋର୍ଟ  ଏହି ମାମଲାରେ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  ଥାନାରେ ହାଜର ହେବାକୁ ଉଭୟଙ୍କୁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।  ଏହାକୁ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ।  ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 19 ତାରିଖରେ ହେବ ବୋଲି ଆଡଭୋକେଟ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ହତ୍ୟା ଘଟଣାରେ ଦୁଇ ବିଜେପି ନେତା ଅଭିଯୁକ୍ତକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।