Categories
ଆଜିର ଖବର ରାଜ୍ୟ ଖବର

କରୋନା ଟେଷ୍ଟର ରିପୋର୍ଟ ତୁରନ୍ତ ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଉଥିବା କୌଣସି ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟର ନେଗେଟଭ୍ କିମ୍ବା ପଜିଟିଭ୍ ରିପୋର୍ଟ ପ୍ରଦାନ କରାଯାଉନାହିଁ। ନିୟମାନୁଯାୟୀ ସ୍ୱାବ୍ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାର ବିଧି ଥିଲେ ମଧ୍ୟ ଲୋକଙ୍କୁ ଏହା ପ୍ରଦାନ ହେଉନି ଯାହାକି ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଓ ନେଚୁରାଲ୍ ଲ ଅଫ୍ ଜଷ୍ଟିସ୍‌ର ଉଲ୍ଲଂଘନ ହେଉଛି।

ସୂଚନାଯୋଗ୍ୟ ସ୍ୱାବ୍ ଟେଷ୍ଟର ୭ ରୁ ୧୨ ଦିନ ମଧ୍ୟରେ ପଜିଟିଭ୍ ଥିବା ବ୍ୟକ୍ତିଙ୍କୁ ଫୋନ୍ କରି ଜଣାଯାଉଛି ଯେ ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ତୁରନ୍ତ ପ୍ରସ୍ତୁତ ରୁହନ୍ତୁ ମେଡ଼ିକେଲ୍ ଯିବେ। ପ୍ରକୃତରେ ଆଣ୍ଟିଜେନ୍ ପରୀକ୍ଷାର କେବଳ ୧୫ ମିନିଟ୍ ମଧ୍ୟରେ ଏବଂ ଆର୍‌ଟି-ପିସିଆର୍ ପରୀକ୍ଷାର ୨ରୁ ୩ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହେଉଛି। ତେଣୁ ଜାଣିଶୁଣି ରାଜ୍ୟ ସରକାର ପଜିଟିଭ୍ କିମ୍ବା ନେଗେଟିଭ୍ ରିପୋର୍ଟ ପ୍ରଦାନ କରୁନାହାନ୍ତି ବୋଲି ଆଜି ଭାରତୀୟ ବିକାଶ ପରିଷଦ ଅଭିଯୋଗ କରି ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛି। ରିପୋର୍ଟ ତୁରନ୍ତ ପ୍ରଦାନ ନକରିବା ଏବଂ ବହୁତ ଡ଼େରୀରେ ଜଣାଇବା ଯୋଗୁଁ ଲୋକଟି ଶହଶହ ଜଣଙ୍କ ସହ ମିଶି ସଂକ୍ରମଣ କରୁଛନ୍ତି।

ସ୍ୱାବ୍ ସଂଗ୍ରହ ବେଳେ ତ ଲୋକଙ୍କ ଫୋନ୍ ନଂ ନିଆଯାଉଛି ତେବେ ଫୋନ୍ ଦ୍ୱାରା ତାଙ୍କୁ ଜଣାଯାଇପାରିଥାନ୍ତା କିନ୍ତୁ ସରକାରଙ୍କ ଷଡ଼ଯନ୍ତ୍ର ଯୋଗୁଁ ଏହା ବିପଦକୁ ଡ଼ାକିଆଣିବ। ତେଣୁ ରାଜ୍ୟର ଚେୟାରମ୍ୟାନ, ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର, ଜିଲ୍ଲାପାଳମାନେ ଜାଣି ଶୁଣି ଓଡ଼ିଶାରେ କରୋନା ରୋଗକୁ ବହୁଳ ଭାବରେ ସଂକ୍ରମଣ କରାଯାଉଛନ୍ତି ବୋଲି ପରିଷଦ ଅଭିଯୋଗ କରିଛି। ସରକାରୀ ତହବିଲ୍‌ରୁ ଅର୍ଥ ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୬୦ ରୋଗୀଙ୍କୁ ଜାଣିଶୁଣି ମାରିଦିଆଯାଇଥିବା ନେଇ ଅଭିଯୋଗ କରିଛି।

ତେଣୁ ସମସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସକାଶେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସବିବୃତ୍ତିରେ କହିଛନ୍ତି। ଜନସ୍ୱାର୍ଥ ମାମଲାଟି ପ୍ରସାଦ ଜେନା ପରିଚାଳନା କରୁଛନ୍ତି।