Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଚରକୁ କିଭଳି ମିଳିଥିଲା ଜାମିନ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଟରକୁ କିଭଳି ଜାମିନ ମିଳିଥିଲା, ସେ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଶାସନିକ ତ୍ରୁଟି ସମ୍ପର୍କରେ ଟିପ୍ପଣୀ ଦେଇ ସୁପ୍ରିମ୍ କୋର୍ଟ କହିଛନ୍ତି, ଜଘଣ୍ୟ ଅପରାଧ ଘଟାଇଥିବା ଏଭଳି ଜଣେ ବ୍ୟକ୍ତିଙ୍କୁ ଆମେ ଜେଲ୍‌ରେ ରଖିବାରେ ବିଫଳ ହେଲେ ତାହା ଚିନ୍ତାର ବିଷୟ। ଏ ପ୍ରସଙ୍ଗ ନେଇ ବିକାଶ ଏନକାଉଣ୍ଟର ତଦନ୍ତ କମିଟି ମଧ୍ୟ ଅନୁଶୀଳନ କରିବା ଉଚିତ।

ଏନ୍‌କାଉଣ୍ଟର୍ ତଦନ୍ତ କମିଟିରେ ସାମିଲ ହେବା ଲାଗି ସୁପ୍ରିମ୍‌ କୋର୍ଟ କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ଛାଡ଼ି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ଏଥିପାଇଁ ସୁପ୍ରିମ୍‌ କୋର୍ଟରୁ କୌଣସି ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ପରିସ୍ଥିତି ଯୋଗୁଁ ଅନ୍ୟ ବିଚାରପତିମାନେ ଆହ୍ଲାବାଦକୁ ଯିବା ଲାଗି ଅନିଚ୍ଛୁକ ଥିବାରୁ ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟରୁ ହିଁ ସୁପ୍ରିମ୍ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଆଣିବା ଉଚିତ।

Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟଙ୍କ ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଯୋଗୀ ସରକାର

ନୂଆଦିଲ୍ଲୀ : ପୋଷ୍ଟର ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ସିଏଏ ବିରୋଧୀ ହିଂସାକାରୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ଯୋଗୀ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ 12 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସିଏଏ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣାର ପୋଷ୍ଟର ମରାଯାଇଥିଲା । ସୋମବାର ଦିନ ଏହା ବିରୋଧରେ ହାଇକୋର୍ଟଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବୁଧବାର ଯୋଗୀ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ଆବେଦନ କରାଯାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କ ସହିତ ମଧ୍ୟସ୍ଥିଙ୍କ ଆଲୋଚନା : ମାମଲା ପ୍ରତ୍ୟାହାର ଦାବି

ନୂଆଦିଲ୍ଲୀ : ଶନିବାର ଦିନ ଶାହିନବାଗ ଆନ୍ଦୋଳନକାରୀଙ୍କ ସହିତ ତୃତୀୟ ରାଉଣ୍ଡ ଆଲୋଚନା କରିଛନ୍ତି ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ । ଏହି ଆଲୋଚନା ସମୟରେ ସାଧନା ସରକାରଙ୍କ ପକ୍ଷ ନେଇ ଆଲୋଚନାକୁ ଆସି ନାହାନ୍ତି ଏବଂ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ନିଯୁକ୍ତ ବୋଲି କହିଥିଲେ । ଶାହିନ୍‌ବାଗ ଆନ୍ଦୋଳନକୁ ହଟାଯାଉ ବୋଲି ମୁଁ କହୁନାହିଁ । ଶାହିନବାଗ ଜାରି ରହିବା ଉଚିତ୍‌ ମାତ୍ର ଏହାଦ୍ବାରା ସର୍ବସାଧାରଣ ରାସ୍ତା ବନ୍ଦ ନହେବା ଉଚିତ୍‌ ବୋଲି ସେ ପ୍ରକାଶ କରିଥିଲେ । ଯଦି ବିକ୍ଷୋଭକାରୀ ଗୃହମନ୍ତ୍ରୀ ବା ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ତେବେ ସେ କରିପାରନ୍ତି ମାତ୍ର ମଧ୍ୟସ୍ଥି ଦଳ ସରକାରଙ୍କ ପକ୍ଷରୁ ଆସି ନାହାନ୍ତି ବୋଲି ରାମଚନ୍ଦ୍ରନ ସ୍ପଷ୍ଟ କରିଥିଲେ । ବିକ୍ଷୋଭକାରୀ ମାନେ ସୁରକ୍ଷା ଦାବି କରିଥିବା ବେଳେ ଏନେଇ ସର୍ବୋଚ୍ଚ କୋର୍ଟ ଆଦେଶ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଶାହିନବାଗ ଏବଂ ଜାମିଆ ହିଂସାକାଣ୍ଡରେ ଦାଖଲ କରାଯାଇଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡ ମାମଲା : ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି

ନୂଆଦିଲ୍ଲୀ : ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ରିହାତି ପରେ ଅଂଶଲ ଭ୍ରାତା ଜେଲ୍‌ ନଯିବା ପ୍ରାୟ ସ୍ପଷ୍ଟ ହୋଇଛି । ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡରେ 23 ଶିଶୁଙ୍କ ସମେତ 59 ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ମାମଲାରେ ଅଂଶଲ ଭ୍ରାତା 30 କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିବା ବେଳେ ଉଭୟଙ୍କ ଗିରଫ କରିବା ପାଇଁ କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରିବା ପରେ ଅଂଶଲ ଭ୍ରାତା ଗିର ନହେବା ସ୍ପଷ୍ଟ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏନ୍‌ ଭି ରମନ୍ନା ଏବଂ ଜଷ୍ଟିସ୍‌ ଅରୁଣ ମିଶ୍ର ଏହି ଖଣ୍ଡପୀଠର ସଦସ୍ୟ ରହିଥିଲେ । ରିଅଲ ଇଷ୍ଟେଟ୍‌ ଟାଇକୁନ୍‌ ସୁଶୀଲ ଅଂଶଲ ଏବଂ ଗୋପାଲ ଅଂଶଲ ଉପହାର ସିନେମା ହଲ୍‌ରେ ଆବଶ୍ୟକତା ଠାରୁ ଅଧିକ ସିଟ୍‌ ରଖିବା ଫଳରେ ଅଗ୍ନିକାଣ୍ଡରେ 59 ଜଣଙ୍କ ପ୍ରାଣହାନି ଘଟିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଗଣଦୁଷ୍କର୍ମ ମାମଲା : 4 ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖରେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ 4 ଦୋଷୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ 3 ତାରିଖରେ 4 ଦୋଷୀଙ୍କୁ ଫାଶୀ ଦେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 3 ତାରିଖ ଭୋର 6ଟାରେ ଫାଶୀ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 2012 ମସିହାରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ଅଭିଯୁକ୍ତଙ୍କ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଡେଥ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ତାହା ବିରୋଧରେ ଆବେଦନ କରାଯିବାରୁ ତାହାକୁ ଖାରଜ କରାଯାଇଥିଲା । ସୋମବାରର ରାୟ ବିରୋଧରେ ଆବେଦନ କରିବା ନେଇ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂ ସୂଚନା ଦେଇଛନ୍ତି । ରାଜନୈତିକ ଚାପ କାରଣରୁ ତରବରିଆ ଭାବରେ ଦୋଷୀଙ୍କ ଦଣ୍ଡ ଘୋଷଣା କରାଯାଇଛି । ଏହା ବିରୋଧରେ ଅପିଲ୍‌ କରିବା ନେଇ ସିଂ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ରାଜ୍ୟ ଭାବେ ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟକୁ ଗଲେ କେରଳ ସରକାର

କେରଳ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନ୍‌ଆରସିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲୁ ରହିଛି। ଏବେ ସିଏଏକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମ୍‌କୋର୍ଟ ଏହି ଆଇନ ବିରୁଦ୍ଧରେ ଏକ ଯାଚିକା ଦାୟର କରିଛନ୍ତି । ତେବେ ସିଏଏକୁ ନେଇ ସାମ୍ବିଧାନିକ ବୈଧତା ଖିଲାପରେ ସୁପ୍ରିମ୍‌କୋର୍ଟରେ ପାଖାପାଖି 60ଟି ଯାଚିକା ଦାଏର କରାଯାଇଛି ।

କେରଳ ସରକାରଙ୍କ ତରଫରୁ ଦାଏର କରାଯାଇଛି ଯାଚିକାରେ ନାଗରିକତା ସଂଶୋଧନ ଆଇନ୍‌ରେ ଧର୍ମନିରପେକ୍ଷତା ବିରୁଦ୍ଧ ବୋଲି ଦର୍ଶାଯାଇଛି । ରାଜ୍ୟସରକାର ସୁପ୍ରିମ୍‌କୋର୍ଟରେ ଏହି ଆଇନକୁ ଅସାମ୍ବିଧାନିକ କରିବା ନେଇ ଦାବି କରାଯାଇଛି । ସିଏଏ ସମ୍ପର୍କିତ ସମସ୍ତ ଯାଚିକାର ଶୁଣାଣି ଆସନ୍ତା 22 ତାରିଖରେ କରାଯିବ । ଏହି ଯାଚିକାଟି ଅନ୍ୟ ସମସ୍ତ ଯାଚିକା ସହିତ ଶୁଣାଣି ହେବ ।

ସିଏଏ ସମ୍ପର୍କିତ ଅନ୍ୟ ଯାଚିକାରେ ଧର୍ମକୁ ଆଧାର କରି ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣ ବିରୋଧରେ କରାଯାଇଛି । ନାଗରିକତା ଆଇନରେ ରହିଥିବା ଭାରତର ପଡୋଶୀ ଦେଶ ହିନ୍ଦୁ, ବୌଦ୍ଧ, ଇଶାଇ, ପାର୍ସୀ, ଶିଖ, ଜୈନ୍‌ ସମୁଦାୟ ଲୋକଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଥିବାବେଳେ ମୁସଲମାନଙ୍କୁ ସାମିଲ୍‌ କରାଯାଇନାହିଁ । ଭାରତ ସମ୍ବିଧାନ ଏପରି ଭେଦଭାବ କରିବାକୁ ଅଧିକାର ଦେଇନାହିଁ । ଧର୍ମନିରପେକ୍ଷତା ବିରୁଦ୍ଧରେ ଏହି ଆଇନକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ

ମୁମ୍ବାଇ,୨୫/୧୧ : ମହାରାଷ୍ଟ୍ର ରାଜନୀତିରେ ଦେଖାଯାଇଥିବା ସଙ୍କଟ ପାଇଁ ଶିବସେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ ନେତା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଢ଼ିବାକୁ ବହୁମତ ପରୀକ୍ଷଣ ଲାଗି ଏହି ୩ ଦଳ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢ଼ୁଛନ୍ତି। ସେହିପରି ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)

Categories
ଆଜିର ଖବର

୧୦ ଦିନ ମଧ୍ୟରେ ଲୋକପାଳ ଚୟନ ବୈଠକ ତାରିଖ ସ୍ଥିର କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌କୋର୍ଟର ଖଣ୍ଡପୀO ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ଏହି ତିନି ପାନେଲ୍‌କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍‌ କହିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍‌ ବେଣୁଗୋପାଳ କହିଛନ୍ତି। ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।