ହାଇକୋର୍ଟଙ୍କ ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଯୋଗୀ ସରକାର

Published: Mar 11, 2020, 6:38 pm IST

ନୂଆଦିଲ୍ଲୀ : ପୋଷ୍ଟର ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ସିଏଏ ବିରୋଧୀ ହିଂସାକାରୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ଯୋଗୀ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ 12 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସିଏଏ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣାର ପୋଷ୍ଟର ମରାଯାଇଥିଲା । ସୋମବାର ଦିନ ଏହା ବିରୋଧରେ ହାଇକୋର୍ଟଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବୁଧବାର ଯୋଗୀ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ଆବେଦନ କରାଯାଇଥିଲେ । (ଏଜେନ୍ସି)

Related posts