Categories
ଆଜିର ଖବର ଜାତୀୟ ଖବର

କ୍ଷମତାକୁ ଆସିଲେ ଇଣ୍ଡି ମେଣ୍ଟ, ପ୍ରଥମ ଅଧିବେଶନରେ ରଦ୍ଦ ହେବ CAA: ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ଯଦି ବିରୋଧୀ ଦଳ ‘ଇଣ୍ଡିଆ’ (INDIA) କ୍ଷମତାକୁ ଆସେ ତେବେ ସଂସଦର ପ୍ରଥମ ଅଧିବେଶନରେ ବିବାଦୀୟ ନାଗରିକତା ସଂଶୋଧନ ଆଇନ (CAA) ରଦ୍ଦ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି। ଚିଦାମ୍ବରମ୍ କହିଛନ୍ତି ଯେ, କଂଗ୍ରେସ ଦଳ CAA ରଦ୍ଦ କରିବାକୁ ଚାହୁଁଛି, ଯଦିଓ ଏହାର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇ ନାହିଁ।

କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ରାଜନେତାମାନେ ଲଗାତାର ଭାବେ କଂଗ୍ରେସକୁ ଟାର୍ଗେଟ କରିଆସୁଛନ୍ତି ଯେ, CAA କଂଗ୍ରେସର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇ ନାହିଁ।

ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଚିଦାମ୍ବରମ୍ ଦାବି କରିଛନ୍ତି ଯେ, ଘୋଷଣା ପତ୍ରରେ CAA ଉଲ୍ଲେଖ କରାଯାଇ ନାହିଁ କାରଣ ଏହା ବହୁତ ସମୟ ନେଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବିଜେପିର ୧୦ ବର୍ଷର ଶାସନ ସଂସଦରେ ନିଜର ‘ଅତ୍ୟଧିକ ସଂଖ୍ୟାଗରିଷ୍ଠତା’ର ଅପବ୍ୟବହାର କରିଥିବାରୁ ଦେଶରେ ବ୍ୟାପକ କ୍ଷତି ହୋଇଛି।

ଚିଦାମ୍ବରମ୍ କହିଛନ୍ତି ଯେ, “ଆଇନର ଏକ ଲମ୍ବା ତାଲିକା ଅଛି, ସେଥିମଧ୍ୟରୁ ପାଞ୍ଚଟି ଆଇନ ସମ୍ପୂର୍ଣ୍ଣ ରୂପେ ରଦ୍ଦ ହେବ। ଏହା ମୋର ପ୍ରତିଜ୍ଞା, ମୁଁ ମନିଫେଷ୍ଟୋ କମିଟିର ସଭାପତି ଅଟେ। ମୁଁ ଏହାର ପ୍ରତ୍ୟେକ ଶବ୍ଦ ଲେଖିଛି, ଉଦ୍ଦେଶ୍ୟ କ’ଣ ମୁଁ ଜାଣେ। CAA ସଂଶୋଧିତ ହେବ ନାହିଁ, ବରଂ ଏହାକୁ ରଦ୍ଦ କରାଯିବ। ଆମେ ଏହାକୁ ସ୍ପଷ୍ଟ କରିଛୁ।

ସେ କହିଛନ୍ତି ଯେ, ଯଦି ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (ଇଣ୍ଡିଆ) କେନ୍ଦ୍ରକୁ କ୍ଷମତାକୁ ଆସେ, ତେବେ ସଂସଦର ପ୍ରଥମ ଅଧିବେଶନରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (CAA) ରଦ୍ଦ ହେବ।

କଂଗ୍ରେସ ଏହି ଆଇନକୁ ବିରୋଧ କରୁନାହିଁ ବୋଲି ଚିଜମ୍ବରମ୍ ବିଜୟନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଥିରୁବନନ୍ତପୁରମ୍ କଂଗ୍ରେସ ସାଂସଦ ଶଶି ଥରୁର ସଂସଦରେ CAA ବିରୋଧରେ ନିଜର ମତ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

DMK ର ଘୋଷଣା ପତ୍ର ଜାରି: ଝିମାନଙ୍କୁ ମାସକୁ ୧୦ ହଜାର, ୭୫ ଟଙ୍କାରେ ମିଳିବ ପେଟ୍ରୋଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଡିଏମକେ ଘୋଷଣା ପତ୍ର ପ୍ରକାଶ କରିଛି। ଲୋକସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ସହିତ ତାମିଲନାଡୁର ୨୧ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। DMK ଘୋଷଣା ପତ୍ରରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରତିଶୃତି ଅଛି।

୬୪ ପୃଷ୍ଠାର ଘୋଷଣା ପତ୍ରରେ ତାମିଲନାଡୁରେ ନାଗରିକତ୍ୱ ସଂଶୋଧନ ଆଇନ (CAA) ଏବଂ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ ନାହିଁ ବୋଲି ପ୍ରତିଶୃତି ଦିଆଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କା ତାମିଲମାନଙ୍କୁ ଭାରତୀୟ ନାଗରିକତା ଦେବା, ପ୍ରତ୍ୟେକ ଝିଅକୁ ମାସିକ ୧୦ ହଜାର ଟଙ୍କା ଦେବା ଏବଂ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ହ୍ରାସ କରିବାକୁ କୁହାଯାଇଛି। ଯଦିଓ ଲୋକସଭା ନିର୍ବାଚନ ପାଇଁ ଡିଏମକେ ଘୋଷଣା ପତ୍ର ପ୍ରକାଶ କରିଛି, ଅଧିକାଂଶ ପ୍ରସଙ୍ଗ ତାମିଲନାଡୁ ସହ ଜଡିତ। ଏହା ବ୍ୟତୀତ, ସେହି ବିଷୟଗୁଡିକ ଉପରେ ଆଲୋଚନା କରାଯାଇଛି ଯାହା ଦେଶର ସାଧାରଣ ଜନତାଙ୍କ ସହ ଜଡିତ।

DMK ଘୋଷଣା ପତ୍ରର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ:

ତାମିଲନାଡୁରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଏବଂ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ ହେବ ନାହିଁ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପଦକ୍ଷେପକୁ ବହିସ୍କାର।

ରାଜ୍ୟ ସରକାରଙ୍କ ସ୍ୱାଧୀନତା ବୃଦ୍ଧି ପାଇଁ ଭାରତୀୟ ସମ୍ବିଧାନରେ ପରିବର୍ତ୍ତନ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ରାଜ୍ୟପାଳଙ୍କ ନିଯୁକ୍ତି।

ରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରୁଥିବା ଧାରା ୩୬୧ ରଦ୍ଦ କରିବାର ପ୍ରତିଶ୍ରୁତି।

ଚେନ୍ନାଇରେ ସୁପ୍ରିମକୋର୍ଟର ବେଞ୍ଚ ସ୍ଥାପନ ବିଷୟରେ ଆଲୋଚନା।

କେନ୍ଦ୍ର ସରକାରରେ ନିଯୁକ୍ତି ପାଇଁ ତାମିଲରେ ପରୀକ୍ଷା ଦେବାକୁ ପ୍ରତିଶୃତି।

ତିରୁକ୍କୁରଲକୁ ଏକ ଜାତୀୟ ପୁସ୍ତକ କରିବା।

ଶ୍ରୀଲଙ୍କା ତାମିଲମାନଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରତିଶୃତି।

ନୂତନ ଶିକ୍ଷା ନୀତି ରଦ୍ଦ କରିବା ବିଷୟରେ ଆଲୋଚନା।

ତୁରନ୍ତ ପ୍ରଭାବ ସହିତ ସଂସଦରେ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ବିଷୟରେ ଉଲ୍ଲେଖ।

ଦେଶର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଜଳଖିଆ ଯୋଗାଇବାକୁ ପ୍ରତିଜ୍ଞା।

ପ୍ରତ୍ୟେକ ଝିଅକୁ ମାସିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଜ୍ଞା।

ତାମିଲନାଡୁରେ NEET ପରୀକ୍ଷାରେ ଛାଡ।

ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କାକୁ ହ୍ରାସ କରିବାକୁ ପ୍ରତିଶୃତି।

ଲିଟର ପିଛା ୭୫ ଟଙ୍କା ମୂଲ୍ୟରେ ପେଟ୍ରୋଲ।

ଲିଟର ପିଛା ୬୫ ଟଙ୍କା ମୂଲ୍ୟରେ ଡିଜେଲ।

ଡିଏମକେ ଇଣ୍ଡିଆ ବିରୋଧୀ ଦଳର ଏକ ଅଂଶ:

ତାମିଲନାଡୁର ସମସ୍ତ ୩୯ ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଠାରେ ଡିଏମକେ ଇଣ୍ଡିଆ ବିରୋଧୀ ଦଳର ଏକ ଅଂଶ ଏବଂ ବହୁ ଦଳ ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି, ଡିଏମକେ ସହିତ କଂଗ୍ରେସ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧ୍ୟ ଅଛନ୍ତି। ତାମିଲନାଡୁରେ ଡିଏମକେ ୨୧ ରେ ଏବଂ କଂଗ୍ରେସ ୯ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। IUML, MDMK ଏବଂ KMDK ପ୍ରତ୍ୟେକ ଗୋଟିଏ ସିଟ୍ ରେ ଲଢୁଥିବା ବେଳେ CPM, VCK, CPI ପ୍ରତ୍ୟେକ ଦୁଇଟି ଲେଖାଏଁ ସିଟ୍ ପାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନାଗରିକତା ସଂଶୋଧନ ଆଇନ: କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂଙ୍କ ଆସିଲା ବଡ ବୟାନ

ନୂଆଦିଲ୍ଲୀ: CAA ଅର୍ଥାତ୍ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସେବେଠାରୁ ଏହା ସମଗ୍ର ଦେଶରେ ଲାଗୁ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ଲଗାତାର ବିରୋଧ କରୁଛନ୍ତି। ଏହି କ୍ରମରେ ହିମାଚଳ ପ୍ରଦେଶ ମନ୍ତ୍ରୀ ତଥା କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି।

CAA କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ, ସର୍ବପ୍ରଥମେ ଧର୍ମ ଆଧାରରେ ଲୋକଙ୍କୁ ପୃଥକ କରିବା ପାଇଁ ସମ୍ବିଧାନ ବ୍ୟବସ୍ଥା କରାଯାଇ ନାହିଁ। ସମ୍ବିଧାନରେ ସେପରି ଉପସ୍ଥାପନା କରାଯାଇ ନାହିଁ।

ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ, ଭାରତ ଆସିବାକୁ ଚାହୁଁଥିବା ଅନ୍ୟ ଦେଶରୁ ନିର୍ଯାତିତ ଲୋକଙ୍କୁ କେନ୍ଦ୍ର ସରକାର ସ୍ୱାଗତ କରୁଛନ୍ତି, କିନ୍ତୁ ଏଥିରେ କେବଳ ଅଳ୍ପ ଲୋକଙ୍କୁ ଉଲ୍ଲେଖ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମନେହୁଏ। ଏହି ଆଇନ ୨୦୧୯ ରେ ପାରିତ ହୋଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ବର୍ତ୍ତମାନ ଘୋଷଣା କରାଯାଇଛି।

କଂଗ୍ରେସ ନେତା କହିଛନ୍ତି ଯେ, ‘ବର୍ତ୍ତମାନ CAA ରାଜନୈତିକ ଲାଭ ପାଇଁ ସମ୍ବେଦନଶୀଳ ହୋଇଛି। କିନ୍ତୁ, ଯଦି ଆପଣ ଦେଖିବେ ବାଂଲାଦେଶ, ପାକିସ୍ଥାନ କିମ୍ବା ଆଫଗାନିସ୍ତାନରେ ରହୁଥିବା ବ୍ୟକ୍ତି ଦୁର୍ବ୍ୟବହାରର ସମ୍ମୁଖୀନ ହେଉଛନ୍ତି ଏବଂ ମୁଖ୍ୟତଃ ଭାରତୀୟ ଅଟନ୍ତି ଏବଂ ଦେଶକୁ ଫେରିବାକୁ ଚାହାଁନ୍ତି, ତେବେ ଏହା ଏକ ଭଲ କଥା। ଆମେ ଏହାକୁ ବିରୋଧ କରୁନାହୁଁ, କିନ୍ତୁ ଏହାକୁ ଧାର୍ମିକ ରଙ୍ଗରେ ଉପସ୍ଥାପନ କରିବାକୁ ଚେଷ୍ଟାକୁ ବିରୋଧ କରୁଛୁ। ମୋଟ ଉପରେ ଆମେ ଏହାକୁ ସ୍ୱାଗତ କରୁଛୁ।

Categories
ଆଜିର ଖବର ଜାତୀୟ ଖବର

CAA କୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ ଅସଦୁଦ୍ଦିନ ଓୱାଇସି: କହିଲେ, ତୁରନ୍ତ ରୋକ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଅଧିନିୟମ (CAA) କାର୍ଯ୍ୟକାରୀ କରିଛନ୍ତି, ଏହି ଆଇନ ୨୦୧୯ ରେ ପାରିତ ହୋଇଛି। ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି ଏବଂ ସମାଲୋଚକମାନେ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛନ୍ତି। ଏହି କ୍ରମରେ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାଇସି ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

ଏହା ସହିତ ଓୱାଇସି ମଧ୍ୟ ସୁପ୍ରିମକୋର୍ଟରେ ଏନଆରସି ପ୍ରସଙ୍ଗ ଉଠାଇଛନ୍ତି। ସେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଏବଂ CAA ର କାର୍ଯ୍ୟାନ୍ୱୟନ ତୁରନ୍ତ ବନ୍ଦ କରାଯାଉ ବୋଲି ସେ ଆବେଦନ କରିଛନ୍ତି। AIMIM ମୁଖ୍ୟ କୋର୍ଟଙ୍କୁ କହିଛନ୍ତି ଯେ, CAA ପରେ ଦେଶରେ NRC ଆସୁଛି ଏବଂ ଏହା ଉଭୟଙ୍କର ଏକ ଅଶୁଦ୍ଧ ସହଭାଗିତା। ଏନଆରସି ମାଧ୍ୟମରେ ଭାରତୀୟ ମୁସଲମାନମାନଙ୍କୁ ଟାର୍ଗେଟ କରିବାର ଯୋଜନା ଅଛି।

Categories
ଆଜିର ଖବର ଜାତୀୟ ଖବର

‘PoK ର ଉଭୟ ହିନ୍ଦୁ ଏବଂ ମୁସଲମାନ ଆମର, ବଲୁଚ ସମ୍ପର୍କ କଲେ ଆମେ ଚିନ୍ତା କରିବୁ: ଅମିତ ଶାହାଙ୍କ ବଡ ବିବୃତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ପାକିସ୍ତାନ ଦଖଲ କରିଥିବା କାଶ୍ମୀରକୁ ଭାରତର ଏକ ଅଂଶ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ସେଠାରେ ରହୁଥିବା ଲୋକମାନେ ହିନ୍ଦୁ କିମ୍ବା ମୁସଲମାନ, ସମସ୍ତେ ଆମର ନିଜର।

ଇଣ୍ଡିଆ ଟୁଡେ କନକ୍ଲେଭରେ ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ (CAA) ଲାଗୁ ହେବା ପରେ ଗୃହମନ୍ତ୍ରୀ ଶାହା ପ୍ରଥମ ଥର ପାଇଁ ଏହି ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀରର ଉଭୟ ମୁସଲମାନ ଏବଂ ହିନ୍ଦୁ ଆମର ନିଜର।

ଇଣ୍ଡିଆ ଟୁଡେ କନକ୍ଲେଭରେ ଭାଷଣ ଦେଇ ଅମିତ ଶାହା କହିଛନ୍ତି ଯେ, ଦେଶ ଧର୍ମ ଭିତ୍ତିକ ବିଭାଜନ (୧୯୪୭ ମସିହାରେ) ଦେଖିବା ଦୁର୍ଭାଗ୍ୟଜନକ। ପାକିସ୍ତାନର ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କୁ ନାଗରିକତା ପ୍ରଦାନ ଉପରେ ଏକ ପ୍ରଶ୍ନର ଉତ୍ତରରେ ଅମିତ ଶାହା କହିଛନ୍ତି, “ସ୍ୱାଧୀନତା ସମୟରେ ପାକିସ୍ତାନରେ ୨୩ ପ୍ରତିଶତ ହିନ୍ଦୁ ଥିଲେ, ଆଜି ସେଠାରେ ୨.୭ ପ୍ରତିଶତ ଅଛନ୍ତି। ସେମାନେ କେଉଁଆଡ଼େ ଗଲେ? ସେମାନଙ୍କ ସହିତ କ’ଣ ହେଲା? ମୁଁ ଆପଣଙ୍କୁ କହୁଛି ଯେ, ନାବାଳିକା ଝିଅମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ। ଏହିପରି ପୀଡିତ ଭାରତ ପଳି ଆସିଥିଲେ। ସେମାନେ ନିଜ ମା ଏବଂ ଭଉଣୀଙ୍କ ସମ୍ମାନ ରକ୍ଷା କରିବାକୁ ଭାରତରେ ଆଶ୍ରୟ ନେଇଥିଲେ, ଆମେ ସେମାନଙ୍କୁ ନାଗରିକତା କାହିଁକି ଦେବୁ ନାହିଁ?”

ମୁସଲମାନ ସମ୍ପ୍ରଦାୟଗୁଡିକ CAA ପରିସର ବାହାରେ କାହିଁକି?:

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ତିନି ଦେଶ (ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ) ଯାହାକୁ ଆମେ CAA ରେ ଅନ୍ତର୍ଭୁକ୍ତ କରିଛୁ, ସେମାନଙ୍କୁ ଇସଲାମିକ ଦେଶ ଭାବେ ଘୋଷଣା କରାଯାଇଛି। ନାଗରିକତା ପ୍ରଦାନ ଭଳି ବଡ ନିଷ୍ପତ୍ତି ଅନେକ ଉଦାହରଣକୁ ବିଚାରକୁ ନିଆଯାଏ। ଭବିଷ୍ୟତରେ ଯଦି ବାଲୁଚ ପରି ଅନ୍ୟ କୌଣସି ସମ୍ପ୍ରଦାୟ ଆମ ପାଖକୁ ଆସନ୍ତି, ତେବେ ଆମେ ଏହା ବିଷୟରେ ଚିନ୍ତା କରିବୁ।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରକୁ ଭାରତର ଏକ ଅଂଶ ଭାବରେ ବର୍ଣ୍ଣନା କରିସାରିଛନ୍ତି। ରାଜ୍ୟସଭାରେ ଧାରା ୩୭୦ ଉପରେ ଆଲୋଚନା ବେଳେ ସେ କହିଥିଲେ ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ପାଇଁ ୨୪ ଟି ସିଟ୍ ସଂରକ୍ଷିତ ଅଛି କାରଣ POK ଆମର, ଏହାକୁ କେହି ଆମଠାରୁ ଛଡ଼ାଇ ନେଇ ପାରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

‘CAA ହେଉଛି ଭାରତର ଆଭ୍ୟନ୍ତରୀଣ ବିଷୟ’: ଆମେରିକାର ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (CAA) ଉପରେ ଆମେରିକାର ମନ୍ତବ୍ୟ ଉପରେ ଭାରତ ପ୍ରତିକ୍ରିୟା ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, CAA ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ। CAA ର କାର୍ଯ୍ୟକାରିତା ଉପରେ ଆମେରିକାର ବିବୃତ୍ତି ଭୁଲ ଏବଂ ଅନ୍ୟାୟ ଅଟେ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଏହି ପ୍ରତିକ୍ରିୟା ଆମେରିକାର ବୈଦେଶିକ ବିଭାଗର ବିବୃତ୍ତିରେ ଆସିଛି ଯେଉଁଥିରେ କୁହାଯାଇଛି ଯେ ମାର୍ଚ୍ଚ ୧୧ ରେ ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ,ଯେ ଏହି କାର୍ଯ୍ୟ କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ମିଲର କହିଥିଲେ ଯେ, ଧାର୍ମିକ ସ୍ୱାଧୀନତା ପ୍ରତି ସମ୍ମାନ ଏବଂ ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁଯାୟୀ ସମାନ ବ୍ୟବହାର ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି।

ଆମେରିକାର ବିବୃତ୍ତିର ଉତ୍ତରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ୟସୱାଲ କହିଛନ୍ତି ଯେ, ନାଗରିକତା (ସଂଶୋଧନ) ଅଧିନିୟମ ୨୦୧୯ ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆମେରିକାର ବିବୃତ୍ତି ମିଥ୍ୟା, ଅସ୍ପଷ୍ଟ ତଥା ଅନ୍ୟାୟ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଶଈର ଜୟସ୍ଵାଲ କହିଛନ୍ତି ଯେ, ଏହି ନିୟମ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସୀ ଏବଂ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିଥାଏ। ଏହା ନାଗରିକତା ପ୍ରଦାନ କରେ, କାହାର ନାଗରିକତ୍ୱ ଛଡ଼ାଇ ନେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀ କାହିଁକି ଚୁପ୍?: ସିଏଏ ଉପରେ ଅମିତ ଶାହାଙ୍କ ବିବୃତ୍ତିକୁ ନେଇ କେରଳ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆଜି ପୁଣି ଥରେ ଦୋହରାଇଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ (CAA) କେରଳରେ କାର୍ଯ୍ୟକାରୀ ହେବ ନାହିଁ। କେବଳ ଏତିକି ନୁହେଁ, ସେ ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବିଜୟନଙ୍କ ଦଳ INDIA ମେଣ୍ଟରେ କଂଗ୍ରେସର ସହଯୋଗୀ। ଏହା ସତ୍ତ୍ୱେ CAA ଉପରେ କଂଗ୍ରେସର ଆଭିମୁଖ୍ୟକୁ ବିଜୟନ ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି? ବିଜୟ କହିଛନ୍ତି ଯେ, କେରଳ CAA ପ୍ରସଙ୍ଗରେ ନତମସ୍ତକ ହେବ ନାହିଁ କିମ୍ବା ଚୁପ୍ ରହିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ବିଜୟନଙ୍କ ପ୍ରତିକ୍ରିୟା ଆସିଛି ଯେଉଁଥିରେ ସେ କହିଥିଲେ ଯେ ନାଗରିକତା କେନ୍ଦ୍ରର ବିଷୟ ହୋଇଥିବାରୁ CAA ଲାଗୁ କରିବାକୁ ରାଜ୍ୟମାନଙ୍କର କୌଣସି ବିକଳ୍ପ ନାହିଁ।

କଂଗ୍ରେସ ନେତୃତ୍ୱାଧୀନ UDF ଆଜି କହିଛି ଯେ, ବିଜୟନ ଭାରତର ଲୋକଙ୍କୁ ବୋକା ବନାଉଛନ୍ତି। କାରଣ ଏହା ଭାରତର ସବୁ ସ୍ଥାନରେ ପ୍ରଯୁଜ୍ୟ ହେବ। କଂଗ୍ରେସକୁ CAA ବିରୋଧରେ ମିଳିତ ମୋର୍ଚ୍ଚାରୁ ଓହରିଥିବାର ବିଜୟନ ଅଭିଯୋଗ କରିଛନ୍ତି। ବିଜୟନ କହିଛନ୍ତି ଯେ, CAA ଭାରତର ବିଚାର ପାଇଁ ଏକ ଆହ୍ଵାନ ଏବଂ ଧାର୍ମିକ ଭେଦଭାବକୁ ପ୍ରୋତ୍ସାହିତ କରୁଛି।

Categories
ଆଜିର ଖବର ଜାତୀୟ ଖବର

‘CAA କୁ ବଦଳାଇବା ଅସମ୍ଭବ, ଆଇନ କେବେ ଫେରାଇ ନିଆଯିବ ନାହିଁ’: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଲାଗୁ ହେବା ଦିନଠାରୁ ବିରୋଧୀମାନେ ଏହାକୁ ବିଭାଜନକାରୀ ଆଇନ ବୋଲି କହିଛନ୍ତି। ବିରୋଧୀ ଦଳ ମାଧ୍ୟମରେ ଗଠିତ ଇଣ୍ଡି ମେଣ୍ଟ କହିଛି ଯେ, ଯଦି ସେମାନେ କ୍ଷମତାକୁ ଆସନ୍ତି ତେବେ ସେମାନେ CAA ରଦ୍ଦ କରିବେ। ଏହା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, CAA କୁ ଓଲଟାଇବା ଅସମ୍ଭବ। ଏହା ହେଉଛି ସାମ୍ବିଧାନିକ ନିୟମ। ସେ ଆହୁରି ମଧ୍ୟ କହିଛନ୍ତି ଯେ, CAA କୁ କେବେ ପ୍ରତ୍ୟାହାର କରାଯିବ ନାହିଁ। ଆମେ ଏଥିରେ ଆପୋଷ ବୁଝାମଣା କରିବୁ ନାହିଁ।

ନ୍ୟୁଜ୍ ଏଜେନ୍ସି ANI କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅମିତ ଶାହା କହିଛନ୍ତି ଯେ, ‘CAA ଆଇନ କେବେ ପ୍ରତ୍ୟାହାର କରାଯିବ ନାହିଁ। ଆମ ଦେଶରେ ଭାରତୀୟ ନାଗରିକତ୍ୱ ନିଶ୍ଚିତ କରିବା ଆମର ସାର୍ବଭୌମ ଅଧିକାର, ଆମେ ଏହା ସହ କଦାପି ଆପୋଷ ବୁଝାମଣା କରିବୁ ନାହିଁ। ବିରୋଧୀ ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି, କାରଣ ସେମାନଙ୍କୁ ଭୋଟ୍ ବ୍ୟାଙ୍କକୁ ମଜବୁତ କରିବାକୁ ହେବ। ବିରୋଧୀଙ୍କ କୌଣସି କାମ ନାହିଁ, ସେମାନେ ଯାହା କହିଛନ୍ତି ତାହା ଏପର୍ଯ୍ୟନ୍ତ ପୂରଣ କରିନାହାଁନ୍ତି। ଆମ ସରକାର ଯାହା କୁହନ୍ତି, ତାହା ପୂରଣ କରେ।

ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ବିରୋଧୀଦଳର ନେତାମାନେ କହୁଛନ୍ତି ଯେ ଯଦି ୨୦୨୪ ରେ ଭାରତ ମେଣ୍ଟ ସରକାର ଗଠନ ହୁଏ, ତେବେ ସେମାନେ CAA ପ୍ରତ୍ୟାହାର କରିବେ। ଏହା ଉପରେ ଅମିତ ଶାହା କହିଛନ୍ତି, ‘ସେମାନେ ଜାଣନ୍ତି ଯେ ଇଣ୍ଡି ସହଯୋଗୀ ଦଳ କ୍ଷମତାକୁ ଆସିବ ନାହିଁ। ପିଏମ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆଣିଛନ୍ତି CAA। CAA ବାତିଲ କରିବା ଅସମ୍ଭବ। ଏହା ଏକ ସଂପୂର୍ଣ୍ଣ ସାମ୍ବିଧାନିକ ବୈଧ ଆଇନ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ନିକଟରେ ଭାରତରେ କେନ୍ଦ୍ର ସରକାର CAA ଆଇନ ଲାଗୁ କରିବାକୁ ଘୋଷଣା କରିଛନ୍ତି। କେବଳ ଭାରତୀୟ ନୁହଁନ୍ତି ପଡୋଶୀ ଦେଶ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି। ମୋଦୀ ସରକାରଙ୍କ ଦ୍ୱାରା ନାଗରିକତା (ସଂଶୋଧନ) ଅଧିନିୟମ ୨୦୧୯ ଲାଗୁ ହେବା ପରେ ଦାନିଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ୪୩ ବର୍ଷୀୟ ପୂର୍ବତନ କ୍ରିକେଟର ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

CAA ନିୟମ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଲୋକଙ୍କ ପାଇଁ ଭାରତୀୟ ନାଗରିକତ୍ୱ ପାଇବା ସହଜ ହେବ। ଭାରତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ଦାନିଶ କହିଛନ୍ତି ଯେ, ‘ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଅଛି … PM ମୋଦିଙ୍କୁ ଧନ୍ୟବାଦ’।

ଆଇଏନ୍ଏସ୍ ନ୍ୟୁଜ୍ ଏଜେନ୍ସି ସହିତ ସ୍ୱତନ୍ତ୍ର ଭାବେ କଥାବାର୍ତ୍ତା କରୁଥିବାବେଳେ ଦାନିଶ୍ କହିଛନ୍ତି ଯେ, “ଏହା ଏକ ଭଲ କଥା। ସମସ୍ତେ ଏଥିରୁ ଉପକୃତ ହେବେ। ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବହୁତ ଭଲ ପଦକ୍ଷେପ ନେଇଛନ୍ତି। ସଂଖ୍ୟାଲଘୁ ଏବଂ ହିନ୍ଦୁମାନଙ୍କ ପାଇଁ ଏହା ବହୁତ ଭଲ।”

ପୂର୍ବତନ କ୍ରିକେଟର ଆହୁରି କହିଛନ୍ତି ଯେ, ଜଣେ ହିନ୍ଦୁ ଏବଂ ସନାତନ ହୋଇଥିବାରୁ ମୋର ସାଥୀମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ମୋର କର୍ତ୍ତବ୍ୟ। ଜଣେ ହିନ୍ଦୁ ହୋଇ ମୋର ପ୍ରଭୁ ହନୁମାନ ଏବଂ ପ୍ରଭୁ ରାମଙ୍କ ସହିତ ଗଭୀର ସମ୍ପର୍କ ଅଛି। ଲୋକମାନେ ଏହାକୁ ଏକ ନକାରାତ୍ମକ ଜିନିଷ ଭାବରେ ଦେଖିବା ଉଚିତ୍ ନୁହେଁ। ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଅଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମୁସଲମାନମାନଙ୍କ ବିରୁଦ୍ଧରେ CAA, ଏହି ଆଇନ ଭେଦଭାବପୂର୍ଣ୍ଣ: ଆମେରିକା

ନୂଆଦିଲ୍ଲୀ: ମିଳିତ ଜାତିସଂଘ (ଜାତିସଂଘ) ଏବଂ ଆମେରିକା ଦ୍ଵାରା ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଗତ ମଙ୍ଗଳବାର ଦିନ ମିଳିତ ଜାତିସଂଘ CAA କୁ ଭେଦଭାବପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିବାବେଳେ ଆମେରିକା କହିଛି ଯେ, ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ରଏଟର୍ସ ସହିତ ଏକ ସ୍ଵତନ୍ତ୍ର ବାର୍ତ୍ତାଳାପ ସମୟରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ, ମାର୍ଚ୍ଚ ୧୧ ତାରିଖରେ ଜାରି କରାଯାଇଥିବା CAA ବିଜ୍ଞପ୍ତି ଯୋଗୁଁ ଆମେ ଚିନ୍ତିତ। ସେଠାରେ କିପରି ଏହାକୁ କାର୍ଯ୍ୟକାରୀ କରାଯିବ ସେନେଇ ଆମେ ସମଗ୍ର ବିଷୟକୁ ଗଭୀର ଭାବରେ ବିଶ୍ଳେଷଣ କରୁଛୁ।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଧାର୍ମିକ ସ୍ୱାଧୀନତାକୁ ସମ୍ମାନ ଦେବା ଏବଂ ଆଇନ ଅନୁଯାୟୀ ସମସ୍ତ ସମ୍ପ୍ରଦାୟକୁ ସମାନ ବ୍ୟବହାର କରିବା ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି।

କେବଳ ଏତିକି ନୁହେଁ, ମାନବାଧିକାର କର୍ମୀ ଏବଂ ସେମାନଙ୍କ ସହ ଜଡିତ ସଂଗଠନଗୁଡିକ ମଧ୍ୟ ଭାରତରେ ଲାଗୁ ହୋଇଥିବା CAA ଆଇନ ଦ୍ୱାରା ଟାର୍ଗେଟ ହେଉଛନ୍ତି। ହ୍ୟୁମାନ୍ ରାଇଟ୍ସ ୱାଚ୍ ଏବଂ ଏମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ CAA କୁ ମୁସଲମାନମାନଙ୍କ ପ୍ରତି ଭେଦଭାବ ବୋଲି ଦର୍ଶାଇଛି।

ପ୍ରକାଶ ଯେ, ବର୍ତ୍ତମାନର ଭାରତ ସରକାର ୨୦୧୯ ରେ ସଂସଦରେ CAA ପ୍ରବର୍ତ୍ତନ କରିଥିଲେ। ଏହି ସମୟରେ ଏହା ସଦନର ଉଭୟ ଗୃହରେ ପାରିତ ହୋଇଥିଲା। ତେବେ ସେହି ସମୟ ମଧ୍ୟରେ ଅନେକ ସ୍ଥାନରେ ହିଂସାତ୍ମକ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ସତ୍ତ୍ୱେ ସରକାର ତାଙ୍କ ନିଷ୍ପତ୍ତି ଉପରେ ଅଡି ରହିଥିଲେ।

ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ CAA ଆଇନ କାର୍ଯ୍ୟକାରୀ ହୋଇପାରେ ବୋଲି ଏକ ସମ୍ଭାବନା ଥିଲା। ତାହା ହିଁ ଘଟିଲା। ଖୁବ ଶୀଘ୍ର ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହାର କିଛି ମାସ ପୂର୍ବରୁ, ମାର୍ଚ୍ଚ ୧୧ ତାରିଖରେ କେନ୍ଦ୍ର ସରକାର ଏହି ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ।

ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ, ଭାରତର ପଡୋଶୀ ଦେଶ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଛାଡି ହିନ୍ଦୁ ଏବଂ ଶିଖ ସମେତ ଅନ୍ୟ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ନାଗରିକତା ସଂଶୋଧନ ଅଧିନିୟମ ସମ୍ବନ୍ଧୀୟ ବଡ ଅପଡେଟ, ଆଜି ରାତିରୁ କାର୍ଯ୍ୟକାରୀ ହୋଇପାରେ ଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୀଘ୍ର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ୨୦୧୯ ର ଆଇନ ଲାଗୁ କରିବାକୁ ଯାଉଛନ୍ତି। ଉତ୍ସରୁ ମିଳିଥିବା ସୂଚନା ଅନୁଯାୟୀ, CAA ନିୟମ ଆଜିଠାରୁ ଅର୍ଥାତ୍ ସୋମବାର ରାତିରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହା ଏକ ବଡ ପଦକ୍ଷେପ ହେବ।

ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ଗୃହ ମନ୍ତ୍ରଣାଳୟ ଆଜି ଯେକୌଣସି ସମୟରେ CAA ଆଇନକୁ ବିଜ୍ଞପ୍ତି କରିପାରେ। CAA ନିୟମ ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶରୁ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାରତୀୟ ନାଗରିକତା ଆବେଦନ ନିଶ୍ଚିତ କରିବ। ଏଥିପାଇଁ କିଛି ସମୟ ପୂର୍ବରୁ ସରକାର ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛନ୍ତି। ପଡୋଶୀ ଦେଶରୁ ଆସୁଥିବା ଯୋଗ୍ୟ ପ୍ରବାସୀମାନଙ୍କୁ କେବଳ ପୋର୍ଟାଲରେ ଅନଲାଇନ୍ ଆବେଦନ କରିବାକୁ ପଡିବ ଏବଂ ଗୃହ ମନ୍ତ୍ରଣାଳୟ ଏହାକୁ ଯାଞ୍ଚ କରିବେ ଏବଂ ନାଗରିକତ୍ୱ ପ୍ରଦାନ କରିବେ।

CAA ନିୟମ ଅନୁଯାୟୀ, ନାଗରିକତ୍ୱ ପ୍ରଦାନ କରିବାର ଶକ୍ତି ସମ୍ପୂର୍ଣ୍ଣ କେନ୍ଦ୍ରରେ ରହିବ। CAA ନିୟମ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶରୁ ଆସିଥିବା ୬ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଏବଂ ପାରସୀ) ମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ସୂଚନାନୁସାରେ, ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ବିସ୍ଥାପିତ ସଂଖ୍ୟାଲଘୁଙ୍କୁ କୌଣସି ଦଲିଲ ପ୍ରଦାନ କରିବାକୁ ପଡିବ ନାହିଁ।

ପ୍ରକାଶ ଯେ, ସଂସଦ ସଂପୃକ୍ତ ବିଲ୍ କୁ ଡିସେମ୍ବର ୨୦୧୯ ରେ ଅନୁମୋଦନ କରିଥିଲା ​​ଏବଂ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଦେଶର କେତେକ ଅଞ୍ଚଳରେ ଏହା ବିରୋଧରେ ବଡ଼ ଧରଣର ପ୍ରଦର୍ଶନ କରାଯାଇଥିଲା। CAA ବିଷୟରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ଏହି କାରଣରୁ, ସରକାର ଆଇନ ଲାଗୁ କରିବାରେ ବିଳମ୍ବ କରିଥିଲେ, କିନ୍ତୁ ବର୍ତ୍ତମାନ ଗୃହ ମନ୍ତ୍ରାଳୟ CAA ନିୟମର ବିଜ୍ଞପ୍ତି ପ୍ରକାଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଆଜି ଏହି ପ୍ରସିଦ୍ଧ ଅଭିନତାଙ୍କ ଜନ୍ମଦିନ: ସିଏଏ କୁ ବିରୋଧ କରି ଶୋ’ ରୁ ହେଇଥିଲେ ବାହାର

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଜଣେ କଳାକାରଙ୍କ ସହିତ ପରିଚିତ କରିବାକୁ ଯାଉଛୁ ଯିଏ ତାଙ୍କର ବୈପ୍ଳବିକ ସ୍ୱଭାବ ପାଇଁ ଜଣାଶୁଣା। ଛୋଟ ପରଦାରୁ ବଡ ପରଦାରେ ନିଜର ଅଭିନୟ ଶକ୍ତି ପ୍ରମାଣ କରିଥିବା ଏହି ଅଭିନେତା ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି।

ସେ ‘ସତ୍ୟା’ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଟିଭି ଶୋ ’ସାବଧାନ୍ ଇଣ୍ଡିଆ’ ପରିଚାଳନା କରି ଲୋକଙ୍କ ହୃଦୟକୁ ଜିତିଥିଲେ। ଆମେ ଏଠାରେ ଅଭିନେତା ସୁଶାନ୍ତ ସିଂଙ୍କ ବିଷୟରେ କହୁଛୁ। ଆଜି ଅଭିନେତା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତେଣୁ, ତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ, ଆସନ୍ତୁ ତାଙ୍କ ସହ ଜଡିତ କିଛି ଅଜଣା କାହାଣୀ ଜାଣିବା…

CAA କୁ ବିରୋଧ କରିବା ମହଙ୍ଗା ପଡିଲା:

ଚଳଚ୍ଚିତ୍ର ବ୍ୟତୀତ ସୁଶାନ୍ତ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। କିନ୍ତୁ ସେ ଟିଭି ସୋ ‘ସାବଧାନ୍ ଇଣ୍ଡିଆ’ ମାଧ୍ୟମରେ ତାଙ୍କର ପ୍ରକୃତ ପରିଚୟ ମିଳିଥିଲା। ଏହି ଶୋ ସୁଶାନ୍ତଙ୍କ କ୍ୟାରିଅରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା। ଏହି ଶୋ ସହିତ ସେ ପ୍ରତ୍ୟେକ ଘରେ ପରିଚିତ ହୋଇଥିଲେ। ଗୋଟିଏ ଦିନ ଆସିଲା, ଯାହା ତାଙ୍କ କ୍ୟାରିଅର୍ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ତାଙ୍କୁ ରାତା-ରାତି ଶୋ’ରୁ ବାହାର କରି ଦିଆଯାଇଥିଲା। ଏହା ହେଉଛି ୨୦୧୯ ର କାହାଣୀ, ଯେତେବେଳେ ଅଭିନେତା ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କୁ ବିରୋଧ କରିଥିଲେ। ଯେଉଁ ଦିନ ସେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେହି ଦିନ ତାଙ୍କୁ ସୋ’ରୁ ବାହାରିବା ପାଇଁ ଏକ ନୋଟିସ ପଠାଯାଇଥିଲା।

ଯେତେବେଳେ ସୁଶାନ୍ତଙ୍କୁ ଏ ବିଷୟରେ ପଚରାଗଲା, ସେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୁଁ ବିରୋଧକୁ ଯାଇଥିଲି ଏବଂ ସେହି ଦିନ ରାତିରେ ମୋତେ ଏକ ବାର୍ତ୍ତା ମିଳିଥିଲା ​​ଯେ ଆଜି ସୋ’ରେ ମୋର ଶେଷ ଦିନ ହେବ। ଏହା ଏକ ସୁଚିନ୍ତିତ ଯୋଜନା ହୋଇପାରେ।

ପ୍ରକାଶ ଯେ, ସୁଶାନ୍ତ ତାଙ୍କର ଦୀର୍ଘ କ୍ୟାରିଅରରେ ‘କୌନ’, ‘ଜୋସ୍’, ‘ଜଙ୍ଗଲି’, ‘ଡରନା ମନା ହୈ’, ‘ଲକ୍ଷ୍ୟ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ସହିତ ଲୋକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ଅଜୟ ଦେବଗନଙ୍କ ଫିଲ୍ମ ‘ଦି ଲିଜେଣ୍ଡ ଅଫ୍ ଭଗତ ସିଂ’ରେ ତାଙ୍କର ଅଭିନୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ସୁଶାନ୍ତ ଜଣେ ମହାନ ବିପ୍ଳବୀ ‘ସୁଖଦେବ’ଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଥିବା ସୁଶାନ୍ତ ଟିଭି ଇଣ୍ଡଷ୍ଟ୍ରିର ଅନ୍ଧକାର ସତ୍ୟକୁ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏଠାରେ ପିଲାମାନେ ବେଆଇନ ଭାବେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସିରିଏଲ ସୁଟିଂ ପାଇଁ ପିଲାମାନଙ୍କର ପରୀକ୍ଷାରୁ ଦୂରେଇ ଦିଆଯାଏ। ୧୮-୨୦ ଘଣ୍ଟା ପାଇଁ କାମ କରାଯାଇଥାଏ, ଯେତେବେଳେ କି ଚୁକ୍ତିରେ ଲେଖା ହୋଇଛି ଯେ, ଆପଣ ୫ ଘଣ୍ଟାରୁ ଅଧିକ ସମୟ କାମ କରି ପାରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

CAA ଲାଗୁ ହେବା ପରେ ୟୁପିରେ ବିଗିଡିବ ନାହିଁ ଆଇନ ଶୃଙ୍ଖଳା: ଡିଜିପି

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ CAA ର ବିଜ୍ଞପ୍ତି ଜାରି କରାଯିବ ବୋଲି ଗୃହମନ୍ତ୍ରୀ କହିଥିଲେ। ଏହା ପରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ପୋଲିସ ପ୍ରସ୍ତୁତ ଅଛି। CAA ଆଇନ କାର୍ଯ୍ୟକାରୀ ହେବା ପରେ, ଆଇନ ଶୃଙ୍ଖଳା ସହିତ କେହି ଖେଳିବାକୁ ସମର୍ଥ ହେବେ ନାହିଁ।

ଡିଜିପି ପ୍ରଶାନ୍ତ କୁମାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ଵ ଅଟେ ଏବଂ ଆମେ କାହାକୁ ଶାନ୍ତି ଓ ଶୃଙ୍ଖଳା ଭାଙ୍ଗିବାକୁ ସୁଯୋଗ ଦେବୁ ନାହିଁ। ସେ କହିଛନ୍ତି ଯେ, ଯଦି ଆମର ଡାଟା ସଂରକ୍ଷଣର ପଦ୍ଧତି ଅଛି, ତାହେଲେ ଆମ ପାଖରେ ମଧ୍ୟ ଉଲାଠି ଅଛି। ତେଣୁ ଆମେ କାହାକୁ ଏପରି କାର୍ଯ୍ୟ କରିବାକୁ ଦେବୁ ନାହିଁ, ଯାହା ଏଠାରେ ବିନିଯୋଗ ପରିବେଶକୁ ନଷ୍ଟ କରିଦେବ, ଯାହା ଏଠାରେ ଘଟୁଛି ଏକ ଭଲ ଘଟଣା। ନିବେଶକମାନେ ଆସୁଛନ୍ତି। ବାହାରେ ଯେପରି କେହି ପରିବେଶକୁ ନଷ୍ଟ କରନ୍ତି ନାହିଁ।

ସେ କହିଛନ୍ତି ଯେ, ଯଦି କକୌଣସି ବ୍ୟକ୍ତି ଏହି ପରିବେଶକୁ ବିଘ୍ନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ, ଲୋକଙ୍କ ସହ ନିରନ୍ତର କଥାବାର୍ତ୍ତା ଚାଲିଛି ଯେଉଁଥିରେ ଧାର୍ମିକ ଗୁରୁମାନେ ମଧ୍ୟ ଜଡିତ ଅଛନ୍ତି। ଡିଜିପି କହିଛନ୍ତି ଯେ, ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବାହାର ଦେଶରୁ ଆସିଛନ୍ତି ଏବଂ ସେମାନେ ନାଗରିକତ୍ୱ ପାଇବାକୁ ଯୋଗ୍ୟ ଅଟନ୍ତି। ଏଠାରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତିଙ୍କର ନାଗରିକତା ହରାଇବାର ପ୍ରଶ୍ନ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ସାରାଦେଶରେ ଲାଗୁ ହେବ ସିଏଏ: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ଅମିତ ଶାହା କହିଛନ୍ତି। ଅମିତ ଶାହ କହିଛନ୍ତି ଯେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସିଏଏ କୌଣସି ବ୍ୟକ୍ତିଙ୍କ ନାଗରିକତା ଛଡ଼ାଇ ନେବ ନାହିଁ। ବିରୋଧୀମାନେ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏ ଲାଗୁ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଗତ ଡିସେମ୍ବର ମାସରେ ବେଙ୍ଗଲ ଗସ୍ତ ସମୟରେ ଶାହା ଦାବି କରିଥିଲେ ଯେ ସିଏଏ ର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଆମେ ଧାରା ୩୭୦ (ସମ୍ବିଧାନର ଯାହା ତତ୍କାଳୀନ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲା) ଉଚ୍ଛେଦ କରିଛୁ, ତେଣୁ ଆମେ ନିଶ୍ଚିତ ଯେ ଦେଶର ଜନତା ୩୭୦ ଆସନରେ ବିଜେପି ଏବଂ ୪୦୦ରୁ ଅଧିକ ଆସନରେ ଏନଡିଏକୁ ବିଜୟୀ କରାଇ ଆଶୀର୍ବାଦ ଦେବେ। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତୁଷ୍ଟୀକରଣ ରାଜନୀତି ଏବଂ ଆଇନ ଶୃଙ୍ଖଳା କାରଣରୁ ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦିଆଯାଇନଥିଲା।

ଶାହା କହିଛନ୍ତି ଯେ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ କୌଣସି ସନ୍ଦେହ ନାହିଁ ଏବଂ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଅନୁଭବ କରିଛନ୍ତି ଯେ ସେମାନଙ୍କୁ ପୁଣିଥରେ ବିରୋଧୀ ଦଳରେ ବସିବାକୁ ପଡ଼ିବ। ଶାହ କହିଛନ୍ତି ଯେ ୨୦୨୪ ନିର୍ବାଚନ ଏନଡିଏ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ନୁହେଁ, ବରଂ ବିକାଶ ଏବଂ କେବଳ ସ୍ଲୋଗାନ ଦେଇଥିବା ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ନେହେରୁ-ଗାନ୍ଧୀ ବଂଶଧରଙ୍କର ଏଭଳି ଯାତ୍ରା କରିବାର କୌଣସି ଅଧିକାର ନାହିଁ କାରଣ ୧୯୪୭ରେ ଦେଶ ବିଭାଜନ ପାଇଁ ତାଙ୍କ ଦଳ ଦାୟୀ ଥିଲା।

Categories
ଜାତୀୟ ଖବର ବିଶେଷ ଖବର

ସିଏଏ ନିୟମ ପ୍ରସ୍ତୁତ: ନାଗରିକତା ପାଇଁ ଅନଲାଇନ ଆବେଦନ

ନୂଆଦିଲ୍ଲୀ: ୪ ବର୍ଷ ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିଏଏକୁ କାର୍ଯ୍ୟକାରୀ କରିବା ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଛି। ଏହାର ବିଜ୍ଞପ୍ତି ଯେ କୌଣସି ସମୟରେ ଜାରି ହୋଇପାରେ।

ଏହି ଆଇନ ଏକାଥରକେ ସମଗ୍ର ଦେଶରେ ଲାଗୁ ହେବ। ନାଗରିକତା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଏହାଦ୍ୱାରା ପାଖାପାଖି ୯୦ ହଜାର ପରିବାର ପାଇଁ ନାଗରିକତାର ଦ୍ୱାର ଖୋଲିବ। ସିଏଏରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ନିର୍ଯାତିତ ଧାର୍ମିକ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନଙ୍କୁ ନାଗରିକତା ପ୍ରଦାନ କରାଯିବ।

୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଗସ୍ତରେ ଆସିଥିବା ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ତେବେ ନିୟମ ପ୍ରଣୟନରେ ବିଳମ୍ବ ହେଉଥିବାରୁ ଏହି ସମୟସୀମାରେ ପରିବର୍ତ୍ତନ କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବ ଗୃହ ମନ୍ତ୍ରାଳୟର ବୈଦେଶିକ ବିଭାଗ

ମିଳିଥିବା ସୂଚନା ଅନୁଯାୟୀ, ନୂଆ ସିଏଏ ଆଇନ ନାଗରିକତା ପ୍ରମାଣପତ୍ର ଦେବା ପାଇଁ ସକ୍ଷମ କର୍ତ୍ତୃପକ୍ଷ (ଦକ୍ଷ କର୍ତ୍ତୃପକ୍ଷ) ଗଠନ କରିବ ନାହିଁ। କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଗୃହ ମନ୍ତ୍ରାଳୟର ଫରେନର୍ସ ଡିଭିଜନ କରିବ। ରାଜ୍ୟ ଓ ଜିଲ୍ଲା ସ୍ତରରେ ପୃଥକ କର୍ତ୍ତୃପକ୍ଷ ଗଠନ କରାଯିବ।

ନାଗରିକତା ତ୍ୟାଗ ପ୍ରମାଣପତ୍ର ଆବଶ୍ୟକ ନାହିଁ

ପାକିସ୍ତାନର ଲୋକଙ୍କୁ ପାକିସ୍ତାନ ହାଇ କମିଶନଙ୍କଠାରୁ ନାଗରିକତା ତ୍ୟାଗ ପ୍ରମାଣପତ୍ର ଆଣିବାକୁ ପଡ଼ୁଥିଲା। ଏବେ ସରକାର ଏହାର ଆବଶ୍ୟକତାକୁ ଶେଷ କରିବାକୁ ବିଚାର କରୁଛନ୍ତି।

ଆବେଦନର ଯାଞ୍ଚ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ

ନାଗରିକତା ପାଇଁ ଆବେଦନଉପରେ ଏକ କେନ୍ଦ୍ରୀକୃତ ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟା କରାଯିବ। ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ସମୟବଦ୍ଧ ହେବ।

କାଗଜପତ୍ରର ଅନଲାଇନ ଯାଞ୍ଚ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ମଞ୍ଜୁରି ପରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯିବ। ପୂରା ପ୍ରକ୍ରିୟା ପାସପୋର୍ଟ ଜାରି କରିବା ଭଳି ହେବ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାଗରିକତା ପାଇବାକୁ ଚାହୁଁଥିବା ଲୋକଙ୍କୁ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ମୋବାଇଲ ଆପରେ ଉପଲବ୍ଧ କରାଇବାର ଚିନ୍ତାଧାରା।

ନାଗରିକତା ପାଇବା ପାଇଁ ଲୋକଙ୍କୁ ଆବେଦନରେ ଭାରତ ଆସିବାର ବର୍ଷ ଘୋଷଣା କରିବାକୁ ପଡ଼ିବ। ଏହି ସୂଚନା ଆଧାରରେ ତଦନ୍ତକାରୀ ଏଜେନ୍ସି ତଥ୍ୟ ଯାଞ୍ଚ କରିବେ।

Categories
ଜାତୀୟ ଖବର ବିଶେଷ ଖବର

୭ ଦିନ ମଧ୍ୟରେ ସାରା ଭାରତରେ ଲାଗୁ ହେବ ସିଏଏ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ‘ଗ୍ୟାରେଣ୍ଟି’

ନୂଆଦିଲ୍ଲୀ: ଆସନ୍ତା ୭ ଦିନ ମଧ୍ୟରେ ସମଗ୍ର ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରିଛନ୍ତି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର କାକଦ୍ୱୀପରେ ଏକ ଜନସମାବେଶକୁ ସମ୍ବୋଧିତ କରି ଠାକୁର ବଙ୍ଗଳାଭାଷାରେ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଇପାରିବି ଯେ ଆଗାମୀ ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ସମଗ୍ର ଭାରତରେ ସିଏଏ ଲାଗୁ ହେବ।

ବଙ୍ଗଳାର ବନଗାଓଁରୁ ବିଜେପିର ଲୋକସଭା ସାଂସଦ ଶାନ୍ତନୁ ଠାକୁର ତାଙ୍କ ସିଏଏ ବୟାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ଦୋହରାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ଅମିତ ଶାହା କହିଥିଲେ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିଏଏ ଲାଗୁ କରିବେ ଏବଂ ଏହାକୁ କେହି ରୋକିପାରିବେ ନାହିଁ। ସିଏଏକୁ ତୀବ୍ର ବିରୋଧ କରୁଥିବା ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

କୋଲକାତାର ପ୍ରସିଦ୍ଧ ଏସପ୍ଲାନେଡରେ ଏକ ବିଶାଳ ରାଲିରେ ଭାଷଣ ଦେଇ ଅମିତ ଶାହା ଅନୁପ୍ରବେଶ, ଦୁର୍ନୀତି, ରାଜନୈତିକ ହିଂସା ଏବଂ ତୁଷ୍ଟୀକରଣ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ବିରୋଧରେ ତୀବ୍ର ସମାଲୋଚନା କରିଥିଲେ ଏବଂ ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ତାଙ୍କ ସରକାରକୁ ହଟାଇ ବିଜେପିକୁ ନିର୍ବାଚିତ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ଏଥିସହିତ ହିତାଧିକାରୀଙ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ସେ କହିଥିଲେ ଯେ ନାଗରିକତା ପାଇବାର ଅଧିକାର ଅନ୍ୟମାନଙ୍କ ଭଳି ସେମାନଙ୍କର ମଧ୍ୟ ରହିଛି। ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଏବଂ ୨୦୧୯ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ସିଏଏ ସମଗ୍ର ଭାରତରେ ବ୍ୟାପକ ବିକ୍ଷୋଭ ଏବଂ ଏହା ବିରୋଧରେ ବିରୋଧୀଙ୍କ ଦୃଢ଼ ଆଭିମୁଖ୍ୟରେ ଅଗ୍ରଣୀ ରହିଛି।

ଜଣେ ଅଧିକାରୀଙ୍କ ବୟାନ ଅନୁସାରେ ସିଏଏ ନିୟମ କେନ୍ଦ୍ର ସହିତ ପ୍ରସ୍ତୁତ ଅଛି ଏବଂ ଲୋକସଭା ନିର୍ବାଚନ ଘୋଷଣାର ବହୁତ ପୂର୍ବରୁ ଏହା ବିଜ୍ଞପ୍ତି ପ୍ରକାଶ ପାଇବ। ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ସିଏଏ ପାଇଁ ଅନଲାଇନ୍ ପୋର୍ଟାଲ ମଧ୍ୟ ଅଛି ଏବଂ ସମଗ୍ର ପ୍ରକ୍ରିୟା ଡିଜିଟାଲ ହେବ।

ଆବେଦନକାରୀଙ୍କୁ ବିନା ଟ୍ରାଭେଲ କାଗଜପତ୍ରରେ ଭାରତରେ ପ୍ରବେଶ କରିଥିବା ବର୍ଷ ଘୋଷଣା କରିବାକୁ ପଡ଼ିବ। ଆବେଦନକାରୀଙ୍କ ଠାରୁ କୌଣସି ଦସ୍ତାବିଜ ମଗାଯିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ସିଏଏ ବିରୋଧରେ ବଙ୍ଗଳାରେ ଏକ ସଂକଳ୍ପ ପାରିତ ହୋଇଥିଲା

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାର ୨୦୨୦ରେ ସିଏଏ ବିରୋଧରେ ଏକ ସଂକଳ୍ପ ପାରିତ କରିଥିଲେ। ପଶ୍ଚିମବଙ୍ଗ ଚତୁର୍ଥ ରାଜ୍ୟ ଭାବେ ଏଭଳି ପ୍ରସ୍ତାବ ଆଣିଛି। ସେତେବେଳେ ମମତା ବାନାର୍ଜୀ କହିଥିଲେ, ଆମେ ବଙ୍ଗଳାରେ ସିଏଏ, ଏନପିଆର ଏବଂ ଏନଆରସି ଲାଗୁ ହେବାକୁ ଦେବୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ବିବାଦରେ ସ୍ୱରା ଭାସ୍କରଙ୍କ ବିବାହ: ବେଆଇନ ବୋଲି କହିଲେ ମୌଲାନା ଶାହାବୁଦ୍ଦିନ ରଜଭି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଫହଦ ଅହମ୍ମଦଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଛନ୍ତି। କିନ୍ତୁ ସ୍ୱରା ଏବଂ ଫହଦ୍ ଙ୍କ ବିବାହ ଏବେ ବିବାଦ ଘେରକୁ ଆସିଛି। ବିଶ୍ୱ ପ୍ରସିଦ୍ଧ ଦରାଗାହ ଆଲା ହଜରତ ସହିତ ଜଡିତ ଏକ ସଂଗଠନର ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ବରେଲଭି ଏହି ବିବାହକୁ ବେଆଇନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଇସଲାମକୁ ଗ୍ରହଣ ନକରି ସ୍ୱରା ଭାସ୍କର ଫହଦ ଅହମ୍ମଦଙ୍କୁ ବିବାହ କରିପାରିବେ ନାହିଁ। ସେ କହିଛନ୍ତି ଯେ, ଶରିୟତରେ ଜଣେ ଅଣ-ମୁସଲମାନ ସହିତ ବିବାହ ବେଆଇନ ଅଟେ। ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ବରେଲଭି କହିଛନ୍ତି ଯେ, ଇସଲାମରେ ଏହି ପ୍ରକାର ବିବାହ ବୈଧ ନୁହେଁ। ବରେଲିରେ ସ୍ୱରାଙ୍କ ଶାଶୁ ବହେଡିରେ ସ୍ଥାନୀୟ ଲୋକମାନେ ବହୁତ ଖୁସି ଅଛନ୍ତି। ଯଦିଓ ପରିବାରର ସମସ୍ତ ସଦସ୍ୟ ଏହି ସମୟରେ ଦିଲ୍ଲୀ ଯାଇଛନ୍ତି।

ସ୍ୱରା ଭାସ୍କର ଫହଦ ଅହମ୍ମଦଙ୍କ ସହ କୋର୍ଟ ବିବାହ କରିଛନ୍ତି। ଫହଦ୍ ୟୁପିର ବରେଲି ଜିଲ୍ଲାର ବହେଡି ବାସିନ୍ଦା ଏବଂ ତାଙ୍କ ପରିବାର ଏପର୍ଯ୍ୟନ୍ତ ଏଠାରେ ରୁହନ୍ତି। ସ୍ୱରା ଭାସ୍କର ବଲିଉଡ ଜଗତରେ ଏକ ବଡ ନାମ। ସ୍ୱରା ଭାସ୍କରଙ୍କ ଅନେକ ଚଳଚ୍ଚିତ୍ର ବଲିଉଡରେ ହିଟ୍ ହୋଇପାରିଛି।

CAA ଏବଂ NRC ବିରୋଧ ସମୟରେ ୨୦୧୯ ରେ ସମାଜବାଦୀ ପାର୍ଟି ୟୁଥ୍ ବ୍ରିଗେଡ୍ର ମହାରାଷ୍ଟ୍ର ସଭାପତି ଫହଦ୍ ଅହମ୍ମଦଙ୍କୁ ସାକ୍ଷାତ କରିଥିଲେ ସ୍ୱରା ଭାସ୍କର। ସେହି ସମୟ ମଧ୍ୟରେ ଫହଦ ଅହମ୍ମଦଙ୍କ ଭାଷଣ ଶୁଣିବା ପରେ ସ୍ୱରା ଭାସ୍କରଙ୍କ ହୃଦୟ ତାଙ୍କ ଉପରେ ପଡ଼ିଲା। ଏହା ପରେ ସ୍ୱରା ଭାସ୍କର ଜାନୁଆରୀ ୫ ତାରିଖରେ ବିବାହ କରିଥିଲେ। ସ୍ୱରା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘ ଅଧିକାରୀଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା କରିବେ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବାମୀ । ଏହା ସହିତ ସମାନ ଟ୍ବିଟ୍‌ରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହିତ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଡିଏଙ୍ଗକୁ ମିଳୁଥିବା ଖବରର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଡିଏଙ୍ଗ ଭାରତର ପ୍ରୟାସକୁ ସମାଲୋଚନା କରିବା ସହିତ ସ୍ବାମୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ସ୍ବାମୀ ଏହାକୁ ଖଣ୍ଡନ କରିବା ସହିତ ସେ ସଂସଦରେ କିମ୍ବା ସଂସଦ ବାହାରେ କୌଣସି ସମ୍ପ୍ରଦାୟ ବିରୋଧୀ ବୟାନ ଦେଇନାହାନ୍ତି ବୋଲି ସ୍ବାମୀ ମତ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟଙ୍କ ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଯୋଗୀ ସରକାର

ନୂଆଦିଲ୍ଲୀ : ପୋଷ୍ଟର ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ସିଏଏ ବିରୋଧୀ ହିଂସାକାରୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ଯୋଗୀ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ 12 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସିଏଏ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣାର ପୋଷ୍ଟର ମରାଯାଇଥିଲା । ସୋମବାର ଦିନ ଏହା ବିରୋଧରେ ହାଇକୋର୍ଟଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବୁଧବାର ଯୋଗୀ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ଆବେଦନ କରାଯାଇଥିଲେ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସିଏଏ ବିରୋଧରେ ଯାଚିକା ଦାଖଲ କଲେ ଜାତିସଂଘ ମାନବାଧିକାର ସେଲ୍‌ ମୁଖ୍ୟ

ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରାଯାଇଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଛି । ଜେନେଭାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଜରିଆରେ ମାନବାଧିକାର କମିଶନ ପକ୍ଷରୁ ଯାଚିକା ଦାଖଲ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାତିସଂଘର ମାନବାଧିକାର ସେଲ୍‌ ଉଚ୍ଚାୟୁକ୍ତ ମିସେଲ୍ ବାରେଟ୍‌ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏହି ଯାଚିକା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହା ଭାରତର ଅନ୍ତରୀଣ ମାମଲା ଏବଂ କୌଣସି ବୈଦେଶିକ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମତ ରଖିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ଗୁଳିଚାଳନାକାରୀ ଶାହରୁଖ୍‌ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ 24 ତାରିଖରେ ଶାହରୁଖ 8 ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । 47ଟି ହତ୍ୟା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)