Categories
ଆଜିର ଖବର ଜାତୀୟ ଖବର

CAA ଲାଗୁ ହେବା ପରେ ୟୁପିରେ ବିଗିଡିବ ନାହିଁ ଆଇନ ଶୃଙ୍ଖଳା: ଡିଜିପି

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ CAA ର ବିଜ୍ଞପ୍ତି ଜାରି କରାଯିବ ବୋଲି ଗୃହମନ୍ତ୍ରୀ କହିଥିଲେ। ଏହା ପରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ପୋଲିସ ପ୍ରସ୍ତୁତ ଅଛି। CAA ଆଇନ କାର୍ଯ୍ୟକାରୀ ହେବା ପରେ, ଆଇନ ଶୃଙ୍ଖଳା ସହିତ କେହି ଖେଳିବାକୁ ସମର୍ଥ ହେବେ ନାହିଁ।

ଡିଜିପି ପ୍ରଶାନ୍ତ କୁମାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ଵ ଅଟେ ଏବଂ ଆମେ କାହାକୁ ଶାନ୍ତି ଓ ଶୃଙ୍ଖଳା ଭାଙ୍ଗିବାକୁ ସୁଯୋଗ ଦେବୁ ନାହିଁ। ସେ କହିଛନ୍ତି ଯେ, ଯଦି ଆମର ଡାଟା ସଂରକ୍ଷଣର ପଦ୍ଧତି ଅଛି, ତାହେଲେ ଆମ ପାଖରେ ମଧ୍ୟ ଉଲାଠି ଅଛି। ତେଣୁ ଆମେ କାହାକୁ ଏପରି କାର୍ଯ୍ୟ କରିବାକୁ ଦେବୁ ନାହିଁ, ଯାହା ଏଠାରେ ବିନିଯୋଗ ପରିବେଶକୁ ନଷ୍ଟ କରିଦେବ, ଯାହା ଏଠାରେ ଘଟୁଛି ଏକ ଭଲ ଘଟଣା। ନିବେଶକମାନେ ଆସୁଛନ୍ତି। ବାହାରେ ଯେପରି କେହି ପରିବେଶକୁ ନଷ୍ଟ କରନ୍ତି ନାହିଁ।

ସେ କହିଛନ୍ତି ଯେ, ଯଦି କକୌଣସି ବ୍ୟକ୍ତି ଏହି ପରିବେଶକୁ ବିଘ୍ନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ, ଲୋକଙ୍କ ସହ ନିରନ୍ତର କଥାବାର୍ତ୍ତା ଚାଲିଛି ଯେଉଁଥିରେ ଧାର୍ମିକ ଗୁରୁମାନେ ମଧ୍ୟ ଜଡିତ ଅଛନ୍ତି। ଡିଜିପି କହିଛନ୍ତି ଯେ, ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବାହାର ଦେଶରୁ ଆସିଛନ୍ତି ଏବଂ ସେମାନେ ନାଗରିକତ୍ୱ ପାଇବାକୁ ଯୋଗ୍ୟ ଅଟନ୍ତି। ଏଠାରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତିଙ୍କର ନାଗରିକତା ହରାଇବାର ପ୍ରଶ୍ନ ନାହିଁ।