Categories
ଆଜିର ଖବର ଜାତୀୟ ଖବର

CAA ଲାଗୁ ହେବା ପରେ ୟୁପିରେ ବିଗିଡିବ ନାହିଁ ଆଇନ ଶୃଙ୍ଖଳା: ଡିଜିପି

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ CAA ର ବିଜ୍ଞପ୍ତି ଜାରି କରାଯିବ ବୋଲି ଗୃହମନ୍ତ୍ରୀ କହିଥିଲେ। ଏହା ପରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ପୋଲିସ ପ୍ରସ୍ତୁତ ଅଛି। CAA ଆଇନ କାର୍ଯ୍ୟକାରୀ ହେବା ପରେ, ଆଇନ ଶୃଙ୍ଖଳା ସହିତ କେହି ଖେଳିବାକୁ ସମର୍ଥ ହେବେ ନାହିଁ।

ଡିଜିପି ପ୍ରଶାନ୍ତ କୁମାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ଵ ଅଟେ ଏବଂ ଆମେ କାହାକୁ ଶାନ୍ତି ଓ ଶୃଙ୍ଖଳା ଭାଙ୍ଗିବାକୁ ସୁଯୋଗ ଦେବୁ ନାହିଁ। ସେ କହିଛନ୍ତି ଯେ, ଯଦି ଆମର ଡାଟା ସଂରକ୍ଷଣର ପଦ୍ଧତି ଅଛି, ତାହେଲେ ଆମ ପାଖରେ ମଧ୍ୟ ଉଲାଠି ଅଛି। ତେଣୁ ଆମେ କାହାକୁ ଏପରି କାର୍ଯ୍ୟ କରିବାକୁ ଦେବୁ ନାହିଁ, ଯାହା ଏଠାରେ ବିନିଯୋଗ ପରିବେଶକୁ ନଷ୍ଟ କରିଦେବ, ଯାହା ଏଠାରେ ଘଟୁଛି ଏକ ଭଲ ଘଟଣା। ନିବେଶକମାନେ ଆସୁଛନ୍ତି। ବାହାରେ ଯେପରି କେହି ପରିବେଶକୁ ନଷ୍ଟ କରନ୍ତି ନାହିଁ।

ସେ କହିଛନ୍ତି ଯେ, ଯଦି କକୌଣସି ବ୍ୟକ୍ତି ଏହି ପରିବେଶକୁ ବିଘ୍ନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ, ଲୋକଙ୍କ ସହ ନିରନ୍ତର କଥାବାର୍ତ୍ତା ଚାଲିଛି ଯେଉଁଥିରେ ଧାର୍ମିକ ଗୁରୁମାନେ ମଧ୍ୟ ଜଡିତ ଅଛନ୍ତି। ଡିଜିପି କହିଛନ୍ତି ଯେ, ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବାହାର ଦେଶରୁ ଆସିଛନ୍ତି ଏବଂ ସେମାନେ ନାଗରିକତ୍ୱ ପାଇବାକୁ ଯୋଗ୍ୟ ଅଟନ୍ତି। ଏଠାରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତିଙ୍କର ନାଗରିକତା ହରାଇବାର ପ୍ରଶ୍ନ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୩୧ରେ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ, ସରକାର ଦେଲେ ଅନୁମତି

ଭୁବନେଶ୍ୱର: ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୩୧ ରେ ସେ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଆସନ୍ତା ଡିସେମ୍ବର ୩୧ରେ ତାଙ୍କ ଡିଜିପି କାର୍ଯ୍ୟକାଳକୁ ଦୁଇବର୍ଷ ପୂରିବ।କାର୍ଯ୍ୟକାଳ ପୂରିବା ପରେ ସେ ଅବସର ଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଫଳରେ ନୂଆବର୍ଷରେ ନୂଆ ଡିଜିପି ଦାୟିତ୍ୱ ଗ୍ରହଣ କରିବେ। ୧୯୮୭ ବ୍ୟାଚର ଆଇପିଏସ ଶ୍ରୀ ବଂଶଲ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା। ସେ ଦୀର୍ଘ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପରେ ଓଡିଶା ଡିଜିପି କିଏ ହେବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୈତ୍ୟନଗରୀରେ କରୋନା ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କରୋନା ନିୟମ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମାର୍କେଟ ଅଂଚଳରେ ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଗଠନ ହୋଇଛି କୋଭିଡ୍ ଏନଫୋର୍ସମେଣ୍ଟ ଟିମ୍ । ହଟସ୍ପଟ୍ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଦୈତ୍ୟନଗରୀରେ ଅଧିକ 50 ଅଫିସର, 5ପ୍ଲାଟୁନ ଆର୍ମଡ ପୋଲିସ ରହିବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଏଥିପାଇଁ ଭୁବନେଶ୍ବରକୁ ତିନୋଟି ଜୋନରେ ବିଭକ୍ତ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତିଜୋନରେ ଡିସିପି ନେତୃତ୍ୱ ନେବେ ।

Categories
ଆଜିର ଖବର ରାଜ୍ୟ ଖବର

ଥାନା ପାଇଁ ଗାଇଡଲାଇନ୍‌ ଜାରି କଲେ ଡିଜିପି

ଭୁବନେଶ୍ବର : କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଅଭିଯୋଗ ବୁଝିହେବ ସେନେଇ ଗାଇଡଲାଇନ୍‌ ଦେଇଛନ୍ତି ପୋଲିସ୍‌ ଡିଜି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ରହିବ। ସେହିପରି ଜିଲ୍ଲା ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ଟୁଇଟର, ଫେସବୁକ୍‌ରେ ଦିଆଯିବ।

ପ୍ରତିଥାନାର ଲ୍ୟାଣ୍ଡଲାଇନ ନମ୍ବର ବି ସୋସିଆଲ ମିଡିଆରେ ଦିଆଯିବ। ଥାନାକୁ ଫୋନ୍‌ରେ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସ୍‌ପି, ଡିଏସ୍‌ପି। ଲୋକଙ୍କ ଆପତ୍ତି ଶୁଣିବୁ ସବୁ ଥାନାରେ ରିସେପସନ୍‌ କାଉଣ୍ଟର ରହିବ। ଥାନା ମୁଖ୍ୟ କୋଠାଠାରୁ ଛାଡି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ। ରିସେପସନ୍‌ ଏରିଆ ନିୟମିତ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି  ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍‌ପି ଓ ଡଏସ୍‌ପିଙ୍କ ଅଫିସ୍‌ ମେନ ଗେଟ୍‌ରେ ଫୋନ୍‌ ନମ୍ବର ଡିସ୍‌ପ୍ଲେ ଲାଗିବ। ମେନ୍‌ ଗେଟରେ ବାକ୍ସ ରଖାଯିବ, ଲୋକେ ଅଭିଯୋଗ ପକାଇବେ ବୋଲି ସୂଚନା ଦେଇଛନ୍ତି ଡିଜିପି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲା ଗସ୍ତ କଲେ ଡିଜିପି : ପୋଲିସ ସୁରକ୍ଷା ନେଇ ଆଲୋଚନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ରାଜ୍ୟବ୍ୟାପୀ କରୋନା ସଙ୍କଟ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି । ଏହି ଗସ୍ତ ସମୟରେ କରୋନା ମୁକାବିଲାକୁ ନେଇ ପୋଲିସର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜିପି ଏବଂ ଡିଆଇଜି । ଗଞ୍ଜାମ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ସହିତ ଆଲୋଚନା କରିଛନ୍ତି ଉଭୟୂ ଡିଜିପି ଏବଂ ଡିଆଇଜି । ଏହାପରେ ଗିରିସୋଲା ଗେଟରେ ଅନ୍ୟାନ୍ୟ ପୋଲିସ୍‌ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ଗର୍ଭବତୀ ମହିଳା ପୋଲିସଙ୍କୁ କର୍ତ୍ତବ୍ୟରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଖରାରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କୁ ଛତା ଏବଂ ଚଷମା ଯୋଗାଇ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ନିୟମିତ ଭାବରେ ସାମଜିକ ଦୂରତ୍ବକୁ ମାନି କର୍ତ୍ତବ୍ୟ ପାଳନ କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ ।

ତେବେ ଏହି ବୈଠକରେ ପୋଲିସ୍ କର୍ମୀଙ୍କ ପକ୍ଷରୁ ମଧ୍ୟ କିଛି ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ କୌଣସି କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ପ୍ରଦାନ କରାଯାଉନାହିଁ । ପିସିଆର ଭ୍ୟାନ୍‌ ଗୁଡିକୁ ନିୟମିତ ସାନିଟାଇଜ୍‌ କରାଯାଉନାହିଁ । ଏହା ସହିତ ନିୟମିତ ଭାବରେ ସାନିଟାଇଜର୍‌ ପ୍ରଦାନ କରାଯାଉନଥିବା ବେଳେ ଆଲକୋହଲ ଯୁକ୍ତ ସ୍ପିରିଟ୍‌ ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ତିନି ଜିଲ୍ଲାର ସଟ୍‌ ଡାଉନ୍‌ ପରେ ଡିଜିପିଙ୍କ ଅପିଲ୍‌

ଭୁବନେଶ୍ବର : ତିନି ଜିଲ୍ଲାର ଲୋକେ ସଟ୍‌ ଡାଉନ୍‌ ଘୋଷଣା ପରେ ଡିଜିପିଙ୍କ ଅପିଲ୍‌। ଟୁଇଟ୍‌ ଯୋଗେ ଅପିଲ୍‌ କଲେ ପୋଲିସ୍‌ ଡିଜି ଅଭୟ। ତିନି ଜିଲ୍ଲାର ଲୋକେ ସଟ୍‌ ଡାଉନ୍‌ ପାଳନ କରିବାକୁ ଅପିଲ୍‌ କଲେ। ସଟ୍‌ ଡାଉନ୍‌ ଉଲ୍ଲଂଘନ କଲେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଡିଜିପି। ସୂଚନାଯୋଗ୍ୟ, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। 60 ଘଣ୍ଟା ପାଇଁ ଲକ୍‌ ଡାଉନ୍‌ ନିୟମ ଘୋଷଣା କରାଯାଇଛି। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡା ସବୁ ବନ୍ଦ ରହିବ ବୋଲି  ନିର୍ଦ୍ଦେଶ ଦିଆଯାଇଛି। ସଟ୍‌ଡାଉନ୍‌ ବେଳେ  କେହି ବାହାରକୁ ନ ବାହାରିକୁ ତାଗିଦ୍‌ କରାଯାଇଛି। ସରକାରଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଲୁଚାଇବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ କୁହାଯାଇଛି।

Categories
ଆଜିର ଖବର

ସିଏଏ ବିରୋଧୀ ଆନ୍ଦୋଳନ : ଉତ୍ତର ପ୍ରଦେଶରେ 15 ମୃତ, 879 ଗିରଫ

ନୂଆଦିଲ୍ଲୀ, 22/12 : ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ପୋଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯାଇ ପ୍ରାୟ 5 ହଜାର ଲୋକଙ୍କୁ ଅଟକ ରଖିଥିବା ବେଳେ 879 ଜଣଙ୍କୁ ଗିରଫ କରିଛି । ଏହା ସହିତ ସମୁଦାୟ 15 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ନେଇ ଉତ୍ତର ପ୍ରଦେଶ ଡିଜିପି ଓ ପି ସିଂ ପ୍ରକାଶ କରିଛନ୍ତି । ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଘଟି 15 ଜଣ ନିହତ ହୋଇଥିବା ବେଳେ 288 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି । ମୃତକ 15 ଜଣଙ୍କ ମଧ୍ୟରୁ ଅଧିକାଂଶ ଭିଡ ହିଂସାର ଶିକାର ହୋଇଛନ୍ତି ବୋଲି ଡିଜିପି ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଡିଜିପି ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଶର୍ମା

ରାଜ୍ୟ ପୋଲିସ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଅଗ୍ନିଶମ ବିଭାଗର ଡିଜି ଥିବା ବି.କେ.ଶର୍ମା  ୩୩ ବର୍ଷର ଚାକିରି କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ଏହା ପୂର୍ବରୁ ସେ ସୁନ୍ଦରଗଡ଼, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧାରେ ଏସ୍‌ପିଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖୋର୍ଦ୍ଧାରେ ସେ ଦୁଇ ଦୁଇ ଥର ଏସ୍‌ପି ରହିଛନ୍ତି । ଏହା ସହିତ ୨୦୦୮ରୁ ୨୦୧୨ ଯାଏଁ ଏକ ଲମ୍ବା ସମୟ ଧରି କଟକ ଭୁବନେଶ୍ୱର ପୋଲିସ କମିଶନର ଦାୟିତ୍ୱ ତୁଲାଇଛନ୍ତି । ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି ।

Categories
ଆଜିର ଖବର

ଅବସର ନେବାର ୬ ମାସରୁ କମ୍‌ ସମୟ ଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି: ସୁପ୍ରିମ୍‌କୋର୍ଟ

ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ଅବସର ନେବାକୁ ୬ ମାସରୁ କମ୍‌ ସମୟ ଥିବା ଆଇପିଏସ୍‌ ଅଫିସର ଡିଜିପି ହୋଇପାରିବେନି। ଅବସର ନେବା ସମୟ ୬ ମାସରୁ ଅଧିକ ସମୟ ଥିଲେ ଆାଇପିଏସ୍‌ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣୀ କରି ରାୟ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍‌ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ପ୍ରକାଶ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ଗତମାସରେ ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।