Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି
ଆଜିର ଖବର

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
DGP Holds High-Level Review Meeting on Statewide Shutdown
DGP Holds High-Level Review Meeting on Statewide Shutdown

ଭୁବନେଶ୍ଵର: ଆଜି ରାଜନୈତିକ ଦଳ ପକ୍ଷରୁ ଓଡିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସମ୍ଭାବ୍ୟ ବନ୍ଦ ପରିସ୍ଥିତିରେ ଆଇନ-ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଉପରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମସ୍ତ ଥାନା ଅଞ୍ଚଳରୁ ସୂଚନା ସଂଗ୍ରହ କରି ସ୍ଥାନୀୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସମସ୍ତ ଜିଲ୍ଲା ଏସ୍ପିମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ପାଟ୍ରୋଲିଂ ଓ ନାକା ଚେକିଂ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ପ୍ରମୁଖ ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ଏବଂ ଗୁଇନ୍ଦା ସୂଚନାକୁ ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ବନ୍ଦ ସମୟରେ କୌଣସି ପ୍ରକାର ହିଂସା, ଭଙ୍ଗାରୁଜା, ବଳପୂର୍ବକ ଦୋକାନ ବଜାର ବନ୍ଦ କିମ୍ବା ସାଧାରଣ ଯାତାୟାତରେ ବାଧା ସୃଷ୍ଟି ଯେପରି ନହୁଏ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲା ଏସ୍ପି ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଓ ଦୃଢ଼ ଆଇନଗତ ପଦକ୍ଷେପ ନେବା ଦିଗରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳରେ ନିରନ୍ତର ନଜର ରଖିବା ସହ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଥିଲା। ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସମସ୍ତ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଡିଆଇଜିପି (କାର୍ମିକ) ଯୁଗଳ କିଶୋର କୁମାର ବନୋଥ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ମଡ଼କର ସନ୍ଦୀପ ସମ୍ପଦ, ଏସପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା, ଏଆଇଜିପି( ଆଇନ ଓ ଶୃଙ୍ଖଳା) ପ୍ରଭାଶଙ୍କର ନାୟକ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ସମସ୍ତ ରେଞ୍ଜର ଆଇଜି/ଡିଆଇଜି, ସମସ୍ତ ଜିଲ୍ଲାର ଏସ୍ପି, ଡିସିପି ଭୁବନେଶ୍ୱର, ଡିସିପି କଟକ ଏବଂ ଏସ୍ଆର୍ପି କଟକ ଓ ରାଉରକେଲା ପ୍ରମୁଖ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ।

dgp High-Level Review Meeting Statewide Shutdown ବିନୟତୋଷ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026
Latest News

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.