ଗଞ୍ଜାମ ଜିଲ୍ଲା ଗସ୍ତ କଲେ ଡିଜିପି : ପୋଲିସ ସୁରକ୍ଷା ନେଇ ଆଲୋଚନା

Published: May 10, 2020, 1:41 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ରାଜ୍ୟବ୍ୟାପୀ କରୋନା ସଙ୍କଟ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି । ଏହି ଗସ୍ତ ସମୟରେ କରୋନା ମୁକାବିଲାକୁ ନେଇ ପୋଲିସର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜିପି ଏବଂ ଡିଆଇଜି । ଗଞ୍ଜାମ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ସହିତ ଆଲୋଚନା କରିଛନ୍ତି ଉଭୟୂ ଡିଜିପି ଏବଂ ଡିଆଇଜି । ଏହାପରେ ଗିରିସୋଲା ଗେଟରେ ଅନ୍ୟାନ୍ୟ ପୋଲିସ୍‌ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ଗର୍ଭବତୀ ମହିଳା ପୋଲିସଙ୍କୁ କର୍ତ୍ତବ୍ୟରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଖରାରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କୁ ଛତା ଏବଂ ଚଷମା ଯୋଗାଇ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ନିୟମିତ ଭାବରେ ସାମଜିକ ଦୂରତ୍ବକୁ ମାନି କର୍ତ୍ତବ୍ୟ ପାଳନ କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ ।

ତେବେ ଏହି ବୈଠକରେ ପୋଲିସ୍ କର୍ମୀଙ୍କ ପକ୍ଷରୁ ମଧ୍ୟ କିଛି ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ କୌଣସି କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ପ୍ରଦାନ କରାଯାଉନାହିଁ । ପିସିଆର ଭ୍ୟାନ୍‌ ଗୁଡିକୁ ନିୟମିତ ସାନିଟାଇଜ୍‌ କରାଯାଉନାହିଁ । ଏହା ସହିତ ନିୟମିତ ଭାବରେ ସାନିଟାଇଜର୍‌ ପ୍ରଦାନ କରାଯାଉନଥିବା ବେଳେ ଆଲକୋହଲ ଯୁକ୍ତ ସ୍ପିରିଟ୍‌ ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ କରାଯାଇଛି ।

Related posts