Categories
ଆଞ୍ଚଳିକ

ବାଲି ବୋଝେଇ ଟ୍ରକ ଧକ୍କାରେ ଛାତ୍ର ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ ଟିପର (ଓଡ ୦୯ ସି୦୬୬୩) ଧକ୍କାରେ ଗ୍ରାମ ର ସୁଧାଂଶୁ ପଣ୍ଡା ନାମକ ଜଣେ ୮ମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଅଞ୍ଚଳ ବାସିନ୍ଦାଙ୍କ ଠାରୁ ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଛି।

ପ୍ରକାଶ ଥାଊକି ଉକ୍ତ ଅଞ୍ଚଳର ସନ୍ତୋଷପୁର ବାଲିଘାଟରୁ ବ୍ୟବସାୟୀ ମାନେ ଦିବାରାତ୍ରି ଗାଡ଼ି ଚଳାଚଳ କରୁଛନ୍ତି। ଯାହା ଫଳରେ ପିତଳ ବଜାର ମୁଖ୍ୟ ରାସ୍ତାରେ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ସମେତ ଅନ୍ୟାନ୍ୟ କିଛି ଅନୁଷ୍ଠାନ ରହିଛି ଓ ସାଧାରଣ ଲୋକ ଏହି ଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏହି ଭଳି ପରିସ୍ଥିତି ରେ ଅଞ୍ଚଳର ବୁଦ୍ଧିଜୀବୀ ପୋଲିସ, ତହସିଲଦାର, ଜଙ୍ଗଲ ବିଭାଗ ଓ ଖଣି ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମା ଟ୍ରାଭେଲର ଯାତ୍ରୀବାହୀ ବସ ଓ ଟାଟା ମେଜିକ ମୁହାଁମୁହି ଦୁର୍ଘଟଣା: ଘଟଣା ସ୍ଥଳରେ ୩ ମୃତ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ଓ ବ୍ରହ୍ମପୁର ଜାତୀୟ ରାଜପଥ -୫୯ ଖଡଭାଗ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମା ଟ୍ରାଭେଲର ଯାତ୍ରୀବାହି ବସ ଓ ଟାଟା ମେଜିକ ଗାଡି ମୁହାଁମହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ ଗାଡି ଡ୍ରାଇଭର ବାବୁ ବେହେରା ଓ ସେହି ଗାଡିରେ ବସି ଥିବା ରାଜେନ୍ଦ୍ର ବୋଡୁ ଏବଂ ଏକ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସମସ୍ତେ ବ୍ରହ୍ମପୁର ନିକଟ ହଳଦିଆପଦର ଗାଁର ବୋଲି ସୂଚନା ମିଳିଛି।

ଖବର ପାଇ ଦୁର୍ଘଟଣା ସ୍ଥଳରେ ଆସିକା ପୋଲିସ ଏବଂ ଆସକା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କୁ ଆସିକା ମେଡିକାଲ ଆଣିଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରିବାହୀ ବସ ଗାଡିକୁ ଜବତ କରି ତଦନ୍ତ ଚଳାଛି। ସେପଟେ ବସରେ ଥିବା ଯାତ୍ରୀ ମାନଙ୍କ ସାମାନ୍ୟ ଆଘାତ ହୋଇଥିବା ବେଳେ ସମସ୍ତେ ଆସିକା ମେଡିକାଲରେ ଚିକିତ୍ସିତ ହେବା ପରେ ନିଜ ନିଜ ଘରକୁ ଫେରିଛନ୍ତି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଯାତ୍ରିବାହୀ ବସ ମା ଟ୍ରାଭେଲର ଗାଡି ସୋରଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆସିକା ନିକଟ ଖଡଭାଗ ଠାରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଟାଟା ମେଜିକ ଗାଡି ହଳଦିଆ ପଦରରୁ ବୁଗୁଡା ସ୍ଥିତ ବୁଦ୍ଧଖୋଲକୁ ଏକ ପିକିନିକ ପାଇଁ ସମସ୍ତ ରନ୍ଧା ସାମଗ୍ରୀ ସହ ଗ୍ୟାସ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଯାବତୀୟ ଜିନିଷ ଧରି ଯାଉଥିଲେ। ଏତିକି ବେଳେ ଖଡଭାଗ ଠାରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଘଟିବା ପରେ ଅଚଂଳରେ ଶୋକର ଛାୟା ଖେଳି ଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଅଭିଯୋଗରେ ୪ ଯୁବକ ଗିରଫ, ଲକ୍ଷାଧିକ ନଗଦ ଟଙ୍କା ଓ ବହୁ ସ୍ବର୍ଣ୍ଣ ଅଳଙ୍କାର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୁର୍ବରୁ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ମାଳତୀ ନଗରରେ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ମାଳତୀ ନଗରର ବାସିନ୍ଦା ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।

ଏହି ତଦନ୍ତ ଜରିଆରେ ପୋଲିସ ୪ ଜଣ ଯୁବକ ଯଥା ଶିବ ପରିଡା, ପ୍ରମୋଦ ପ୍ରଧାନ, ଅଭିମନ୍ୟୁ ଓ ଅଳଙ୍କାର କ୍ରୟ କରିଥିବା ସୁନାରି କେ ରାମୁ ଆଚାରୀ ଉଠାଇ ନେଇ ଜେରା କରିବା ପରେ ସେମାନେ ଚୋରି ଘଟଣାରେ ଅନ୍ତର୍ଭୁକ୍ତ ବୋଲି ରାଜି ହୋଇଥିଲେ। ପୋଲିସ ସେମାନଙ୍କ ଠାରୁ ଏକ ଲକ୍ଷ ୫୮ ହଜାର ଟଙ୍କା ନଗଦ ସହ ୧୯୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି। ପରେ ପ୍ରକୃତ ହିତାଧିକାରୀଙ୍କୁ ଉକ୍ତ ଅଳଙ୍କାର ଫେରସ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ଠାରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଣ୍ଡା ଦର ୮ ଟଙ୍କା, ତେଲ ଓ ଡାଲି ଦର କମୁନି, ମଧ୍ୟାହ୍ନ ଭୋଜନ ଯୋଗାଣରେ ପୃଷ୍ଟି ଆସିବ କେଉଁଠୁ?

ବେଗୁନିଆପଡ଼ା: (ଟୁକୁନା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କେବଳ ଚାଉଳ ଯୋଗାଇ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫.୯୦ ଟଙ୍କା ଆସୁଥିବା ବେଳେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଈଁ ୮.୮୧ ଟଙ୍କା ଆସୁଛି। ବର୍ତ୍ତମାନ ସ୍ଥିତିରେ ଅଣ୍ଡା ପ୍ରତି ୮ ଟଙ୍କା ଦର ଥିବା ବେଳେ ସରକାର ଦେଉଛନ୍ତି ୫ ଟଙ୍କା। ତା ସହିତ ସେହିଦିନ ତରକାରୀ କରି ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଅଛି। ସେପଟେ ଡାଲି ଓ ତେଲ ଦର ଅଧିକା ଥିବା ବେଳେ ରସୁଣ ଦର ୨୫୦ ଟଙ୍କା ଓ ଅଦା ଦର ୧୫୦ଟଙ୍କା ରହିଛି। ଯାହାକୁ ନେଇ ବିଦ୍ୟାଳୟରେ ଶିକ୍ଷକ ହୁଅନ୍ତୁ କିମ୍ବା ଏସ ଏଚ ଜି ପରିଚାଳନା ପାଇଁ ଚିନ୍ତାରେ ଅଛନ୍ତି।

ବେଗୁନିଆପଡ଼ା ବ୍ଲକରେ ୧୪୦ ରୁ ଅଧିକା ବିଦ୍ୟାଳୟ ଥିବା ବେଳେ ଏହି ପ୍ରକାର ଅବ୍ୟବସ୍ଥାରେ ସମସ୍ତେ ସନ୍ତୁଳିତ। ପିଲାଙ୍କୁ ପୃଷ୍ଟିସାର ଦେବା ପାଇଁ ଶିକ୍ଷକ ଚେଷ୍ଟା କରୁଥିବା ବେଳେ ଖର୍ଚ୍ଚ ଅଧିକା ଯୋଗୁଁ ସେ ଅନ୍ୟ କିଛି ପନ୍ଥା ପାଇପାରୁ ନାହାନ୍ତି। ସେପଟେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆଗରୁ ଅର୍ଥ ବରାଦ ନକରି ୩ ମାସ ପରେ ଅର୍ଥ ଆସୁଥିବା ଯୋଗୁଁ ଏହା ପରିଚାଳନା ପାଈଁ ଉଦ୍ଧାର କରି ୩ ମାସ ପରେ ବକେୟା ପରିଶୋଧ କରୁଛନ୍ତି। ଏଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଅଧିକା ଅର୍ଥ ବରାଦ କରିବା ସହ ନିୟମିତ ଭାବେ ଅର୍ଥ ବରାଦ କରି ଦର ବୃଦ୍ଧିକୁ ଆଖି ଆଗରେ ରଖି ସରକାର ପିଲାଙ୍କ ମୁଣ୍ଡ ପିଛା ଦର ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Categories
ଆଞ୍ଚଳିକ

ନୂଆଁଗଡ଼ ରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ନୂଆଁଗଡ଼ ଗ୍ରାମ ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ସମେତ ବିଜେପି ନେତା ପ୍ରତାପ ନାୟକ, ନାରାୟଣ ସୁମନ୍ତରାୟ, ନାରାୟଣ ପ୍ରଧାନ, ପ୍ରଭାତ ସ୍ଵାଇଁ, ଶ୍ରୀକାନ୍ତ ପଣ୍ଡା ସମେତ ଶତାଧିକ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ। ଏ ନେଇ ନୂଆଁଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ, ନିଜ ନିର୍ବାଚନ ମଣ୍ଡଳୀରେ କରିବେ ବହୁ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ବଣ୍ଟନର ଶୁଭାରମ୍ଭ କରିବେ। ସେଥିପାଇଁ ସେ ଦିନିକିଆ ଗଂଜାମ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।

ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳ ୧୦ଟାରେ ମା’ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ ।

Categories
ଆଞ୍ଚଳିକ

ଗଂଜାମ କରୋନା ଅପଡେଟ: ନୂତନ ୧୮ ସଂକ୍ରମିତ ଚିହ୍ନଟ, ୧ ମୃତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମରେ ଗତ ଦୁଇଦିନ ହେଲା ସଂକ୍ରମିତ ସଂଖ୍ୟା କମ ରହିଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ପୁଣିଥରେ କରୋନାର ଦ୍ୱିତୀୟ ପ୍ରବାହ ଆଡ଼କୁ ଲୋକଙ୍କୁ ସଂକିତ କରିଛି। ଗତକାଲି ୩୪୨୯ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜି ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୮ ଜଣ ସ୍ଥାନୀୟ ସଂକମ୍ରିତ ମଧ୍ୟରୁ ସର୍ବାଧିକ ବ୍ରହ୍ମପୁରରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରୁ ୧, ଭଂଜନଗରରୁ ୧, ଛତ୍ରପୁରରୁ ୧, ଦିଗପହଣ୍ଡିରୁ ୨, ଖଲିକୋଟରୁ ୪, କୁକୁଡ଼ାଖଣ୍ଡିରୁ ୧ ଅଛନ୍ତି। ଆଜି ମଧ୍ୟ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଆକ୍ଟିଭ୍ ସଂଖ୍ୟା ୬୭ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୮ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ଆଜି ୭୧ ନୂତନ ସଂକ୍ରମିତ ଚିହ୍ନଟ, ୪ ମୃତ: ସୁସ୍ଥ ହେଲେ ୯୮

ହେମାଙ୍ଗ ପ୍ରସାଦ ରାଉଳ 

ବ୍ରହ୍ମପୁର: ଗଂଜାମରେ ଆଜି ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଚାରିଦିନ ମଧ୍ୟରେ ୧୩ ଜଣଙ୍କ ମୁଣ୍ଡ ନେଲାଣି କରୋନା। କେବେ ଏହି ମୃତ୍ୟୁରେ ବ୍ରେକ୍ ଲାଗିବ ତାହା ଜଣାପଡ଼ୁନି। ମାତ୍ର ୭୨୯ ଜଣ ଆକ୍ଟଭ୍ କେସରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ଜଣେ ୬୨ ବର୍ଷୀୟ ବୃଦ୍ଧ, ଜଣେ ୬୦ ବର୍ଷୀୟ ବୃଦ୍ଧ, ଜଣେ ୫୫ ବର୍ଷୀୟ ବୃଦ୍ଧ ଏବଂ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଭଳି ମୃତ୍ୟୁର ମୁଖ୍ୟ କାରଣ ହେଉଛି ଲୋକମାନେ ଲକ୍ଷଣ ପ୍ରକାଶ ପାଇବାର ବହୁ ଦିନ ପରେ ପରୀକ୍ଷା କରି ଚିକିତ୍ସା କରିବା। ଫଳରେ ରୋଗ ଦେହରେ ବଢ଼ିଯାଇ ଅକାଳରେ ମୃତ୍ୟୁ ଘଟୁଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଗତ ୮ ତାରିଖଠାରୁ ସାରା ଜିଲ୍ଲାରେ “ଅକ୍ସିଜେନ୍ ଚେକିଂ କେମ୍ପନିଂ” ଆରମ୍ଭ କରିଛି। ୮ ତାରିଖ ଦିନ ସମୁଦାୟ ୧ଲକ୍ଷ ୧୭ହଜାର ୫୬୦ ଜଣ ଲୋକଙ୍କ ସ୍କିନିଂ ସହ ଅକ୍ସିଜେନ୍ ଲେବଲ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୪୩ ଜଣଙ୍କ ଶରୀରରେ କମ୍ ଅକ୍ସିଜେନ ସ୍ତର ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ଅକ୍ସିଜେନ୍ ଯାଞ୍ଚ ଫଳରେ ଅତିଶୀଘ୍ର ଲକ୍ଷଣ ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଯାଇପାରିବ। ଯାହାଫଳରେ ମୃତ୍ୟୁସଂଖ୍ୟାରେ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି।

ଆଜି ସଂକ୍ରମିତ ମଧ୍ୟରେ ୫୬ ଜଣ ସ୍ଥାନୀୟ ସଂକମ୍ରିତ, ୩ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଏବଂ ୧୨ ଜଣ କରୋନା ଯୋଦ୍ଧା ରହିଛନ୍ତି। ବେଲଗୁଣ୍ଠା, ଧରାକୋଟ, ଦିଗପହଣ୍ଡି, ଜଗନ୍ନାଥପ୍ରସାଦ, କୁକୁଡ଼ାଖଣ୍ଡି, ପାତ୍ରପୁର, ଶେରଗଡ଼ ବ୍ଲକ୍‌ରେ ମଧ୍ୟ ସଂକ୍ରମଶ ଆଜି ଶୂନ ରହିଛି। ଆସିକା ବ୍ଲକ୍‌ରୁ ୧, ବେଗୁନିଆପଡ଼ାରୁ ୬, ବ୍ରହ୍ମପୁର ମହାନଗରନିଗମରୁ ୯, ଭଂଜନଗରରୁ ୭, ବୁଗୁଡ଼ାରୁ ୪, ଛତ୍ରପୁରରୁ ୬, ଚିକିଟିରୁ ୧, ଗଂଜାମରୁ ୩, ହିଂଜିଳିକାଟୁରୁ ୧, କବିସୂର୍ଯ୍ୟନଗରରୁ ୧, ଖଲିକୋଟରୁ ୨, ପୋଲସରାରୁ ୬, ପୁରୁଷୋତ୍ତମପୁରରୁ ୧, ରଙ୍ଗେଇଲୁଣ୍ଡାରୁ ୩, ସାନଖେମୁଣ୍ଡିରୁ ୨, ସୋରଡ଼ାରୁ ୨, ଅନ୍ୟାନ୍ୟ ୧ ରହିଛନ୍ତି। ସମୁଦାୟ ସଂକ୍ରମିତ ସଂଖ୍ୟା ୧୮୮୮୩ ହୋଇଥିବାବେଳେ ଆଜି ୯୮ ଜଣ ସୁସ୍ଥ ହେବା ପରେ ସୁସ୍ଥ ସଂଖ୍ୟା ୧୮୦୩୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୬୩୧ ଜଣ ଚିକିତ୍ସିତ ହେଉଥିବାବେଳେ ୨୧୩ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାରେ ଆଜି ୧୦୮ ନୂତନ ସଂକ୍ରମିତ ଚିହ୍ନଟ, ୪ ମୃତ: ସୁସ୍ଥ ହେଲେ ୧୪୨

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୧୦୮ ହୋଇଛି। ତେବେ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ବଳବତ୍ତର ରହିଥିବାବେଳେ ଆଜି ୪ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପ୍ରଶାସନ ପକ୍ଷରୁ ପରୀକ୍ଷା ସଂଖ୍ୟା ଦିନକୁ ଦିନ କମୁଥିବା ପରିଲକ୍ଷିତ ହେଉଛି। ଗତକାଲି ୫୫୭୧ଟି ପରୀକ୍ଷା କରାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୪ ପ୍ରତିଶତରେ ପହଞ୍ଚିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୭୮ ବର୍ଷୀୟ ବୃଦ୍ଧ ଏବଂ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତ ମଧ୍ୟରେ ୧୬ ଜଣ କରୋନା ଯୋଦ୍ଧା ଥିବାବେଳେ ୯୨ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି।

ଆସିକା ବ୍ଲକ୍‌ରୁ ୧୦, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୨, ଭଂଜନଗରରୁ ୬, ବୁଗୁଡ଼ାରୁ ୩, ଛତ୍ରପୁରରୁ ୬, ଚିକିଟିରୁ ୨, ଧରକୋଟରୁ ୯, ଦିଗପହଣ୍ଡିରୁ ୨, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଜଗନ୍ନାଥପ୍ରସାଦରୁ ୩, କବିସୂର୍ଯ୍ୟନଗରରୁ ୧, ଖଲିକୋଟରୁ ୭, କୁକୁଡ଼ାଖଣ୍ଡିରୁ ୧, ପାତ୍ରପୁରରୁ ୮, ପୋଲସରାରୁ ୨, ରଙ୍ଗେଇଲୁଣ୍ଡାର ୯, ସାନଖେମୁଣ୍ଡିରୁ ୨, ଶେରଗଡ଼ରୁ ୧ ଏବଂ ଅନ୍ୟାନ୍ୟ ସ୍ଥାନରୁ ୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମରୁ ୯ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି।

ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ୩୩୫୪ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ୩୧୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ଟିଭ୍ ସଂଖ୍ୟା ୧୯୦ ଥିବାବେଳେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟା ସୁଦ୍ଧା ଗଂଜାମରେ ସମୁଦାୟ ରୋଗୀ ସଂଖ୍ୟା ୧୮୬୫୨ ହୋଇଥିବାବେଳେ ଆଜି ୧୪୨ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୭୬୬୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୭୭୬ ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ୨୦୪ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମରେ ଆଜି ନୂତନ ୧୦୨ ସଂକ୍ରମିତ ଚିହ୍ନଟ, ୧ ମୃତ: ସୁସ୍ଥ ହେଲେ ୧୪୮

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ସଂକ୍ରମଣ ସଂଖ୍ୟା ଶହେ ତଳକୁ ଥିବାବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ପାଇ ୧୦୨ ହୋଇଛି। ଆଜି ମଧ୍ୟ ଜଣକର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତକାଲି ସମୁଦାୟ ୬୬୪୬ଟି ନମୁନା ପଠାଯାଇଥିବାବେଳେ ଜିଲ୍ଲାରେ ସୁସ୍ଥହାର ୯୪ ପ୍ରତିଶତରେ ପହଞ୍ଚିଛି। ଆଜି ସଂକ୍ରମିତ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା, ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ ୯୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

କବିସୂର୍ଯ୍ୟନଗର, ପାତ୍ରପୁର, ସାନଖେମୁଣ୍ଡି, ସୋରଡ଼ା ବ୍ଲକ୍‌ରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବାବେଳେ ଆସିକାରୁ ୪, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୪, ବ୍ରହ୍ମପୁର ମହାନଗର ନିଗମରୁ ୯, ଭଂଜନଗରରୁ ୪, ବୁଗୁଡ଼ାରୁ, ୩, ଛତ୍ରପୁରରୁ ୮, ଚିକିଟିରୁ ୪, ଧରାକୋଟରୁ ୫, ଦିଗପହଣ୍ଡିରୁ ୪, ଗଂଜାମରୁ ୭, ହିଂଜିଳିକାଟୁରୁ ୩, ଜଗନ୍ନାଥପ୍ରସାଦରୁ ୩, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୧, ପୋଲସରାରୁ ୩, ପୁରୁଷୋତ୍ତମପୁରରୁ ୧, ରଙ୍ଗେଇଲୁଣ୍ଡାରୁ ୫, ଶେରଗଡ଼ରୁ ୫ ଏବଂ ଅନ୍ୟାନ୍ୟ ସ୍ଥାନରୁ ୬ ରହିଛନ୍ତି।

ଆଜି ମଧ୍ୟ ଗଂଜାମରୁ ୧୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମୁଦାୟ ସଂକ୍ରମିତ ସଂଖ୍ୟା ୧୮୫୪୪ରେ ପହଞ୍ଚିଥିବାବେଳେ ସୁସ୍ଥ ସଂଖ୍ୟା ୧୭୫୨୨ରେ ପହଞ୍ଚିଛି। ବର୍ତ୍ତମାନ ୮୧୪ ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ୨୦୦ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ୧୦୭ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ସୁସ୍ଥ ହେଲେ ୩୬୮ ଆକ୍ରାନ୍ତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ପୂର୍ବରୁ ପାଖାପାଖି ଦୁଇଶହ ଚିହ୍ନଟ ହେଉଥିବାବେଳେ ଆଜି କେବଳ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କିଛି ମାସ ହେଲା ରାଜ୍ୟରେ କରୋନା ସଂକ୍ରମିତ ତାଲିକାରେ ଗଂଜାମ ଏକ ନମ୍ବର ଥିବାବେଳେ ଆଜି ଗଂଜାମକୁ ଟପି ଖୋର୍ଦ୍ଧା ୧ ନମ୍ବର ହୋଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଗଂଜାମରେ ସବୁ ଖୋଲିଯିବା ପରେ ଏବଂ କରୋନା ନିୟମ ନ ମାନିଲେ ଆଗକୁ ସଂକ୍ରମଣର ଦ୍ୱିତୀୟ ୱେଭ୍ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଜନସାଧାରଣ କୋଭିଡ଼୍ ନିୟମ ଏବଂ ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ତେବେ ସଂକ୍ରମଣ କମୁଥିବାରୁ କିଛି ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ତେବେ ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ବିଷୟ ନେଇ ପ୍ରଶାସନ ପାଖରେ କୌଣସି ଉତ୍ତର ନାହିଁ। ବର୍ତ୍ତମାନ ମେଡ଼ିକାଲ୍ ସୁବିଧା ରହିଛି, ପ୍ଲାଜମା ଚିକିତ୍ସା ଚାଲିଛି, ରୋଗୀ ତୁଳନାରେ ଡାକ୍ତର ସଂଖ୍ୟା ଠିକ୍ ଅଛି। କିନ୍ତୁ ମୃତ୍ୟୁସଂଖ୍ୟା କମୁନାହିଁ। ଆଜି ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୭୮ ବର୍ଷୀୟ ବୃଦ୍ଧା ଯେକି ଡ଼ାଇବେଟିସ୍‌ରେ ପୀଡ଼ିତ ଥିଲେ, ଜଣେ ୫୬ ବର୍ଷୀୟ ବ୍ୟକ୍ତି ଯେକି ଡ଼ାଇବେଟିସ୍‌ରେ ପୀଡ଼ିତ ଥିଲେ ଏବଂ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଆଜି ଜିଲ୍ଲାରୁ ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତକାଲି ୮୭୩୯ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ କାଲି ୧୦୭ ସଂକ୍ରମିତ ବାହାରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୯୯ ଏବଂ ଯୋଦ୍ଧା ୮ ଜଣ ଅଛନ୍ତି। ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୮, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୬, ଭଂଜନଗରରୁ ୩, ଛତ୍ରପୁରରୁ ୭, ଚିକିଟିରୁ ୫, ଧରାକୋଟରୁ ୨, ଗଂଜାମରୁ ୨, ହିଂଜିଳିକାଟୁରୁ ୫, ଜଗନ୍ନାଥପ୍ରସାଦରୁ ୬, ଖଲିକୋଟରୁ ୧୨, କୁକୁଡ଼ାଖଣ୍ଡିରୁ ୨, ପାତ୍ରପୁରରୁ ୧, ପୋଲସରାରୁ ୩, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡାରୁ ୫, ସାନଖେମୁଣ୍ଡିରୁ ୨, ଶେରଗଡ଼ରୁ ୩, ସୋରଡ଼ାରୁ ୪ ଏବଂ ଅନ୍ୟାନ୍ୟ ୩ ଅଛନ୍ତି। ଗଂଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୪୫ରେ ପହଞ୍ଚିଥିବାବେଳେ ଆଜି ୩୬୮ ଜଣ ସୁସ୍ଥ ହେବା ପରେ ସୁସ୍ଥ ସଂଖ୍ୟା ୧୭୧୬୨ରେ ପହଞ୍ଚିଛି। ବର୍ତ୍ତମାନ ୯୭୮ ଜଣ ଆକ୍ଟିଭ୍ କେସ ଥିବାବେଳେ ୧୯୭ ଜଣଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ଆଜି ଗଞ୍ଜାମ ଜିଲ୍ଲାରେ ୧୯୦ ନୂତନ ସଂକ୍ରମିତ ଚିହ୍ନଟ, ୧ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବି ନିୟମଗୁଡ଼ିକ ପାଳନ ନକରିଲେ ଆଗକୁ ପୁଣିଥରେ ସଂକ୍ରମଣ ବଢ଼ିପାରେ। ତେଣୁ ସେପ୍ଟେମ୍ବର ମାସରେ ମଧ୍ୟ ଜନସାଧାରଣ କରୋନା କଟକଣାଗୁଡ଼ିକୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଆଜି ନୂତନ ଭାବେ ୧୯୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣର ମୃତ୍ୟୁ ଘଟିଛି। ୯ ଜଣ କରୋନା ଯୋଦ୍ଧା ରହିଥିବାବେଳେ ଜଣକର ଟ୍ରାଭେଲ୍ ହିଷ୍ଟି ଏବଂ ୧୮୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆସିକା ବ୍ଳକ୍‌ରୁ ୬, ବେଗୁନିଆପଡ଼ାରୁ ୧୦, ବେଲଗୁଣ୍ଠାରୁ ୩, ବିଏମ୍‌ସିରୁ ୨୧, ଭଂଜନଗରରୁ ୧, ବୁଗୁଡ଼ାରୁ ୬, ଛତ୍ରପୁରରୁ ୧୦, ଚିକିଟିରୁ ୩, ଧରାକୋଟରୁ ୮, ଦିଗପହଣ୍ଡିରୁ ୬, ଗଂଜାମରୁ ୭, ହିଂଜିଳିକାଟୁରୁ ୯, ଜଗନ୍ନାଥପ୍ରସାଦରୁ ୭, କବିସୂର୍ଯ୍ୟନଗରରୁ ୪, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୮, ପାତ୍ରପୁରରୁ ୨୮, ପୋଲସରାରୁ ୬, ପୁରୁଷୋତ୍ତମପୁରରୁ ୮, ରଙ୍ଗେଇଲୁଣ୍ଡାରୁ ୧୬ ଅନ୍ୟାନ୍ୟ ୪ ରହିଛନ୍ତି।

ଗତକାଲି ସମୁଦାୟ ୧୧୮୭୫ ସାମ୍ପଲ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ରହିଛି। ବର୍ତ୍ତମାନ ଗଂଜାମରେ ୧୭୮୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୩୩ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୬୩୩୨ରେ ପହଞ୍ଚିଛି। ବର୍ତ୍ତମାନ ୧୩୩୨ ଜଣ ଆକ୍ଟିଭ୍ କେସ ରହିଥିବାବେଳେ ୧୯୦ ଜଣଙ୍କ ମୁଣ୍ଡ ନେଇଛି କରୋନା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ : କରୋନା ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ  ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର  କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି  ସୋନପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିଛି ।କନ୍ଧମାଳର ମୃତକ ବୟସ 59 ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ ଯାଜପୁର ମୃତକଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 153ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏହା 44କୁ ବୃଦ୍ଧି ହୋଇଥିବାବେଳେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସେହିପରି କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17 ଓ ଭଦ୍ରକରେ ଏହା 5କୁ ବୃଦ୍ଧି ହୋଇଛି । ହୋଇଥିବାବେଳେ କନ୍ଧମାଳରେ 7କୁ ବୃଦ୍ଧି ହୋଇଛି । ସେହିପରି ସୋନପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ କରୋନା ଯୋଗୁଁ 10 ମୃତ୍ୟୁ : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 324 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ଦଶ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀ ଜିଲ୍ଲାରୁ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ, ସମ୍ବଲପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  314କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 151କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ 14, ସୁନ୍ଦରଗଡରେ 21, ସମ୍ବଲପୁରରେ 3, ପୁରୀ କରୋନା ଜନିତ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

କରୋନା ଛଡାଇନେଲା ଜୀବିକା: ବଲିଉଡ କୋରିଓଗ୍ରାଫର ଏବେ ରାସ୍ତା କଡରେ ବିକୁଛନ୍ତି ଚା’

ପିଣ୍ଟୁ ବିଷୋୟୀ

ଗଞ୍ଜାମ/ବେଗୁନିଆପଡା: କରୋନା ମହାମାରୀ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଜୀବନ ଛଡାଇ ନେଉଥିବାବେଳେ ଜୀବିକା ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇଛି। କରୋନା ମାଡରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବାବେଳେ ସାଧାରଣ ଲୋକର ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି। ଜୀବନ ଓ ଭୋକ ମଧ୍ୟରେ ମଣିଷ ଅଣନିଃଶ୍ବାସୀ ହୋଇପଡିଛି। କରୋନ ସଂକଟରେ ଅନେକ ଚାକିରି ହରାଇ ବେରୋଜଗାର ହୋଇ ପଡିଥିବାବେଳେ କେହି କେହି ନିଜ ବୃତ୍ତିକୁ ଛାଡି ପେଟ ଭୋକ ମେଣ୍ଟାଇବା ପାଇଁ ଯେକୌଣସି କାର୍ଯ୍ୟ କରିବାକୁ ବି ପଛଉ ନାହାନ୍ତି। ତେବେ ଫିଲ୍ମ ଜଗତ ଉପରେ କରୋନା ମାଡ ବିଶେଷ ଭାବରେ ଅନୁଭୂତ ହେଉଛି। ଗତ ୫ ମାସ ଧରି ଦେଶରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଜାରି ରହିଥିବାବେଳେ ଫିଲ୍ମ, ଧାରାବାହିକ ଆଦି ଶୁଟିଂ ବନ୍ଦ ରହିଛି। ଏପରି ସମୟରେ ଫିଲ୍ମ ଜଗତକୁ ନେଇ ବଞ୍ଚୁଥିବା ମଣିଷମାନଙ୍କ ଅବସ୍ଥା ବାର ଅଣା ଦି’କଡା ହୋଇଯାଇଛି।

ବହୁ ଛୋଟ ଛୋଟ କଳାକାର ଫିଲ୍ମ ଯୋଗୁଁ ନିଜ ଗୁଜୁରାଣ ମେଣ୍ଟାଉଥିବାବେଳେ ଗତ ୫ ମାସ ଧରି ଫିଲ୍ମ, ଧାରାବାହିକ ଶୁଟିଂ ବନ୍ଦ ହୋଇଯିବା ଯୋଗୁଁ ସେମାନେ ଏବେ ଛୋଟ ମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏମିତି ଜଣେ କଳାକାରଙ୍କ କାହାଣୀ ସାମ୍ନାକୁ ଆସିଛି। କରୋନା ଯୋଗୁଁ ଜଣେ ବଲିଉଡ୍‌ କୋରିଓଗ୍ରାଫ୍‌ର ରାସ୍ତା କଡରେ ଚା’ ବିକିବାକୁ ବାଧ୍ୟ ହୋଇଛନ୍ତି।

ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ପି.ନୁଆଗାଁ ଗ୍ରାମର ସାଉଲିଙ୍ଗ ପଢିଆଳି। ବଲିଉଡ,ଓଲିଉଡ଼ ଜଗତର ଜଣେ ଦକ୍ଷ କୋରିଓଗ୍ରାଫର। ମୁମ୍ବାଇ ମାୟା ନଗରୀର ଅଭିନେତା ଅଭିନେତ୍ରୀ ମାନଙ୍କ ଗହଣରେ ଦିନ କାଟୁ ଥିବା ସାଉଲିଙ୍ଗ ଆଜି ପାଲଟି ଯାଇଛନ୍ତି ଜଣେ ଚା ଦୋକାନୀ। ଶୁଣିବାକୁ କଥାଟି ଆଶ୍ଚର୍ଯ୍ୟ ଯେମିତି ହେଲେ କଥାଟି ସତ। କରୋନା କଟକଣା ତାଙ୍କଠାରୁ ଛଡାଇ ନେଇଛି ଜୀବିକା ଆଉ ପରିସ୍ଥିତିରେ ପଡି ସେ ବିକୁଛନ୍ତି ଚା। ନିଜ ଗାଁ ନିକଟ ରାସ୍ତା କଡରେ ଚାଳ ଛପର କୁଡ଼ିଆ ଟିଏ କରି ମାଟି ହାଣ୍ଡିର ଚା ବିକି ପରିବାର ପ୍ରତିପୋଷଣ କରୁଛନ୍ତି। ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖିଥିବା ସାଉଲିଙ୍ଗ ସଭିଙ୍କ ମହଲରେ ଗୁରୁ ରୂପେ ପରିଚିତ। ବାପା ଚାଲିଯିବା ପରେ ଗୁଜୁରାଟରେ ଜଣେ ନୃତ୍ୟ ଗୁରୁଙ୍କ ଘରେ ବାସନ ଧୋଇ ଝାଡୁ କରି ନୃତ୍ୟ ଶିକ୍ଷା କରିଥିଲେ। ପରେ ସମୟ ଚକ୍ରରେ ଅହମ୍ମଦାବାଦର ଦୀପକ ରାଜପୁତ ନାମକ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ଫିଲ୍ମ ଜଗତରେ ପାଦ ଥାପିଥିଲେ।

ବଲିଉଡ ଫିଲ୍ମ କମାଣ୍ଡ -୨(ହରେ କ୍ରିଷ୍ଣା… ହରେ ରାମ… )ସଙ୍ଗୀତରେ କୋରିଓଗ୍ରାଫର କରିଥିଲେ ସାଉଲିଙ୍ଗ। ଏହାପରେ ଆଉ ପଛକୁ ଫେରିନଥିଲେ ସେ। ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢି ଚାଲି ଥିଲେ ସେ। ଏହାପରେ ଓଡ଼ିଆ ସିନେମା ଜଗା ହାତରେ ପଘା,ବିନ୍ଦାସ ଏବଂ ସୁନ୍ଦରଗଡ଼ର ସଲମାନ ଖାନର ସଙ୍ଗୀତରେ ସେ କୋରିଓଗ୍ରାଫର ଦେଇଥିଲେ। ସେହିପରି ଯାତ୍ରା ପାର୍ଟି ଓ ବିଭିନ୍ନ ଆଲବମରେ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ହେଲେ କରୋନା କଟକଣା ବଦଳାଇ ଦେଇଛି ତାଙ୍କ ଦୁନିଆ।

ଲକଡାଉନ ପରେ ଗୁଜୁରାଟରୁ ଫେରିଛନ୍ତି ପାଖରେ ନାହିଁ କାମ ।ଅର୍ଥ ଅଭାବ ହେତୁ କିଛି ଦିନ ହେବ ଚା ଦୋକାନ ଟିଏ ଖୋଲିଛନ୍ତି। ଦିନକରେ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ପାଖରେ ଆଶ୍ରୟ ନେଇଥିବା ଜଣେ ବ୍ୟକ୍ତିକୁ ଦିନକୁ ୫୦ ଟଙ୍କା ମଧ୍ୟ ଦେଉଛନ୍ତି। ପରିବାର କହିଲେ ଘରେ ମା ଙ୍କ ସହ ପତ୍ନୀ ଓ ଦୁଇ ପୁଅ। ସବୁ କିଛି ଭଗବାନଙ୍କ ଭରସାରେ ଛାଡିଦେଇଛନ୍ତି ସାଉଲିଙ୍ଗ। ପରିବାର ଚଳାଇବାକୁ କିଛିବି କରିବାକୁ ହେବ ବୋଲି କହିଛନ୍ତି ସେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 12 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 12 ଜଣଙ୍କ ଜୀବନ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଳାରୁ 2 ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ  ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା 125କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ ଏହା 16କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ଏବେସୁଦ୍ଧା 17ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ)
ଗଞ୍ଜାମ 12633 9611 2889 125 8
ଖୋର୍ଦ୍ଧା 6103 2817 3244 33 9
କଟକ 2953 1915 1023 11 4
ସୁନ୍ଦରଗଡ 2110 1364 726 17 3
ଗଜପତି 1904 1299 588 16 1
ଯାଜପୁର 1563 1216 343 3 1
ରାୟଗଡା 1461 856 595 10 0
ବାଲେଶ୍ବର 1318 898 412 4 4
ପୁରୀ 1218 688 524 4 2
କୋରାପୁଟ 1144 524 620 0 0
କେଉଁଝର 1011 759 246 4 2
ସମ୍ବଲପୁର 987 426 559 2 0
ନୟାଗଡ 903 525 372 4 2
ମୟୂରଭଞ୍ଜ 861 594 263 1 3
ଜଗତସିଂହପୁର 858 680 176 2 0
ଭଦ୍ରକ 856 603 245 4 4
କନ୍ଧମାଳ 840 442 393 5 0
ମାଲ୍‌କାନଗିରି 836 414 417 2 3
କେନ୍ଦ୍ରାପଡା 649 467 178 3 1
ବଲାଙ୍ଗିର 631 399 232 0 0
ବରଗଡ 583 389 192 2 0
ଢେଙ୍କାନାଳ 531 317 213 1 0
କଳାହାଣ୍ଡି 463 171 290 2 0
ଅନୁଗୁଳ 427 303 122 2 0
ଝାରସୁଗୁଡା 385 309 75 1 0
ନବରଙ୍ଗପୁର 347 263 82 1 1
ବୌଦ୍ଧ 203 137 66 0 0
ନୂଆପଡା 163 125 38 0 0
ସୋନପୁର 156 93 63 0 0
ଦେବଗଡ 96 94 2 0 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୨୯ ଜିଲ୍ଲାରୁ ମୋଟ୍‌ ୧୮୩୩ ପଜିଟିଭ୍‌ ଚିହ୍ନଟ: କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ୨୯ ଜିଲ୍ଲାରୁ ମୋଟ୍‌ ୧୮୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୭୯ଜଣ, ସୁନ୍ଦରଗଡରୁ ୧୧୦, କଟକରୁ ୧୨୪,  ସମ୍ବଲପୁରରୁ ୩୯, ବରଗଡରୁ ୮, କନ୍ଧମାଳରୁ ୧୬, ମାଲ୍‌କାନଗିରିରୁ ୩୬, ପୁରୀରୁ ୬୭, ଭଦ୍ରକରୁ ୫୦, ଗଜପତିରୁ ୩୫, କେଉଁଝରରୁ ୧୬, କୋରାପୁଟରୁ ୪୭, ଯାଜପୁରରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୩୪, ଢେଙ୍କାନାଳରୁ ୪୩, ନୟାଗଡରୁ ୬୧, ମୟୂରଭଞ୍ଜରୁ ୩୪, ବଲାଙ୍ଗିରରୁ ୩୭, ରାୟଗଡାରୁ ୧୫୨, ଅନୁଗୁଳୁରୁ ୯, ବାଲେଶ୍ବରରୁ ୬୯ ଜଣ,  ଜଗତସିଂହପୁରରୁ ୧୬, ନବରଙ୍ଗପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୩୩,  ଝାରସୁଗୁଡାରୁ ୩୦, ବୌଦ୍ଧରୁ ୩୪ ଜଣ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଖୁସି ଖବର: ସୁନାମି ସତର୍କତା ପାଇଁ ଓଡ଼ିଶାର ଦୁଇଟି ଗାଁକୁ ମିଳିବ ଆନ୍ତର୍ଜାତିକ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଗାଁ

ନୂଆଦିଲ୍ଲୀ, ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍‌ଡିଆରଏଫ୍‌, ଓସ୍‌ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ ଦୁଇ ଗାଁ ପାଇବେ। ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଦୁଇ ତଟବର୍ତ୍ତୀ ଗାଁର ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି ।

ଓଡ଼ିଶା ସମେତ ଭାରତର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ସେଥିରେ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍‌କଏସ୍‌ର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ ପ୍ରତିନିଧି, ଏନ୍‌ଡିଏମ୍‌ର ପ୍ରତିନିଧି, ଓସଡ୍‌ମାର ପ୍ରତିନିଧି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପ୍ରତିନିଧି, ଆଣ୍ଡାମାନ ଓ ନିକୋବରର ବିଡିଏମ୍ ଆଦି ସଦସ୍ୟ ଅଛନ୍ତି । ଓଡିଶ ରାଜ୍ୟ ବିପଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) ଏବେ ରାଜ୍ୟର ଦୁଇଟି ଗ୍ରାମରେ ଆଗୁଆ ସୁନାମି ପ୍ରସ୍ତୁତି କାଯ୍ୟକ୍ରମ କାର୍ଯ୍ୟକାରୀ କରିଛି। ଏହି ଗ୍ରାମ ଦୁଇଟି ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି।

ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ବୋର୍ଡ ସଂପୃକ୍ତ ଦୁଇ ଗ୍ରାମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକୁ ଯାଞ୍ଚ କରିବା ପରେ ଏହାକୁ ଅନୁମୋଦନ କରିଛି । ଏହା ଫଳରେ ଏହି ଦୁଇ ଗ୍ରାମ ଜାତୀୟ ସ୍ତରରେ ସୁନାମି ପ୍ରାକ ସୂଚନା ବ୍ୟବସ୍ଥା ଥିବା ଗ୍ରାମଭାବେ ଜାତୀୟ ସ୍ତରରେ ଚିହ୍ନଟ ହୋଇଛି। ୟୁନେସ୍କୋ ଆଇଓସି ମଧ୍ୟ ଏହି ଦୁଇ ଗାଁର ଅଧିବାସୀ ବା ସଂପ୍ରଦାୟଙ୍କୁ ସୁନାମି ପ୍ରସ୍ତୁତ ସଂପ୍ରଦାୟଭାବେ ମାନ୍ୟତା ପ୍ରଦାନ କରିଛି । ଭାରତ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତି କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରିବାରେ ଭାରତ ପ୍ରଥମ ଦେଶ ଏବଂ ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ।

ଭେଙ୍କଟରାୟପୁର ଓ ନୋଳିଆ ସାହି ବାସିନ୍ଦାଙ୍କୁ ୟୁନେସ୍କୋ ପକ୍ଷରୁ ଯେଉଁ ପ୍ରଶଂସା ସାର୍ଟିଫିକେଟ ପ୍ରଦାନ କରାଯିବ ତାହା ଭର୍ଚୁଆଲ ବ୍ୟବସ୍ଥାରେ ପରିଚାଳିତ ହେବ। ଏହାକୁ ଇନ୍‌କଏସ୍ ଏବଂ ଆଇଓଟିଆଇସି ମିଳିତଭାବେ ଆସନ୍ତାକାଲି ଆୟୋଜନ କରିବେ । ଏହି କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡଃ ଏମ୍ ରାଜୀବନ୍ ମୁଖ୍ୟ ଅତିଥିଭାବେ ଏବଂ ଜାତୀୟ ବିପଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀ ଜି.ଭି.ଭି ଶର୍ମା ସମ୍ମାନିତ ଅଥିତିଭାବେ ଯୋଗଦେବେ।

ଏହି ଦୁଇଜଣ ଓଡ଼ିଶାର ଏହି ଦୁଇ ଗାଁକୁ ପ୍ରଶଂସାପତ୍ର ଓ ସାର୍ଟିଫିକେଟ ପ୍ରଦାନ କରିବେ । ଏହାଛଡା ଏହି କାଯ୍ୟକ୍ରମରେ ୟୁନେସ୍କୋ-ଆଇଓସି ଅଧିକାରୀ ଡଃ ଶ୍ରୀନିବାସ କୁମାର ଟୁମଳା, ଭାରତ ମହାସାଗର ସୁନାମି ସୂଚନା କେନ୍ଦ୍ରର ମୁଖ୍ୟ ଏ.ଏମ୍‌. କୋଡିଜାଟ୍‌, ଇଣ୍ଡୋନେସିଆର ପ୍ରଫେସର ବିଶେଷଜ୍ଞ ଡୁଇକୋରିଟା କର୍ଣ୍ଣାବତୀ, ଓଡିଶା ସରକାରଙ୍କ ଓସ୍‌ଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଭେଙ୍କଟରାୟପୁର ଏବଂ ନୋଳିଆ ସାହିର ଅଧିକାରୀ ଉପସ୍ଥିତ ରହି ସାର୍ଟିଫିକେଟ ଗ୍ରହଣ କରିବେ।

ସୁନାମି ସଂପର୍କରେ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ନିର୍ଭୁଲ ସୂଚନା ମିଳିଲେ ସେମାନେ ନିରାପଦ ସ୍ଥାନକୁ ଯାଇପାରିବେ ଏବଂ ଧନଜୀବନ ହାନି ଯଥେଷ୍ଟ ହ୍ରାସ ପାଇପାରିବ। ଏଥିପାଇଁ ବୈଜ୍ଞାନିକ ଏବଂ ଜରୁରୀକାଳୀନ ପରିଚାଳନା ଅଧିକାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଆଗୁଆ ସୁନାମି ସୂଚନା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ନୂଆ ନୂଆ ସେନ୍‌ସର, ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଆଗୁଆ ଲୋକଙ୍କୁ ଖବର ପ୍ରଦାନ କରିବା ପାଇଁ ନୂଆ ଯୋଗାଯୋଗ ବ୍ୟବସ୍ଥା ଉପଯୋଗ କରାଯାଉଛି ।

ଏସବୁ ସତ୍ତ୍ୱେ ଅସଲରେ ସତର୍କ ସୂଚନା ପାଇବା ପରେ ଲୋକେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ କ୍ଷୟକ୍ଷତି କେତେ ନିୟନ୍ତ୍ରିତ ହେଉଛି ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗୁଆ ସୂଚନା ପାଇ ମଧ୍ୟ ଲୋକେ ଯଦି ନିରାପଦ ସ୍ଥାନକୁ ଯିବାକୁ ବିଳମ୍ବ କରିବେ ତେବେ ଧନଜୀବନ ହାନିକୁ କମାଇବା ସହଜ ହେବନାହିଁ । ସୁନାମିରୁ ବର୍ତ୍ତିବା ବିପଜ୍ଜନକ ଅଞ୍ଚଳରେ ବ୍ୟକ୍ତିର ଦକ୍ଷତା ଉପରେ ନିର୍ଭର କରେ । ସତର୍କ ସୂଚନାକୁ ଗୁରୁତ୍ୱ ଦେଇ ତୁରନ୍ତ ସ୍ଥାନ ଛାଡିବାର ନିଷ୍ପତ୍ତି ହିଁ ତାକୁ ବଞ୍ଚାଇଥାଏ ।

ସୁନାମି ରେଡି ବା ସୁନାମି ପ୍ରସ୍ତୁତି ଏକ ଗୋଷ୍ଠୀଭିତ୍ତିକ ପ୍ରଦର୍ଶନାତ୍ମକ କାର୍ଯ୍ୟକ୍ରମ ଯାହା ୟୁନେସ୍କୋର ଆନ୍ତଃ ସରକାରୀ ଓସେନଗ୍ରାଫିକ କମିଶନ (ଆଇଓସି) ଦ୍ୱାରା କାର‌୍ୟ୍ୟକାରୀ ହେଉଛି । ଜନସାଧାରଣ, ବିଭିନ୍ନ ଗୋଷ୍ଠୀର ମୁଖିଆ, ଜାତୀୟ ଓ ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ଆଦିର ମିଳିତ ସହଯୋଗରେ ସୁନାମି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏଥିରେ ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁନାମି ମୁକାବିଲା ଓ ପ୍ରସ୍ତୁତି ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ କଣ କରାଯିବା ଉଚିତ ଏବଂ କି କି ଉପାୟ ଗ୍ରହଣ କରିବା ବାଞ୍ଛାନୀୟ ସେ ବିଷୟରେ ଲୋକଙ୍କୁ ତାଲିମ ଦିଆଯାଉଛି । ମୁଖ୍ୟ ଉଦ୍ଦେଶ୍ୟ ହେଲା ସୁନାମିରେ ଜୀବନହାନିକୁ ରୋକିବା ଏବଂ କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରିବା ।

ଭାରତୀୟ ସୁନାମି ଆଗୁଆ ସତର୍କତା ସୂଚନା କେନ୍ଦ୍ର ଭାରତ ପାଇଁ ନୋଡାଲ ଏଜେନ୍ସିଭାବେ କାର‌୍ୟ୍ୟ କରୁଛି । ୟୁନେସ୍କୋର ସୁନାମି ନିୟନ୍ତ୍ରଣ ସଂସ୍ଥା ଏଥିପାଇଁ ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଉଛି । ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍‌କଏସ୍ ସଂସ୍ଥା ଭାରତରେ ଆଗୁଆ ସୁନାମି ସୂଚନା ପ୍ରଦାନ କାଯ୍ୟ ନିର୍ବାହ କରୁଛି। ଭାରତ ମହାସାଗର କୂଳରେ ଅବସ୍ଥିତ ୨୫ଟି ଦେଶକୁ ମଧ୍ୟ ଇନ୍‌କଏସ୍ ସୁନାମି ସେବା ଓ ସତର୍କତା ତଥ୍ୟ ଯୋଗାଉଛି।

ଏହି ସଂସ୍ଥା ଦ୍ୱାରା ସୁନାମି ସମୟରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର ତାଲିମ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଶିକ୍ଷଣ କାର‌୍ୟ୍ୟ ରାଜ୍ୟ ଓ ଜିଲା ସ୍ତରରେ କରାଯାଉଛି । ତଟବର୍ତ୍ତୀ ଅଞ୍ଚଳର ଦୁର୍ବିପାକ ପରିଚାଳନା ଅଧିକାରୀମାନେ ଏସବୁ କାମରେ ସମନ୍ୱୟ ରକ୍ଷା କରୁଛନ୍ତି । ସେଥିପାଇଁ ନିୟମିତ ବ୍ୟବଧାନରେ ମକ୍ ଏକ୍ସରସାଇଜ ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ କରାଯାଉଛି।

ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର‌୍ୟ୍ୟୟ ପରିଚାଳନା ପ୍ରାଧିକରଣ ଓ ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା ସଂସ୍ଥାଗୁଡିକ ସାହାଯ୍ୟ ସହଯୋଗ କରୁଛନ୍ତି। ୨୦୧୮ ସେପ୍ଟେମ୍ବରେ ଭାରତରେ ଏକ ଜାତୀୟ ସ୍ତରୀୟ ସୁନାମି ମକ୍ ଏକ୍ସରସାଇଜ କରାଯାଇଥିଲା। ୨୦୧୭ ନଭେମ୍ବରରେ ମଧ୍ୟ ଅନୁରୂପ ଏକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏସବୁର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ସତର୍କ କରାଇବା, ଧନଜୀବନ ବଞ୍ଚାଇବା ଓ ଆବଶ୍ୟକ ପରାମର୍ଶ ଦେବା । ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ ଏ କ୍ଷେତ୍ରରେ ଆବଶ୍ୟକ ସାହାଯ୍ୟ ଯୋଗାଉଛି।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 9ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 225କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ କରୋନା 9ଜଣଙ୍କ ଜୀବନ ନେଇଛି । ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ, ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42, 59, 53, 63 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 52 ବର୍ଷୀୟ ମହିଳା ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 60 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସୁନ୍ଦରଗଡରୁ 55 ବର୍ଷୀୟ ପୁରୁଷ ଓ ଗଜପତିରୁ 27 ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଆଜି କେନ୍ଦୁଝରର ପ୍ରଥମ କରୋନା ମୃତ୍ୟୁ ହୋଇଛି । କେନ୍ଦୁଝରରୁ 21 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 117କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 225କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

28 ଜିଲ୍ଲାରୁ 1337 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

ଭୁବନେଶ୍ବର :  ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍‌ 1337ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 201ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍‌ଲାରୁ 196, କଟକରୁ 168ଜଣ, ସୁନ୍ଦରଗଡରୁ 83, କେଉଁଝରରୁ 80, ଗଜପତିରୁ 75, ପୁରୀରୁ 73, ସମ୍ବଲପୁରରୁ 72, ନୟାଗଡରୁ 60, ମାଲ୍‌କାନଗିରିରୁ 38, କେନ୍ଦ୍ରାପଡାରୁ 37, କୋରାପୁଟ ଓ ବାଲେଶ୍ବରରୁ 31 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଯାଜପୁରରୁ 24, ଭଦ୍ରକ ଓ ରାୟଗଡାରୁ 22ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 21, କନ୍ଧମାଳରୁ 20, ମୟୂରଭଞ୍ଜରୁ 15 ଜଣ ଚିହ୍ନଟ ହୋଇଛନ୍ତି ।  ବରଗଡରୁ 14, କଳାହାଣ୍ଡିରୁ 13, ବଲାଙ୍ଗିରରୁ 11, ଝାରସଗୁଡାରୁ 10, ନବରଙ୍ଗପୁରରୁ 7, ଢେଙ୍କାନାଳରୁ 5, ଅନୁଗୁଳୁରୁ 4, ସୋନପୁରରୁ 3 ଜଣ, ବୌଦ୍ଧରୁ ଜଣେ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 10 ଜଣଙ୍କ ଜୀବନ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା 140କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରୁ ପୁଣି 10 ଜଣଙ୍କ ଜୀବନ ନେଇଛି କରୋନା। ଆଜି କେବଳ ଗଞ୍ଜାମ ଜିଲ୍ଲାରେ 6 ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ଦୁଇଜଣ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବାର ସୂଚନା ରହିଛି। ଆଜି 6 ମୃତକଙ୍କୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 79ରେ ପହଞ୍ଚିଛି। ଗଞ୍ଜାମରୁ 6 ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି। 5 ଜଣ ପୁରୁଷଙ୍କ ବୟସ 63, 55, 60 64 ଓ 60 ବର୍ଷ ଥିବାବେଳେ ମହିଳା ଜଣକ 51 ବର୍ଷ ବୋଲି ସୂଚନା ରହିଛି।

ଖୋର୍ଦ୍ଧାର ଜଣେ ମୃତକ ହେଉଛନ୍ତି ଭୁବନେଶ୍ବରର 58 ବର୍ଷୀୟା ମହିଳା। ଖୋର୍ଦ୍ଧାର ଅନ୍ୟ ଜଣେ ମୃତକ ହେଉଛନ୍ତି 35 ବର୍ଷୀୟ ମହିଳା। ସେହିପରି ଗଜପତିରୁ ମୃତକଙ୍କ ବର୍ଷ ହେଉଛି 63 ବର୍ଷ, ସେହିପରି ସୁନ୍ଦରଗଡର ମୃତ୍ୟୁ ବ୍ୟକ୍ତିଙ୍କ ବୟସ 69 ବର୍ଷ।