ମା ଟ୍ରାଭେଲର ଯାତ୍ରୀବାହୀ ବସ ଓ ଟାଟା ମେଜିକ ମୁହାଁମୁହି ଦୁର୍ଘଟଣା: ଘଟଣା ସ୍ଥଳରେ ୩ ମୃତ

Published: Jan 26, 2024, 1:44 pm IST

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ଓ ବ୍ରହ୍ମପୁର ଜାତୀୟ ରାଜପଥ -୫୯ ଖଡଭାଗ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମା ଟ୍ରାଭେଲର ଯାତ୍ରୀବାହି ବସ ଓ ଟାଟା ମେଜିକ ଗାଡି ମୁହାଁମହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ ଗାଡି ଡ୍ରାଇଭର ବାବୁ ବେହେରା ଓ ସେହି ଗାଡିରେ ବସି ଥିବା ରାଜେନ୍ଦ୍ର ବୋଡୁ ଏବଂ ଏକ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସମସ୍ତେ ବ୍ରହ୍ମପୁର ନିକଟ ହଳଦିଆପଦର ଗାଁର ବୋଲି ସୂଚନା ମିଳିଛି।

ଖବର ପାଇ ଦୁର୍ଘଟଣା ସ୍ଥଳରେ ଆସିକା ପୋଲିସ ଏବଂ ଆସକା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କୁ ଆସିକା ମେଡିକାଲ ଆଣିଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରିବାହୀ ବସ ଗାଡିକୁ ଜବତ କରି ତଦନ୍ତ ଚଳାଛି। ସେପଟେ ବସରେ ଥିବା ଯାତ୍ରୀ ମାନଙ୍କ ସାମାନ୍ୟ ଆଘାତ ହୋଇଥିବା ବେଳେ ସମସ୍ତେ ଆସିକା ମେଡିକାଲରେ ଚିକିତ୍ସିତ ହେବା ପରେ ନିଜ ନିଜ ଘରକୁ ଫେରିଛନ୍ତି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଯାତ୍ରିବାହୀ ବସ ମା ଟ୍ରାଭେଲର ଗାଡି ସୋରଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆସିକା ନିକଟ ଖଡଭାଗ ଠାରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଟାଟା ମେଜିକ ଗାଡି ହଳଦିଆ ପଦରରୁ ବୁଗୁଡା ସ୍ଥିତ ବୁଦ୍ଧଖୋଲକୁ ଏକ ପିକିନିକ ପାଇଁ ସମସ୍ତ ରନ୍ଧା ସାମଗ୍ରୀ ସହ ଗ୍ୟାସ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଯାବତୀୟ ଜିନିଷ ଧରି ଯାଉଥିଲେ। ଏତିକି ବେଳେ ଖଡଭାଗ ଠାରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଘଟିବା ପରେ ଅଚଂଳରେ ଶୋକର ଛାୟା ଖେଳି ଯାଇଛି।

Related posts