Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି, ରବିବାର ଖୋଲା ରହିବ ସରକାରୀ ଅଫିସ୍
ଆଜିର ଖବର

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି, ରବିବାର ଖୋଲା ରହିବ ସରକାରୀ ଅଫିସ୍

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ ବଢ଼ିଲା ପ୍ରଶାସନିକ ତତ୍ପରତା। ବାତ୍ୟାର ମୁକାବିଲା ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ ଦୁଇଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ରବିବାର (୧ ତାରିଖ) ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏଥିସହ ସମସ୍ତ ସରକାରୀ କର୍ମଚାରୀଙ୍କ ସାପ୍ତାହିକ ଛୁଟିକୁ ବାତିଲ୍ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି କଡ଼ା ପଦକ୍ଷେପ ନେଇଛି।

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁସାରେ, ରବିବାର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। କୌଣସି କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ମିଳିବ ନାହିଁ।

ଏଥିସହ ବିନା ଅନୁମତିରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିପାରିବେ ନାହିଁ। ନିର୍ଦ୍ଦେଶର ଉଲ୍ଲଂଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାତ୍ୟା ସମୟରେ ଉଦ୍ଧାର, ରିଲିଫ୍ ଓ ଜରୁରୀ ସେବାକୁ ସୁଚାରୁ ରୂପେ ପରିଚାଳନା କରିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

ସେହିପରି ସମ୍ଭାବ୍ୟ ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ହୋଇପଡ଼ିଛି। ଜିଲ୍ଲାପାଳ ଶନିବାର ସନ୍ଧ୍ୟାରେ ଏକ ନିର୍ଦ୍ଦେଶନାମା ଜାରି କରି ରବିବାର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି।

କେବଳ ସେତିକି ନୁହେଁ, ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରାଯାଇଛି। ଯାହାଦ୍ୱାରା ବାତ୍ୟା ଜନିତ କ୍ଷୟକ୍ଷତି ହେଲେ ତୁରନ୍ତ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଆରମ୍ଭ କରାଯାଇପାରିବ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଛୁଟି ବାତିଲ୍ ନିଷ୍ପତ୍ତି ପ୍ରଶାସନର ପ୍ରସ୍ତୁତିକୁ ସ୍ପଷ୍ଟ କରୁଛି। ବିପର୍ଯ୍ୟୟ ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଯେପରି ବିଳମ୍ବ ନହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।

CycloneAlert Ganjam kandhamal
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026

ମେଘାଳୟ ରାଜନୀତିରେ ବଡ଼ ଭୂକମ୍ପ! ୧୧ ବିଧାୟକ ଦଳ ଛାଡ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ UDP ମୁଖ୍ୟ

October 31, 2026

ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି

October 31, 2026

ମା’ଙ୍କ ସହ ଝଗଡ଼ା କରୁଥିଲା ବାପା, ଅଟକାଇବାକୁ ଯାଇ ଜୀବନ ହାରିଲା ପୁଅ! ଛୁରାମାଡ଼ରେ ଚାଲିଗଲା ଜୀବନ

October 31, 2026
Latest News

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026

ମେଘାଳୟ ରାଜନୀତିରେ ବଡ଼ ଭୂକମ୍ପ! ୧୧ ବିଧାୟକ ଦଳ ଛାଡ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ UDP ମୁଖ୍ୟ

October 31, 2026

ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି

October 31, 2026

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି, ରବିବାର ଖୋଲା ରହିବ ସରକାରୀ ଅଫିସ୍

October 31, 2026

ମା’ଙ୍କ ସହ ଝଗଡ଼ା କରୁଥିଲା ବାପା, ଅଟକାଇବାକୁ ଯାଇ ଜୀବନ ହାରିଲା ପୁଅ! ଛୁରାମାଡ଼ରେ ଚାଲିଗଲା ଜୀବନ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.