Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫ କୁ ବଡ଼ ସଫଳତା: ଜବତ କଲା ୩୦୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଏସଟିଏଫ କୁ ବଡ଼ ସଫଳତା ମିଳିଛି। ୩୦୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଭୁବନେଶ୍ୱର ଏସଟିଏଫ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଖଜୁରିଆପଡା ଥାନା ଅନ୍ତର୍ଗତ ଗଡିଆପଡା ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା ଭୁବେନେଶ୍ୱର ଏସଟିଏଫ। କନ୍ଧମାଳ ପୋଲିସର ସହାୟତାରେ ଗତକାଲି ଉକ୍ତ ସ୍ଥାନରେ ଚଢ଼ାଉ କରି ୩୦୩ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ଅନୁରୂପ ଭାବେ କନ୍ଧମାଳ ଜିଲ୍ଲା ସିରକାକୁଟି ଥାନା ଅଞ୍ଚଳର ଅଭିଯୁକ୍ତ କିଶୋର ଚନ୍ଦ୍ର ମଲ୍ଲିକ (୫୮) ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ ଏନଡ଼ିପିଏସ ଅଧିନୀୟମ ଅନୁଯାୟୀ କେସ ନମ୍ବର ୪/୨୪ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଥରୁଛି ସାରା ଓଡିଶା, କନ୍ଧମାଳ ତାପମାତ୍ରା ପାଞ୍ଚ ଡିଗ୍ରୀ ତଳେ, ଜାଣନ୍ତୁ ଆଉ କେତେଦିନ ଏମିିତି ହେବ

ଭୁବନେଶ୍ବର: ଗତକିଛି ଦନ ଧରି ସାରା ଓଡିଶାରେ ଶୀତର ପ୍ରକୋପ ଜାରୀ ରହିଛି। କେତେକ ସ୍ଥାନରେ ରାତ୍ରୀର ତାପମାତ୍ରା ପୁରା ହ୍ରାସ ପାଇଛି। ଫଳରେ ସେଠାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି କନ୍ଧମାଳର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ର ପରିଲକ୍ଷିତ ହୋଇଥିଲା। ସେଠାରେ ଗତକାଲି 5.8 ଡିଗ୍ରୀ ରହିଥିଲା। ଗୁରୁବାର ରାତିରେ ଏହି ଅଞ୍ଚଳର ତାପମାତ୍ରା 4 ଡିଗ୍ରୀକୁ ଖସିଆସିଥିଲା।

ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର 10ଟି ସହରର ତାପମାତ୍ର 9 ଡିଗ୍ରୀ ତଳେ ରହିଥିଲା। ତେବେ ଏହି ଥଣ୍ତା ପାଗ ଆହୁରି ଦୁଇ ଦିନ ଧରି ଲାଗି ରହିବ ବୋଲି କୁହାଯାଇଛି। ଏହାପରେ ରାତ୍ରୀର ତାପମାତ୍ରା ପ୍ରାୟ 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

20ଟି ଜିଲ୍ଲାରୁ 186 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରେ 186 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 20ଟିଜିଲ୍ଲାରୁ ଆଜି ମୋଟ୍‌ 186 ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ 22 ଆକ୍ରାନ୍ତ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ 21, ବରଗଡଓ କଳାହାଣ୍ଡିରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ଗଜପତିର 15, ମୟୂରଭଞ୍ଜରୁ 13,  କଟକଓ ଯାଜପୁରରୁ 12 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁର ଓ କେନ୍ଦୁଝରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7, ଗଞ୍ଜାମରୁ 4, ସୁନ୍ଦରଗଡରୁ 3,  ଢେଙ୍କାନାଳ, ଝାରସୁଗୁଡା ଓ ବଲାଙ୍ଗିରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା, ଭଦ୍ରକ, ଅନୁଗୁଳ, ମାଲ୍‌କାନଗରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ  186 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା13 ଜଣ ଏନଡିଆର୍‌ଏଫ୍‌/ ଓଡ୍ରାଫ୍‌/ ଅଗ୍ନିଶମ କର୍ମଚାରୀ  ରହିଛନ୍ତି ।

 

 

Categories
ଆଜିର ଖବର ରାଜ୍ୟ ଖବର

ପଣସ ବୋଝେଇ ଗାଡିରୁ 73 କିଗ୍ରା ଗଞ୍ଜେଇ ଜବତ

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ନିଶାଦ୍ରବ୍ୟ ଚାଲାଣର ନୂଆ ରାସ୍ତା ବାହାର କରୁଛନ୍ତି ଚୋରାଚାଲାଣ କାରୀ । କିଛି ଦିନ ପୂର୍ବରୁ ପରିବା ଟ୍ରକ୍‌ରୁ ମଦ ଜବତ କରାଯାଇଥିବା ବେଳେ ଆଜି ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳର ଖରିଆର ଅଞ୍ଚଳରେ ଏହି ଘଟଣା ଘଟିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଚଢାଉ କରିବା ସହିତ 73 କିଗ୍ରା ଗଞ୍ଜେଇ ଏବଂ ଗାଡି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।

Categories
ଆଜିର ଖବର

କନ୍ଧମାଳରେ ନବୀନଙ୍କ ନିର୍ବାଚନୀ ପ୍ରଚାର : ଶେଷନିଃଶ୍ବାସ ଥିବା ଯାଏ ଓଡ଼ିଶାର ସେବା କରିବି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ନିର୍ବାଚନୀ ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସଭାକୁ ଉଦ୍‌ବୋଧନ ଦେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ନବୀନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ସହାୟତା ପାଇସାରିଲେଣି; କିନ୍ତୁ ଏହାକୁ ଭାଜପା ବିରୋଧ କରିଛି। ଏହି ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ ଚଳାଇଛି। ସେ ରହିଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ ବନ୍ଦ କରିବାକୁ ଦିଆଯିବ ନାହିଁ, ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ନବୀନ। ସମସ୍ତ ହିତାଧିକାରୀ ଏହି ଅର୍ଥ ନିଶ୍ଚିତ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାଙ୍କର ଚାଷୀଙ୍କ ପ୍ରତି ଦରଦ ନାହିଁ କହିବା ସହିତ  ଅନୁସୂଚିତ ଜାତି ଓ ଜନଜାତିଙ୍କ ଷ୍ଟାଇପେଣ୍ଡ ଟଙ୍କାକୁ କେନ୍ଦ୍ର ସରକାର ବନ୍ଦ କରିଦେବା ସହ କେବିକେ ଯୋଜନା ମଧ୍ୟ ବନ୍ଦ କରିଦେଇଛି। ସେହିପରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସନ୍ତି ନାହିଁ, କିନ୍ତୁ ନିର୍ବାଚନ ଆସିଲେ କେନ୍ଦ୍ରରୁ ନେତାମାନେ ଓଡ଼ିଶା ଆସନ୍ତି ଓ ବଡ଼ ବଡ଼ କଥା କୁହନ୍ତି ବୋଲି ନବୀନ କହିଛନ୍ତି। ଶେଷନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବି ବୋଲି କହିଥିଲେ। ଏହି ସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଏବଂ ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ, ନେତା ଉପସ୍ଥିତ ରହିଥିଲେ।

Categories
ଆଜିର ଖବର

କନ୍ଧମାଳରେ ନବୀନ : କାଳିଆ ଯୋଜନାର ଟଙ୍କା ବିନିଯୋଗ କରି ଉନ୍ନତି କରନ୍ତୁ

ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇଛନ୍ତି । ୟଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି କହିଛନ୍ତି ନବୀନ।  ସେ ଆହୁରି କହିଛନ୍ତି ଯେ କାଳିଆ ଯୋଜନାରୁ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ମିଳୁଛି। ତାଙ୍କ ସରକାର ଚାଷୀଙ୍କ ପ୍ରତି ସମର୍ପିତ। ଏହି ଯୋଜନାରେ ମିଳୁଥିବା ଅର୍ଥକୁ  ଚାଷବାସରେ ବିନିଯୋଗ କରି ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ସର୍ବଦା ଗରିବ ଚାଷୀ ଓ ଗରିବ ଜନସାଧାରଣଙ୍କ ସହ ରହିଛନ୍ତି । ଏପ୍ରିଲ୍‌ ପହିଲା ସୁଦ୍ଧା କାଳିଆ ଯୋଜନାରୁ ବଂଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି ।