ଗଂଜାମ କରୋନା ଅପଡେଟ: ନୂତନ ୧୮ ସଂକ୍ରମିତ ଚିହ୍ନଟ, ୧ ମୃତ

Published: Nov 21, 2020, 9:50 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମରେ ଗତ ଦୁଇଦିନ ହେଲା ସଂକ୍ରମିତ ସଂଖ୍ୟା କମ ରହିଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ପୁଣିଥରେ କରୋନାର ଦ୍ୱିତୀୟ ପ୍ରବାହ ଆଡ଼କୁ ଲୋକଙ୍କୁ ସଂକିତ କରିଛି। ଗତକାଲି ୩୪୨୯ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜି ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୮ ଜଣ ସ୍ଥାନୀୟ ସଂକମ୍ରିତ ମଧ୍ୟରୁ ସର୍ବାଧିକ ବ୍ରହ୍ମପୁରରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରୁ ୧, ଭଂଜନଗରରୁ ୧, ଛତ୍ରପୁରରୁ ୧, ଦିଗପହଣ୍ଡିରୁ ୨, ଖଲିକୋଟରୁ ୪, କୁକୁଡ଼ାଖଣ୍ଡିରୁ ୧ ଅଛନ୍ତି। ଆଜି ମଧ୍ୟ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଆକ୍ଟିଭ୍ ସଂଖ୍ୟା ୬୭ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୮ ରହିଛି।

Related posts