ଗଞ୍ଜାମ ଜିଲ୍ଲାରେ ଆଜି ୧୦୮ ନୂତନ ସଂକ୍ରମିତ ଚିହ୍ନଟ, ୪ ମୃତ: ସୁସ୍ଥ ହେଲେ ୧୪୨

Published: Sep 6, 2020, 10:30 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୧୦୮ ହୋଇଛି। ତେବେ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ବଳବତ୍ତର ରହିଥିବାବେଳେ ଆଜି ୪ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପ୍ରଶାସନ ପକ୍ଷରୁ ପରୀକ୍ଷା ସଂଖ୍ୟା ଦିନକୁ ଦିନ କମୁଥିବା ପରିଲକ୍ଷିତ ହେଉଛି। ଗତକାଲି ୫୫୭୧ଟି ପରୀକ୍ଷା କରାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୪ ପ୍ରତିଶତରେ ପହଞ୍ଚିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୭୮ ବର୍ଷୀୟ ବୃଦ୍ଧ ଏବଂ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତ ମଧ୍ୟରେ ୧୬ ଜଣ କରୋନା ଯୋଦ୍ଧା ଥିବାବେଳେ ୯୨ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି।

ଆସିକା ବ୍ଲକ୍‌ରୁ ୧୦, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୨, ଭଂଜନଗରରୁ ୬, ବୁଗୁଡ଼ାରୁ ୩, ଛତ୍ରପୁରରୁ ୬, ଚିକିଟିରୁ ୨, ଧରକୋଟରୁ ୯, ଦିଗପହଣ୍ଡିରୁ ୨, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଜଗନ୍ନାଥପ୍ରସାଦରୁ ୩, କବିସୂର୍ଯ୍ୟନଗରରୁ ୧, ଖଲିକୋଟରୁ ୭, କୁକୁଡ଼ାଖଣ୍ଡିରୁ ୧, ପାତ୍ରପୁରରୁ ୮, ପୋଲସରାରୁ ୨, ରଙ୍ଗେଇଲୁଣ୍ଡାର ୯, ସାନଖେମୁଣ୍ଡିରୁ ୨, ଶେରଗଡ଼ରୁ ୧ ଏବଂ ଅନ୍ୟାନ୍ୟ ସ୍ଥାନରୁ ୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମରୁ ୯ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି।

ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ୩୩୫୪ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ୩୧୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ଟିଭ୍ ସଂଖ୍ୟା ୧୯୦ ଥିବାବେଳେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟା ସୁଦ୍ଧା ଗଂଜାମରେ ସମୁଦାୟ ରୋଗୀ ସଂଖ୍ୟା ୧୮୬୫୨ ହୋଇଥିବାବେଳେ ଆଜି ୧୪୨ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୭୬୬୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୭୭୬ ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ୨୦୪ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Related posts