Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘ ଅଧିକାରୀଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା କରିବେ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବାମୀ । ଏହା ସହିତ ସମାନ ଟ୍ବିଟ୍‌ରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହିତ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଡିଏଙ୍ଗକୁ ମିଳୁଥିବା ଖବରର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଡିଏଙ୍ଗ ଭାରତର ପ୍ରୟାସକୁ ସମାଲୋଚନା କରିବା ସହିତ ସ୍ବାମୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ସ୍ବାମୀ ଏହାକୁ ଖଣ୍ଡନ କରିବା ସହିତ ସେ ସଂସଦରେ କିମ୍ବା ସଂସଦ ବାହାରେ କୌଣସି ସମ୍ପ୍ରଦାୟ ବିରୋଧୀ ବୟାନ ଦେଇନାହାନ୍ତି ବୋଲି ସ୍ବାମୀ ମତ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ ଯିବେ ସ୍ବାମୀ!

ନୂଆଦିଲ୍ଲୀ : ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର 100 ପ୍ରତିଶତ ବିକ୍ରୟ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ବିରୋଧରେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ । ସରକାରଙ୍କ ଏହି ପ୍ରକ୍ରିୟାକୁ ଦେଶ ବିରୋଧୀ ବୋଲି ଅଭିହିତ କରିଛନ୍ତି । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି ବୋଲି ସ୍ବାମୀ କହିଛନ୍ତି । ଦେଶ ହେଉଛି ଏକ ପରିବାର ଏବଂ ଆପଣ ପାରିବାରିକ ସମ୍ପତ୍ତି ବିକ୍ରୟ କରିପାରିବେ ନାହିଁ ବୋଲି ସ୍ବାମୀ ମତ ରଖିଛନ୍ତି । ମାର୍ଚ୍ଚ 17 ସୁଦ୍ଧା ଆଶାୟୀ କମ୍ପାନୀ ଗୁଡିକ ଆବେଦନ କରିବା ପାଇଁ ସୋମବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ସ୍ବାମୀଙ୍କ ନୂତନ ଆଇଡିଆ

ନୂଆଦିଲ୍ଲୀ : ସିଏଏ ଏବଂ ଏନ୍‌ଆରସି ପ୍ରତିବାଦରେ ନୂଆଦିଲ୍ଲୀର ଶାହିନବାଗରେ ସଙ୍ଗଠିତ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଏକ ଆଇଡିଆ ଦେଇଛନ୍ତି ବିଜେପି ସାାଂସଦ ସୁବ୍ରମଣ୍ୟମ ସ୍ବାମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆଇଡିଆ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି । ଶାହିନବାଗ ପ୍ରତିବାଦକାରୀଙ୍କ କାରଣରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହାତ ହେଉଛି । ରାତି ଅଧିଆ ପ୍ରଦର୍ଶନକାରୀଙ୍କୁ ଏକ ଖୋଲାସ୍ଥାନକୁ ନେଇ ଛାଡି ଦିଆଯାଉ ଏବଂ ସେମାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ମଧ୍ୟ ନିର୍ମାଣ କରାଯାଉ ବୋଲି ସ୍ବାମୀ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍‌ର ଆକ୍ରମଣ ପରେ ଡିସେମ୍ବର 15 ତାରିଖରୁ ଶାହିନବାଗରେ ପ୍ରତିବାଦ ଜାରି ରହିଛି । ସ୍ବାମୀଙ୍କ ମନ୍ତବ୍ୟ ପୂର୍ବରୁ ପ୍ରତିବାଦକାରୀଙ୍କ ବିପକ୍ଷରେ ଦେଶଦ୍ରୋହର ମାମଲା ରୁଜୁ କରିବା ପାଇଁ ହିନ୍ଦୁ ମହାସଭା ପକ୍ଷରୁ ଦାବି କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଯଦି ଲକ୍ଷ୍ମୀ ଅର୍ଥନୀତି ବଞ୍ଚାଇବେ, ତେବେ ନିର୍ମଳା କରିବେ କ’ଣ ?

ନୂଆଦିଲ୍ଲୀ : ଦେଶରେ ଅର୍ଥବ୍ୟବସ୍ଥା ଠିକ୍‌ ନାହିଁ, ରୋଜଗାରକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ବିରୋଧୀ ଲଗାତାର ଭାବରେ ସରକାରକୁ ଏହି ପ୍ରସଙ୍ଗରେ ଘେରୁଛି । ଠିକ୍‌ ଏହି ସମୟରେ ବିଜେପିର ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି ଯେ, ଯଦି ନୋଟ୍‌ ଉପରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଯିବା, ତେବେ ଅର୍ଥବ୍ୟବସ୍ଥାରେ କିଛିଟା ସୁଧାର ଆସିବ । ତେବେ ସ୍ବାମୀଙ୍କ ଏହି ବୟାନକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ଏବେ ସରକାରକୁ ଟାର୍ଗେଟ୍‌ କରିଛନ୍ତି ।

କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ମନୁ ସିଂଘଭୀ ଟୁଇଟ୍‌ କରି କହିଛନ୍ତି ଯେ, ସୁବ୍ରମଣ୍ୟମ୍‌ ସ୍ବାମୀ କଟାକ୍ଷ କରି କହିଛନ୍ତି ଯେ,  ଦେଶରେ ଅର୍ଥନୀତି ଓ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ବାମୀ କିଛି ଆଇଡିଆ ଦେବେ ବୋଲି ଭାବିଥିଲୁ କିନ୍ତୁ ସେ ନୋଟ୍‌ ବଦଳାଇବାକୁ କହୁଛନ୍ତି । ମାତା ଲକ୍ଷ୍ମୀ ଯଦି ଏପରି କାମ କରିକି ଅର୍ଥବ୍ୟବସ୍ଥାକୁ ସୁଧାରିବେ, ତେବେ ଆମର ଅର୍ଥମନ୍ତ୍ରୀ କ’ଣ କରିବେ ?

ଏକ କାର୍ଯ୍ୟକ୍ରମରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି ଯେ, ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିପାରିବେ । ତେବେ ଏହି ପ୍ରସଙ୍ଗରେ ସୁବ୍ରମଣ୍ୟମ୍‌ ଟିକେ ହାଲ୍‌କା ଉତ୍ତର ରଖିଛନ୍ତି ।  ସେ କହିଛନ୍ତି ଯେ, ଭଗବାନ ଗଣେଶ ବାଧାକୁ ଦୂର କରିଥା’ନ୍ତି । ସେହିପରି ଯଦି ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଫଟୋ ନୋଟ୍‌ରେ ଛପା ଯିବା, ତେବେ ଭାରତୀୟ ମୁଦ୍ରାର ସ୍ଥିତିରେ କିଛି ସୁଧାର ଆସିବେ । ନିକଟରେ ଇଣ୍ଡୋନେସିଆ ନିଜ ନୋଟ୍‌ ଉପରେ ଗଣେଶଙ୍କ ଫଟୋ ଲଗାଇଥିଲେ, ଯାହାର ବହୁତ କିଛି ଫାଇଦା ମିଳିଥିଲା । ଭାରତ ଏପରି କିଛି କରିବା ଦରକାର ବୋଲି ସ୍ବାମୀ କହିଥିଲେ । ସୁବ୍ରମଣ୍ୟମ୍‌ ସ୍ବାମୀ ନିଜ ତରଫରୁ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସବୁବେଳ ପ୍ରଶ୍ନ ଉଠାଇଆସିଛନ୍ତି । କେବଳ ଏତିକି ନୁହେଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ସ୍ବାମୀ । (ଏଜେନ୍ସି)

Categories
ଆଜିର ଖବର

ଅର୍ଥନୀତିରେ ସୁଧାର ନଆସିଲେ ବିଜେପି ମୁକ୍ତ ଭାରତ ସମ୍ଭବ : ସ୍ବାମୀ

ନୂଆଦିଲ୍ଲୀ, 24/12 : ଝାରଖଣ୍ଡରେ ବିଜେପିର ପରିଚୟ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ମତ ରଖିଛନ୍ତି । ବିଜେପି ସର୍ବଦା କଂଗ୍ରେସ ମୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ବିଜେପି ମୁକ୍ତ ଭାରତର ନାରା ଦିଆଯାଇଛି । ଯଦି କେନ୍ଦ୍ର ସରକାର ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ନ କରନ୍ତି ତେବେ ବିଜେପି ମୁକ୍ତ ଭାରତ ସମ୍ଭବ ବୋଲି ସ୍ବାମୀ ପ୍ରକାଶ କରିଛନ୍ତି । ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କୁ କିଛି କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ ନଚେତ୍‌ କଂଗ୍ରେସର ନାରା ସଫଳ ହେବାରେ ସମୟ ଲାଗିବ ନାହିଁ ବୋଲି ସ୍ବାମୀ କହିଛନ୍ତି । ମଙ୍ଗଳବାର ଦଳର ବରିଷ୍ଠ ନେତା ମାନଙ୍କୁ ଚେତାବନୀ ଦେଇ ସ୍ବାମୀ କହିଛନ୍ତି ଦେଶର ଅର୍ଥନୀତିକୁ ସୁଧାରିବାକୁ ପଡିବ । ଏହା ସହିତ ନରେନ୍ଦ୍ର ମୋଦୀଙ୍କ ଉପଦେଷ୍ଟାଙ୍କୁ ସ୍ବାମୀ ସମାଲୋଚନା କରିଛନ୍ତି । ଦେଶର ଅର୍ଥନୈତିକ ବିଧିବ୍ୟବସ୍ଥାକୁ ନେଇ ମୋଦିଙ୍କୁ ଉପଦେଷ୍ଟା ମଣ୍ଡଳୀ ଅନ୍ଧାରରେ ରଖୁଛନ୍ତି ବୋଲି ସ୍ବାମୀ ଅଭିଯୋଗ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଅର୍ଥନୀତି ଜାଣିନାହାନ୍ତି ନିର୍ମଳା ସୀତାରମଣ : ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,1/12: ଦେଶର ଜିଡିପିରେ ହ୍ରାସ ଘଟିବା ନେଇ ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କୁ ବର୍ତ୍ତମାନ ନିଜ ଦଳର ସଦସ୍ୟଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ସ୍ବାମୀ । ନିର୍ମଳା ସୀତାରମଣଙ୍କୁ ଅର୍ଥନୀତି ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ହାଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ସ୍ବାମୀ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସରକାର ଜିଡିପି 4.5 ରହିଥିବା କହୁଥିଲେ ମଧ୍ୟ ବାସ୍ତବରେ ଏହା 1.5ରୁ 2 ପ୍ରତିଶତ ମଧ୍ୟରେ ରହିଛି ବୋଲି ସ୍ବାମୀ କହିଥିଲେ । ବିଗତ 6 ବର୍ଷ ମଧ୍ୟରେ ଏହା ଭାରତୀୟ ଅର୍ଥନୀତିର ଏହା ସବୁଠାରୁ ଖରାପ ପ୍ରଦର୍ଶନ ବୋଲି ସ୍ବାମୀ ମତ ଦେଇଛନ୍ତି । ସୀତାରମଣଙ୍କର ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଅଭିଜ୍ଞତାର ଅଭାବ ଦେଶର ଅର୍ଥନୀତିକୁ ନିମ୍ନଗାମୀ କରୁଛି ବୋଲି ସ୍ବାମୀ କହିଛନ୍ତି । ଭାରତୀୟ ଅର୍ଥନୀତି ସବୁଠାରୁ ଦୁର୍ବଳ ସ୍ଥିତିରେ ରହିଥିଲେ ମଧ୍ୟ ଦେଶରେ ମାନ୍ଦାବସ୍ଥାର ପରସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ରାଜ୍ୟସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉତ୍ପାଦନ କ୍ଷେତ୍ରରେ ଦେଖାଦେଇଥିବା ଶୀଥିଳତା ପାଇଁ ସରକାର 110 କୋଟିର ଏକ ନିବେଶ ଯୋଜନା କରୁଛନ୍ତି ଏବଂ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୀତାରମଣ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଇମ୍ରାନ୍‌ ହେଉଛନ୍ତି ପାକ୍‌ସେନାର ‘ଟେପ୍‌ ରେକର୍ଡର୍‌’ : ସୁବ୍ରମଣ୍ୟମ୍‌ ସ୍ଵାମୀ

ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଫେରାଇ ନେବା ନେଇ ରାଜନୀତି ଜୋର୍‌ ଚାଲିଛି । ଗୋଟିଏ ପଟେ ଭାରତୀୟ ବୀର ଯବାନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ଭାରତବାସୀ ଖୁସି ହେଉଛନ୍ତି । ଅନ୍ୟପଟେ ଆମର ରାଜନୈତିକ ବ୍ୟକ୍ତିବିଶେଷମାନେ ଟିପ୍ପଣୀ କରିବାରେ ବ୍ୟସ୍ତ ରହୁଛନ୍ତି । ବିଜେପିର ନେତା ସୁବ୍ରମଣ୍ୟମ୍‌ ସ୍ଵାମୀ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନକୁ ପାକିସ୍ତାନର ଭାରତକୁ ଫେରାଇବାରେ ପାକିସ୍ତାନ କୌଣସି ବନ୍ଧୁତ୍ଵପୂର୍ଣ୍ଣ ଆଚରଣ ଅଥବା ଶାନ୍ତିର ବାର୍ତ୍ତା ନେଇ କରିନାହିଁ । ପରନ୍ତୁ ଏହା ସେ ସୌଦି ଆରବର ଚାପରେ କରିଛି ବୋଲି କହିଛନ୍ତି । ସ୍ଵାମୀ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପାକ୍‌ସେନାର ଟେପରେକର୍ଡର ବୋଲି କହିଛନ୍ତି । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଯଦି କଥାବାର୍ତ୍ତା କରିବାକୁ ପଡ଼େ ତେବେ ଇମ୍ରାନ୍‌ଙ୍କ ସହ ନୁହେଁ ବରଂ ପାକ୍‌ସେନାଧିକାରୀଙ୍କ ସହିତ କରିବା କଥା । କାରଣ ଇମ୍ରାନ୍‌ ପାକ୍‌ ସେନାଧିକାରୀଙ୍କ ବୟାନକୁ ହିଁ କହିଥା’ନ୍ତି ।