ଜାତିସଂଘ ଅଧିକାରୀଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା କରିବେ ସୁବ୍ରମଣ୍ୟମ ସ୍ବାମୀ

Published: May 24, 2020, 8:03 pm IST

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବାମୀ । ଏହା ସହିତ ସମାନ ଟ୍ବିଟ୍‌ରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହିତ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଡିଏଙ୍ଗକୁ ମିଳୁଥିବା ଖବରର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଡିଏଙ୍ଗ ଭାରତର ପ୍ରୟାସକୁ ସମାଲୋଚନା କରିବା ସହିତ ସ୍ବାମୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ସ୍ବାମୀ ଏହାକୁ ଖଣ୍ଡନ କରିବା ସହିତ ସେ ସଂସଦରେ କିମ୍ବା ସଂସଦ ବାହାରେ କୌଣସି ସମ୍ପ୍ରଦାୟ ବିରୋଧୀ ବୟାନ ଦେଇନାହାନ୍ତି ବୋଲି ସ୍ବାମୀ ମତ ଦେଇଛନ୍ତି ।

Related posts