ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ସ୍ବାମୀଙ୍କ ନୂତନ ଆଇଡିଆ

Published: Jan 23, 2020, 6:39 pm IST

ନୂଆଦିଲ୍ଲୀ : ସିଏଏ ଏବଂ ଏନ୍‌ଆରସି ପ୍ରତିବାଦରେ ନୂଆଦିଲ୍ଲୀର ଶାହିନବାଗରେ ସଙ୍ଗଠିତ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଏକ ଆଇଡିଆ ଦେଇଛନ୍ତି ବିଜେପି ସାାଂସଦ ସୁବ୍ରମଣ୍ୟମ ସ୍ବାମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆଇଡିଆ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି । ଶାହିନବାଗ ପ୍ରତିବାଦକାରୀଙ୍କ କାରଣରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହାତ ହେଉଛି । ରାତି ଅଧିଆ ପ୍ରଦର୍ଶନକାରୀଙ୍କୁ ଏକ ଖୋଲାସ୍ଥାନକୁ ନେଇ ଛାଡି ଦିଆଯାଉ ଏବଂ ସେମାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ମଧ୍ୟ ନିର୍ମାଣ କରାଯାଉ ବୋଲି ସ୍ବାମୀ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍‌ର ଆକ୍ରମଣ ପରେ ଡିସେମ୍ବର 15 ତାରିଖରୁ ଶାହିନବାଗରେ ପ୍ରତିବାଦ ଜାରି ରହିଛି । ସ୍ବାମୀଙ୍କ ମନ୍ତବ୍ୟ ପୂର୍ବରୁ ପ୍ରତିବାଦକାରୀଙ୍କ ବିପକ୍ଷରେ ଦେଶଦ୍ରୋହର ମାମଲା ରୁଜୁ କରିବା ପାଇଁ ହିନ୍ଦୁ ମହାସଭା ପକ୍ଷରୁ ଦାବି କରାଯାଇଥିଲା ।

Related posts