ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ ଯିବେ ସ୍ବାମୀ!

Published: Jan 27, 2020, 1:40 pm IST

ନୂଆଦିଲ୍ଲୀ : ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର 100 ପ୍ରତିଶତ ବିକ୍ରୟ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ବିରୋଧରେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ । ସରକାରଙ୍କ ଏହି ପ୍ରକ୍ରିୟାକୁ ଦେଶ ବିରୋଧୀ ବୋଲି ଅଭିହିତ କରିଛନ୍ତି । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି ବୋଲି ସ୍ବାମୀ କହିଛନ୍ତି । ଦେଶ ହେଉଛି ଏକ ପରିବାର ଏବଂ ଆପଣ ପାରିବାରିକ ସମ୍ପତ୍ତି ବିକ୍ରୟ କରିପାରିବେ ନାହିଁ ବୋଲି ସ୍ବାମୀ ମତ ରଖିଛନ୍ତି । ମାର୍ଚ୍ଚ 17 ସୁଦ୍ଧା ଆଶାୟୀ କମ୍ପାନୀ ଗୁଡିକ ଆବେଦନ କରିବା ପାଇଁ ସୋମବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । (ଏଜେନ୍ସୀ)

Related posts