Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

19 ତାରିଖରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ

19 ତାରିଖରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏହାର ଘରୋଇ ଉଡାଣ ଆରମ୍ଭ କରିବାକୁ ଯାଉଛି । ବିଭିନ୍ନ ଘରୋଇ ରୁଟ୍‌ରେ ଏୟାର ଇଣ୍ଡିଆ ନିଜର ସେବା ପ୍ରଦେନ କରିବ । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ନିମନ୍ତେ ମେ 19ରୁ ଜୁନ୍‌ 2ତାରିଖ ପର୍ଯ୍ୟନ୍ତ ବିମାନ ଯାତ୍ରା ଜାରି ରହିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ସର୍ବାଧିକ ବିମାନ ଯାତ୍ରା ଆରମ୍ଭ କରିବ । ଦିଲ୍ଲୀରୁ 173ଟି ବିମାନ ଛାଡିବାକୁ ଥିବା ବେଳେ ମୁମ୍ବାଇରୁ 40ଟି, ହାଇଦ୍ରାବାଦରୁ 25ଟି ଏବଂ କୋଚିରୁ 12 ବିମାନ ଯାତ୍ରା କରିବେ । ଏହି ବିମାନ ଯାତ୍ରା ନିମନ୍ତେ ବୁକିଂ ଆରମ୍ଭ ହୋଇନଥିବା ବେଳେ ଖୁବ୍‌ଶୀଘ୍ର ଏ ସମ୍ପର୍କିତ ଘୋଷଣା କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରୁ ଗୋଟିଏ ବିମାନ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିବ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଲଣ୍ଡନରେ ଫସିରହିଥିବା 329 ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ପହଁଞ୍ଚିଲା ଏୟାର ଇଣ୍ଡିଆ ବିମାନ

ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ ବିମାନ ଆସି ମୁମ୍ବାଇରେ ପହଁଞ୍ଚିଛି। ଆଜି ସକାଳେ ଲଣ୍ଡନରୁ 329 ଜଣ ଯାତ୍ରୀ ନେଇ ଏହି ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ଏୟାର ଇଣ୍ଡିଆ ବିମାନ AI-130 ରେ ଏହି ଯାତ୍ରୀମାନେ ଆସିଛନ୍ତି।

ବିମାନ ବନ୍ଦରରେ କଡା ପରୀକ୍ଷା କରି ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଛି। ତେବେ ନିୟମ ଅନୁସାରେ ସେମାନେ 14 ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହାପରେ ଆଉ ଦୁଇଟି ବିମାନ ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଆଣିବାର ଯୋଜନା ଚାଲିଛି। ଏହି ଦୁଇଟି ସିଙ୍ଗାପୁର ଏବଂ ଫିଲଫାଇନସରୁ ଆସିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଏହାର ବୁକିଂ ଆରମ୍ଭ କରିଛି । ତେବେ ଘରୋଇ ଉଡାଣ ପାଇଁ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଉଡାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଏବଂ ସିଙ୍ଗାପୁର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଏହା ବ୍ୟତିତ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ନିମନ୍ତେ ମଧ୍ୟ ବୁକିଂ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ବନ୍ଦେ ଭାରତ ମିଶନରେ 12ଟି ଦେଶରେ ଫସି ରହିଥିବା 14800 ଭାରତୀୟଙ୍କୁ 64ଟି ବିମାନ ଯୋଗେ ଭାରତ ଫେରାଇ ଆଣିବ ଭାରତ ।(ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

300 ଛାତ୍ରଙ୍କ ଉଦ୍ଧାର ପାଇଁ ବୋଇଙ୍ଗ 777 ପଠାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ରୋମ୍‌ରେ ଅଟକ ରହିଥିବା 300 ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବୋଇଙ୍ଗ 777 ବିମାନ ପଠାଇଛି ଏୟାର ଇଣ୍ଡିଆ । ଇଟାଲୀର ରୋମ୍‌ ସହରରେ ପାଠ ପଢୁଥିବା ଏହି ଛାତ୍ର ମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ବିମାନ ଶନିବାର ଦିନ ଯାତ୍ରା ଆରମ୍ଭ କରିଛି । ରବିବାର ସକାଳ ସୁଦ୍ଧା ଏହି ଛାତ୍ରମାନେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ମାର୍ଚ୍ଚ 28 ତାରିଖରୁ ଦିଲ୍ଲୀ-ରୋମ୍‌ ଏବଂ ଦିଲ୍ଲୀ-ମିଲାନ୍‌ ବିମାନସେବାକୁ ଖାରଜ କରିଛି ଏୟାର ଇଣ୍ଡିଆ । ଉଲ୍ଲେଖଯୋଗ୍ୟ ଯେ, ଇଟାଲୀରେ କୋରୋନା ଭୟଙ୍କର ରୂପ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 4032 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆର ସିଏମ୍‌ଡି ଭାବରେ ଦାୟିତ୍ବ ଗ୍ରହଣ କଲେ ରାଜୀବ ବଂଶଲ

ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସକ ରାଜୀବ ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ସପ୍ତାହରେ କ୍ୟାବିନେଟ୍‌ ପକ୍ଷରୁ ରାଜୀବଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ବେଳେ ସୋମବାର ନୂଆଦିଲ୍ଲୀ ସ୍ଥିତ ଏୟାର ଇଣ୍ଡିଆ ମୁଖ୍ୟାଳୟରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଶ୍ବିନୀ ଲୋହାନୀଙ୍କ ସ୍ଥାନରେ ଏୟାର ଇଣ୍ଡିଆର ଦାୟିତ୍ବ ଗ୍ରହଣ କରିଥିବା ବଂଶଲ ପୂର୍ବରୁ ଅତିରିକ୍ତ ଭାବରେ ପେଟ୍ରୋଲିୟମ୍‌ ବିଭାଗର ଦାୟିତ୍ବ ଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଚୀନ୍‌ରୁ 323 ଭାରତୀୟ ନାଗରିକଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଚୀନ୍‌ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍‌ରେ ଏହି ଭାଇରସ୍‌ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ କୋରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

କୋରୋନା ଭାଇରସ୍‌ ଆତଙ୍କ : ଚୀନ୍‌କୁ ବିମାନ ବାତିଲ କଲା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍‌କୁ ଯାତ୍ରା କରୁଥିବା ନିଜର ବିମାନର ଯାତ୍ରା ବାତିଲ କରିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଫେବୃୟାରୀ 1ରୁ ଫେବୃୟାରୀ 20 ମଧ୍ୟରେ ଚୀନ୍‌କୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଯାତ୍ରା ବାତିଲ କରାଯାଇଛି । ଏହା ସହିତ ହଂକଂକୁ ମଧ୍ୟ ବିମାନ ଯାତ୍ରା ବାତିଲ୍‌ କରିଛି ଇଣ୍ଡିଗୋ । ଅପରପକ୍ଷରେ ଏୟାର ଇଣ୍ଡିଆ ଜାନୁୟାରୀ 31ରୁ ଫେବୃୟାରୀ 14 ମଧ୍ୟରେ ଚାଲିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଛି ।

Categories
ଆଜିର ଖବର ଜାତୀୟ ଖବର

କୁନାଲ କାମ୍ରାଙ୍କୁ ବିମାନ ଯାତ୍ରା ଉପରେ 6 ମାସର ବାସନ୍ଦାଦେଶ

ନୂଆଦିଲ୍ଲୀ : ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ୍‌ କାମ୍ରାଙ୍କୁ 6 ମାସ ପାଇଁ ବାସନ୍ଦ କରିଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ । ଇଣ୍ଡିଗୋରେ ବିମାନ ଯାତ୍ରା ସମୟରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାମ୍ରାଙ୍କୁ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଛି । ଅନ୍ୟ ଯାତ୍ରୀଙ୍କ ନିମନ୍ତେ ଅସୁବିଧା ସୃଷ୍ଟି କରୁଥିବାରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଥିବା ନେଇ ଏକ ଟ୍ବିଟ୍‌ରେ ସୂଚନା ଦିଆଯାଇଥିବା ବେଳେ ଏହି ଟ୍ବିଟ୍‌ରେ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଟ୍ୟାଗ୍‌ କରାଯାଇଥିଲା । ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କାମ୍ରାଙ୍କ ବିମାନ ଯାତ୍ରା ଉପରେ ରୋକ୍‌ ଲଗାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ସମୟରେ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିଲେ କୁନାଲ କାମ୍ରା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ ଯିବେ ସ୍ବାମୀ!

ନୂଆଦିଲ୍ଲୀ : ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର 100 ପ୍ରତିଶତ ବିକ୍ରୟ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ବିରୋଧରେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ । ସରକାରଙ୍କ ଏହି ପ୍ରକ୍ରିୟାକୁ ଦେଶ ବିରୋଧୀ ବୋଲି ଅଭିହିତ କରିଛନ୍ତି । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି ବୋଲି ସ୍ବାମୀ କହିଛନ୍ତି । ଦେଶ ହେଉଛି ଏକ ପରିବାର ଏବଂ ଆପଣ ପାରିବାରିକ ସମ୍ପତ୍ତି ବିକ୍ରୟ କରିପାରିବେ ନାହିଁ ବୋଲି ସ୍ବାମୀ ମତ ରଖିଛନ୍ତି । ମାର୍ଚ୍ଚ 17 ସୁଦ୍ଧା ଆଶାୟୀ କମ୍ପାନୀ ଗୁଡିକ ଆବେଦନ କରିବା ପାଇଁ ସୋମବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର-ସୁରତ ବିମାନ ସେବା ଆରମ୍ଭ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ସକାଳ 8.40 ମିନିଟ୍‌ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ବିମାନଟି ସୁରତ ଅଭିମୁଖମେ ଯାତ୍ରା କରିଛି । ଏୟାର ଇଣ୍ଡିଆର ଏ-320 ବିମାନଟି 180 ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ବିମାନଟି 10.40ରେ ସୁରତରେ ପହଞ୍ଚିବ । ବିମାନଟି ସପ୍ତାହକୁ ଦୁଇଥର ସୋମବାର ଏବଂ ଗୁରୁବାର ଯାତ୍ରା କରିବ ବୋଲି ଜଣାପଡିଛି । ବେସାମରିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ବିଟ୍‌ କରି ବିମାନ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି ।

Categories
ଆଜିର ଖବର

ଜାନୁୟାରୀ 20ରୁ ଭୁବନେଶ୍ବର-ସୁରଟ ବିମାନ ସେବା

ସମୀକ୍ଷା ବ୍ୟୁରୋ,23/11: ଆସନ୍ତା ଜାନୁୟାରୀ 20 ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ । ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ ବୋଲି ଜଣାପଡିଛି । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଏବଂ ଶୁକ୍ରବାର ଓ ରବିବାର ସୁରଟରୁ ଏହି ବିମାନ ଛାଡ଼ିବ ବୋଲି ଜଣାପଡିଛି । ବେଙ୍ଗଲୁରୁ-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ । ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକଙ୍କୁ ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି ।

Categories
ଆଜିର ଖବର

ଏୟାର ଇଣ୍ଡିଆର ସର୍ଭର ଡାଉନ୍‌ : ଦ୍ବିତୀୟ ଦିନରେ ୧୩୭ ବିମାନ ଉଡାଣ ବାତିଲ

ଗତକାଲି ଏୟାର ଇଣ୍ଡିଆର ସର୍ଭର ଡାଉନ୍‌ ହେବା କାରଣରୁ ଏହାର ସମସ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ଉଡାଣ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ବେଳେ ରବିବାର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛ। ରବିବାର ଏୟାର ଇଣ୍ଡିଆର ୧୩୭ ଟି ବିମାନ ଉଡାଣ ବାତିଲ ଘୋଷଣା କରାଯାଇଛି। ବର୍ତ୍ତମାନ ଏୟାର ଇଣ୍ଡିଆର ସମସ୍ତ ବିମାନ ଆପାତତଃ ୧୯୭ମିନିଟ୍‌ ବିଳମ୍ବରେ ଉଡାଣ ଭରୁଛି । ଯାତ୍ରୀମାନେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ହୋହଲ୍ଲା କରିଛନ୍ତି। କିଛି ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଗତକାଲି ମଧ୍ୟ ଏହି ଏୟାର ଲାଇନ୍ସ ନିଜର ୧୪୯ଟି ବିମାନର ଉଡାଣ ବାତିଲ କରିଥିଲା। ନିଜର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ସହିତ ଏୟାର ଇଣ୍ଡିଆ ଦୈନିକ ଭାବରେ ୬୭୪ ବିମାନ ଉଡାଣ କରିଥାଏ।

Categories
ଆଜିର ଖବର

ଏୟାର ଇଣ୍ଡିଆ ସର୍ଭର ଡାଉନ୍‌ : ଯାତ୍ରୀ ହନ୍ତସନ୍ତ

ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର ସକାଳୁ ଡାଉନ ହୋଇଯାଇଛି। ଏହି କାରଣରୁ ଦେଶର ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)ରେ ମଧ୍ୟ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଆଜି ଭୋର ୩.୩୦ ଟାରୁ ଏୟାର ଇଣ୍ଡିଆର ସର୍ଭର ଡାଉନ ହୋଇଯାଇଥିଲା। ସର୍ଭର ଡାଉନ ହେବା କାରଣରୁ ଯାତ୍ରୀମାନଙ୍କ ବୋର୍ଡିଂ ପାସ୍‌ ମିଳିପାରୁ ନାହିଁ। ଏହି କାରଣରୁ ଯାତ୍ରୀମାନେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ହୋହଲ୍ଲା କରିଛନ୍ତି। କିଛି ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ସେ କହିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଉଡାଣ ଆରମ୍ଭ ହୋଇପାରି ନାହିଁ। ଏୟାର ଇଣ୍ଡିଆର ଅଧ୍ୟକ୍ଷ ଅଶ୍ଵନୀ ଲୋହାନୀ କହିଛନ୍ତି ଯେ, ଏସଆଇଟିଏ ସର୍ଭର ପୂରା ଭାରତ ସମେତ ବିଦେଶରେ ଶନିବାର ଭୋର ୩.୩୦ରୁ ଡାଉନ ରହିଛି। ଏହି କାରଣରୁ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ଆମ ବୈଷୟିକ ଟିମ୍‌ ଏହାର ମରାମତି ପାଇଁ କାର୍ଯ୍ୟ କରୁଛନ୍ତି। ଖୁବ୍‌ଶୀଘ୍ର ସିଷ୍ଟମ ଠିକ୍‌ ହୋଇଯିବ। ଅସୁବିଧା ପାଇଁ ଦୁଃଖିତ।

Categories
ଆଜିର ଖବର

ଜେଟ୍‌ ଏୟାରଓ୍ବେଜ୍‌ର ୫ ବିମାନ ଭଡାରେ ନେବ ଏୟାର ଇଣ୍ଡିଆ

ପ୍ରତିଦ୍ବନ୍ଦୀ କମ୍ପାନୀ ଜେଟ୍‌ ଏୟାର ଓ୍ବେଜ୍‌ର ସମସ୍ତ ବିମାନ ଉଡାଣ ବାତିଲ ହେବା ପରେ ଏହାର ୫ଟି ବୋଇଙ୍ଗ ୭୭୭ ବିମାନ ଭଡାରେ ନେବାର ପ୍ରସ୍ତାବ ଦେଇଛି ଏୟାର ଇଣ୍ଡିଆ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହିତ ଆଲୋଚନା କରୁଛି। ବିଭିନ୍ନ ଆନ୍ତର୍ଜାତିକ ରୁଟ୍‌ରେ ବିମାନ ଚଳାଚଳ ପାଇଁ ଅଧିକ ବିମାନ ଆବଶ୍ୟକ କରୁଛି ଏୟାର ଇଣ୍ଡିଆ। ଜେଟ୍‌ ଏୟାର ଓ୍ବେଜ୍‌ ନିକଟରେ ୧୦ଟି ବୋଇଙ୍ଗ ୭୭୭ ବିମାନ ରହିଥିବା ବେଳେ ଏହି ସମସ୍ତ ବିମାନ ୟୁରୋପ ଏବଂ ଉତ୍ତର ଆମେରିକାରେ ସେବା ଯୋଗାଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ମାତ୍ର ତିନୋଟି ବିମାନ ଭଡାରେ ନେବାକୁ ଚାହୁଁଛି ଏୟାର ଇଣ୍ଡିଆ। ଏହି ଘଟଣା ନେଇ ଏସ୍‌ବିଆଇର ପ୍ରତିକ୍ରିୟା ମିଳିପାରି ନାହିଁ। ଗତ ସପ୍ତାହରେ ୧୬ ବି ୭୩୭ ବିମାନ ସ୍ପାଇସ୍‌ ଜେଟ୍‌ ସାମିଲ୍‌ କରିଥିଲା ଯାହା ପୂର୍ବରୁ ଜେଟ୍‌ ଏୟାରଓ୍ବେଜ୍‌ ବ୍ୟବହାର କରୁଥିଲା।