ଚୀନ୍‌ରୁ 323 ଭାରତୀୟ ନାଗରିକଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

Published: Feb 2, 2020, 11:13 am IST

ନୂଆଦିଲ୍ଲୀ : ଚୀନ୍‌ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍‌ରେ ଏହି ଭାଇରସ୍‌ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ କୋରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

Related posts