Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ
ଆଜିର ଖବର

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ
ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ସନ୍ଧ୍ୟା ୮ ଘଟିକା ସୁଦ୍ଧା ୧୯ ହଜାର ୯୯୭ଜଣ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୪୦୧ଟି ସୁରକ୍ଷିତ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଛି।

ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ବର୍ଗଙ୍କୁ ପ୍ରାଥମିକତା ଦିଆଯାଇ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୯୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ଖାଦ୍ୟପେୟ ବ୍ୟବସ୍ଥା ପାଇଁ ଜିଲ୍ଲାରେ ୩୫୦ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର (ଫ୍ରି କିଚେନ୍) ଚାଲୁ ରହିଛି। ଏହା ସହିତ ଶୁଖିଲା ଖାଦ୍ୟ ଭାବେ ପ୍ରାୟ ୩୮ କ୍ୱିଣ୍ଟାଲ ଚୁଡ଼ା, ୧୦ କ୍ୱିଣ୍ଟାଲ ଗୁଡ଼ ଏବଂ ୧୬ ହଜାର ପ୍ୟାକେଟ୍ ୨୦୩ଟି ବିସ୍କୁଟ୍ ବଣ୍ଟନ କରାଯାଇଥିବା ବେଳେ ୨,୩୮୩ଟି ପଲିଥିନ୍ ରୋଲ୍ ମହଜୁଦ ରଖାଯାଇଛି।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ଖୋର୍ଦ୍ଧା ଉପଖଣ୍ଡରେ ୮ଟି ଅଗ୍ନିଶମ ବାହିନୀ ଓ ୩ଟି ଓଏଫ୍‌ଡିସି (OFDC) ଟିମ୍ ନିୟୋଜିତ ହୋଇଥିବା ବେଳେ ଭୁବନେଶ୍ୱର ଉପଖଣ୍ଡରେ ୧୦ଟି ଅଗ୍ନିଶମ ବାହିନୀ ଓ ୭ଟି ଓଏଫ୍‌ଡିସି ଟିମ୍ ମୁତୟନ ଅଛନ୍ତି। ପରିଚାଳନା ତଦାରଖ ପାଇଁ ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ଜିଲ୍ଲା କଣ୍ଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ସେହିପରି ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ମାଛଧରା ଡଙ୍ଗା, ପର୍ଯ୍ୟଟକ ଡଙ୍ଗା ଏବଂ ବ୍ୟବସାୟିକ ଡଙ୍ଗା ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ୮ ଘଟିକା ସୁଦ୍ଧା ଜିଲ୍ଲାରେ ହାରାହାରି ୧୨.୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପବନର ବେଗ ସ୍ୱାଭାବିକ ରହିଛି।

ଖୋର୍ଦ୍ଧା ଜିଲ୍ଲା ସମ୍ଭାବ୍ୟ ବାତ୍ୟା ‘ଅକୱାନ’
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026

ଫିକ୍କିର ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କଏଲଇ ପ୍ରଧାନମନ୍ତ୍ରୀ

November 19, 2026

ପ୍ରକାଶ ପାଇଲା ୨୦୨୭ ଯୁକ୍ତ ୨ ପରୀକ୍ଷା ସୂଚୀ

November 19, 2026
Latest News

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026

ଫିକ୍କିର ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କଏଲଇ ପ୍ରଧାନମନ୍ତ୍ରୀ

November 19, 2026

ପ୍ରକାଶ ପାଇଲା ୨୦୨୭ ଯୁକ୍ତ ୨ ପରୀକ୍ଷା ସୂଚୀ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.