300 ଛାତ୍ରଙ୍କ ଉଦ୍ଧାର ପାଇଁ ବୋଇଙ୍ଗ 777 ପଠାଇଲା ଏୟାର ଇଣ୍ଡିଆ

Published: Mar 21, 2020, 10:14 pm IST

ନୂଆଦିଲ୍ଲୀ : ରୋମ୍‌ରେ ଅଟକ ରହିଥିବା 300 ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବୋଇଙ୍ଗ 777 ବିମାନ ପଠାଇଛି ଏୟାର ଇଣ୍ଡିଆ । ଇଟାଲୀର ରୋମ୍‌ ସହରରେ ପାଠ ପଢୁଥିବା ଏହି ଛାତ୍ର ମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ବିମାନ ଶନିବାର ଦିନ ଯାତ୍ରା ଆରମ୍ଭ କରିଛି । ରବିବାର ସକାଳ ସୁଦ୍ଧା ଏହି ଛାତ୍ରମାନେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ମାର୍ଚ୍ଚ 28 ତାରିଖରୁ ଦିଲ୍ଲୀ-ରୋମ୍‌ ଏବଂ ଦିଲ୍ଲୀ-ମିଲାନ୍‌ ବିମାନସେବାକୁ ଖାରଜ କରିଛି ଏୟାର ଇଣ୍ଡିଆ । ଉଲ୍ଲେଖଯୋଗ୍ୟ ଯେ, ଇଟାଲୀରେ କୋରୋନା ଭୟଙ୍କର ରୂପ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 4032 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Related posts