କୋରୋନା ଭାଇରସ୍‌ ଆତଙ୍କ : ଚୀନ୍‌କୁ ବିମାନ ବାତିଲ କଲା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ

Published: Jan 29, 2020, 7:25 pm IST

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍‌କୁ ଯାତ୍ରା କରୁଥିବା ନିଜର ବିମାନର ଯାତ୍ରା ବାତିଲ କରିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଫେବୃୟାରୀ 1ରୁ ଫେବୃୟାରୀ 20 ମଧ୍ୟରେ ଚୀନ୍‌କୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଯାତ୍ରା ବାତିଲ କରାଯାଇଛି । ଏହା ସହିତ ହଂକଂକୁ ମଧ୍ୟ ବିମାନ ଯାତ୍ରା ବାତିଲ୍‌ କରିଛି ଇଣ୍ଡିଗୋ । ଅପରପକ୍ଷରେ ଏୟାର ଇଣ୍ଡିଆ ଜାନୁୟାରୀ 31ରୁ ଫେବୃୟାରୀ 14 ମଧ୍ୟରେ ଚାଲିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଛି ।

Related posts