Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଗ୍ରିଷ୍ଟାକ୍‌ ଆଇଡି ନଥିଲେ ବି ଧାନ ବିକିବେ ଚାଷୀ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଆଜିର ଖବର

ଏଗ୍ରିଷ୍ଟାକ୍‌ ଆଇଡି ନଥିଲେ ବି ଧାନ ବିକିବେ ଚାଷୀ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

November 25, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏଗ୍ରିଷ୍ଟାକ୍‌ ଫାର୍ମର ଆଇଡି ନାହିଁ ବୋଲି ଆଉ ଧାନ ବିକ୍ରିକୁ ନେଇ ଚିନ୍ତା କରିବାକୁ ପଡ଼ିବନି ଚାଷୀଙ୍କୁ। ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ନଥିଲେ ମଧ୍ୟ ଧାନ ବିକ୍ରି କରିପାରିବେ ଯୋଗ୍ୟ ଚାଷୀ। ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ଏଗ୍ରିଷ୍ଟାକ୍‌ ଆଇଡିକୁ ବାଧ୍ୟତାମୂଳକ କରାଯାଇନାହିଁ। ବୁଧବାର ବିଧାନସଭାରେ ଏନେଇ ସ୍ପଷ୍ଟୀକରଣ ରଖି ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏପଟେ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ କହି ଜବାବ ରଖିଛି ବିଜେପି। ଫଳରେ ଧାନ ସଂଗ୍ରହକୁ ନେଇ ରାଜ୍ୟ ରାଜନୀତିରେ ଚାଷୀଙ୍କ ସ୍ୱାର୍ଥ ଓ ଏଗ୍ରିଷ୍ଟାକ୍‌ ବ୍ୟବସ୍ଥାକୁ ନେଇ ତର୍କ ଜୋର୍‌ ଧରିଛି।

୨୨ ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ, ମାର୍ଚ୍ଚ ୩୧ ଯାଏଁ ଚାଲିବ ଧାନ ସଂଗ୍ରହ

ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ମୋଟ ୨୨ ଲକ୍ଷ ୨୭ ହଜାର ୭୧୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ମାସରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ମଣ୍ଡି ଖୋଲିବା ତାରିଖ କେବଳ ପ୍ରଶାସନିକ ସ୍ତରରେ ନିର୍ଦ୍ଧାରଣ କରାଯାଏ ନାହିଁ। ଧାନ ଅମଳର ସ୍ଥିତି, ଚାଷୀଙ୍କ ପ୍ରସ୍ତୁତି ଏବଂ ସ୍ଥାନୀୟ ଆବଶ୍ୟକତାକୁ ଆଧାର କରି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ମଣ୍ଡି ଖୋଲିବା ତାରିଖ ସ୍ଥିର କରିଥାଏ। ତେଣୁ ଜିଲ୍ଲା ଅନୁସାରେ ମଣ୍ଡି ଖୋଲିବାର ତାରିଖ ଭିନ୍ନ ରହିବ ବୋଲି ସେ କହିଛନ୍ତି।

ସମସ୍ୟା ଥିଲେ ସରକାରଙ୍କୁ ଜଣାନ୍ତୁ, ରାଜନୀତିକରଣ କରନ୍ତୁ ନାହିଁ

ଧାନ ସଂଗ୍ରହ ପ୍ରକ୍ରିୟାରେ କୌଣସି ସ୍ଥାନରେ ସମସ୍ୟା ଉପୁଜିଲେ ତାହାର ସମାଧାନ କରାଯିବା ଆବଶ୍ୟକ। ଏଥିପାଇଁ ସମସ୍ୟାକୁ ରାଜନୈତିକ ଦୃଷ୍ଟିକୋଣରୁ ନଦେଖି ସରକାରଙ୍କ ନଜରକୁ ଆଣିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। କିନ୍ତୁ କେତେକ ସ୍ଥାନର ସମସ୍ୟାକୁ ଆଧାର କରି ସମଗ୍ର ଧାନ ସଂଗ୍ରହ ବ୍ୟବସ୍ଥାକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇବା ଯୁକ୍ତିଯୁକ୍ତ ନୁହେଁ। ଚାଷୀଙ୍କ ସ୍ୱାର୍ଥ ସହ ସରକାର କୌଣସି ସାଲିସ କରିବେ ନାହିଁ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ଚାଷୀ ଅନୁକୂଳ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି।

ଏଗ୍ରିଷ୍ଟାକ୍‌କୁ ନେଇ ବିବାଦ, ମଣ୍ଡିରେ ତାଲା ପକାଇଥିଲେ ଚାଷୀ

ଅନ୍ୟପଟେ ଏଗ୍ରିଷ୍ଟାକ୍‌ ଫାର୍ମର ଆଇଡିକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ ଦେଖାଦେଇଥିଲା। ଆଇଡି ପଞ୍ଜୀକରଣ ଓ ଧାନ ବିକ୍ରିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ମଧ୍ୟରେ କୁଲୁଣ୍ଡୀ, ଫାଶୀମାଲ ଓ ଭୋଜପୁର ଲ୍ୟାମ୍ପସ୍‌ରେ ଚାଷୀମାନେ ତାଲା ପକାଇଥିଲେ। ଏହାକୁ ନେଇ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିବା ବେଳେ ଭାଗଚାଷୀଙ୍କଠାରୁ ଧାନ କିଣା ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଏହି ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାର ବିଧାୟକମାନେ ମଧ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ। ଏବେ ବିଧାନସଭାରେ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ଏଗ୍ରିଷ୍ଟାକ୍‌ ଆଇଡିକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସରକାର ଉଦ୍ୟମ କରିଛନ୍ତି।

ବିରୋଧୀଙ୍କୁ ବିଜେପିର ଜବାବ, ଏଗ୍ରିଷ୍ଟାକ୍‌ ଓ ଧାନ ବିକ୍ରି ଅଲଗା ପ୍ରସଙ୍ଗ

ମନ୍ତ୍ରୀଙ୍କ ବିବୃତି ପରେ ବିଜେପି ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଦଳର ମୁଖପାତ୍ର ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଏଗ୍ରିଷ୍ଟାକ୍‌ ଓ ଧାନ ପଞ୍ଜୀକରଣକୁ ନେଇ ବିରୋଧୀ ଦଳ ଦେଉଥିବା ବକ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ନିରାଧାର। ଏଗ୍ରିଷ୍ଟାକ୍‌ ପଞ୍ଜୀକରଣକୁ ଧାନ ବିକ୍ରିର ପୂର୍ବ ସର୍ତ୍ତ କରାଯାଇନାହିଁ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

ତାଙ୍କ କହିବା ଅନୁସାରେ, ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ଓ ଧାନ ସଂଗ୍ରହ ପାଇଁ ଥିବା ‘ପି-ପାସ୍‌’ ବା ଧାନ ସଂଗ୍ରହ ସ୍ୱୟଂଚାଳିତ ବ୍ୟବସ୍ଥା ଦୁଇଟି ଭିନ୍ନ ପ୍ରକ୍ରିୟା। ଏହା ପରସ୍ପର ସହ ଜଡ଼ିତ ନୁହେଁ କିମ୍ବା ଗୋଟିଏ ଅନ୍ୟଟିର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ।

ଅଗଷ୍ଟ ୧୨ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ନିଷ୍ପତ୍ତି

ଏଗ୍ରିଷ୍ଟାକ୍‌ ପଞ୍ଜୀକରଣକୁ ଧାନ କ୍ରୟର ପୂର୍ବ ସର୍ତ୍ତ ନକରିବା ନେଇ ଗତ ଅଗଷ୍ଟ ୧୨ ତାରିଖରେ ଅନୁଷ୍ଠିତ ୪୬ତମ ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ସରକାର ସ୍ପଷ୍ଟ କରିଥିବା ଇରାଶିଷ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ବୈଠକରେ ଏଗ୍ରିଷ୍ଟାକ୍‌ ଫାର୍ମର ଆଇଡି ନଥିବା କାରଣରୁ କୌଣସି ଯୋଗ୍ୟ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ ବୋଲି ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ଚାଷୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିବା ଇରାଶିଷ ଅଭିଯୋଗ କରିଛନ୍ତି।

ଚାଷୀଙ୍କ ମନରେ ଏବେ ବି ବଡ଼ ପ୍ରଶ୍ନ

ସରକାରଙ୍କ ସ୍ପଷ୍ଟୀକରଣ ପରେ ଏଗ୍ରିଷ୍ଟାକ୍‌ ଆଇଡିକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହେବାର ଆଶା ରହିଛି। ହେଲେ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀଙ୍କୁ କୌଣସି ପ୍ରକାର ଅସୁବିଧା ହେଉଛି କି ନାହିଁ, ଭାଗଚାଷୀଙ୍କ ଧାନ କିଣାରେ କେତେଦୂର ସ୍ୱଚ୍ଛତା ରହୁଛି ଏବଂ ଜିଲ୍ଲାସ୍ତରରେ ଧାନ ସଂଗ୍ରହ କେତେ ସୁରୁଖୁରୁରେ ଚାଲୁଛି, ତାହା ଉପରେ ନଜର ରହିବ। କାରଣ ଚାଷୀଙ୍କ ପାଇଁ କେବଳ ଆଶ୍ୱାସନ ନୁହେଁ, ଠିକ୍‌ ସମୟରେ ମଣ୍ଡିରେ ଧାନ ବିକ୍ରି ଓ ଉଚିତ୍‌ ମୂଲ୍ୟ ପାଇବା ହିଁ ସବୁଠାରୁ ବଡ଼ ପ୍ରସଙ୍ଗ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ଜମି ବିବାଦକୁ କେନ୍ଦ୍ରକରି ବୋମାମାଡ଼ : ମହିଳାଙ୍କ ସମେତ ୫ ଆହତ

November 25, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ସମ୍ବଲପୁର ସିଟି ରେଳ ଷ୍ଟେସନକୁ ମିଳିଛି ନୂତନ ରୂପ

November 25, 2026

ସିଓପିଡି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି: ବିଶେଷଜ୍ଞ

November 25, 2026

ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

November 25, 2026
Latest News

ଏଗ୍ରିଷ୍ଟାକ୍‌ ଆଇଡି ନଥିଲେ ବି ଧାନ ବିକିବେ ଚାଷୀ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

November 25, 2026

ପୁରୀରେ ଜମି ବିବାଦକୁ କେନ୍ଦ୍ରକରି ବୋମାମାଡ଼ : ମହିଳାଙ୍କ ସମେତ ୫ ଆହତ

November 25, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ସମ୍ବଲପୁର ସିଟି ରେଳ ଷ୍ଟେସନକୁ ମିଳିଛି ନୂତନ ରୂପ

November 25, 2026

ସିଓପିଡି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି: ବିଶେଷଜ୍ଞ

November 25, 2026

ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.