Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ଜମି ବିବାଦକୁ କେନ୍ଦ୍ରକରି ବୋମାମାଡ଼ : ମହିଳାଙ୍କ ସମେତ ୫ ଆହତ
ଆଜିର ଖବର

ପୁରୀରେ ଜମି ବିବାଦକୁ କେନ୍ଦ୍ରକରି ବୋମାମାଡ଼ : ମହିଳାଙ୍କ ସମେତ ୫ ଆହତ

November 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Bomb attack in Puri over a land dispute: 5 injured, including a woman

ପୁରୀ: ଜମିଜମା ବିବାଦକୁ କେନ୍ଦ୍ରକରି ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଓ ହିଂସାତ୍ମକ ଘଟଣା ଘଟିଛି। ଆଜି ବାଲିପୁଟ ପଞ୍ଚାୟତ ଅନ୍ତର୍ଗତ ମାର୍କଣ୍ଡପୁର ଗ୍ରାମରେ ଦୁର୍ବୃତ୍ତଙ୍କ ବୋମାମାଡ଼ରେ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଭୟର ବାତାବରଣ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଲାଗି ରହିଥିବା ଜମି ବିବାଦ ଆଜି ଉଗ୍ର ରୂପ ନେଇଥିଲା। ଉକ୍ତ ବିବାଦକୁ କେନ୍ଦ୍ରକରି ମାର୍କଣ୍ଡପୁର ଗ୍ରାମରେ ଦୁଇଟି ବୋମା ମାଡ଼ କରାଯାଇଥିଲା। ବୋମା ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଏହାର ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଏହି ଆକ୍ରମଣରେ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟେ ବୋମାମାଡ଼ ଖବର ପାଇ ସ୍ଥାନୀୟ ଆରକ୍ଷୀ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

ଜମିଜମା ବିବାଦ ପୁରୀ ବୋମାମାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଅମୃତ ଭାରତ ଷ୍ଟେସନ ଯୋଜନାରେ ସମ୍ବଲପୁର ସିଟି ରେଳ ଷ୍ଟେସନକୁ ମିଳିଛି ନୂତନ ରୂପ

November 25, 2026

ସିଓପିଡି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି: ବିଶେଷଜ୍ଞ

November 25, 2026

ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

November 25, 2026

ବାଲିଯାତ୍ରାରେ ଅଘଟଣ : ମହାନଦୀରେ ଭାସିଯାଇ ପଶ୍ଚିମବଙ୍ଗର ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

November 25, 2026
Latest News

ପୁରୀରେ ଜମି ବିବାଦକୁ କେନ୍ଦ୍ରକରି ବୋମାମାଡ଼ : ମହିଳାଙ୍କ ସମେତ ୫ ଆହତ

November 25, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ସମ୍ବଲପୁର ସିଟି ରେଳ ଷ୍ଟେସନକୁ ମିଳିଛି ନୂତନ ରୂପ

November 25, 2026

ସିଓପିଡି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି: ବିଶେଷଜ୍ଞ

November 25, 2026

ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

November 25, 2026

ବାଲିଯାତ୍ରାରେ ଅଘଟଣ : ମହାନଦୀରେ ଭାସିଯାଇ ପଶ୍ଚିମବଙ୍ଗର ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.