Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟୁତ୍ ଟାୱାର ଉପରେ ଚଢ଼ିବା ମହଙ୍ଗା ପଡ଼ିବ! ଆନ୍ଦୋଳନକାରୀଙ୍କୁ ଚେତାବନୀ
ଆଜିର ଖବର

ବିଦ୍ୟୁତ୍ ଟାୱାର ଉପରେ ଚଢ଼ିବା ମହଙ୍ଗା ପଡ଼ିବ! ଆନ୍ଦୋଳନକାରୀଙ୍କୁ ଚେତାବନୀ

November 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର। ଆନ୍ଦୋଳନକାରୀଙ୍କ ଦାବିକୁ ଅଯୌକ୍ତିକ ଓ ଅବୈଧ ବୋଲି ଦର୍ଶାଇବା ସହ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ବିଧାନସଭାରେ ଏହି ପ୍ରସଙ୍ଗରେ ବିବୃତି ରଖି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଦୋଳନରତ କୌଣସି ଠିକା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇନାହିଁ। ତାଙ୍କ କହିବା ଅନୁଯାୟୀ, ନିକଟ ଅତୀତରେ ଆନ୍ଦୋଳନକାରୀମାନେ ସରକାରଙ୍କ ସହ ଦାବି ନେଇ କୌଣସି ଆଲୋଚନା କରିନାହାନ୍ତି।

ଅନ୍ୟପଟେ, କିଛି ଆନ୍ଦୋଳନକାରୀ ୩୩ କେଭି, ୧୩୨ କେଭି ଓ ୪୦୦ କେଭି ବିଦ୍ୟୁତ୍ ନେଟୱର୍କର ଟାୱାର ଉପରକୁ ଚଢ଼ି ଟିପିସିଓଡିଏଲ୍‌ର ବିଦ୍ୟୁତ୍ ଯୋଗାଣକୁ ବାଧାପ୍ରାପ୍ତ କରିବାକୁ ଉଦ୍ୟମ କରିଥିବା ମନ୍ତ୍ରୀ ଗୃହରେ ଉଲ୍ଲେଖ କରିଛନ୍ତି। ଏଭଳି କାର୍ଯ୍ୟକୁ ସେ ବିନାଶକାରୀ ଓ ବିଧ୍ୱଂସକାରୀ ବୋଲି ଅଭିହିତ କରିବା ସହ ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କାରଣ ବିଦ୍ୟୁତ୍ ସରବରାହ ବ୍ୟାହତ ହେଲେ ଏମ୍ସ, ଏସ୍‌ସିବି ମେଡିକାଲ କଲେଜ ସମେତ ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ହଜାର ହଜାର ରୋଗୀଙ୍କ ଜୀବନ ବିପଦରେ ପଡ଼ିପାରେ। ଏଥିସହ ବିମାନବନ୍ଦର, ରେଳ ଷ୍ଟେସନ ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଅନୁଷ୍ଠାନର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି। ସରକାର କୌଣସି ପରିସ୍ଥିତିରେ ଜନସେବାକୁ ବାଧାପ୍ରାପ୍ତ ହେବାକୁ ଦେବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଅଯୌକ୍ତିକ ଦାବି ଆଳରେ ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକ ସେବା ବନ୍ଦ କରାଯାଇପାରିବ ନାହିଁ। ଆନ୍ଦୋଳନ ନାଁରେ ସରକାରଙ୍କୁ ବନ୍ଧକ ରଖିବା କିମ୍ବା ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଚଳ କରିବାକୁ କୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ଏହାଦ୍ୱାରା ଆନ୍ଦୋଳନକାରୀଙ୍କ ଦାବି ଓ ସରକାରଙ୍କ କଠୋର ଆଭିମୁଖ୍ୟ ମଧ୍ୟରେ ବିବାଦ ଆହୁରି ତୀବ୍ର ହେବାର ସଙ୍କେତ ମିଳୁଛି।

#ElectricityWorkersStrike #PowerDepartment KanakVardhanSinghDeo TPCODL
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣ ଓ ଭିତ୍ତିଭୂମି ଉପକରଣ ଉତ୍ପାଦନ କ୍ଷେତ୍ର ପାଇଁ ୧୧,୦୦୦ କୋଟିର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

November 25, 2026

ମଞ୍ଚେଶ୍ୱର ଆଇଆଇସିଙ୍କୁ ଝଟକା, ନିଲମ୍ବନ ପରେ ଆରମ୍ଭ ହେବ ବିଭାଗୀୟ ତଦନ୍ତ

November 25, 2026

ଓଡ଼ିଶା ବିଧାନସଭା ପ୍ରଶ୍ନକାଳ ମାତ୍ର ୩ଟି ପ୍ରଶ୍ନରେ ସୀମିତ

November 25, 2026

ଏଗ୍ରିଷ୍ଟାକ୍‌ ଆଇଡି ନଥିଲେ ବି ଧାନ ବିକିବେ ଚାଷୀ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

November 25, 2026
Latest News

ବିଦ୍ୟୁତ୍ ଟାୱାର ଉପରେ ଚଢ଼ିବା ମହଙ୍ଗା ପଡ଼ିବ! ଆନ୍ଦୋଳନକାରୀଙ୍କୁ ଚେତାବନୀ

November 25, 2026

ନିର୍ମାଣ ଓ ଭିତ୍ତିଭୂମି ଉପକରଣ ଉତ୍ପାଦନ କ୍ଷେତ୍ର ପାଇଁ ୧୧,୦୦୦ କୋଟିର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

November 25, 2026

ମଞ୍ଚେଶ୍ୱର ଆଇଆଇସିଙ୍କୁ ଝଟକା, ନିଲମ୍ବନ ପରେ ଆରମ୍ଭ ହେବ ବିଭାଗୀୟ ତଦନ୍ତ

November 25, 2026

ଓଡ଼ିଶା ବିଧାନସଭା ପ୍ରଶ୍ନକାଳ ମାତ୍ର ୩ଟି ପ୍ରଶ୍ନରେ ସୀମିତ

November 25, 2026

ଏଗ୍ରିଷ୍ଟାକ୍‌ ଆଇଡି ନଥିଲେ ବି ଧାନ ବିକିବେ ଚାଷୀ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.