ଜେଟ୍‌ ଏୟାରଓ୍ବେଜ୍‌ର ୫ ବିମାନ ଭଡାରେ ନେବ ଏୟାର ଇଣ୍ଡିଆ

Published: Apr 20, 2019, 5:11 pm IST

ପ୍ରତିଦ୍ବନ୍ଦୀ କମ୍ପାନୀ ଜେଟ୍‌ ଏୟାର ଓ୍ବେଜ୍‌ର ସମସ୍ତ ବିମାନ ଉଡାଣ ବାତିଲ ହେବା ପରେ ଏହାର ୫ଟି ବୋଇଙ୍ଗ ୭୭୭ ବିମାନ ଭଡାରେ ନେବାର ପ୍ରସ୍ତାବ ଦେଇଛି ଏୟାର ଇଣ୍ଡିଆ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହିତ ଆଲୋଚନା କରୁଛି। ବିଭିନ୍ନ ଆନ୍ତର୍ଜାତିକ ରୁଟ୍‌ରେ ବିମାନ ଚଳାଚଳ ପାଇଁ ଅଧିକ ବିମାନ ଆବଶ୍ୟକ କରୁଛି ଏୟାର ଇଣ୍ଡିଆ। ଜେଟ୍‌ ଏୟାର ଓ୍ବେଜ୍‌ ନିକଟରେ ୧୦ଟି ବୋଇଙ୍ଗ ୭୭୭ ବିମାନ ରହିଥିବା ବେଳେ ଏହି ସମସ୍ତ ବିମାନ ୟୁରୋପ ଏବଂ ଉତ୍ତର ଆମେରିକାରେ ସେବା ଯୋଗାଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ମାତ୍ର ତିନୋଟି ବିମାନ ଭଡାରେ ନେବାକୁ ଚାହୁଁଛି ଏୟାର ଇଣ୍ଡିଆ। ଏହି ଘଟଣା ନେଇ ଏସ୍‌ବିଆଇର ପ୍ରତିକ୍ରିୟା ମିଳିପାରି ନାହିଁ। ଗତ ସପ୍ତାହରେ ୧୬ ବି ୭୩୭ ବିମାନ ସ୍ପାଇସ୍‌ ଜେଟ୍‌ ସାମିଲ୍‌ କରିଥିଲା ଯାହା ପୂର୍ବରୁ ଜେଟ୍‌ ଏୟାରଓ୍ବେଜ୍‌ ବ୍ୟବହାର କରୁଥିଲା।

Related posts