Categories
ଆଜିର ଖବର

ଜେଟ୍‌ ଏୟାରଓ୍ବେଜ୍‌ ନିର୍ଦ୍ଦେଶକ ପଦରୁ ନାସିମ ଜାଇଦିଙ୍କ ଇସ୍ତଫା

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜାଇଦି ଜେଟ୍‌ ଏୟାରଓ୍ବେଜ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଣ ଲାଭଦାୟକ ପଦବୀରେ ରହିଥିବା ଜାଇଦି ଇସ୍ତଫାର କାରଣ ବ୍ୟକ୍ତିଗତ ସମୟର ଅଭାବ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉଡାଣ ବିଭାଗର ସଚିବ ରହିଥିବା ନାସିମ ଜାଇଦି ଗତବର୍ଷ ଅଗଷ୍ଟରେ ଜେଟ ଏୟାରଓ୍ବେଜ୍‌ର ଅଣଲାଭଦାୟକ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏପ୍ରିଲ୍‌ ୨୧ରୁ ବ୍ୟକ୍ତିଗତ କାରଣରୁ ନିଜର ଇସ୍ତଫା ପ୍ରଦାନ କରିଥିବା ବେଳେ ଜେଟ ଏୟାରଓ୍ବେଜ୍‌ ପକ୍ଷରୁ ସୋମବାର ଏହି ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର

ଜେଟ୍‌ ଏୟାରଓ୍ବେଜ୍‌ର ୫ ବିମାନ ଭଡାରେ ନେବ ଏୟାର ଇଣ୍ଡିଆ

ପ୍ରତିଦ୍ବନ୍ଦୀ କମ୍ପାନୀ ଜେଟ୍‌ ଏୟାର ଓ୍ବେଜ୍‌ର ସମସ୍ତ ବିମାନ ଉଡାଣ ବାତିଲ ହେବା ପରେ ଏହାର ୫ଟି ବୋଇଙ୍ଗ ୭୭୭ ବିମାନ ଭଡାରେ ନେବାର ପ୍ରସ୍ତାବ ଦେଇଛି ଏୟାର ଇଣ୍ଡିଆ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହିତ ଆଲୋଚନା କରୁଛି। ବିଭିନ୍ନ ଆନ୍ତର୍ଜାତିକ ରୁଟ୍‌ରେ ବିମାନ ଚଳାଚଳ ପାଇଁ ଅଧିକ ବିମାନ ଆବଶ୍ୟକ କରୁଛି ଏୟାର ଇଣ୍ଡିଆ। ଜେଟ୍‌ ଏୟାର ଓ୍ବେଜ୍‌ ନିକଟରେ ୧୦ଟି ବୋଇଙ୍ଗ ୭୭୭ ବିମାନ ରହିଥିବା ବେଳେ ଏହି ସମସ୍ତ ବିମାନ ୟୁରୋପ ଏବଂ ଉତ୍ତର ଆମେରିକାରେ ସେବା ଯୋଗାଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ମାତ୍ର ତିନୋଟି ବିମାନ ଭଡାରେ ନେବାକୁ ଚାହୁଁଛି ଏୟାର ଇଣ୍ଡିଆ। ଏହି ଘଟଣା ନେଇ ଏସ୍‌ବିଆଇର ପ୍ରତିକ୍ରିୟା ମିଳିପାରି ନାହିଁ। ଗତ ସପ୍ତାହରେ ୧୬ ବି ୭୩୭ ବିମାନ ସ୍ପାଇସ୍‌ ଜେଟ୍‌ ସାମିଲ୍‌ କରିଥିଲା ଯାହା ପୂର୍ବରୁ ଜେଟ୍‌ ଏୟାରଓ୍ବେଜ୍‌ ବ୍ୟବହାର କରୁଥିଲା।

Categories
ଆଜିର ଖବର

ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ନିଜର ୨୩ ହଜାର କର୍ମଚାରୀ ଛଟେଇ କରିବ!

ଋଣଭାରରେ ବୁଡି ରହିଥିବା ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ନିଜର ୨୩ ହଜାର କର୍ମଚାରୀ ଛଟେଇ କରିବାର ସମ୍ଭାବନା ଦେଇଛି। ପାଖାପାଖି ୧୦୦ କୋଟି ଡଲାର ଅର୍ଥରାଶି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରି ଥିବାବେଳେ ବର୍ତ୍ତମାନ ପ୍ରାୟ ୮୫୦୦କୋଟି ଟଙ୍କା ଆବଶ୍ୟକ ପଡୁଛି। ଏଭଳି ସ୍ଥିତିରେ ଋଣଦାତାମାନେ ଋଣ ଅସୁଲ ପାଇଁ ସଂସ୍ଥାର ୭୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଋଣଦାତାଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି କମ୍ପାନୀର ଅଂଶଧନ ବିକ୍ରୟ ହୁଏ ତେବେ ପ୍ରାୟ ୨୩ ହଜାର କର୍ମଚାରୀ ନିଜର ଜୀବୀକା ହରାଇବାର ସମ୍ଭାବନା ଦେଖାଦେଇଛି। ସଂସ୍ଥାକୁ ଅଧିକ ଋଣ ଦେଇଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୋମବାର ଏକ ବିବୃତିରେ ଏ ସମ୍ପର୍କରେ ଘୋଷଣା କରିଛି। ନିଲାମ ପାଇଁ ଆଗ୍ରହୀ ବ୍ୟକ୍ତି ବା ସଂସ୍ଥା ଆସନ୍ତା ୧୦ ତାରିଖ ସୁଦ୍ଧା ନିଲାମ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଇଚ୍ଛୁକ ନିଲାମଧାରୀଙ୍କର ୧ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବ କିମ୍ବା ବିମାନ ଚଳାଚଳ  ବ୍ୟବସାୟରେ ଅତି କମରେ ୩ ବର୍ଷର ଅଭିଜ୍ଞତା ରହିଥିବ ବୋଲି ଦର୍ଶାଯାଇଛି। ଏକଦା ଜେଟ୍‌ ଏୟାରୱେଜ୍‌ ଭାରତର ଦ୍ବିତୀୟ ବୃହତ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା  ଥିବା ଏୟାରଓ୍ବେଜ୍‌ର ବିମାନ ସଂଖ୍ୟା ୧୨୬ରୁ ୨୬ କୁ ଖସିଆସିଥିବାବେଳେ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ମଧ୍ୟ ସଂସ୍ଥା ଉପରୁ ନିଜର କ୍ଷମତା ହସ୍ତାନ୍ତର କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ଆଜିର ଖବର

ଜେଟ୍‌ ଏୟାରଓ୍ବେଜ୍‌ ଅଧିଗ୍ରହଣ କରିପାରେ ଟାଟା!

ଜେଟ୍‌ ଏୟାରଓ୍ବେଜ୍‌ ନିଜକୁ ଦେବାଳିଆ ଘୋଷଣା କରିବା ପରେ ଏହାର ପ୍ରତିଷ୍ଠାତା ବୋର୍ଡ ସଦସ୍ୟ ପଦରୁ ଓହରି ଯାଇଥିଲେ। ବର୍ତ୍ତମାନ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏହି ବିମାନ ଚଳାଚଳ କମ୍ପାନୀ ପାଇଁ ନୂତନ ନିବେଶକ ଖୋଜୁଛି। ଟାଟା କମ୍ପାନୀ ଏହି କମ୍ପାନୀକୁ କିଣିବା ପାଇଁ ଆଗ୍ରହୀ ବୋଲି ଜଣାପଡିଛି। କମ୍ପାନୀକୁ କିଣିବା ପାଇଁ ଏସ୍‌ବିଆଇ ପକ୍ଷରୁ ୮୫୦୦ କୋଟି ଟଙ୍କା ମୂଲ୍ୟ ରଖାଯାଇଥିବା ଜଣାପଡିଛି। କମ୍ପାନୀକୁ କ୍ରୟ କରିବା ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍‌ ୯ ତାରିଖ ରହିଛି। ଭାରତରେ ଭିସ୍ତାରା ଏବଂ ଏୟାର ଏସିଆ ସହ ମିଳିତ ଭାବରେ ବିମାନ ସେବା ଯୋଗାଉଥିବା ଟାଟା ପୂର୍ବରୁ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବାକୁ ଚାହୁଁଥିଲା ମାତ୍ର ଜେଟ୍‌ର ଅନ୍ୟ ନିବେଶକଙ୍କ ସହ ମତାନ୍ତର ପରେ ପ୍ରସ୍ତାବରୁ ଓହରି ଯାଇଥିଲେ ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନ୍‌। ଟାଟାକୁ ଏହି ନିଲାମ ପ୍ରକ୍ରିୟାରେ ସହାୟତା କରୁଛି ସିଙ୍ଗାପୁର ଏୟାର ଲାଇନ୍ସ ଯାହାକି ଟାଟା ସହିତ ମିଳିତ ଭାବରେ ଏୟାର ଏସିଆ ପରିଚାଳନା କରୁଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଏପ୍ରିଲ୍‌ ୧ରୁ ଧାରଣାରେ ବସିବେ ଜେଟ୍‌ ଏୟାରଓ୍ବେଜ୍‌ ପାଇଲଟ୍‌

ସମସ୍ୟା ମଧ୍ୟରେ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ ପାଇଁ ଏକ ନୂତନ ସମସ୍ୟା ଦେଖାଦେଇଛି। ବେତନ ପାଇନଥିବାରୁ ଏହାର ପାଇଲଟ୍‌ ମାନେ ଆସନ୍ତା ୧ତାରିଖରୁ ଧାରଣାରେ ବସିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ବିଗତ ତିନି ମାସ ଧରି ନିଜର ଦରମା ପାଇନଥିବାରୁ ଏହି ବିମାନ ଚଳାଚଳ ସଂସ୍ଥାର ପ୍ରାୟ ୩୦୦ପାଇଲଟ୍‌ ମାର୍ଚ୍ଚ ୩୧ପୂର୍ବରୁ ଏହି ସମସ୍ୟାର ସମାଧାନ ନହେଲେ ଏପ୍ରିଲ୍‌ ୧ରୁ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବାର ନିଷ୍ପତ୍ତି ନେଇଛନ୍ତି। ପାଇଲଟ୍‌ ମାନେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇର ସିରୋୟାରେ ଧାରଣାରେ ବସିବେ ବୋଲି ଜଣାପଡିଛି। ସୂଚନାେଯାଗ୍ୟ ଯେ ପୂବର୍ରୁ ଏଟିହାଡ୍‌ ପ୍ଲସ୍‌ ଏହି ଏୟାରଲାଇନ୍ସରେ ନିବେଶ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ କମ୍ପାନୀ ମୁଖ୍ୟ ନରେଶ ଗାେୟଲ ବତ୍ତର୍ମାନ କାତାର ଏୟାଓ୍ବେଜ୍‌ ସହିତ ଆଲୋଚନା କରୁଛନ୍ତି।