ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ନିଜର ୨୩ ହଜାର କର୍ମଚାରୀ ଛଟେଇ କରିବ!

Published: Apr 8, 2019, 3:45 pm IST
JET AIRWAYS

ଋଣଭାରରେ ବୁଡି ରହିଥିବା ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ନିଜର ୨୩ ହଜାର କର୍ମଚାରୀ ଛଟେଇ କରିବାର ସମ୍ଭାବନା ଦେଇଛି। ପାଖାପାଖି ୧୦୦ କୋଟି ଡଲାର ଅର୍ଥରାଶି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରି ଥିବାବେଳେ ବର୍ତ୍ତମାନ ପ୍ରାୟ ୮୫୦୦କୋଟି ଟଙ୍କା ଆବଶ୍ୟକ ପଡୁଛି। ଏଭଳି ସ୍ଥିତିରେ ଋଣଦାତାମାନେ ଋଣ ଅସୁଲ ପାଇଁ ସଂସ୍ଥାର ୭୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଋଣଦାତାଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି କମ୍ପାନୀର ଅଂଶଧନ ବିକ୍ରୟ ହୁଏ ତେବେ ପ୍ରାୟ ୨୩ ହଜାର କର୍ମଚାରୀ ନିଜର ଜୀବୀକା ହରାଇବାର ସମ୍ଭାବନା ଦେଖାଦେଇଛି। ସଂସ୍ଥାକୁ ଅଧିକ ଋଣ ଦେଇଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୋମବାର ଏକ ବିବୃତିରେ ଏ ସମ୍ପର୍କରେ ଘୋଷଣା କରିଛି। ନିଲାମ ପାଇଁ ଆଗ୍ରହୀ ବ୍ୟକ୍ତି ବା ସଂସ୍ଥା ଆସନ୍ତା ୧୦ ତାରିଖ ସୁଦ୍ଧା ନିଲାମ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଇଚ୍ଛୁକ ନିଲାମଧାରୀଙ୍କର ୧ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବ କିମ୍ବା ବିମାନ ଚଳାଚଳ  ବ୍ୟବସାୟରେ ଅତି କମରେ ୩ ବର୍ଷର ଅଭିଜ୍ଞତା ରହିଥିବ ବୋଲି ଦର୍ଶାଯାଇଛି। ଏକଦା ଜେଟ୍‌ ଏୟାରୱେଜ୍‌ ଭାରତର ଦ୍ବିତୀୟ ବୃହତ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା  ଥିବା ଏୟାରଓ୍ବେଜ୍‌ର ବିମାନ ସଂଖ୍ୟା ୧୨୬ରୁ ୨୬ କୁ ଖସିଆସିଥିବାବେଳେ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ମଧ୍ୟ ସଂସ୍ଥା ଉପରୁ ନିଜର କ୍ଷମତା ହସ୍ତାନ୍ତର କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Related posts