Categories
ଆଜିର ଖବର ଜାତୀୟ ଖବର

‘CAA ହେଉଛି ଭାରତର ଆଭ୍ୟନ୍ତରୀଣ ବିଷୟ’: ଆମେରିକାର ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (CAA) ଉପରେ ଆମେରିକାର ମନ୍ତବ୍ୟ ଉପରେ ଭାରତ ପ୍ରତିକ୍ରିୟା ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, CAA ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ। CAA ର କାର୍ଯ୍ୟକାରିତା ଉପରେ ଆମେରିକାର ବିବୃତ୍ତି ଭୁଲ ଏବଂ ଅନ୍ୟାୟ ଅଟେ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଏହି ପ୍ରତିକ୍ରିୟା ଆମେରିକାର ବୈଦେଶିକ ବିଭାଗର ବିବୃତ୍ତିରେ ଆସିଛି ଯେଉଁଥିରେ କୁହାଯାଇଛି ଯେ ମାର୍ଚ୍ଚ ୧୧ ରେ ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ,ଯେ ଏହି କାର୍ଯ୍ୟ କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ମିଲର କହିଥିଲେ ଯେ, ଧାର୍ମିକ ସ୍ୱାଧୀନତା ପ୍ରତି ସମ୍ମାନ ଏବଂ ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁଯାୟୀ ସମାନ ବ୍ୟବହାର ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି।

ଆମେରିକାର ବିବୃତ୍ତିର ଉତ୍ତରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ୟସୱାଲ କହିଛନ୍ତି ଯେ, ନାଗରିକତା (ସଂଶୋଧନ) ଅଧିନିୟମ ୨୦୧୯ ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆମେରିକାର ବିବୃତ୍ତି ମିଥ୍ୟା, ଅସ୍ପଷ୍ଟ ତଥା ଅନ୍ୟାୟ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଶଈର ଜୟସ୍ଵାଲ କହିଛନ୍ତି ଯେ, ଏହି ନିୟମ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସୀ ଏବଂ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିଥାଏ। ଏହା ନାଗରିକତା ପ୍ରଦାନ କରେ, କାହାର ନାଗରିକତ୍ୱ ଛଡ଼ାଇ ନେବ ନାହିଁ।

Categories
ବିଶେଷ ଖବର

କରୋନା ଲଢେଇରେ ଅସହାୟ ଜନତା ଓ ରାଜନେତାମାନଙ୍କର “ଡାଟା ଗେମ”

କେଦାର ମିଶ୍ର

ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ ସେଥିଲାଗି ଅନେକ ସାମ୍ବାଦିକଙ୍କର ଝଗଡା ମଧ୍ୟ ହେଲାଣି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଷ୍ଟ୍ରପତି ସାମ୍ବାଦିକଙ୍କୁ ତାଙ୍କ କଥା କହୁଛନ୍ତି ଓ ସାମ୍ବାଦିକ ତାଙ୍କ ନିଜ ଅଧିକାରରେ ରାଷ୍ଟ୍ରପତିଙ୍କ ମତକୁ ଖଣ୍ଡନ ମଧ୍ୟ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ଫଙ୍କ “ଡାଟା” କୁ ଦେଖିବା ବେଳେ ସାମ୍ବାଦିକମାନେ ଏମିତି ବ୍ୟବହାର କରୁଛନ୍ତି, ଯେମିତି ସେମାନେ ଜାଣନ୍ତି ଯେ ଏହା କେବଳ ଡାଟା ର ଖେଳ। ଏଥିରେ ସତ୍ୟତା ନାହିଁ।

ସଂଖ୍ୟା ଦୃଷ୍ଟିରୁ ଆମେରିକା ସର୍ବାଧିକ କରୋନା ପରୀକ୍ଷା କରିଛି। ପ୍ରତି ଦଶ ଲକ୍ଷ ଲୋକରେ ଆମେରିକାରେ ୧,୮୪,୦୦୭ ଲୋକଙ୍କର ପରୀକ୍ଷା ହେଉଛି। ଏ ଯାବତ ସର୍ବମୋଟ ୬୦.୯୯୩, ୭୨୨ ପରୀକ୍ଷା କରିବାରେ ଆମେରିକାର ରେକର୍ଡ ରହିଛି। ତେବେ ପ୍ରତି ଦଶ ଲକ୍ଷ ଜଣ ସଂଖ୍ୟାରେ ସର୍ବାଧିକ ପରୀକ୍ଷା କରିବାର ରେକର୍ଡ ୟୁଏଇ ବା ଆରବ ଏମିରେଟ୍ସ ପାଖରେ ରହିଛି। ଦଶ ଲକ୍ଷ ଜନସଙ୍ଖ୍ୟାର ୫,୨୭,୧୪୨ ପରୀକ୍ଷା ଏକ ବିରଳ ରେକର୍ଡ। ଦେଶର ୧୦୦ ରୁ ୫୨ ଜଣଙ୍କର ପରୀକ୍ଷା ସେଠାରେ ସମ୍ଭବ ହୋଇଛି। ଆରବ ପରେ ବାହାରିନ ୪,୯୮, ୫୬୮ ପରୀକ୍ଷା କରିଛି। ଋଷିଆର ପରୀକ୍ଷଣ ସଂଖ୍ୟା ମଧ୍ୟ ଆମେରିକା ଠୁ ଅଧିକ। ଋଷିଆ ପ୍ରତି ଦଶ ଲକ୍ଷ ଲୋକରେ ୨,୦୦୦, ୯୪ ପରୀକ୍ଷା କରୁଛି। ଅଧିକ ପରୀକ୍ଷା କରୁଥିବା ଆରବ ଦେଶ ସମୂହ, ୟୁରୋପ ଏବଂ ଋଷିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ କମ। ଆମେରିକାରେ ମୃତ୍ୟୁହାର ୩.୨୬ ହୋଇଥିବା ବେଳେ ଋଷିଆରେ ଏହା ମାତ୍ର ୧.୬୬%। ତେଣୁ ଡାଟା କୁ ନେଇ ଅଯଥାରେ ଛାତି ବାଡେଇ ହେବାର କୌଣସି ବିଶେଷ କାରଣ ନାହିଁ।

ତେବେ ଆମେରିକା ଓ ଋଷିଆ ଭଳି ଦେଶରେ ଡାଟା ବା ତଥ୍ୟକୁ ନେଇ ବିତର୍କ ଚାଲିଛି। ଭାରତରେ ତଥ୍ୟକୁ ନେଇ ବିତର୍କ କରିବା ଆମେ ଭୁଲିଯାଇଛୁ। ଆମେ ସବୁ ସରକାରୀ ତଥ୍ୟକୁ ମୁଣ୍ଡପାତି ଗ୍ରହଣ କରିନେବାକୁ ପ୍ରସ୍ତୁତ। ବର୍ତ୍ତମାନ ଭାରତ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି। ସର୍ବମୋଟ ସଂଖ୍ୟା ଦୃଷ୍ଟିରୁ ଆମ ଉପରେ ଆମେରିକା ଓ ବ୍ରାଜିଲ ରହିଥିଲେ ମଧ୍ୟ, ଗତ ତିନି ଦିନ ଧରି ପୃଥିବୀର ସର୍ବାଧିକ ସଂକ୍ରମିତ ଭାରତରୁ ବାହାରୁଛନ୍ତି। ଆମର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ହଜାର ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଦୈନିକ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ଆମର ପରୀକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଗତକାଲି ଦେଶରେ ୬,୬୧,୮୯୨ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହେ ତଳୁ ଦୈନିକ ୧୦ ଲକ୍ଷ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଦୈନିକ ୧୦ଲକ୍ଷ ପରୀକ୍ଷାରେ ପହଞ୍ଚିବାକୁ ଆମକୁ ଆହୁରି ଦୁଇ ସପ୍ତାହ ଲାଗିବ। ଶହେ ଲୋକରେ ଆଜି ମଧ୍ୟ ଆମେ ୧.୫ ଲୋକଙ୍କର ପରୀକ୍ଷା କରୁଛୁ। ତା ସତ୍ତ୍ୱେ ଆମର ସଙ୍କ୍ରମିତଙ୍କ ସଂଖ୍ୟା ପୃଥିବୀର ଏକ ନମ୍ବର।

ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ବହୁ ଅଧିକ ପରୀକ୍ଷା ହେବା ଜରୁରୀ। ଏ ପ୍ରକାର ହାରରେ ସଂକ୍ରମଣ ବଢିଲେ ବହୁ ଲୋକ ବିନା ପରୀକ୍ଷାରେ ସଂକ୍ରମଣ ବଢାଇ ଚାଲିବେ ଓ ଏମିତି ଅନେକ ଲୋକ ମୃତ୍ୟୁ ବରଣ କରିବେ ଯାହାର କୌଣସି ହିସାବ ରଖିବା ସମ୍ଭବ ହେବନାହିଁ। ସବୁଠୁ ବଡ ସଙ୍କଟ ହେଉଛି, ଭାରତରେ କୋଭିଡ ତଥ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବାର ସାହସ ବା ଅଧିକାର ଲୋକଙ୍କ ପାଖରେ ନାହିଁ। ଅନ୍ତତଃ ରାଷ୍ଟ୍ରପତି ଟ୍ରମ୍ଫ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ନିଜର ପକ୍ଷ ରଖୁଛନ୍ତି। ସମାଲୋଚନାର ସାମ୍ନା କରୁଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକ ପାଖିଆ ଭାଷଣ ଦେଇ ଚାଲିଛନ୍ତି। ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୫ ହଜାର ଲୋକଙ୍କର ପରୀକ୍ଷା କରିବାର ଅର୍ଥ ହେଉଛି, ମହାମାରୀ ଲାଗି ଖୋଲା ମଇଦାନ ତିଆରି କରିବା। ବିନା ପରୀକ୍ଷାରେ “ଲକ ଡାଉନ” ବା “ଅନଲକ” ର କିଛି ଅର୍ଥ ନାହିଁ। ଭାରତର ବିଭିନ୍ନ ରାଜ୍ୟଗୁଡିକ ଭିତରୁ ଦିଲ୍ଲୀ ସର୍ବାଧିକ ୫୪,୧୯୪ (ଦଶ ଲକ୍ଷ ଅନୁପାତରେ) , ପରୀକ୍ଷା କରିଛି। ବାକି ରାଜ୍ୟ ଗୁଡିକ ଏବେ ମଧ୍ୟ ୧୦ ରୁ ୨୦ ହଜାର ଭିତରେ ରହିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ୧୧,୬୬୦, ବିହାରରେ ମାତ୍ର ୫୪୨୯, ପଶ୍ଚିମ ବଙ୍ଗରେ ୯୮୭୨ ଓ ମଧ୍ୟପ୍ରଦେଶରେ ୯୮୭୮ ପରୀକ୍ଷା ହେଉଛି। ଦେଶର ଅଧାରୁ ଅଧିକ ଲୋକ ଏହି ସବୁ ରାଜ୍ୟରେ ବସବାସ କରନ୍ତି।

ବିନା ପରୀକ୍ଷାରେ “ଡାଟା ଗେମ” ଖେଳୁଥିବା ଆମର ରାଜନେତାମାନେ କୋଟି କୋଟି ଭାରତୀୟଙ୍କର ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ଏ ପ୍ରକାର ତଥଯର ହେରାଫେରିକୁ ନେଇ ଗଣମାଧ୍ୟମ ମଧ୍ୟ ମୁହଁ ରେ ତୁଣ୍ଡି ବାନ୍ଧି ବସିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଅଣାୟତ୍ତ କରୋନା : 24 ଘଣ୍ଟାରେ ଆମେରିକାରେ ଗଲା 1200 ଜୀବନ

କରୋନା ଭାଇରସ୍‌ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 1200 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଦୁନିଆର ଶକ୍ତିଶାଳୀ ଦେଶ କରୋନା ଭାଇରସ୍‌ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ଦେଶରେ 3 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଥିବାବେଳେ 9600ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଦେଶର ସବୁଠୁ ଅଧିକ ମାମଲା ନ୍ୟୁୟର୍କ ସହରରେ ହୋଇଛି । ଏଠାରେ 1ଲକ୍ଷ 20 ହଜାରରୁ ଅଧିକ ପଜିଟିଭି କେସ୍‌ ସାମ୍ନାକୁ ଆସିଛି । ସେହିପରି ଏହି ଅଞ୍ଚଳରେ 4000ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇ ନେତା କରୋନାକୁ ନେଇ ରଣନୀତି ଉପରେ ଚର୍ଚ୍ଚା କରିଥିଲେ । ଏହା ସହିତ ଟ୍ରମ୍ପ୍‌ କିଛି ମେଡିସିନ୍‌ ପାଇଁ ଭାରତର ସାହାଯ୍ୟ ମଧ୍ୟ ଚାହିଁଥିଲେ । ପ୍ରଧାମନ୍ତ୍ରୀ ମୋଦି ତାଙ୍କୁ ଆଶ୍ବାସନା ମଧ୍ୟ ଦେଇଛନ୍ତି ।

ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ 208ଟି ସହରରେ ବ୍ୟାପି ସାରିଛି । ଆମେରିକା ପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ପରି ବହୁ ଦେଶ ଏବେ ଏହା ସହ ଲଢେଇ କରୁଛନ୍ତି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Categories
ବିଶେଷ ଖବର

କରୋନା ମୁକାବିଲା, ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅଗ୍ନି ପରୀକ୍ଷାର ସମୟ

କେଦାର ମିଶ୍ର

ପ୍ରତିଦିନ ପୃଥିବୀରେ କରୋନା ଭୂତାଣୁର ପ୍ରକୋପ ବଢି ଚାଲିଛି। ବିକଶିତ ଓ ବୈଜ୍ଞାନିକ ଦୃଷ୍ଟିରୁ ଉନ୍ନତ ଦେଶମାନେ ମଧ୍ୟ ଏହି ଭୂତାଣୁକୁ ରୋକିବାରେ ସଫଳ ହେଉନାହାନ୍ତି। ଆମେରିକା ଭଳି ପୃଥିବୀର ସବୁଠୁ ସମୃଦ୍ଧ ଓ ସମ୍ପନ୍ନ ରାଷ୍ଟ୍ର ମଧ୍ୟ କରୋନା ରୋକିବାରେ ସଫଳ ହୋଇ ପାରିନାହିଁ। ଅପରପକ୍ଷରେ ବିକାଶଶୀଳ ଓ ଦରିଦ୍ର ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ଚୀନ ପରେ ଆମେରିକା ଓ ୟୁରୋପରେ ଏହି ରୋଗର ପ୍ରବଳ ପ୍ରଭାବ ବଢି ଚାଲିଛି।

ନ୍ୟୁୟର୍କ ସହରରେ ଗତ ୧୮ ତାରିଖ ଦିନ ୨୪ ଘଣ୍ଟାରେ ୧୦୦୮ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲାଣ୍ଡ ଓ ଜର୍ମାନୀ ଏବେ ଭୟଙ୍କର ସମୟର ସାମ୍ନା କରୁଛନ୍ତି। ତୁଳନାତ୍ମକ ଭାବରେ ଦକ୍ଷିଣ-ପୂର୍ବ ଏସିଆ( ଭାରତ, ନେପାଲ, ଭୁଟାନ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ଵୀପ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ)ରେ ଏହାର ପ୍ରଭାବ କମ ରହିଛି। ଭାରତରେ ୧୭୦ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇ ସାରିଲେଣି। ଭୟ ଓ ଆଶଙ୍କା ଅନେକ ସମୟରେ ଲୋକଙ୍କ ମନରେ ପ୍ରବଳ ନିରାଶା ଭାବ ସୃଷ୍ଟି କରୁଛି। ଭୟର ଚାପରେ ଦିଲ୍ଲୀ ରେ ଜଣେ ସନ୍ଦିଗ୍ଧ ଯୁବକ ଡାକ୍ତରଖାନା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସାରା ପୃଥିବୀ ଲାଗି ଏବେ ଏକ ଅଗ୍ନି ପରୀକ୍ଷାର ସମୟ ଚାଲିଛି। ବିଶେଷକରି ଭାରତ ଭଳି ଜନ ବହୁଳ ଦେଶ ପାଇଁ ଏହା ଆହୁରି ବଡ ପରୀକ୍ଷାର ସମୟ। ଦେଶବାସୀଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ହୁଏତ ବହୁ ମୂଲ୍ୟ ଦେବାକୁ ପଡିବ। ଅର୍ଥନୀତି ଦୃଷ୍ଟିରୁ ଆଗାମୀ ସମୟ ଆମକୁ ବହୁତ ବଡ ସଙ୍କଟରେ ପକାଇପାରେ। ତେବେ ଲୋକଙ୍କ ଜୀବନର ମୂଲ୍ୟ ତୁଳନାରେ ସେତକ କ୍ଷତି ସହିବା ଆଜି ପାଇଁ ଅପରିହାର୍ଯ୍ୟ। କେଉଁଠି ନା କେଉଁଠି ଦେଶର ପୂରା ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ପଡିବ ଓ ଆମର ପ୍ରମୁଖ ସହର ଗୁଡିକ ଅନ୍ତତଃ ଆଗାମୀ ଦୁଇ ସପ୍ତାହ ଲାଗି ସ୍ଥାଣୁ ହୋଇଯାଇ ପାରନ୍ତି। ଏହା ଆଜିର ସମୟ ଲାଗି ସବୁଠୁ ବେଶୀ ଉପଯୋଗୀ।

କେବଳ ଇଣ୍ଟରନେଟ ଓ ଟେଲିଫୋନ ବ୍ୟତୀତ ଅନ୍ୟ ସବୁ ପ୍ରକାର ପ୍ରତ୍ୟକ୍ଷ ଯୋଗାଯୋଗ ବିଛିନ୍ନ କରିବାକୁ ସରକାର ବାଧ୍ୟ ହେବେ। ଏ ପ୍ରକାର ବ୍ୟବସ୍ଥାର ବହୁ ମୂଲ୍ୟ ଆମର ଅର୍ଥନୀତି ଉପରେ ପଡିବ। ତେବେ ତାହା ନ ଅନ୍ୟ ବାଟ ନାହିଁ। ସପ୍ତାହେ ଭିତରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୧୭୦ରେ ପହଞ୍ଚିଲାଣି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହେଲେଣି। ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବା ଓ ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଦେବାଲାଗି, ଆମକୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପଡିବ। ଇତି ମଧ୍ୟରେ ଓଡିଶା ସରକାର ସବୁ ପ୍ରକାର ଧାର୍ମିକ ସ୍ଥଳକୁ ସାଧାରଣ ଲୋକଙ୍କ ପରିଦର୍ଶନ ନିଷିଦ୍ଧ କରିଛନ୍ତି। ଗତ ସପ୍ତାହେ ଭିତରେ ଓଡିଶାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଅନ୍ତତଃ ଆଜି ପର୍ୟନ୍ତ ସଂକ୍ରମଣ ସେତିକିରେ ସୀମିତ ରହିଛି। ତେବେ ଭାରତର ଚାରୋଟି ପ୍ରମୁଖ ରାଜ୍ୟ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨, କେରଳରେ ୨୫, କର୍ଣ୍ଣାଟକରେ ୧୪, ଦିଲ୍ଲୀରେ ୧୧, ଉତ୍ତର ପ୍ରଦେଶରେ ୧୬,ଜାମ୍ମୁ-କାଶ୍ମୀରରେ ୪ ଓ ଲଦାଖରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନେକ ସମୟରେ ଦେଖା ଯାଉଛି, ଭୟ କାରଣରୁ ହେଉ ବା ମୂର୍ଖାମି ଯୋଗୁଁ ଅନେକ ଆକ୍ରାନ୍ତ ଡାକ୍ତରଖାନାରୁ ଫେରାର ହୋଇ ଯାଉଛନ୍ତି। ଏହା ସବୁଠୁ ବଡ ବିପଦ ସୃଷ୍ଟି କରିବ। ଦେଶରେ ସର୍ବ ପ୍ରଥମେ କେରଳରେ ଏହାର ପ୍ରକୋପ ବଢିଥିବା ବେଳେ କେରଳ ସରକାର ତତ୍ପରତାର ସହିତ ଏହାର ଦ୍ଵିତୀୟ ପର୍ୟାୟ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି।

ତେବେ ଚୀନ, ୟୁରୋପ ଏବଂ ଆମେରିକାର ଅନୁଭବରୁ ଆମକୁ ଗୋଟିଏ କଥା ମାନି ଚଳିବାକୁ ପଡିବ। ପୂରା ଦେଶରେ ସାମାଜିକ ସମାଗମ ଓ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ମହାରାଷ୍ଟ୍ର ଓ ଓଡିଶା ସରକାର ସବୁ ଧାର୍ମିକ ସ୍ଥଳ ଉପରେ ଏ ପ୍ରକାର ନିୟନ୍ତ୍ରଣ ଲାଗୁ କରି ସାରିଛନ୍ତି।

ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର କିନ୍ତୁ ଅତ୍ୟନ୍ତ ଦାୟିତ୍ଵହୀନ କାମ କରୁଛନ୍ତି। ଉତ୍ତର ପ୍ରଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିବା ବେଳେ, ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ତାରିଖ ପର୍ୟନ୍ତ ଅଯୋଧ୍ୟାରେ ରାମ ନବମୀ ମେଳା ପାଇଁ ଆଦିତ୍ୟନାଥ ସରକାର ଅନୁମତି ଦେଇଛନ୍ତି।

ଏହାକୁ ଧାର୍ମିକ ଭାବ ପ୍ରବଣତା ବୋଲି କହି ଜଣେ ମୁଖ୍ୟମନ୍ତ୍ରୀ ପୂରା ଦେଶର ଲୋକଜୀବନ ସହିତ ଖେଳ ଖେଳୁଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହି ମେଳାକୁ ବନ୍ଦ କରିବା ଉଚିତ ହେବ।

ଅହି ଅଗ୍ନି ପରୀକ୍ଷା ସମୟରେ ରାଜନୈତିକ ଦଳ ଓ ଧାର୍ମିକ ବ୍ୟକ୍ତି ବିଶେଷଙ୍କର ବୟାନ ଉପରେ ମଧ୍ୟ କଟକଣା ରହିବା ଉଚିତ। ସାମାଜିକ ଗଣମାଧ୍ୟମ ଓ ମୁଖ୍ୟ ଧାରାର ଗଣମାଧ୍ୟମ ଏ କ୍ଷେତ୍ରରେ ଅଧିକ ସତର୍କ ରହିବା ମଧ୍ୟ ଜରୁରୀ। ଦେଶର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ, ଲୋକ ଖରାରେ ଠିଆ ହେଲେ କରୋନାରୁ ରକ୍ଷା ପାଇବେ ବୋଲି କହିବା, ଅତ୍ୟନ୍ତ ହାସ୍ୟାସ୍ପଦ। ସରକାରରେ ଥିବା ମନ୍ତ୍ରୀ ଓ ଅଧିକାରୀମାନେ ଏ ପ୍ରସଙ୍ଗରେ ଅଧିକ ସଚେତନ ହେବେ ବୋଲି ଆମେ ଆଶା କରିବା।

ଗତକାଲି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସଂଯମ ଓ ସାହସର ବାର୍ତ୍ତା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ବିସ୍ଫୋରଣ : 2 ଆମେରିକୀୟ ସୈନ୍ୟ ନିହତ

କାବୁଲ : ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କାନ୍ଦାହାରର ଦକ୍ଷିଣ ଆଫଗାନିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଶନିବାର ଆମେରିକୀୟ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସ୍ଥାନୀୟ ଆଇଡି ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଆମେରିକୀୟ ସୁରକ୍ଷା ସଚିବଙ୍କ ଇସ୍ତଫା ନେଇ ଟ୍ରମ୍ପଙ୍କ ଘୋଷଣା

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଗୃହ ସଚିବ କିର୍ଷ୍ଟେନ୍‌ ନିଲ୍‌ସନ୍‌ ନିଜ ପଦରୁ ଓହରୁଥିବା ନେଇ ସୂଚନା ଦେଇଛନ୍ତି। ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଏହି ଖବରକୁ ସ୍ବୀକାର କରିବା ସହିତ ପଦ ଛାଡିଥିବା ନିଲ୍‌ସନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି, ନିଲ୍‌ସନ୍‌ଙ୍କ ସେବା ନିମନ୍ତେ ମୁଁ ତାଙ୍କୁ ଆମେରିକାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ଅନ୍ୟ ଏକ ଟ୍ବିଟ୍‌ରେ ଆମେରିକା ବର୍ହିଶୁଳ୍କ ବିଭାଗର କମିଶନର କେଭିନ୍‌ ମ୍ୟାକ୍‌ଲିନ୍‌ଙ୍କୁ କାର୍ଯ୍ୟକାରୀ ଗୃହ ସଚିବ ଭାବରେ ଘୋଷଣା କରିଛନ୍ତି। ନିଜର ଅବ୍ୟାହତି ପରେ କ୍ରିଷ୍ଟେନ୍‌ ନିଲ୍‌ସନ୍‌ କହିଛନ୍ତି, ଏକ ବର୍ଷ ପୂର୍ବରୁ ଜନ୍‌ କେଲୀଙ୍କ ନିକଟରୁ ଦାୟିତ୍ବ ଗ୍ରହଣ କରିବା ପରଠାରୁ ନିରନ୍ତର ନିଜର ଦାୟିତ୍ବ ନିର୍ବାହ କରିଛି। ସୀମାରେ ଲାଗି ରହିଥିବା ସମସ୍ୟା, ଅନୁପ୍ରବେଶ ସମସ୍ୟ ଆଦିର ମୁକାବିଲାରେ ସରକାର ପୂର୍ବାପେକ୍ଷା ଅଧିକ ସମର୍ଥ ବୋଲି ନିଲ୍‌ସନ୍‌ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ମେକ୍ସିକୋ ନିମନ୍ତେ ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ଟ୍ରମ୍ପ ଆଗ୍ରହୀ

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ମେକ୍ସିକୋ ପାଇଁ ଆମେରିକୀୟ ରାଷ୍ଟ୍ରଦୂତ ପଠାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହାଦ୍ବାରା ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ବାହାରି ପାରିବ ବୋଲି ଆଶା କରୁଛନ୍ତି ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ତରଫରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପ କ୍ରୀଷ୍ଟୋଫର ଲାଣ୍ଡାଉଙ୍କୁ ମେକ୍ସିକାନ୍‌ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। ଲାଣ୍ଡାଉ ପୂର୍ବରୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ, ଫେଡେରାଲ କୋର୍ଟ ଅଫ୍‌ ଆପିଲ୍‌ସ ଏବଂ  ଷ୍ଟେଟ୍‌ ଆପିଲେଟ୍‌ କୋର୍ଟରେ କାମ କରି ସାରିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଲାଣ୍ଡାଉ ଲ ଫାର୍ମ କ୍ବିନ୍‌ ଏମାନୁଏଲ୍‌ ଆଣ୍ଡ ସୁଲିଭାନ୍‌ ଏ୍‌ଲଏଲ୍‌ପିର ସଦସ୍ୟ ରହିଛନ୍ତି। ହାଭାର୍ଡରୁ ନିଜର ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଲାଣ୍ଡାଉ ସ୍ପାନିଶ୍‌ ଭାଷାରେ କଥାବାର୍ତ୍ତା କରିପାରନ୍ତି ବାେଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ୨୦୧୬ରୁ  ମେକ୍ସିକୋରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରବର୍ଟା ଜ୍ୟାକ୍‌ସନ୍‌ଙ୍କ କାର୍ଯ୍ୟକାଳ ବିଗତ ବର୍ଷ ମେ ମାସରୁ ଶେଷ ହାେଇଥିଲେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବା ଯୋଗୁଁ କୌଣସି ରାଷ୍ଟ୍ରଦୂତଙ୍କୁ ଅବସ୍ଥାପିତ କରାଯାଇନଥିଲା। ଉଭୟ ଦେଶର ସୀମାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ ଏକ ପାଚେରୀ ନିର୍ମାଣ ପାଇଁ ମେକ୍ସିକୋ ନିକଟରୁ ଅର୍ଥ ଦାବି କରିବାରୁ ଏହି ସଙ୍କଟ ଉପୁଜିଥିଲା। ଚଳିତ ମାସର ୧୧ତାରିଖେର ଟ୍ରମ୍ପ ୨୦୨୦ ଆର୍ଥିକ ବର୍ଷ ପାଇଁ ବେଜଟ୍‌ରେ ପ୍ରାଚୀର ନିର୍ମାଣ ନିମନ୍ତେ ଅତିରିକ୍ତ ୮.୬ ବିଲିୟନ୍‌ ଡଲାରର ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର

ଓସାମା ବିନ ଲାଦେନର ପୁଅ ଉପରେ ୧ ମିଲିୟନ୍‌ ପୁରସ୍କାର ରାଶି ରଖିଲା ଆମେରିକା

ଅନ୍ତରଷ୍ଟ୍ରୀୟସ୍ତରରେ ପାକିସ୍ତାନକୁ ଭାରତ ଘେରିବା ପରେ ଏବେ ଆମେରିକା ମଧ୍ୟ ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଆମେରିକା ପୁଣି ପାକର ଆତଙ୍କବଦୀ ସଂଗଠନ ଅଲ କାୟଦା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି । ଆମେରିକା ଆତଙ୍କବାଦୀ ସଂଗଠନ ଅଲ-କାୟଦାର ମୁଖ୍ୟ ରହିଥିବା ଓସାମା ବିନ ଲାଦେନର ପୁଅ ହମଜା ବିନ ଲାଦେନର ସୂଚନା ଦେବା ପାଇଁ ୧ ମିଲିୟନ୍‌ ପୁରସ୍କାର ରାଶିର ଘୋଷଣା କରିଛି । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ପୁରସ୍କାର ରାଶି ଘୋଷଣା କରିବା ସହିତ ହମାଜା ପିତୃ ହତ୍ୟାର ପ୍ରତିଶୋଧ ପାଇଁ ଆମେରିକା ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଏନେଇ ସେ ଧମକ ମଧ୍ୟ ଦେଇଛି ବୋଲି ସୂଚନା ଦେଇଛନ୍ତି ।

Categories
ଆଜିର ଖବର

Indian mission in US opens 24X7 helpline for students held in ‘pay and stay’ scam

New Delhi/Washington, Feb 2 (UNI) The Indian embassy in the US has opened a 24/7 hotline to assist 129 Indian students arrested by the American authorities in the “pay-and-stay” university visa scam, official sources said.

As many as 129 Indians are among the 130 foreign students arrested for enrolling at a fake university allegedly to remain in the US.

According to media reports, at least 600 foreign students, many of them Indians, were detained this week by the US Immigration and Customs Enforcement (ICE) after enrolling in Farmington University, a pay-to-stay scheme run to ”lure” in foreigners seeking to live and work in the United States.

The university in Detroit’s Farmington Hills was part of an undercover operation by the Department of Homeland Security (DHS) designed to expose ‘immigration fraud’, according to federal prosecutors who announced charges in the case.

The Helpline numbers 202-322-1190 and 202-340-2590 would be manned by senior embassy officials round the clock, sources said.

For assistance and queries related to the detention of Indian students by the US authorities, Embassy announcement said that the affected students, their friends and family members may also contact the embassy at [email protected].

The Indian embassy has appointed a nodal officer to handle and coordinate all issues related to helping Indian students.

The ICE officials said 129 of them are Indian nationals. The fake university was opened by Homeland Security Investigations to trap those involved in illegal student visa racket.

According to the ICE, in 2017, as many as 249,763 Indian students were enrolled in the various American universities.

Students from China topped the list with 481,106 in 2017.

MEA spokesman Raveesh Kumar has said on Friday that: “As soon as we received the information regarding their detention, our Mission contacted the State Department and the Department of Homeland Security requesting for a list of the detained students ? We have placed a formal request for consular access, emphasizing that the request may be taken as very high priority”.

“The Government of India, together with our Mission in Washington and our Consulates in the United States are according the highest priority to the situation arising out of the detention of Indian students in the US,” the spokesman said.

He said the government of India has “highlighted” that a distinction should be made between those involved in recruiting or enrolling students and students who have been duped or defrauded in the process.

In Hyderabad, TRS working president K T Rama Rao on Friday met US Consul General Katherine B Hadda and discussed the issue.

During the discussions, Rao, son of Chief Minister K Chandrasekhar Rao, raised the issue of hundreds of Indian students, including those from Telangana, facing deportation in the wake of the “pay to stay” visa racket busted by US authorities.

“Always a privilege to catch up with our good friend. We discussed the many areas of US-Telangana cooperation, current and future,” Ms Hadda tweeted about about her meeting with Rama Rao.