Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ
ଜାତୀୟ ଖବର

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ
ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

ନୂଆଦିଲ୍ଲୀଏଲ ଭାରତରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସ ବଳ ପ୍ରୟୋଗ ଓ ମାନବାଧିକାର ଉଲ୍ଲଂଘନ ଅଭିଯୋଗକୁ ନେଇ ଆମେରିକାରେ ରାଜନୈତିକ ହଲଚଲ ଦେଖାଦେଇଛି। ଆମେରିକାର ୬ ଜଣ ଡେମୋକ୍ରାଟିକ୍ ସାଂସଦ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଚିଠି ଲେଖି ଭାରତ ଗସ୍ତ ବେଳେ ଏହି ପ୍ରସଙ୍ଗ ଉଠାଇବାକୁ ଦାବି କରିଛନ୍ତି। ଚିଠିରେ ହସ୍ତାକ୍ଷର କରିଛନ୍ତି ପ୍ରମିଳା ଜୟପାଳ, ଇଲହାନ୍ ଓମର, ଜିମ୍ ମ୍ୟାକ୍‌ଗଭର୍ଣ୍ଣ, ରଶିଦା ତଲିବ୍, ଏଲେନର ହୋମସ୍ ନର୍ଟନ୍ ଓ ଜିସସ୍ ଗାର୍ସିଆ।

ଦିଲ୍ଲୀ ଓ ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ବିକ୍ଷୋଭ ବେଳେ ସୁରକ୍ଷା ବାହିନୀଙ୍କ ଦମନ, ଭୁଲ୍ ଭାବେ ଅଟକ ଓ ଅତ୍ୟଧିକ ବଳ ପ୍ରୟୋଗ ନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି। ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସିଜେପିର ପ୍ରଦର୍ଶନ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିକ୍ଷୋଭକୁ ସାଂସଦମାନେ ଉଦାହରଣ ଭାବେ ଦେଇଛନ୍ତି।

ସେପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ପୁନଃ ଯାଞ୍ଚ ବା SIR ପ୍ରସଙ୍ଗ ମଧ୍ୟ ଚିଠିରେ ଉଠାଯାଇଛି। ପ୍ରମିଳା ଜୟପାଳ ଚିଠିରେ ଦାବି କରିଛନ୍ତି ଯେ, ଡ୍ରାଫ୍ଟ ଭୋଟର ତାଲିକାରୁ ୧୩ କୋଟି ଭୋଟରଙ୍କ ନାଁ ହଟାଇ ଦିଆଯାଇଛି। ସେ ଏହାକୁ ଭୋଟରଙ୍କୁ ବାଦ୍ ଦେବା ପ୍ରକ୍ରିୟା ବୋଲି କହିବା ସହ ସିଜେପିକୁ ସମର୍ଥନ ଜଣାଇଛନ୍ତି।

ଆମେରିକାରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ସାଂସଦମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସିଜେପି ସମର୍ଥକ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବା ପାଇଁ ଭାରତୀୟ ମିଶନ ଫଟୋଗ୍ରାଫର ନିଯୁକ୍ତ କରିଛି ବୋଲି ଅଭିଯୋଗ ହୋଇଛି।

ସାଂସଦମାନଙ୍କ ୩ ଟି ପ୍ରମୁଖ ଦାବି:

୧. ପୋଲିସ କାର୍ଯ୍ୟାନୁଷ୍ଠାନର ସ୍ୱାଧୀନ, ସ୍ୱଚ୍ଛ ତଦନ୍ତ
୨. ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ମୁକ୍ତି ପ୍ରସଙ୍ଗ ଉଠାଇବା
୩. ଆମେରିକାରେ ଭାରତୀୟ ମିଶନଙ୍କ ନିରୀକ୍ଷଣ ଅଭିଯୋଗର ତଦନ୍ତ

ଏପରିକି ଯଦି ଏଭଳି ପ୍ୟାଟର୍ନ ମିଳେ, ତେବେ ଭାରତକୁ ଆମେରିକାର ଆର୍ମସ୍ ଏକ୍ସପୋର୍ଟ କଣ୍ଟ୍ରୋଲ୍ ଆକ୍ଟ ଅନୁସାରେ ଅସ୍ତ୍ର ବିକ୍ରି ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ମଧ୍ୟ ଚିଠିରେ ଦାବି କରାଯାଇଛି।

ଭାରତର ପ୍ରତିକ୍ରିୟା:

ଏହା ପୂର୍ବରୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ପ୍ରମିଳା ଜୟପାଳଙ୍କ ମନ୍ତବ୍ୟକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଗ୍ରହଣୀୟ ହସ୍ତକ୍ଷେପ ବୋଲି କହି ନିନ୍ଦା କରିଥିଲେ।

ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶଦାତା ଅଜୟ ଜୈନ ଭୁଟୋରିଆ ଏହି ଚିଠିକୁ କଡ଼ା ସମାଲୋଚନା କରିଛନ୍ତି। ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର, ଏଠାରେ ସ୍ୱାଧୀନ ନ୍ୟାୟପାଳିକା, ସ୍ୱାଧୀନ ଗଣମାଧ୍ୟମ ଓ ୯୦ କୋଟିରୁ ଅଧିକ ଭୋଟର ଅଛନ୍ତି ବୋଲି ସେ କହିଛନ୍ତି।

ଆଗାମୀ ସପ୍ତାହରେ ମାର୍କୋ ରୁବିଓ ମୁମ୍ବାଇରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏହି ଚିଠି ଦୁଇ ଦେଶର କୂଟନୈତିକ ସମ୍ପର୍କରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Marco Rubio Pramila Jayapal us
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026
Latest News

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.