Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡଃ କୈଳାସ ଚନ୍ଦ୍ର ମହାରଣା ଏବଂ ଅଧ୍ୟାପକ ହିମାଂଶୁ କୁମାର ଦାଶ ଅତିଥି ଭାବେ ଯୋଗଦେଇ ସମ୍ବିଧାନକୁ ଗଣତନ୍ତ୍ରର ଆତ୍ମା ଓ ନାଗରିକଙ୍କ ଅଧିକାରର ସୁରକ୍ଷାକବଚ଼ ଭାବେ ବର୍ଣ୍ଣନା କରି ଏହାର ମହତ୍ତ୍ୱ ଓ ମୌଳିକ ଆଦର୍ଶ ସମ୍ପର୍କରେ ମତବ୍ୟକ୍ତ କରିବା ସହ ନ୍ୟାୟ, ସମାନତା, ସ୍ୱାଧୀନତା ଓ ଭ୍ରାତୃତ୍ୱର ମୂଲ୍ୟବୋଧକୁ ଜୀବନରେ ପ୍ରତିଫଳିତ କରିବା ସହ ନିଜ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ ନାଗରିକଙ୍କ ସଚେତନତା ଓ ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଇଲେକ୍ଟୋରାଲ ଲିଟେରାସି କ୍ଲବ୍‌ର ନୋଡାଲ ଅଫିସର ଅଧ୍ୟାପିକା ସୁନୀତା ନନ୍ଦ ସଂଯୋଜନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁବୁଦ୍ଧି ଉପସ୍ଥିତ ସମସ୍ତଙ୍କୁ ସମ୍ବିଧାନର ଶପଥ ପାଠ କରାଇଥିଲେ।

ଏହା ସହିତ ଇଲେକ୍ଟୋରାଲ ଲିଟେରାସି କ୍ଲବ୍‌ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ମୁଖ୍ୟ କିରାଣୀ କ୍ଷୀରୋଦ ନାୟକ, ଅଧ୍ୟାପକ ତଥା ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଚ଼ନ୍ଦନ ନାୟକ, ଉମାକାନ୍ତ ସାହୁ, ଅଧ୍ୟାପିକା କ୍ରିଷ୍ଣା ସେଠୀ, ତପସ୍ୱିନୀ ନନ୍ଦ, ରୋଜାଲିନ୍ ମିଶ୍ର, ଶୁଭଦର୍ଶିନୀ ବିଶ୍ୱାଳ, ଅଧ୍ୟାପକ ବିଶ୍ବବିଜୟୀ ଦାଶ, ନବୀନ ବାରିକ, ଚ଼ିଲିକା ବ୍ଲକର ମାଇ ଭାରତ ସ୍ବେଚ୍ଛାସେବୀ ବଳରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ବାଲୁଗାଁ ମହାବିଦ୍ୟାଳୟ ସମ୍ବିଧାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ

November 26, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026

ଭୁବନେଶ୍ୱର ପିଆଇବି ଓ ସିବିସି ସମ୍ବିଧାନ ଦିବସ ପାଳିତ

November 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

November 25, 2026
Latest News

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ

November 26, 2026

ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପ୍ରକ୍ରିୟା ଆରମ୍ଭ

November 26, 2026

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

November 26, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.