ବାଣପୁର: ଆଜି ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ଡ଼ଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି ସଭାରେ ୬୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସମ୍ବିଧାନପ୍ରସ୍ତବନା ମିଳିତ ଭାବେ ପାଠ କରିଥିଲେ। ବିଜେବି ମହାବିଦ୍ୟାଳୟ, ଭୁବନେଶ୍ୱରର ରାଜନୀତି ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ବିଚିତ୍ର କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନର ଲକ୍ଷ୍ୟ ପୂରଣ କରିବା ପାଇଁ ଛାତ୍ ଛାତ୍ରୀଙ୍କ ଭାବନା ଓ଼ କାର୍ଯ୍ୟଧାରା ଆଦର୍ଶ ହେବା ଦରକାର ବୋଲି ଇଦବୋଧନ ଦେଇଥିଲେ।
ରାଜନୀତି ବିଭାଗୀୟ ମୁଖ୍ୟ ଆଦିତ୍ୟ ସାରଥୀ ବେଦମତ୍ତା, ଅଧ୍ୟାପକ ଗୋଲକ କୁମାର ବେହେରା ଓ଼ ଅଧ୍ୟାପିକା ପ୍ରତିଭା ମଲ୍ଲିକ ସମ୍ବିଧାନର ଲକ୍ଷ୍ୟ ଓ଼ ଆଦର୍ଶ ଅହିଂସା ଓ଼ ଶାନ୍ତି ମାର୍ଗରେ ପୂରଣ ହୋଇପାରିବ ବୋଲି ଉଦବୋଧନ ଦେଇଥିଲେ।
ଅଧ୍ୟକ୍ଷ ଡ଼ଃ ବର୍ମା ଛାତ୍ରଛାତ୍ରୀ ମାନେ ନୀତି ନିୟମର ଗଣ୍ଡି ଭିତରେ ରହି କାର୍ଯ୍ୟ କରିବାକୁ ଦିଗଦର୍ଶନ ଦେଇଥିଲେ। ରାଜଲକ୍ଷ୍ମୀ ପରିମାଣିକ, ଆରତୀ ସାହୁ, ଭାଗ୍ୟଶ୍ରୀ ଦାସ, ରିକିନା ସେଠି ଓ଼ ସତ୍ୟଜିତ ଦାସ ସ।ମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ବକ୍ତବ୍ୟ ରଖିଥିଲେ। ପରିଶେଷ ରେ ଦ୍ୱିତୀୟ ବର୍ଷ ଛାତ୍ରୀ ସସ୍ମିତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।


