Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ସମ୍ବିଧାନ ଦିବସ। ଏହି ଉପଲକ୍ଷେ ବିଭିନ୍ନ ବିଭାଗ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଛି। ବିଭାଗୀୟ କର୍ମଚାରୀମାନେ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଛନ୍ତି।

ସେହିପରି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ସମ୍ବିଧାନ ଦିବସ ପାଳନ କରାଯାଇଛି। ଜୟଦେବ ଭବନରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ଗୁରୁତ୍ବ ସମ୍ପର୍କରେ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରାକ କଥନ (ପ୍ରିୟାମ୍ବୁଲ) ପ୍ରିମ୍ବଲ୍ ପଢୀ ଥିଲେ।

ଏହା ବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଓ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଦୂର ଉପାନ୍ତ ସ୍ଥାନ ମାନଙ୍କରେ ଥିବା ରେଳବାଇ ଏବଂ ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରାକ କଥନ ପଠନ କରିଥିଲେ।

Categories
ବିଶେଷ ଖବର

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (୨୬.୧୧.୨୦୨୨) ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ସମାରୋହ ଉପଲକ୍ଷେ ଅଂଶଗ୍ରହଣ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ୧୯୪୯ ମସିହାରେ ସାମ୍ବିଧାନିକ ସଭା ଦ୍ୱାରା ଗୃହୀତ ଓ ଭାରତୀୟ ସମ୍ବିଧାନର ସ୍ମରଣାର୍ଥେ ୨୦୧୫ ମସିହାଠାରୁ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଭାବେ ପାଳିତ ହୋଇ ଆସୁଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ କେତେକ ନୂତନ ପଦକ୍ଷେପ ସ୍ୱରୂପ-ଇ-କୋର୍ଟ ପ୍ରକଳ୍ପ ଜରିଆରେ କେତେକ କାର୍ଯ୍ୟକ୍ରମ  ଉଦ୍‌ଘାଟନ କରିଛନ୍ତି ।  ସେଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ୍‌, ଜଷ୍ଟିସ ମୋବାଇଲ ଆପ୍‌୨.୦, ଡିଜିଟାଲ କୋର୍ଟ ଓ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଅନ୍ତର୍ଭୁକ୍ତ।

ସମ୍ବିଧାନ ଦିବସର ଶୁଭେଚ୍ଛା ଜ୍ଞାପନ ସହ ପ୍ରଧାନମନ୍ତ୍ରୀ  ୧୯୪୯ ମସିହାରେ ଆଜିର ଦିନରେ ସ୍ୱାଧୀନ ଭାରତ କିପରି ନିଜ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ତା’ର ସ୍ମୃତିଚାରଣ କରିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସମ୍ବିଧାନ ଦିବସର ମହତ୍ୱ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ସେ ମଧ୍ୟ ବାବା ସାହେବ ଡକ୍ଟର ବି.ଆର ଆମ୍ବେଦକର ଓ ସାମ୍ବିଧାନିକ ସଭାର ନମସ୍ୟ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀ ଗତ ୭୦ବର୍ଷ ଧରି ଆଇନ ପ୍ରଣୟନ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ପ୍ରତି ଅସଂଖ୍ୟ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେମାନେ ଭାରତୀୟ ସମ୍ବିଧାନର ସଂପ୍ରସାରଣ ଓ ବିକାଶ ଯାତ୍ରାରେ କିପରି ସାମିଲ ହୋଇଛନ୍ତି ସେମାନଙ୍କୁ ଏହି ସ୍ୱତନ୍ତ୍ର ଅବସରରେ ସମଗ୍ର ଦେଶ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭାରତୀୟ ଇତିହାସର କଳା ଦିବସ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଦିବସ ଭଳି ସ୍ମରଣୀୟ ଘଟଣା ଦେଶ ପାଳନ କରୁଥିବାବେଳେ ନଭେମ୍ବର ୨୬ତାରିଖ ଦିନ ଭାରତ ମାନବତାର ଶତ୍ରୁମାନଙ୍କ ଦ୍ୱାରା ବିରାଟ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲା । ଜଘନ୍ୟ ମୁମ୍ବାଇ ଆତଙ୍କୀ ଆକ୍ରମଣ ଯୋଗୁଁ ଯେଉଁମାନେ ପ୍ରାଣ ହରାଇଥିଲେ ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଆନ୍ତର୍ଜାତିକ ଛବି ଦୃଷ୍ଟିରୁ ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି। ସ୍ଥାୟିତ୍ୱ ନେଇ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଭାରତ ପୁରାଦମ୍‌ରେ ଆଗେଇ ଚାଲିବା ସହ ଏହାର ବିବିଧତାକୁ ନେଇ ଗର୍ବ କରୁଛି ବୋଲି ସେ କହିଥିଲେ। ସେ ଏହି ସଫଳତାର ଶ୍ରେୟ ସମ୍ବିଧାନକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି ଏହି ଅବସରରେ ସମ୍ବିଧାନ ପ୍ରସ୍ତାବନାର ତିନୋଟି ଶବ୍ଦ ‘ୱି ଦ ପିପୁଲ’ର ଅବତାରଣା କରି କହିଥିଲେ ଯେ ଏହା ହେଉଛି ଏକ ଆହ୍ୱାନ, ଏକ ଆସ୍ଥା ଓ ଏକ ଶପଥ । ସମ୍ବିଧାନର ଏହି ଆତ୍ମା ହେଉଛି ଭାରତର ଆତ୍ମା ଓ ବିଶ୍ୱ ଗଣତନ୍ତ୍ରର ଜନନୀ। ଆଧୁନିକ ଯୁଗରେ ସମ୍ବିଧାନ ଦେଶର ସମସ୍ତ ସାଂସ୍କୃତିକ ଓ ନୈତିକ ଭାବାବେଗକୁ ଆଦରରେ ଗ୍ରହଣ କରିନେଇଛି।

ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରି କହିଥିଲେ ଯେ ଗଣତନ୍ତ୍ରର ଜନନୀ ଭାବେ ଦେଶ ସମ୍ବିଧାନର ଆଦର୍ଶକୁ ମଜବୁତ କରିବା ସହ ଜନପ୍ରିୟ ନୀତି ଗରିବ ଓ ମହିଳାଙ୍କୁ ସଶକ୍ତ କରୁଛି। ଆଇନର ସରଳୀକରଣ ଯୋଗୁଁ ଏହା ସାଧାରଣ ନାଗରିକଙ୍କ ନିମନ୍ତେ ବୋଧଗମ୍ୟ ହେଉଛି ଓ ନ୍ୟାୟପାଳିକା ସମୟଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଥିଲେ।

କର୍ତ୍ତବ୍ୟ ନେଇ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଏହା ସମ୍ବିଧାନର ଢାଞ୍ଚଗତ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ। ଅମୃତକାଳକୁ କର୍ତ୍ତବ୍ୟକାଳ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ଅମୃତକାଳରେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଛି ଓ ଆମେ ଆଗାମୀ ୨୫ବର୍ଷ ନିମନ୍ତେ ବିକାଶଯାତ୍ରା ପାଇଁ ସଜବାଜ ହେଉଛୁ କର୍ତ୍ତବ୍ୟର ମନ୍ତ୍ର ଦେଶ ପ୍ରଥମ ଓ ସବୁଠାରୁ ଆଗରେ ବୋଲି କହିଥିଲେ।

“ସ୍ୱାଧୀନତାର ଅମୃତ କାଳ ହେଉଛି ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନର ସମୟ । ସେ ବ୍ୟକ୍ତି ହେଉ ବା ଅନୁଷ୍ଠାନ ଆମର ଦାୟିତ୍ୱ ହେଉଛି ଆମର ପ୍ରାଥମିକତା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଣେ ନିଜର କର୍ତ୍ତବ୍ୟ ପଥ ଅନୁସରଣ କଲେ ଦେଶ ବିକାଶର ନୂତନ ଶିଖର ଛୁଇଁ ପାରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ  ଆଉ ସପ୍ତାହକ ମଧ୍ୟରେ ଭାରତ ଜି-୨୦ର ସଭାପତିତ୍ୱ କରିବାକୁ ଯାଉଛି। ସେ ଦୃଷ୍ଟିରୁ ଦେଶ ମର୍ଯ୍ୟାଦା ଓ ଖ୍ୟାତି ଏକ ଦଳ ଭାବେ ବିଶ୍ୱ ଦରବାରରେ ଆମକୁ ରଖିବାକୁ ପଡିବ। “ଏହା ଆମର ମିଳିତ ଦାୟିତ୍ୱ”। ଗଣତନ୍ତ୍ରର ଜନନୀ ଭାବେ ଭାରତର ପରିଚୟକୁ ଆହୁରି ଅଧିକ ମଜବୁତ କରିବାକୁ ପଡିବ।”

ଯୁବ କୈନ୍ଦ୍ରିକ ଉତ୍ସାହ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ ଏହାର ଖୋଲାପଣ, ଭବିଷ୍ୟତ ପାଇଁ ଉପଯୁକ୍ତ ଓ ଆଧୁନିକ ଦୃଷ୍ଟିଭଙ୍ଗୀ ଦ୍ୱାରା ପରିପୃଷ୍ଟ। ଭାରତର ଅଭିବୃଦ୍ଧିର କାହାଣୀରେ ଯୁବଶକ୍ତିର ଅବଦାନକୁ ସେ ଦୃଢଭାବେ ସ୍ୱୀକାର କରିଥିଲେ।

ଭାରତୀୟ ସମ୍ବିଧାନରେ ଥିବା ସମାନତା ଓ ସଶକ୍ତିକରଣ ବିଷୟକୁ ନେଇ ଦେଶର ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସମ୍ବିଧାନର ଚିଠା ପ୍ରସ୍ତୁତ ବେଳକୁ ଦେଶ କିଭଳି ପରିସ୍ଥିତି ଥିଲା ତାହାର ସ୍ମୃତିଚାରଣ କରିଥିଲେ। ସାମ୍ବିଧାନିକ ସଭାରେ ଚାଲିଥିବା ଆଲୋଚନା ବିଷୟବସ୍ତୁ ଉପରେ ଆମର ଯୁବଗୋଷ୍ଠୀ  ଅବଗତ ହେବା ଉଚିତ’ ବୋଲି ସେ କହିଥିଲେ। ଏହା ସେମାନଙ୍କ ସମ୍ବିଧାନ ଜାଣିବା ନେଇ ଆଗ୍ରହ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ସମ୍ବିଧାନ ସଭାରେ ୧୫ଜଣ ମହିଳା ସଦସ୍ୟ ଥିବା ସମ୍ପର୍କରେ ସୂଚନା ଦେଇ ସମାଜର ଅବହେଳିତ ବର୍ଗରୁ ଦାକ୍ଷାୟେନୀ ଭେଲାୟୁଧନଙ୍କ ଭଳି ମହିଳା କିପରି ଏଥିରେ ସ୍ଥାନ ପାଇଥିଲେ ତା’ର ଉଦାହରଣ ଦେଇଥିଲେ। ଦକ୍ଷୋୟେନୀ ଭେଲାୟୁଧନଙ୍କ ଭଳି ମହିଳା ଅବଦନାକୁ ନେଇ ଖୁବ୍ କମ୍ ଆଲୋଚନା ହେଉଥିବାରୁ ଯୋଗୁସେ ତାହାର ସମାଲୋଚନା କରିବା ସହ  ସେ ଦଳିତ ଓ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ସଭାରେ ଅନେକ ହସ୍ତକ୍ଷେପ କରିଥିବା କଥା କହିଥିଲେ। ପ୍ରଧାନମନ୍ତ୍ରୀ ଦୁର୍ଗାବାଈ ଦେଶମୁଖ, ହାମ୍‌ସା ମେହେଟ୍ଟା, ରାଜକୁମାରୀ ଅମ୍ରିତ କାଉର ଓ ଅନ୍ୟାନ୍ୟ ମହିଳା ଯେଉଁମାନେ ମହିଳାଙ୍କ ସମସ୍ୟା ନେଇ ଅନେକ ଅବଦାନ ଦେଇଯାଇଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। “ଆମର ଯୁବଗୋଷ୍ଠୀ ଯେତେବଳେ ଏସବୁ ବିଷୟ ଜାଣିବାକୁ ପାଇବେ, ସେମାନେ ନିଜ ପ୍ରଶ୍ନର ଉତ୍ତରମାନ ପାଇଯିବେ” ବୋଲ୍‌ ଶ୍ରୀ ମୋଦୀ କହିଥିଲେ। ଏହା ଦ୍ୱାରା ସେମାନଙ୍କ ଆନୁଗତ୍ୟ ସମ୍ବିଧାନ ପ୍ରତି ରହିବ ଓ ତାହା ଆମର ସାମ୍ବିଧାନ, ଗତଣନ୍ତ୍ର ଓ ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବ।”ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ୱାଧୀନତାର ଅମୃତ କାଳରେ ଏହା ଦେଶର ଆବଶ୍ୟକତା। ମୁଁ ଆଶା କରେ ଯେ ଏହି ସମ୍ବିଧାନ ଦିବସ ଏ ଦିଗରେ ଆମର ସଂକଳ୍ପକୁ ଅଧିକ ଶକ୍ତି ପ୍ରଦାନ କରିବ।”

ପ୍ରଧାନ ବିଚାରପତି ଡକ୍ଟର ଡି.ୱାଇ ଚନ୍ଦ୍ରଚୂଡ, କେନ୍ଦ୍ର ଆଇନ ଓ ନ୍ୟାୟ  ମନ୍ତ୍ରୀ କିରଣ ରିଜିଜୁ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ଏସ. ଅବଦୁଲ ନଜୀର, କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି. ବାଘେଲ, ଭାରତର ଆଟର୍ଣ୍ଣି ଜେନେରୋଲ ଆର. ଭେଙ୍କଟରମଣ, ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ସୁପ୍ରିମକୋର୍ଟର ବାର ଆସୋସିଏସନ ସଭାପତି ବିକାଶ ସିଂ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି: ଏହି ପ୍ରକଳ୍ପ ମକଦ୍ଦମାରେ ସମ୍ପୃକ୍ତ ପକ୍ଷ, ଆଇନଜୀବୀ ଓ ନ୍ୟାୟପାଳିକାକୁ ସେବା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ, ଜଷ୍ଟିସ ମୋବାଇଲ ଆପ୍ ୨.୦, ଡିଜିଟାଲ କୋର୍ଟ ଏବଂ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍  ଅନ୍ତର୍ଭୁକ୍ତ।

ଭର୍ଚୁଆଲ ଜଷ୍ଟିସ କ୍ଲକ୍ ନ୍ୟାୟ ପ୍ରଦାନ ପଦ୍ଧତିରେ ପ୍ରମୁଖ ପରିସଂଖ୍ୟନ, ନ୍ୟାୟାଳୟ ସ୍ତରରେ ପ୍ରଦାନ କରିଥାଏ। ଏଥିରେ ସମ୍ପୂର୍ଣ୍ଣ ମକଦ୍ଦମା, ମାମଲା, ରଫାଦଫା, ଦିନ,ସପ୍ତାହ,ମାସ ଭିତ୍ତିରେ ବିଚାରାଧୀନ ମାମଲା ଇତ୍ୟାଦିର ତଥ୍ୟ ପ୍ରଦାନ କରିଥାଏ। ଜନସାଧାରଣଙ୍କୁ ଏହା ନ୍ୟାୟାଳୟର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଓ ମାମଲା ଫଏସଲାର ସବିଶେଷ ନେଇ ସୁଚାଇଥାଏ। ଜିଲ୍ଲା କୋର୍ଟର ୱେବସାଇଟ୍  ଜରିଆରେ ଜନସାଧାରଣ  ଭର୍ଚୁଆଲ ଜଷ୍ଟିସ କ୍ଲକରେ ପହଞ୍ଚିପାରିବେ।

ଜଷ୍ଟିସ ମୋବାଇଲ ଆପ୍ ୨.୦ ବିଚାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପଲବ୍ଧ। ଏହା ଦ୍ୱାରା ସେମାନେ ନିଜ କୋର୍ଟରେ ମାମଲା ଫଇସଲା ତଥା ବିଚାରଧୀନ ବିଷୟରେ ଜାଣିବା ସହ ନିଜ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ଜଜ୍‌ଙ୍କ ସମ୍ପର୍କରେ ମଧ୍ୟ ଜାଣିପାରିବେ। ଏହି ଆପ୍ ବର୍ତ୍ତମାନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ମାନଙ୍କ ଠାରେ ମଧ୍ୟ ଉପଲବ୍ଧ ହେଉଛି। ଏହା ଦ୍ୱାରା ସେମାନେ ସମସ୍ତ ରାଜ୍ୟ ଓ ଜିଲ୍ଲାରେ ଥିବା ବିଚାରାଧୀନ ଓ ଫଏସଲା ମାମଲା ସମ୍ପର୍କରେ ଜାଣିପାରିବେ।

ବିଚାରକମାନଙ୍କୁ ଡିଜିଟାଲ ଫର୍ମରେ କୋର୍ଟ ଅଭିଲେଖ ଉପଲବ୍ଧ ହେବା ପାଇଁ ଡିଜିଟାଲ କୋର୍ଟ ଏକ ମାଧ୍ୟମ। ଏହା କାଗ ବିହୀନ ଅଦାଲତ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ।

ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଜରିଆରେ ଜିଲ୍ଳା ବିଚାର ବିଭାଗୀ୍‌ୟ କୌଣସି ତଥ୍ୟ ବା ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ କରିହେବ। ଏହା ଏକ କ୍ଲାଉଡ ସେବା ଯାହା ସରକାରୀ ସଂସ୍ଥାକୁ ନିରାପଦ, ସୁଗମ୍ୟ ୱେବସାଇଟ୍ ସୃଷ୍ଟିରେ ସାହାଯ୍ୟ କରିଥାଏ। ଏହା ବହୁଭାଷୀ, ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁ ଭାବାପନ୍ନ ୱେବସାଇଟ୍।

Categories
ଆଜିର ଖବର ରାଜ୍ୟ ଖବର

ଶିଳ୍ପ ବିଭାଗରେ ସମ୍ବିଧାନ ଦିବସ ପାଳନ

ଭୁବନେଶ୍ୱର: ନଭେମ୍ବର ୨୬ ତାରିଖକୁ ସମଗ୍ର ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ସମ୍ବିଧାନ ହେଉଛି ଆତ୍ମା। ଏହା ଏକ ଜୀବନ୍ତ ଦସ୍ତାବିଜ୍‌। ଜାତି, ବର୍ଣ୍ଣ, ଧର୍ମ, ଭାଷା, ସଂସ୍କୃତି ନିର୍ବିଶେଷରେ ସମଗ୍ର ଭାରତ ବର୍ଷକୁ ଐକ୍ୟ ଏବଂ ସଂହତି ମଧ୍ୟରେ ବାନ୍ଧି ରଖିବାରେ ସମ୍ବିଧାନର ଭୂମିକା ରହିଥିବା କର୍ମଚାରୀମାନଙ୍କୁ ଅବଗତ କରାଯାଇଥିଲା।

ଏହି ଅବସରରେ ସମ୍ବିଧାନର ପ୍ରସ୍ତାବନାକୁ ଶପଥପାଠ ଭାବେ ସମସ୍ତ କର୍ମଚାରୀ ପଠନ କରିଥିଲେ। ଏହାକୁ ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଶ୍ରୀ ରାଜେନ୍ଦ୍ର ନାରାୟଣ ଜେନା ପରିଚାଳନା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ନାୟକ, କୁମୁଦ ଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସାହୁ ଓ ଅନ୍ୟସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ହେଉଛି ସମ୍ବିଧାନ ଦିବସ, ଜାଣନ୍ତୁ ଦେଶର ଏହି ସର୍ବୋଚ୍ଚ ପୁସ୍ତକକୁ କେଉଁଠି ରଖାଯାଇଛି

The Constitution of India: ଭାରତୀୟ ସମ୍ବିଧାନ ହେଉଛି ଭାରତର ସର୍ବୋଚ୍ଚ ବିଧି। ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି। ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ।

୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭା ଦ୍ବାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା।

ଭାରତର ସମ୍ବିଧାନ, ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହା ସହିତ ଭାରତୀୟ ଅଧିରାଜ୍ୟ, ଭାରତୀୟ ଗଣରାଜ୍ୟରେ ପରିଣତ ହେଲା। ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ।

ଏହା ସାମ୍ବିଧାନ ହେଉଛି ସର୍ବେ ସର୍ବେ, ସଂସଦ ନୁହେଁ। ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ, ସେଥିପାଇଁ ଦେଶର ଏହା ହେଉଛି ସର୍ବେସର୍ବା। ଏହା ଲୋକଙ୍କ ଦ୍ବାରା ସ୍ୱୀକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦଘୋଷିତ। କୌଣସି ପରିସ୍ଥିତିରେ ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ।

ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦଘୋଷଣା କରିଅଛି। ତତସହିତ ଏହା ସମସ୍ତ ନାଗରିକଙ୍କୁ ନ୍ୟାୟ, ସମାନତା, ସ୍ବତନ୍ତ୍ରତା ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ୟରେ ଭାତୃଭାବ ସ୍ଥାପନକୁ ଉତ୍ସାହିତ କରୁଅଛି।

୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମ ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି।

Categories
ବିଶେଷ ଖବର

ଆଜି ସୁପ୍ରିମ୍‌କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ବେଳେ ସୁପ୍ରିମ୍‌କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ ପାଳନ ସମାରୋହରେ ଯୋଗ ଦେବେ। ୨୦୧୫ ମସିହାଠାରୁ ଏହି ଦିନଟିକୁ ସମ୍ବିଧାନ ଦିବସରୂପେ ପାଳନ କରାଯାଇ ଆସୁଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ଭାରତର ସମ୍ବିଧାନ ଗୃହିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଇ-କୋର୍ଟ କାର୍ଯ୍ୟକ୍ରମ ଅଧୀନରେ କେତେଗୁଡ଼ିଏ ନୂତନ ଉପକ୍ରମର ଶୁଭାରମ୍ଭ କରିବେ। ଏହି ପ୍ରକଳ୍ପ ବିବାଦୀୟ ପକ୍ଷ, ଆଇନଜୀବୀ ଏବଂ ବିଚାର ବିଭାଗକୁ ବିଚାରାଳୟର ଆଇସିଟି ସକ୍ଷମ ସେବା ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯେଉଁ ସବୁ ସେବାର ଶୁଭାରମ୍ଭ କରାଯିବାର ଅଛି ସେଥିମଧ୍ୟରେ ଭର୍ଚୁଆଲ୍ ନ୍ୟାୟିକ ଘଡ଼ି,  ଜଷ୍ଟ ଆଇଏସ ମୋବାଇଲ୍ ଆପ୍ ୨-୦, ଡିଜିଟାଲ କୋର୍ଟ ଏବଂ ଏସ୩ୱସ୍ ୱେବ୍‌ସାଇଟ୍ ଆଦି ଅନ୍ତର୍ଭୁକ୍ତ।

ଭର୍ଚୁଆଲ୍‌ କୋର୍ଟ ଘଡ଼ି ଏପରି ଏକ ଉପକ୍ରମ ଯାହା ବିଚାରାଳୟ ଗୁଡ଼ିକ ସ୍ତରରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କୀତ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ବିସ୍ତୃତ ଭାବେ ପ୍ରଦାନ କରିଥାଏ। ସେଥିରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, କେତେ ସଂଖ୍ୟକ ମାମଲାର ଫଇସଲା ହୋଇଛି ଏବଂ କେତେ ସଂଖ୍ୟକ ମାମଲା ପ୍ରତିଦିନ/ ସପ୍ତାହ/ ମାସ ଭିତ୍ତିରେ ବିଚାରାଳୟସ୍ତରରେ ଫଇସଲା ପାଇଁ ପଡ଼ି ରହିଛି ତାହାର ବିସ୍ତୃତ ସୂଚନା ଦେଇଥାଏ। ବିଚାରାଳୟ ଗୁଡ଼ିକ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ କିପରି ଭାବେ ଉତ୍ତରଦାୟୀ  ଏବଂ ସ୍ୱଚ୍ଛ ଭାବେ ସେମାନଙ୍କର କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ବିଚାରାଳୟରେ ମାମଲାଗୁଡ଼ିକ ଫଇସଲା ହେବା ନିମନ୍ତେ କେଉଁ ପର୍ଯ୍ୟାୟରେ ରହିଛି ତାହାର ବିସ୍ତୃତ ସୂଚନା ଜନସାଧାରଣଙ୍କୁ ସୂଚାଇଥାଏ। ଜିଲ୍ଲା ନ୍ୟାୟାଳୟର ଯେକୌଣସି ବିଚାରାଳୟର ଜନସାଧାରଣ ଭର୍ଚୁଆଲ୍ ନ୍ୟାୟ ଘଡ଼ି ୱେବ୍‌ସାଇଟ୍‌କୁ ଯାଇ ଜନସାଧାରଣ ଏହି ସବୁ ସୂଚନା ପ୍ରାପ୍ତ ହୋଇପାରିବେ।

ଜଷ୍ଟଆଇଏସ ମୋବାଇଲ୍ ଆପ୍ ୨.୦ ଏଭଳି ଏକ ସୂଚନା ସାଧନ ଯାହା ନ୍ୟାୟିକ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ଏବଂ ତାହା ମାଧ୍ୟମରେ ସଫଳତାର ସହିତ ସେମାନେ ବିଚାରାଳୟ ଏବଂ ମାମଲାର ପରିଚାଳନା କରିପାରିବେ। କେବଳ ନିଜ ବିଚାରାଳୟର ନୁହେଁ ବରଂ ବ୍ୟକ୍ତିଗତ ଭାବେ ସମସ୍ତ ବିଚାରପତି ଯେଉଁମାନେ କି ସେମାନଙ୍କ ଅଧୀନରେ ଥିବେ ସେମାନଙ୍କ କୋର୍ଟରେ ବିଚାର ପାଇଁ ପଡ଼ି ରହିଥିବା ମାମଲା ଏବଂ ସେସବୁର ଫଇସଲା ସମ୍ପର୍କୀତ ସୂଚନା ସହଜରେ ପାଇପାରିବେ । ଏହି ଆପ୍‌ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ବର୍ତ୍ତମାନ ସେମାନଙ୍କ କାର୍ଯ୍ୟ ପରିସର ଅଧୀନରେ ଥିବା ସମସ୍ତ ରାଜ୍ୟ ଏବଂ ଜିଲ୍ଲା ନ୍ୟାୟାଳୟ ମାନଙ୍କରେ ବକେୟା ମାମଲାକୁ ଅନୁଧ୍ୟାନ କରିପାରିବେ।

ଡିଜିଟାଲ କୋର୍ଟ ଆଉ ଏକ ପ୍ରୟାସ ଯାହା କୋର୍ଟର ରେକର୍ଡକୁ ଡିଜିଟାଇଜ୍‌ ରୂପରେ ବିଚାରପତି ମାନଙ୍କ ପାଇଁ ଉପଲବ୍ଧ କରାଇଥାଏ ଏବଂ ଏହା କାଗଜ ହୀନ କୋର୍ଟ ବ୍ୟବସ୍ଥାକୁ ରୂପାନ୍ତରଣର ଏକ ପର୍ଯ୍ୟାୟ ।

ସେହିଭଳି ଏସ୩ୱାସ୍ ୱେବ୍‌ସାଇଟ୍‌ ଏଭଳି ଏକ ଢାଞ୍ଚା ଯାହା ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ସମ୍ପର୍କୀତ ନିର୍ଦ୍ଦିଷ୍ଟ ସୂଚନା ଓ ସେବାର ପ୍ରକାଶନ ନିମନ୍ତେ ୱେବ୍‌ସାଇଟ୍‌ ସୃଷ୍ଟି କରିବା, ଏହାର ମୁତୟନ ଏବଂ ପରିଚାଳନା କରିଥାଏ। ଏସ୩ୱାସ୍ ୱେବ୍‌ସାଇଟ୍ ଏକ କ୍ଲାଉଡ୍‌ ସେବା ଯାହା ସରକାରୀ ସଂସ୍ଥାମାନଙ୍କ ନିମନ୍ତେ ନିରାପଦ, ଆକଳନକ୍ଷମ ଏବଂ ସୁଗମ୍ୟ (ଉପଲବ୍ଧ) ୱେବ୍‌ସାଇଟ୍‌ର ବିକାଶ ଘଟାଇଥାଏ। ଏହା ବହୁଭାଷିକ, ନାଗରିକ ତଥା ଦିବ୍ୟାଙ୍ଗ ଅନୁକୂଳ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଭେମ୍ବର ୨୬ ତାରିଖରେ ସ୍କୁଲ କଲେଜରେ ପାଳିତ ହେବ ସମ୍ବିଧାନ ଦିବସ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ଦ୍ୱାରା ସେମାନଙ୍କ ଅଧିନସ୍ଥ ସ୍କୁଲ, କଲେଜ, ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ପ୍ରତିଷ୍ଠାନଗୁଡ଼ିକରେ ଏହି ସମ୍ବିଧାନ ଦିବସ ସ୍ୱତନ୍ତ୍ର ରୂପେ ପାଳିତ ହେବ। ଏହି ଦିବସ ପାଳନ ସମୟରେ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯିବ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ମୁଖ୍ୟ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳମାନେ ଏହି ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ପାଳିତ ହେଲା ସମ୍ବିଧାନ ଦିବସ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱରସ୍ଥ ରେଳ ସଦନ ଠାରେ ଆଜି ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଏବଂ କର୍ମଚାରୀମାନେ ସମଗ୍ର ଦେଶରେ ସମ୍ବିଧାନ ପ୍ରତିଷ୍ଠା ଦିବସ ଉତ୍ସବର ନେତୃତ୍ୱ ନେଇଥିବା ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଲାଇଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଥିଲେ।

ଏହା ବ୍ୟତୀତ ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଅଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ପରିସୀମା ମଧ୍ୟରେ ଦୂର ସ୍ଥାନଗୁଡିକ ଠାରେ ରେଳବାଇ କର୍ମଚାରୀ ଏବଂ ଅଧିକାରୀମାନେ ୱେବ୍ ଲିଙ୍କ୍ ମାଧ୍ୟମରେ ଭାରତୀୟ ସମ୍ବିଧାନର ଲାଇଭ୍ ଷ୍ଟ୍ରିମିଂ ଦେଖିବା ସହିତ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ସମ୍ବିଧାନ ଦିବସ ପାଳନ ଉତ୍ସବକୁ ଦେଖାଇବାପାଇଁ ଏବଂ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେବାପାଇଁ ବିଭିନ୍ନ ରେଳ ଷ୍ଟେସନରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଆୟୋଜନ କରାଯାଇଥିଲା।

ପୂର୍ବତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ରେଳ ସଦନ ଠାରେ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସଂସଦର କେନ୍ଦ୍ରୀୟ କକ୍ଷରେ ପାଳିତ ହେବ ସମ୍ବିଧାନ ଦିବସ

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଭାରତର ସ୍ୱାଧୀନତା ଦିବସର ୭୫ତମ ବାର୍ଷିକୀ ତଥା ଏହାର ଗୌରବମୟ ପରମ୍ପରା ଓ ଐତିହ୍ୟ ପାଳନ ପାଇଁ ଏକ ପଦକ୍ଷେପ। ଏହି ମହୋତ୍ସବର ଅଂଶ ବିଶେଷଭାବେ ଭାରତ ଆସନ୍ତାକାଲି (୨୬.୧୧.୨୧) ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ବିପୁଳ ହର୍ଷୋଲ୍ଲାସ ମଧ୍ୟରେ ପାଳନ କରୁଛି।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରୁ ମାନନୀୟ ରାଷ୍ଟ୍ରପତି ଦିନ ଏଗାରଟାଠାରୁ ସମ୍ବିଧାନ ଦିବସ ପାଳନର ନେତୃତ୍ୱ ନେବେ।

ଏଥିରେ ମାନନୀୟ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣ, ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ।

ଏହି ସମାରୋହ ସିଧାସଳଖ ସଂସଦ ଟିଭି/ଦୂରଦର୍ଶନ ଓ ଅନଲାଇନ ପୋର୍ଟାଲରୁ ସିଧାସଳଖ ପ୍ରସାରିତ ହେବ।

ମହାମାନ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତାଙ୍କ ସହ ସମଗ୍ର ଦେଶବାସୀଙ୍କୁ  ସମ୍ବିଧାନର ପ୍ରସ୍ତାବନା(preamble) ପାଠ ପାଇଁ ଆମନ୍ତ୍ରଣ କରାଯିବ। ସେ ମଧ୍ୟ ସାମ୍ବିଧାନିକ ଗଣତନ୍ତ୍ରର ଅନଲାଇନ କୁଇଜକୁ (mpa.gov.in/constitution-day)ଶୁଭ ଉଦ୍‌ଘାଟନ କରିବେ। ସମ୍ବିଧାନର ପ୍ରସ୍ତାବନା ପାଠ ନିମନ୍ତେ ୨୩ଟି ଭାଷା(୨୨ଟି ସରକାରୀ ଓ ଇଂରାଜୀ) ପୋର୍ଟାଲ ଆଜି ମଧ୍ୟରାତ୍ରୀରୁ କାର୍ଯ୍ୟକ୍ଷମ ହେବ। ପ୍ରମାଣପତ୍ର (mpa.gov.in/constitution-day)ୱେବସାଇଟ୍‌ରୁ ଡାଉନଲୋଡ କରି ହେବ।