ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶୁଭଞ୍ଜନ ମହାନ୍ତି , ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ଓକିଲ ସଂଘ ସମ୍ପାଦକ ମହେନ୍ଦ୍ର ପ୍ରସାଦ ସାମନ୍ତସିଂହାର ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବିଧାନ ଦିବସର ମହତ୍ୱ, ପାଳନର ତାତ୍ପର୍ଯ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ସମସ୍ତ ବିଚାରପତି ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଓକିଲ ମାନେ ଓ କୋର୍ଟ କର୍ମଚାରୀ ମାନେ ଭାଗ ନେଇଥିଲେ। ସମ୍ବିଧାନ ଦିବସ ଅବସରରେ ଏହାର ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ବିଚାରପତି ଶ୍ରୀ ମହାପାତ୍ର ଆଲୋଚନା କରିବା ସହିତ ସମସ୍ତେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ।


