Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ଗଙ୍ଗାଧରପୁର ବାବାଜୀ ପ୍ରଦୀପ କୁମାର ଶର୍ମାଙ୍କ ପୌରାହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ବିରାଟ ପଟୁଆର ସହ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା।

ଦାଶରଥିପୁର ଗ୍ରାମସ୍ଥିତ ପବିତ୍ର ଶାଳିଆ ନଦୀରୁ ଭକ୍ତମାନଙ୍କ ଦ୍ୱାରା ଯମୁନା ନିମନ୍ତ୍ରଣ କରାଯାଇ କଳସ ଶୋଭାଯାତ୍ରା ଅଧିବାସ ସ୍ଥଳ ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିରରେ ପହଂଚିଥିଲା। ଶନିବାର ପ୍ରାତଃରୁ  ଅଷ୍ଟ ପ୍ରହରବ୍ୟାପୀ  ଆଧ୍ୟାତ୍ମିକ ପରିବେଶରେ ନାମଯଜ୍ଞ ଓ ସଂକୀର୍ତ୍ତନ ହେବା ସହ  ରବିବାର ସକାଳେ ନଗରକୀର୍ତ୍ତନ, ନଗର ଭିକ୍ଷା ଓ ମଧ୍ୟାହ୍ନରେ ଭକ୍ତମାନେ କଳସ ବିସର୍ଜନ କରି ଯମୁନାସ୍ନାନ କରିଥିଲେ। ଅପରାହ୍ନରେ ବିରାଟ ଆନନ୍ଦ ବଜାର ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।

ଉକ୍ତ ନାମଯଜ୍ଞ ହୋମରେ କର୍ତ୍ତା ରୂପେ ଅଜିତ କୁମାର ଅଗ୍ରୱାଲ ଓ ରଶ୍ମିତା ଅଗ୍ରୱାଲ ଯୋଗଦେଇଥିବାବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରାଧାମୋହନ ଅଗ୍ରୱାଲ, ଗିରିଧାରୀ ପାତ୍ର, ସୁନୀଲ କୁମାର ଅଗ୍ରୱାଲ, ଦେବଦତ୍ତ ପାତ୍ର, କୃଷ୍ଣଚନ୍ଦ୍ର ନାୟକ,ଅଶୋକ ପାତ୍ର , ଭବାନୀ ସୁପକାର,ଲଷ୍ମୀଧର ପାତ୍ର, ମାଗୁଣି ମହାରଣା, ବସନ୍ତ ସୁବୁଦ୍ଧି ପ୍ରମୁଖ ପରିଚାଳିତ କରିଥିଲେ।ପୂଜା କାର୍ଯ୍ୟରେ ବଜାର ସାହି ବାସିନ୍ଦା ସହଯୋଗ କରିଥିବାବେଳେ ପ୍ରସାଦ ବଣ୍ଟନ ସମୟରେ ସାହି ଲୋକମାନେ ତଥା ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ସ୍ବେଚ୍ଛସେବୀ ସଂଗଠନମାନେ ପୂର୍ଣ୍ଣ ସହଯୋଗ  କରିଥଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ଏବିଭିପି ପକ୍ଷରୁ ‘ସଂସ୍କାର କେନ୍ଦ୍ର’ ଆରମ୍ଭ

November 19, 2026

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026
Latest News

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

November 22, 2026

ବାଂଲାଦେଶରେ ପୁଣି ହିଂସା!: ୨୦୦ ହିନ୍ଦୁ ପରିବାରଙ୍କ ଘର ପୋଡ଼ି ଦିଆଯାଇଥିବା ଦାବି

November 22, 2026

ଡ୍ରୋନ୍‌ ମାଡ଼ରେ ଜଳିଲା ରୁଷୀୟ ଜାହାଜ; ସୀମାରେ ସତର୍କତା ବଢ଼ାଇଲା ଫିନଲାଣ୍ଡ

November 22, 2026

ଭାରତକୁ କାହିଁକି ପ୍ରଶଂସା କଲେ ଭ୍ଲାଦିମିର ପୁଟିନ?: ଜାଣନ୍ତୁ

November 22, 2026

ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା ଘଟଣାରେ ପୁଅବୋହୂ ଥାନାରେ ଅଟକ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.