ବାଲୁଗାଁ: ବୁଧବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଲୁଗାଁ ପକ୍ଷରୁ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତ ସହଯୋଗ ଓ ଉଦ୍ୟମରେ ଛୋଟ ଛୋଟ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଶିକ୍ଷା ଓ ନୈତିକ ସଂସ୍କାରର ମହତ୍ ଉଦ୍ଦେଶ୍ୟ ନେଇ ଏକ ‘ସଂସ୍କାର କେନ୍ଦ୍ର’ର ଶୁଭ ଉଦ୍ଘାଟନ ବାଲୁଗାଁ ସ୍ଥିତ ଗୋପବନ୍ଧୁ କଲୋନୀର ହୋଇଯାଇଛି। ଉକ୍ତ ସଂସ୍କାର କେନ୍ଦ୍ରରେ ପ୍ରତି ସପ୍ତାହରେ ଗୋଟିଏ ଦିନ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଛୋଟ ଛୋଟ ଶିଶୁମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ଦେବେ। ପିଲାମାନଙ୍କୁ କେବଳ ପାଠପଢ଼ାରେ ନୁହେଁ, ବରଂ ଉତ୍ତମ ଚିନ୍ତାଧାରା, ଶୃଙ୍ଖଳା, ଶିଷ୍ଟାଚାର, ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଦେଶପ୍ରେମ ଭଳି ମହତ୍ ଗୁଣରେ ସମୃଦ୍ଧ କରିବା ଲକ୍ଷରେ ଉକ୍ତ ମହତ ପ୍ରୟାସ ହାତକୁ ନେଇଛି ଏବିଭିପି।
ଉକ୍ତ କେନ୍ଦ୍ରର ଶୁଭାରମ୍ଭ ଅବସରରେ ଗୋପବନ୍ଧୁ ୟୁଥ କ୍ଲବ ସଭାପତି ଅଜୟ ସର୍କାର, ପୁରାତନ ଏବିଭିପି କାର୍ଯ୍ୟକର୍ତ୍ତା ତଥା ଯୁବ ଆଇନଜୀବୀ ସୀତାରାମ ଅଗ୍ରୱାଲ, ବିକାଶ କୁମାର ସେଠି, କୀର୍ତ୍ତି ଖୁଣ୍ଟିଆ, ପ୍ରିୟାଂଶୁ ପ୍ରଧାନ, ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପୂଜା ଦିହୁଡି, ସମ୍ପାଦକ ରବିନାରାୟଣ ବେହେରା, ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ସ୍ୱୟଂ ଶଙ୍କର ସୁପକାର, ଓମ ପ୍ରକାଶ ପ୍ରଧାନ, ଅମର ପାଟ୍ଟଶାଣୀ, ଶେଖର ବେହେରା, ପ୍ରୀତି ପାଇକରାୟ, ରାନି ବେହେରା, ଶୁଭଶ୍ରୀ ପରିଡା, ଶୁଭ୍ରଜିତ ସାମଲ, ପ୍ରିୟଙ୍କା ସ୍ୱାଇଁ ଏବଂ ଅନ୍ୟ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।


