ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଉକ୍ତ ଗ୍ରାମର କୁମଦିନି ବିଶ୍ବାଳ ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ପୁଅ ମେଘନାଦ ବିଶ୍ଵାଳ ଓ ବୋହୁ ବବିତା ବିଶ୍ବାଳ ତାଙ୍କ ମାଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। କୁମୁଦିନୀଙ୍କ ଝିଅ ବନିତା ସାହୁ ଥାନାରେ ଏଭଳି ଗୁରୁତର ଅଭିଯୋଗ କରିଛନ୍ତି।
ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଞ୍ଚଳବାସୀଙ୍କ ଠାରୁ ପ୍ରକାଶ ଯେ, ମୃତ ବୃଦ୍ଧାଙ୍କ ସହ ପୁଅ ଓ ବୋହୁଙ୍କର ସମ୍ପର୍କ ଭଲ ନଥିଲା। ଯଦ୍ବାରାକି କୁମୁଦିନୀ ପୃଥକ୍ ଭାବେ ରୋଷେଇ କରି ଖାଉଥିଲେ ଓ ଘଟଣା ଦିନ ଗଣ୍ଡଗୋଳ ଘଟିବା ପରେ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ଠାରୁ ପ୍ରକାଶ ପାଇଛି।


