Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣି ସନ୍ଦେହରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଆକ୍ରମଣ, ଉଦ୍ଧାର କଲା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୁଣି ସନ୍ଦେହରେ ସହଦେବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ପହଞ୍ଚି ସହଦେବଙ୍କୁ ସେଠାରୁ ଉଦ୍ଧାର କରିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କଲେଞ୍ଜିପଲୀ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ସହଦେବ ପ୍ରଧାନ ନାମକଙ୍କୁ ଉକ୍ତ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରୁଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ଉଦ୍ଧାର କରିବା ସହ ସେହି ଗ୍ରାମର ମଦନ ପ୍ରଧାନ, ନନ୍ଦି ପ୍ରଧାନ, ବିଦେଶୀ ପ୍ରଧାନ, ନାରାୟଣ ପ୍ରଧାନ, ଅମିନ ପ୍ରଧାନ, ଟୁକୁନା ପ୍ରଧାନ ଓ ମୋହନ ପ୍ରଧାନ ପ୍ରମୁଖ ୭ ଜଣ ଅଭିଯୁକ୍ତଙ୍କୁ ସହଦେବଙ୍କ ଏତଲାକୁ ଭିତ୍ତି କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ବିଦେଶୀ ପ୍ରଧାନଙ୍କ ପୁତ୍ର ଶୁକମୁନି ପ୍ରଧାନ କିଛି ଦିନ ତଳେ ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଭଳି ପରିସ୍ଥିତିରେ ସହଦେବ ପ୍ରତ୍ୟେକ ଦିନ ଗ୍ରାମର ରାଘବ ଦାସ ମଠକୁ ଯିବା ଆସିବା ଦେଖି ସେ ହିଁ ତା ପୁଅକୁ ଗୁଣି କରି ମାରିଛି ବୋଲି ତାଙ୍କ ଉପରେ ସନ୍ଦେହ କରିଥିଲେ। ସହଦେବ ମନ୍ଦିରଙ୍କୁ ଯିବା ବେଳେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ସହଯୋଗରେ ତାକୁ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଖା ବୋଝେଇ ଗାଡ଼ିରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଖଲ୍ଲିକୋଟ ବଡ ଘାଟିରେ ଏକ ଅଖା ବୋଝେଇ ଗାଡ଼ିକୁ ସନ୍ଦେହ କରି ଅଟକାଇ ଥିଲେ। କିନ୍ତୁ ଗାଡ଼ିର ଚାଳକ ସେଠାରୁ ତୁରନ୍ତ ଗାଡ଼ି ଛାଡ଼ି ଚାଲିଯାଇଥିଲେ। ଯାହା ଫଳରେ ପୋଲିସର ସନ୍ଦେହ ବଢ଼ିଥିଲା। ଗାଡ଼ିରୁ ଅଖା ବାହାର କରି ଦେଖିଲା ବେଳକୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ମିଳିଲା।

ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇ ଉପରେ ଅଖା ଖାଲି କରି ଦେଖିଲା ବେଳକୁ ତା ଭିତରେ ବହୁତ ଅଖାରେ ଗଞ୍ଜେଇ ଭର୍ତ୍ତି ରହିଥିଲା। ତତକ୍ଷଣାତ୍ ଥାନା ଅଧିକାରୀ ତହସିଲଦାରଙ୍କୁ ଜଣାଇଥିଳା ଓ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୮୩୦ କିଲୋ ଓ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲସରା ବ୍ଳକ ଛକରେ ଗୁଳିକାଣ୍ଡ, ବାପା ମୃତ, ଝିଅ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶଳାର ଶ୍ଵଶୁର ବିଜୟଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ଜଣାପଡିଛି। କାରଣ ଅସ୍ପଷ୍ଟ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମର ଦୀପକ୍ ପାହାଣ ନାମକ ଜଣେ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଦୀପକ୍ କମାପଲ୍ଲୀ ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଜନୈକା ନାବାଳିକା ସହ ପରିଚୟ ହୋଇଥିଲା ଓ ଧିରେ ଧିରେ ସମ୍ପର୍କ ବଢ଼ି ଚାଲିଥିଲା। ଏହା ମଧ୍ୟରେ ନାବାଳିକା ଜଣକ ନିଜ ମାମୁଁ ଘର ଲାଞିପଲି ଯାଇଥିଲା ବେଳେ କୌଶଳ କ୍ରମେ ଦୀପକ୍ ତାକୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଜଣକ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଥିଲେ ଓ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଦୀପକ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି।