ଅଖା ବୋଝେଇ ଗାଡ଼ିରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଜବତ୍

Published: Jul 16, 2023, 2:10 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଖଲ୍ଲିକୋଟ ବଡ ଘାଟିରେ ଏକ ଅଖା ବୋଝେଇ ଗାଡ଼ିକୁ ସନ୍ଦେହ କରି ଅଟକାଇ ଥିଲେ। କିନ୍ତୁ ଗାଡ଼ିର ଚାଳକ ସେଠାରୁ ତୁରନ୍ତ ଗାଡ଼ି ଛାଡ଼ି ଚାଲିଯାଇଥିଲେ। ଯାହା ଫଳରେ ପୋଲିସର ସନ୍ଦେହ ବଢ଼ିଥିଲା। ଗାଡ଼ିରୁ ଅଖା ବାହାର କରି ଦେଖିଲା ବେଳକୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ମିଳିଲା।

ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇ ଉପରେ ଅଖା ଖାଲି କରି ଦେଖିଲା ବେଳକୁ ତା ଭିତରେ ବହୁତ ଅଖାରେ ଗଞ୍ଜେଇ ଭର୍ତ୍ତି ରହିଥିଲା। ତତକ୍ଷଣାତ୍ ଥାନା ଅଧିକାରୀ ତହସିଲଦାରଙ୍କୁ ଜଣାଇଥିଳା ଓ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୮୩୦ କିଲୋ ଓ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Related posts