Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଧଳା ଜହର ଓ ଗଞ୍ଜେଇ ଜବତ୍, ତିନି ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଚଢ଼ାଉ କରି ୪୨ ଗ୍ରାମ ଧଳା ଜହର ଜବତ କରିବା ସହ କାରବାରରେ ଲିପ୍ତ ଭରତ ସାହୁ ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଜବତ ଧଳା ଜହରର ମୁଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ଏତଦବ୍ୟତୀତ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ କାହ୍ନା ଡାକୁଆ ନାମକ ଜଣେ ଯୁବକକୁ ସନ୍ଦେହ ଜନକ ଭାବେ ଦେଖି ତାକୁ ଜେରା କରିବା ବେଳେ ତାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। କାହ୍ନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୁଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନୀରିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚାଲାଣ ବେଳେ ଦୁଇ ଯୁବକ ଅଟକ ଓ ଗଞ୍ଜେଇ ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ମୁଖ୍ୟ ରାସ୍ତାରେ ଏକ ମୋଟରସାଇକେଲ କୁ ଅଟକାଇ ଜେରା କରିବା ବେଳେ ୨୦ କିଲୋ ୫୦ ଗଞ୍ଜେଇ ଜବତ କରିଛନ୍ତି ଓ ଚାଲାଣ କରୁଥିବା ବିହାର ରାଜ୍ୟର ପପୁ ଦାସ ଓ ରୁଦଲ୍ କୁମାର ନାମରେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରିଛନ୍ତି। ଉକ୍ତ ଯୁବକ ମାନେ ଏହି ଗଞେଇକୁ କେଉଁଠାରୁ ଆଣି କେଉଁଠି କୁ ଚାଲାଣ କରୁଥିଲେ ତାହା ଜଣାପଡୁନାହିଁ ବୋଲି ପୋଲିସ ସୁଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ୍, ବେପାରୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ଠାରେ ବୁଗୁଡ଼ା ପୋଲିସ ଓ ବ୍ରହ୍ମପୁର ଅବକାରୀ ବିଭାଗ ସ୍ବତନ୍ତ୍ର ଦଳର ମିଳିତ ଉଦ୍ୟମରେ ଚଢାଉ କରି ଦୁଇଟି କାର୍ ରେ ଚାଲାଣ ହେଉଥିବା ୧୭୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏହି ଚାଲାଣ ଅଭିଯୋଗରେ କୋଦଳାର ପବିତ୍ର ବିଷୋୟୀ, ଦୁଃଖୀଶ୍ୟାମ ବିଷୋୟୀ ଓ ବବ୍ରୁ ପ୍ରଧାନ ସମେତ ବାହାର ଜିଲ୍ଲାର ଜଣକୁ ଗିରଫ କରାଯାଇଛି।

ବୁଗୁଡ଼ା ପୋଲିସର ସହାୟତା ରେ ଅବକାରୀ ବିଭାଗ ଉପଅଧିକ୍ଷକ କୁବେର ସେଠୀ, ନୀରିକ୍ଷକ ହ୍ରୁଦୟ ସାମନ୍ତ, ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଅଭିଯୁକ୍ତ ମାନଙ୍କ ବିରୋଧରେ ବ୍ରହ୍ମପୁର ଅବକାରୀ କେଶ୍ ନଂ ୨୩୭/୨୩ ଓ ୨୩୮/୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ୍, ବିହାରୀ ଡ଼୍ରାଇଭର ଅଟକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଏସ୍ ଆଇ ଶ୍ରୀନିବାସ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ପୁଡାମାରୀ ରାଜନାପଲୀ ରାସ୍ତାରେ ବିହାର ରାଜ୍ୟର ରେଜିଷ୍ଟ୍ରେସନ ଏକ ମାଲବାହୀ ଟ୍ରକକୁ ଅଟକାଇ ପଚରାଉଚୁରା କରିଥିଲେ। ଡ଼୍ରାଇଭର ମଧୁସୂଦନ ସିଂ ର କଥାରେ ସନ୍ଦେହ ଲାଗିବାରୁ ଗାଡ଼ିର ମାଲ ବସ୍ତା ଗୁଡ଼ିକ ତଳକୁ ଓହ୍ଲେଇ ଯାଞ୍ଚ କରିବା ବେଳକୁ ଉପରେ ଦୋଭଜା ଓ ଭିତରେ ୧୭ ବସ୍ତା ଗଞ୍ଜେଇ ମିଳିଥିଲା।

ଏହି ଘଟଣା ବିଷୟରେ ଏସ୍ ଆଇ ଶ୍ରୀନିବାସ ଦାସ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାରେ ପାଟପୁର ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞେଇ ଓଜନ କରିଥିଲେ। ଯାହାର ପରିମାଣ ୫ ଶହ ୭୯ କିଲୋ ୫୦୦ ଗ୍ରାମ୍ ଜଣାପଡିଛି। ଆଜି ଗଞେଇ ଓ ଗାଡ଼ି କୁ ଜବତ କରିବା ସହ ଡ଼୍ରାଇଭର ମଧୁସୂଦନ କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲିି ଥାନା ସୁତ୍ରରୁ ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୭ କୋଟି ମୂଲ୍ୟର ଗଞ୍ଜେଇ ଜବତ୍ କଲା ମୋହନା ଥାନା ପୋଲିସ, ଦୁଇ ଅଟକ

ବ୍ରହ୍ମପୁର: ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ କମଳାପୁର ନାକାଗେଟ୍ ଠାରେ ସନ୍ଦେହ ଜନକ ଭାବେ ଏକ ଟ୍ରକକୁ ଅଟକାଇ ଥିଲେ। ଚାଳକକୁ ପୋଲିସ ପଚରାଉଚରା ସମୟରେ ସେ ସମ୍ବଲପୁରରୁ ମାଛ ଖାଦ୍ୟ ଧରି ମହାରାଷ୍ଟ୍ର ଯାଉଥିବା କହିଥିଲା। କିନ୍ତୁ ପୋଲିସର ସନ୍ଦେହ ବଢ଼ିବାରୁ ଟ୍ରକ୍ ର ସମସ୍ତ ଜିନିଷ ଓହ୍ଲାଇ ଯାଞ୍ଚ କରିବା ବେଳେ ତା ଭିତରୁ ୫୪ ବସ୍ତା ଗଞ୍ଜେଇ ମିଳିଥିଲା। ଯାହାର ମୁଲ୍ୟ ୭ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ପୋଲିସ ଟ୍ରକ ଚାଳକ ଶୁଭମ୍ ଶମ୍ବାଲେ ଓ ବ୍ୟବସାୟୀ ଗୁଞ୍ଜନ ମହାଦେବକୁ ଧରି ଜେରା କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍

ଗଜପତି: ଅଡବା ଥାନା ପୋଲିସ ପେଟ୍ରୋଲିଂ ସମୟରେ ଟିଟିଲିମା ଗ୍ରାମ ରାସ୍ତା କଡ଼ରେ ସନ୍ଦେହ ଜନକ ଭାବେ ୧୮ ଟି ଜରି ବସ୍ତାକୁ ଦେଖି ଯାଞ୍ଚ କରିଥିଲେ। ଯାହା ଫଳରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣି ପାରି ଉକ୍ତ ସମସ୍ତ ଗଞ୍ଜେଇ ବସ୍ତାକୁ ଥାନା କୁ ଆଣିଥିଲେ।

ତହସିଲଦାର ହିମାଂଶୁ ଭୁଷଣ ପଲେଇଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ। ଯାହା କି ୫୫୮ କିଲୋ ରୁ ଉର୍ଦ୍ଧ୍ଵ ଓଜନ ଜଣାପଡିଛି। ଉକ୍ତ ଗଞ୍ଜେଇକୁ ଜବତ କରି ପୋଲିସ ଥାନାରେ ମହଜୁଦ ରଖିଛି। ହେଲେ ଗଞ୍ଜେଇ ବେପାରୀଙ୍କ ସନ୍ଧାନ ମଳିନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଖା ବୋଝେଇ ଗାଡ଼ିରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଖଲ୍ଲିକୋଟ ବଡ ଘାଟିରେ ଏକ ଅଖା ବୋଝେଇ ଗାଡ଼ିକୁ ସନ୍ଦେହ କରି ଅଟକାଇ ଥିଲେ। କିନ୍ତୁ ଗାଡ଼ିର ଚାଳକ ସେଠାରୁ ତୁରନ୍ତ ଗାଡ଼ି ଛାଡ଼ି ଚାଲିଯାଇଥିଲେ। ଯାହା ଫଳରେ ପୋଲିସର ସନ୍ଦେହ ବଢ଼ିଥିଲା। ଗାଡ଼ିରୁ ଅଖା ବାହାର କରି ଦେଖିଲା ବେଳକୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ମିଳିଲା।

ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇ ଉପରେ ଅଖା ଖାଲି କରି ଦେଖିଲା ବେଳକୁ ତା ଭିତରେ ବହୁତ ଅଖାରେ ଗଞ୍ଜେଇ ଭର୍ତ୍ତି ରହିଥିଲା। ତତକ୍ଷଣାତ୍ ଥାନା ଅଧିକାରୀ ତହସିଲଦାରଙ୍କୁ ଜଣାଇଥିଳା ଓ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୮୩୦ କିଲୋ ଓ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।