Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ “ପ୍ରୟୋଗାତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ ଜାତୀୟ ସେମିନାର ଆୟୋଜିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ “ପ୍ରୟୋଗାତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ ଏକ ଦିବସୀୟ ଜାତୀୟ ସେମିନାର ଆଜି ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜାତୀୟ ସମ୍ପାନର ସଭାପତି ଡକ୍ଟର ଜୟନ୍ତୀ ସାମଲ ଓ ମୁଖ୍ୟ ଅତିଥି ତଥା ଆଲ୍ଲାହାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୂର୍ଯ୍ୟକାନ୍ତ ମହାରଣା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ପରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା। ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ପରେ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସମ୍ପାନର ବିଷୟ ସମ୍ପର୍କିତ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଭାବେ ପ୍ରଫେସର ସୂର୍ଯ୍ୟକାନ୍ତ ମହାରଣା କହିଲେ ଯେ ଦର୍ଶନଶାସ୍ତ୍ର ଆଜି କେବଳ ତତ୍ତ୍ୱ ହୋଇ ରହିନାହିଁ,ଏହା ମନୁଷ୍ୟଜୀବନର ବିଭିନ୍ନ ମୌଳିକ ସମସ୍ୟାର ବିଶ୍ଳେଷଣ କରିବା ସହ ସମସ୍ୟାର ସମାଧାନ ଓ ସୈଦ୍ଧାନ୍ତିକ ନିଷ୍ପତ୍ତି ନେବାରେ ସହାୟକ ହୋଇପାରୁଛି।  ଚରିତ୍ର ଓ ଆଚରଣ ରେ ସମନ୍ୱୟ ସୃଷ୍ଟି ହୋଇପାରିଲେ ଜଣେ ଯଥାର୍ଥ ମନୁଷ୍ୟ ଭାବେ ନିଜକୁ ପ୍ରତିପାଦିତ କରିପାରିବ। ଏଥିସହ ପ୍ରଫେସର ମହାରଣା ପ୍ରୟୋଗାତ୍ମକ ନୀତିଶାସ୍ତ୍ର ଅନ୍ତର୍ଭୁକ୍ତ ପରିବେଶ ଚିନ୍ତନ, ଇଛାମୃତ୍ୟୁ, ଗର୍ଭପାତ, ଡାକ୍ତର- ରୋଗୀ ନୈତିକ ସମ୍ପର୍କ,ବ୍ୟବସାୟିକ ନୈତିକତା, ଗଣ ମାଧ୍ୟମ ନୈତିକତାର ଗଭୀର ଚିନ୍ତନ ଉପସ୍ଥାପନ କରିଥିଲେ। ଏହାପରେ ଛାତ୍ରୀ ବର୍ଷା ବିଷୋୟୀ ଓ ଜ୍ୟୋତି ବିଶ୍ୱାସ ସମ୍ପlନ ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ଅଧ୍ୟକ୍ଷl ଡକ୍ଟର ସାମଲ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ ଅତିଥି ପ୍ରଫେସର ମହାରଣା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ନିକଟରେ ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ଅଧ୍ୟାପିକା ଭାବେ ମନୋନୀତ ହୋଇ ନିଯୁକ୍ତ ହେବାକୁ ଯାଉଥିବା ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ, ଡକ୍ଟର ମୋନାଲିସା ମାନସିଂହ, ରୀନା ରାଉତ, ଶିବରାମ ସିଂ,ବିମଳ ପଣ୍ଡା, ସରସ୍ବତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି ଜାତୀୟ ସମ୍ପlନକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟପକ୍ଷରୁ ଆଠ ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି। ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉଦଯାପନ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।

ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିବା ପରେ ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଦକ୍ଷ ବୋଲି କହିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଡକ୍ଟର ମୋନାଲିସା ମାନସିଂ ଆଠଦିନ ଧରି ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିବା ତାଲିମ୍ ଶିବିରର ବିବରଣୀ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ମିନାକ୍ଷୀ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ସୁଜାତା ପ୍ରଧାନ ଯୋଗଦେଇ ଆତ୍ମରକ୍ଷା କୌଶଳର ଆଭିମୁଖ୍ୟ, ବାଳିକା ମାନଙ୍କର ଆତ୍ମବଳ, ସ୍ୱତନ୍ତ୍ର ଦକ୍ଷତା, ନିଷ୍ଠାପରତା, ପ୍ରତିପକ୍ଷ ସହ ଲଢେଇ କରିବାର ସଶକ୍ତିକରଣ, ସମ୍ବେଦନଶୀଳତା,ସାହସ,ଦାୟିତ୍ୱବଦ୍ଧତା, ମହିଳା ହିଂସା ସମୟରେ ପ୍ରତିକ୍ରିୟା ପ୍ରଦର୍ଶନ ଆଦି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ କରାଟେ ଖେଳାଳୀ ତଥା ବାଳିକା ଆତ୍ମରକ୍ଷା କାର୍ଯ୍ୟକ୍ରମର ରାଜ୍ୟ ତାଲିମ୍ ଦାତା ଦୀପକ ସାମନ୍ତରା ଆତ୍ମରକ୍ଷାର ବିଭିନ୍ନ ଦିଗ ଓ କୌଶଳ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଅନ୍ୟତମ ଅନ୍ତର୍ଜାତୀୟ କରାଟେ ଖେଳାଳୀ କୃଷ୍ଣା ଶିକାରୀ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଓ ସଫଳତାର ସ୍ୱର୍ଣ୍ଣିମ ଯାତ୍ରା ବର୍ଣ୍ଣନା କରି ଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଏଥିସହ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ଅକ୍ଷୟ ମିଶ୍ର, ଅଧ୍ୟାପିକା ଶୁଭ ଦର୍ଶିନୀ ବିଶ୍ୱାଳ, ପ୍ରିୟମ୍ବଦା ମହାପାତ୍ର, ସ୍ୱାତୀ ସ୍ଵାଗତିକା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାପରେ ଛାତ୍ରୀମାନେ ତାଲିନମ୍ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ କେତେକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରୀନା ରାଉତ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଆଲୋଚନାଚକ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ପ୍ରୋତ୍ସାହନରେ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଭାଷା, ସାହିତ୍ୟ,ସଂସ୍କୃତି ସମ୍ପର୍କିତ ବିଭିନ୍ନ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅତିଥି ଭାବେ ଖୋର୍ଦ୍ଧାର ପ୍ରାକ୍ତନ ଜିଲ୍ଲାପାଳ ତଥା ବିଶିଷ୍ଟ ସାହିତ୍ୟିକ ନିରଞ୍ଜନ ସାହୁ,ମୁଖ୍ୟ ଅତିଥି ଓ ଅନ୍ତର୍ଜାତୀୟ ମଞ୍ଚ ଉଦଘୋଷାକ ଡକ୍ଟର ମୃତ୍ୟୁଞ୍ଜୟ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ସର୍ଜନାତ୍ମକ ଓ ସାଂସ୍କୃତିକ ବିକାଶ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେପରେ “ମାତୃଭାଷାର ବିକାଶରେ ଡିଜିଟାଲର ଭୂମିକା “ଶୀର୍ଷକ ଦଳଗତ ଆଲୋଚନାଚକ୍ରରେ ପ୍ରଫେସର ପ୍ରଦୀପ୍ତ କୁମାର ବାରିକ, ପ୍ରଫେସର ଅହଲ୍ୟା ସ୍ୱାଇଁ ଓ ବିଶିଷ୍ଟ ଗାଳ୍ପିକ ଆଭାସ କୁମାର ବରାଳ ଯୋଗ ଦେଇ ଦୃଶ୍ୟ ଶ୍ରାବ୍ୟ ଯାନ୍ତ୍ରିକ ପଦ୍ଧତିରେ ଓଡ଼ିଆ ମାତୃଭାଷାର ବିକାଶର ବିଭିନ୍ନ ଦିଗ ଓ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଲୋକନୃତ୍ୟ, ଓଡ଼ିଆ ସୁଗମ ସଂଗୀତ, ଓଡ଼ିଆ ଭାଷା ଓ ସଂସ୍କୃତି ସମ୍ପର୍କିତ କୁଇଜ, ବକ୍ତୃତା, ବ୍ୟାକରଣ ଦକ୍ଷତା, କବିତା ଲିଖନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକୁ ନୋଡାଲ ଅଧିକାରୀ, ଅଧ୍ୟାପିକା ଝରଣା ନାଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ପ୍ରାଧ୍ୟାପକ ରାଜକିଶୋର ସାହୁ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଚିତ୍ତରଞ୍ଜନ ସାହୁ, ଡକ୍ଟର ଅକ୍ଷୟ ମିଶ୍ର, ଅଧ୍ୟାପିକା ରୀନା ରାଉତ, କ୍ରୀଷ୍ଣା ସେଠୀ, ଧୋବୀ ଚରଣ ପରିଡ଼ା, ପ୍ରବୀଣ ଜେନା, ଶୁଭଦର୍ଶିନୀ ବିଶ୍ୱାଳ, ସୁନିତା ନନ୍ଦ, ଅମ୍ରିତା ନନ୍ଦ, ଶାଶ୍ଵତୀ ମହାନ୍ତି, ବିଷ୍ନୁପ୍ରିୟା ସ୍ୱାଇଁ, ଶୁଚିସ୍ମିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀ ଓ ଜିତେନ୍ଦ୍ର ମହାରଣା ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଶ୍ରୀ ଜଗନ୍ନାଥ ଓ ବିଶ୍ୱ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନରେ ନୂତନ ଉନ୍ନତ ଅଭିଳାଷ ଓଡିଶା ତଥା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଦେଶ୍ୟରେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ଓ ବିଶ୍ୱ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଆଲୋଚନା ଚକ୍ରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ଅତିଥି ପରିଚୟ ପରେ ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ମୁଖ୍ୟ ଅତିଥି ଡକ୍ଟର ଶାନ୍ତନୁ କୁମାର ରଥ ଯୋଗ ଦେଇ କହିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆର ପରିଚୟ। ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ସଂସ୍କୃତିର ପ୍ରତୀକ।  ମହାପ୍ରସାଦରେ ଜାତିଭେଦ ନାହିଁ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମଗ୍ର ବିଶ୍ୱଜନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ସର୍ବ ଧର୍ମ ସମନ୍ୱୟର ଉତ୍ସ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ଦେବେନ୍ଦ୍ରନାଥ ଦାଶ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଚେତନା ବିଶ୍ୱରେ ସର୍ବତ୍ର ପ୍ରତିଫଳିତ ହେଇଛି। ଏହି ସଂସ୍କୃତି ବିଶ୍ୱର ସକଳ ଶୃଙ୍ଖଳାକୁ ପ୍ରତିଫଳିତ କରିଥାଏ। ସମ୍ମାନିତ ଅତିଥି ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ହିଁ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମନ୍ୱୟ। ସେ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ଠାକୁର ଓ ହଜାର ହଜାର ବିଶ୍ୱାସର ଦେବତା।

ଏହାପରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସlମନ୍ତରାୟଙ୍କ ସଂଯୋଜନାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ସୁଧାକର ନାୟକ, କୀର୍ତ୍ତିମୟୀ ବାରିକ, ଡଃ ଲକ୍ଷ୍ମୀଧର ବିଶ୍ୱାଳ, ବିଦ୍ୟାଧର ଜୁଝାରସିଂହ, ସଂଗ୍ରାମ ବେହେରା, ଲକ୍ଷ୍ମୀପ୍ରିୟା ଶତୃଶଲ୍ୟ, ଶିବ ମହାରଣା, ସ୍ନେହା ନାୟକ, ସନ୍ତୋଷ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ ମଞ୍ଚ ସଂଚାଳନ କରିଥିବା ବେଳେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଝରଣା ନାଥ ଓ ପୂର୍ଣଚନ୍ଦ୍ର ସାମନ୍ତରାୟ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବଦ୍ୟାଳୟରେ ନୂଆ- ଓ କାର୍ଯ୍ୟକ୍ରମ ଉଦଯାପିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗତ ନଭେମ୍ବର ମାସରେ ସମନ୍ୱିତ ଯୁବ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ( ନୂଆ- ଓ) ଅନ୍ତର୍ଗତ କ୍ରୀଡା, ସାଂସ୍କୃତିକ, ସର୍ଜନlତ୍ମକ ତଥା ସମlଜବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସମାଜସେବୀ ସୌମ୍ୟ ଶଙ୍କର ଚକ୍ର, ମୁଖ୍ୟବକ୍ତା ତଥା ପ୍ରାକ୍ତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଲୁଗାଁ କଲେଜ ପରିଚାଳନା ପରିଷଦ ଅଧ୍ୟକ୍ଷ ପ୍ରବାସ କୁମାର ସୁନ୍ଦରାୟ ଓ ମୋ କଲେଜ ସମ୍ପାଦକ ବିକ୍ରମ ବିଷୋୟୀ ଯୋଗଦେଇ ଥିଲେ।

ପ୍ରାରମ୍ଭରେ ଛାତ୍ରୀମାନେ ଉଭୟ ସ୍ବାଗତ ସଙ୍ଗୀତ ଓ ଚିତ୍ତାକର୍ଷକ ସ୍ବାଗତ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ସ୍ଵାଗତ ଅଭିଭାଷଣ ପ୍ରଦାନ ସହ ଉପଢୌକନ ପ୍ରଦାନ କରି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଯୁକ୍ତ ତିନି ନୋଡାଲ ଅଫିସର ଡଃ କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ଦେଢ଼ ମାସ ଧରି ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ କିପରି ଶିକ୍ଷାର୍ଥୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିଛି ତାହାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

ମୁଖ୍ୟବକ୍ତା ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ କିଶୋର ବୟସ ତଥା ଯୁବ ଅବସ୍ଥାରେ ବିଶ୍ଵର ବିଭିନ୍ନ କ୍ଷେତ୍ରରେ ମହାନାୟକ ମାନେ କିପରି ନିଜ ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇଛନ୍ତି ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ସୌମ୍ୟ ଶଙ୍କର ଚକ୍ର ତୃଣମୂଳ ସ୍ତରରୁ ସଂଘର୍ଷ କରି କିପରି ବ୍ୟକ୍ତିତ୍ଵ ବିକାଶ ନିର୍ମାଣ କରାଯାଇପାରେ ତାହା ବିଭିନ୍ନ ମହାପୁରୁଷ ମାନଙ୍କର ପ୍ରେରଣାଦାୟୀ ଜୀବନ ଦର୍ଶନର ଆଲେଖ୍ୟ ମାଧ୍ୟମରେ ଏକ ପ୍ରଭାବଶାଳୀ ବକ୍ତବ୍ୟ ପ୍ରଦlନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଗୋପୀନାଥ ମହାରଣା, ପ୍ରବାସ କୁମାର ସୁନ୍ଦରାୟ ଓ ବିକ୍ରମ ବିଷୋୟୀ ଶ୍ରେଣୀଗୃହର ବୌଦ୍ଧିକ କାର୍ଯ୍ୟକ୍ରମ ବ୍ୟତୀତ ସଙ୍ଗୀତ, ନୃତ୍ୟ, କ୍ରୀଡା, ସମାଜସେବା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯଥାର୍ଥ ବ୍ୟକ୍ତିତ୍ଵ ବିକଶିତ ହୁଏ ବୋଲି ବକ୍ତବ୍ୟ ପ୍ରଦନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ପ୍ରଧ୍ୟାପିକା କଳ୍ପନା ଦାଶ ଦେଢ଼ ମାସ ଧରି ଏହି କାର୍ଯ୍ୟକ୍ରମ ଗୁଡିକୁ ପ୍ରଚାରିତ ଓ ପ୍ରସାରିତ କରିଥିବା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପ୍ରକାଶ କରିଥିଲେ। ଏଥି ସହିତ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ସର୍ଜନଶୀଳତା ଓ ସାଂସ୍କୃତିକ ଦକ୍ଷତା ଯୋଗୁଁ ଏହି ଯୁବବିକlଶ କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହା ପରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡଃ ମୋନାଲିସା ମାନସିଂହ, ଡଃ ସନ୍ତୋଷ ରଥ, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ସୁବ୍ରତ କୁମାର ତ୍ରିପାଠୀ, ଡଃ ଅକ୍ଷୟ କୁମାର ମିଶ୍ର, ମୃଦାନି ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ମନସ୍ଵିନୀ ପଟ୍ଟନାୟକ, ରୀନା ରାଉତ, ହିମାଂଶୁ ଦାଶ, ଡଃ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ବିଦ୍ୟାଧର ଯୁଝାର ସିଂହ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ପକ୍ଷୀ ସୁରକ୍ଷା -ଚିଲିକା ରକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ: ରାଜ୍ୟ ସରକାରଙ୍କ ଯୁବ ଓଡିଶା – ନବୀନ ଓଡିଶା ( ନୂଆ -ଓ ) ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଆଜି ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ଠାରୁ ବିଭିନ୍ନ ଗ୍ରାମ ପରିକ୍ରମା କରିବା ପୂର୍ବକ ମାମୁଁ ଭଣଜା ପାହାଡ଼ ସନ୍ନିକଟ ଚିଲିକା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ବିଦେଶାଗତ ପକ୍ଷୀ ଆମ ଅତିଥି, ପକ୍ଷୀ ସୁରକ୍ଷା -ଚିଲିକା ରକ୍ଷା, ଆଦି ସ୍ଲୋଗାନ ଦେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି।

ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲଙ୍କ ଦିଗଦର୍ଶନରେ ଆୟୋଜିତ ଏହି ସମାଜ ବିକାଶ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ର, ମନସ୍ବିନୀ ପଟ୍ଟନାୟକ, ଝରଣା ନାଥ, ହିମାଂଶୁ ଦାଶ, ଶୁଭ ଦର୍ଶିନୀ ବିଶ୍ୱାଳ, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତି ମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର, ପତିତପାବନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

ଏହି ଅବସରରେ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡା, ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା, ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କର ଏହି ଅଭିନଵ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ। ଏହାପରେ ଛାତ୍ର ଛାତ୍ରୀମାନେ ବାଲୁଗାଁ ସହରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିଥିଲେ। ହେଲମେଟ ପିନ୍ଧି ନ ଥିବା ଗାଡ଼ି ଚାଳକ ମାନଙ୍କୁ ଯମରlଜା ବେଶରେ ଛାତ୍ର ଗାଡ଼ି ଅଟକାଇ ଗୋଲାପ ଫୁଲ ଦେଇ ହେଲମେଟ ପିନ୍ଧିବାକୁ ନିବେଦନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନାର ଅଧିକାରୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ନୂଆ -ଓ ନୃତ୍ୟ ଓ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ -ଓ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆଜି ଚିଲିକା କୂଳରେ ପ୍ଲାଷ୍ଟିକସଫେଇ ସହିତ ବେଟି ପଢ଼ାଓ ଓ ବେଟି ବଚାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆବାହକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡ଼ା, ଡକ୍ଟର ସନ୍ତୋଷ ରଥ, ଶିବରାମ ସିଂ, ବିଶ୍ୱଜିତ ଦାଶ, ହିମାଂଶୁ ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ଚିଲିକା୍କୂଳ ସଫେଇ କରି ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ବେଟି ପଢ଼ାଅ – ବେଟି ବଞ୍ଚାଅ ସଚେତନତା ଅଭିଯାନ କରିଥିଲେ।

ଏହି ଅବସରରେ ସ୍ବେଛାସେବୀ ମାନେ ବାଲୁଗାଁ ଏନ ଏ ସି ର ବିଭିନ୍ନ ୱାର୍ଡ଼ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟ ପ୍ରସାରିତ କରିବା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ଓ ଶଙ୍କର ପାଇକରାୟ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ ଓ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ଏହାପରେ ନୂଆ -ଓ ର ନୃତ୍ୟ ପ୍ରତିଯୋଗିତାରେ ତେରଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆନ୍ତଃ ଶ୍ରେଣୀ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ଆନ୍ତଃ ଶ୍ରେଣୀ ସାମାଜିକ ଓ ସଚେତନତା ନାଟିକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାପରେ ଏକକ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଓ ସମସାମୟିକ ନୃତ୍ୟ ସହ ଷ୍ଟାଣ୍ଡ ଅପ କମେଡି ଅନୁଷ୍ଠିତ ହୋଇଥିଲା।

ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର ନାଟକୀୟ ସର୍ଜନଶୀଳତା ଓ ନୃତ୍ୟ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ। ଏହାକୁ ଶିକ୍ଷାର୍ଥୀମାନେ ଭରପୂର ମନୋରଞ୍ଜନ କରିଥିଲେ। ଏହାର ବିଚାରକ ଭାବେ ଯୋଗ ଦେଇଥିବା ନୃତ୍ୟ ନିର୍ଦ୍ଦେଶକ ଗୋବିନ୍ଦ ଜାଲି ଓ ଭଗବାନ ମହାରଣାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,କୀର୍ତ୍ତିମୟୀ ବାରିକ, କ୍ରୀଷ୍ଣା ସେଠୀ, ଶାଶ୍ଵତୀ ମହାନ୍ତି, ସୁନିତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ଜାତୀୟ ସେମିନାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ସମସାମୟିକ ଭାରତୀୟ ସାହିତ୍ୟ ଓ ସମାଜରେ ରାମାୟଣ ଓ ମହାଭାରତର ପରିବର୍ତ୍ତିତ ଦୃଷ୍ଟିକୋଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ରାମାୟଣ ଓ ମହାଭାରତର ସାମ୍ପ୍ରତିକ ପ୍ରାସଙ୍ଗିକତା ଓ ଭାରତୀୟ ସାହିତ୍ୟରେ ଏହାର ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନ କରିବା ସହ ଏହାକୁ ଜନମାନସରେ ବ୍ୟାପକ କରିବାକୁ ବୌଦ୍ଧିକ ଯୁକ୍ତି ବାଢ଼ିଥିଲେ।

ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ତଥା ଆବାହିକା ଡକ୍ଟର ଜୟନ୍ତୀ ସାମଲ ସମ୍ପlନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ଭାବେ ଡକ୍ଟର ମନୋରଞ୍ଜନ ବେହୁରା ଯୋଗଦେଇ ବିଭିନ୍ନ ଭାଷାରେ ବିଭିନ୍ନ ରଚୟିତାଙ୍କ ଦ୍ୱାରା ଲିଖିତ ଭଗବତ ଗୀତାରେ ମହାଭାରତର ଚରିତ୍ର ବିଶ୍ଳେଷଣ କରିବା ସହ ଭାରତୀୟ ସାହିତ୍ୟରେ ଚରିତ୍ରମାନଙ୍କର ପରିବର୍ତ୍ତିତ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ମୁଖ୍ୟବକ୍ତା ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ପ୍ରଫେସର ନିଶାମଣୀ କର ଓ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗୁରୁ ଚରଣ ବେହେରା ଯୋଗଦେଇ ସମସାମୟିକ ଭାରତୀୟ ଓ ବିଶ୍ୱ ସାହିତ୍ୟରେ ରାମାୟଣ ଓ ମହାଭାରତରେ ସନ୍ନିବେଷିତ ମୂଲ୍ୟବୋଧର ସାମ୍ପ୍ରତିକ ଦୃଷ୍ଟିକୋଣ ସମ୍ପର୍କରେ ସେମାନଙ୍କର ଗଭୀର ଚିନ୍ତନ ଓ ସମୀକ୍ଷା ଉପସ୍ଥାପନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପତିତପାବନ ପଣ୍ଡା ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।  ଏହାପରେ ଦ୍ୱିତୀୟ ଅଧିବେଶନରେ ଡକ୍ଟର ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟାପକ ବିଭୁତିଭୂଷଣ ହୋତା, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ମନସ୍ମିନୀ ପଟ୍ଟନାୟକ, ଡକ୍ଟର ଅକ୍ଷୟ ମିଶ୍ର, ଡକ୍ଟର ଚନ୍ଦନ ପ୍ରସାଦ ଜେନା, ତ୍ରିଲୋଚନ ସାହୁ, ଡକ୍ଟର ଅନିଲ ନନ୍ଦ, ଡକ୍ଟର ସନ୍ତୋଷ ରଥ ପ୍ରମୁଖ ଆଲୋଚନାଚକ୍ରର ବିଷୟ ସମ୍ପର୍କିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଡକ୍ଟର ଆଶୁତୋଷ ସlମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥାପିତ ହୋଇଥିବା ପ୍ରବନ୍ଧ ଗୁଡିକ ଉପରେ ବିଶ୍ଳେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଅର୍ଚିତା ପ୍ରଧାନ ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ନୂତନ ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଥିବା ପ୍ରତିଭା ତଥା ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ – ଓ ) କାର୍ଯ୍ୟକ୍ରମ ଆଜି ବାଲୁଗାଁ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।  ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ସୁକାନ୍ତି ପାଇକରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ସର୍ଜନାତ୍ମକ, ସାଂସ୍କୃତିକ, କ୍ରୀଡ଼ାତ୍ମକ ଓ ସମାଜସେବା ମନୋଭାବର ଉତ୍କର୍ଷତା କାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରେରିତ ନୂଆ – ଓ ବାର୍ତ୍ତା ଉପସ୍ଥାପିତ କରିଥିଲେ।

ଏଥିରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ପ୍ରଦାନ ଓ ଯୁକ୍ତଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନ ସମ୍ପାଦକ ବିକ୍ରମ କୁମାର ବିଷୋୟୀ, କାଉନସିଲର ଲଷ୍ମୀଧର ସେଠୀ, ସୁଜାତା ପଣ୍ଡା,ପରିଚାଳନା ପରିଷଦ ସଭ୍ୟ ରବୀନ୍ଦ୍ର ବାରିକ ଓ ଝରଣା ବେହେରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷi ଉତ୍ତରୀୟ ଓ ପ୍ରୀତି ଉପହାର ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଧନ୍ୟବାଦ ଦେଇଥିଲେ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଆବାହିକl ଡକ୍ଟର ମୋନାଲିସା ମାନସିଂହ। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ଶାସ୍ତ୍ରୀୟ କଣ୍ଠ ସଂଗୀତ,ଲଘୁ କଣ୍ଠ ସଂଗୀତ, ବାଦ୍ୟଯନ୍ତ୍ର, ପାରମ୍ପରିକ ପୋଷାକ ଓ କୌତୁକ ପୋଷାକ ପ୍ରତିଯୋଗିତାରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ରୀନା ରାଉତ, ମନସ୍ମିନୀ ପଟ୍ଟନାୟକ, ପ୍ରମୁଖ ପରିଚାଳନା କରିବା ବେଳେ ବିଚାରକ ଭାବେ ଅଧ୍ୟାପକ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ବନ୍ଦନା ଦାଶ ଅମ୍ରିତା ନନ୍ଦ, ତପସ୍ୱିନୀ ନନ୍ଦ, କ୍ରୀଷ୍ଣା ସେଠୀ, ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଅତିଥି ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁବ ରେଡ଼କ୍ରସ ପରାମର୍ଶଦାତା ଧୋବୀ ଚରଣ ପରିଡ଼ା, ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଓ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଏଡ଼ସର ଭୁତାଣୁର ଭୟାବହତା, କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସଠିକ ଜ୍ଞାନ ଦ୍ୱାରା ଏଡ଼ସ ଠାରୁ ଜୀବନ ରକ୍ଷା ଏବଂ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ ବୋଲି ବକ୍ତାମାନେ ଅଭିଭାଷଣ ଦେଇଥିଲେ।

ଏହି ସଚେତନତା ସଭା ପୂର୍ବରୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ପ୍ରିୟମ୍ବଦା ମହାପାତ୍ର, ପ୍ରଦୀପ ପାଢ଼ୀଙ୍କ ତତ୍ୱାବଧାନରେ ଏଡ୍ସର ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଡାକ୍ତରଖାନା ଓ ବସ୍ତି ଅଂଚଳରେ ସଚେତନତା ଶୋଭାଯାତ୍ରା କରିଥିଲେ।

ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏଡ଼ସ ସମ୍ପର୍କିତ କୁଇଜ, ସ୍ଲୋଗାନ,ପୋଷ୍ଟର, ବାଗ୍ମୀତା,ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।

ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ସମାରୋହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ତଥା ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମତିଥି ଅବସରରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କିସ ବିଶ୍ୱବିଦ୍ୟାଳୟ ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଡକ୍ଟର ହରିଶ୍ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ କଲିକତା ପ୍ରେସିଡେନ୍ସି ବିଶ୍ୱ ବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ମନୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରଫେସର ରମାକାନ୍ତ ନନ୍ଦ, ପ୍ରଫେସର କେ ଓମ ନାରାୟଣ ରାଓ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ଯୋଗ ଦେଇ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ, ସୂକ୍ଷ୍ମ ଚିନ୍ତନ, ସମସାମୟିକ ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନର ନିର୍ଯାସ, ବିବିଧ ସାଂସ୍କୃତିକ ଚିନ୍ତନ, ସକ୍ରେଟିସଙ୍କ ଦାର୍ଶନିକ ପଦ୍ଧତି ସହ ସନ୍ଥ କବି ଭୀମ ଭୋଇଙ୍କ ମହିମା ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହରେ ପ୍ରାରମ୍ଭରେ ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରଛାତ୍ରୀଙ୍କ ସ୍ୱାଗତ ନୃତ୍ୟ ପରିବେଷଣ ପରେ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଅତିଥି ମାନଙ୍କୁ ଉପଢୌକନ ଓ ଦାର୍ଶନିକ ଚିନ୍ତନ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଛାତ୍ରୀ ଲକ୍ଷ୍ମୀପ୍ରିୟା ଘଟୁଆଳି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଡକ୍ଟର କେ ଓମ ନlରାୟଣ ରାଓ ଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ସତ୍ୟଜିତ ଦାଶ, ଡକ୍ଟର ସନ୍ତୋଷ କୁମାର ରଥ, ଅଧ୍ୟାପିକା ସ୍ମିତି ମୟୀ ବସନ୍ତିଆ, କାହ୍ନୁ ଚରଣ ସାହୁ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, ଶେଖ ସମଦ କଳାପାହାଡ଼ ପ୍ରମୁଖ ଭୀମ ଭୋଇ ଓ ମହିମା ଦର୍ଶନ ସମ୍ପର୍କରେ ସେମାନଙ୍କର ନିବନ୍ଧ ଉପସ୍ଥାପନ କରିଥିଲେ।

ବୈଷୟିକ ଅଧିବେଶନ ସଭାପତି ଡ଼କ୍ଟର କେ ଓମ ନାରାୟଣ ଓ ସମ୍ମାନିତ ଅତିଥି ପ୍ରଫେସର ମନୋଜ କୁମାର ପଣ୍ଡା ଆଲୋଚନା ଚକ୍ରର ସାରାଂଶ ଉପସ୍ଥାପନ କରିବା ପରେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

“ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ଆଜି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।” ପଣ୍ଡିତ ଗୋଦାବରୀଶ ମିଶ୍ର: ଜୀବନ ଓ ସୃଜନ” ଶୀର୍ଷକ ଏହି ଜାତୀୟ ପାଠଚକ୍ରକୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥ୍ୟ ଭାବେ ବାଲୁଗାଁ ମହାବିଦ୍ୟାଳୟ, ପରିଚାଳନା ସମିତି ସଭାପତି ଇଞ୍ଜିନିୟର ପ୍ରବାସ କୁମାର ସୁନ୍ଦରାୟ ଯୋଗଦାନ କରିଥିବା ସ୍ଥଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିଥିଲେ। ଉଦଘାଟନ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅତିଥିଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ।

ପାଠଚକ୍ର ସଂଗଠନ ସମ୍ପାଦକ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା ପରେ, ବିଶ୍ବଭାରତୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ପଶ୍ଚିମବଙ୍ଗ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶରତ କୁମାର ଜେନା ମୁଖ୍ୟବକ୍ତା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନ ଏବଂ ସୃଷ୍ଟି ସମ୍ଭାର ସମ୍ପର୍କରେ ମାର୍ମିକ ଅନୁଶୀଳନ କରିଥିଲେ। ପରେ ପରେ ଅନ୍ୟ ଦୁଇଟି ବୈଷୟିକ ଅଧିବେଶନରେ ବକ୍ତା ଡକ୍ଟର ବେଣୁଧର ଦାସ, ଡକ୍ଟର ସତ୍ୟ ଷଡ଼ଙ୍ଗୀ, ଡକ୍ଟର ଦେବୀପ୍ରସାଦ ଶତପଥୀ ପ୍ରାଧ୍ୟାପକ ରାଜକିଶୋର ସାହୁ ପ୍ରମୁଖ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସୃଜନଶୀଳ୍ପର ବିଭିନ୍ନ ଦିଗ-ଦିଗନ୍ତ ଉପରେ ସବିଶେଷ ଆଲୋଚନା କରିଥିଲେ।

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଏବଂ ଗବେଷକ ଡକ୍ଟର ପ୍ରବୀଣ କୁମାର ମିଶ୍ର, ଡକ୍ଟର ରୁଦ୍ରପ୍ରସାଦ ମିଶ୍ର, ଡକ୍ଟର ବିରଞ୍ଚିନାରୟଣ ରଥ, ଡକ୍ଟର ସତ୍ୟଜିତ୍ ଦାଶ, ଡକ୍ଟର ରଘୁନାଥ ଓଝା ଏବଂ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ପ୍ରମୁଖ ବୈଷୟିକ ଅଧିବେଶନରେ ପାଠଚକ୍ର ସମ୍ବନ୍ଧୀୟ ସ୍ବରଚିତ ନିବନ୍ଧମାନ ଉପସ୍ଥାପନ କରିଥିଲେ।

ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ବ ସମ୍ପାଦିତ କରିଥିବା ସ୍ଥଳେ ଓଡ଼ିଆ ବିଭାଗର ଅଧ୍ୟାପକ ଧୋବିଚରଣ ପରିଡା,ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ଵାଳ ଏବଂ ଛାତ୍ରୀ ସ୍ନେହାଗୁଣୀ ନାୟକ ବିଭିନ୍ନ ଅଧ‌ିବେଶନରେ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର-ଛାତ୍ରୀ, ସ୍ଥାନୀୟ କବି, ଗାଳ୍ପିକ, ଔପନ୍ୟାସିକ ତଥା ବହୁ ଶିକ୍ଷାବିତ୍ ଅଂଶଗ୍ରହଣ କରିବା ଦ୍ଵାରା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭିନବ ଗୌରବମୟ ଅଧ୍ୟାୟ ସୃଷ୍ଟି ହୋଇପାରିଛି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶୈକ୍ଷିକ ସାରଣୀ ଅନୁଯାୟୀ ଚଳିତ ବର୍ଷ ବାଲୁଗାଁ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯିବା ସହିତ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ୪୩ ତମ ସମାରୋହକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ରୀମାନେ ଉଦବୋଧନୀ ସଂଗୀତ ଗାନ କରି ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାଂସ୍କୃତିକ ପରିଷଦର ବରିଷ୍ଠ ଉପଦେଷ୍ଟା ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଅନୁଷ୍ଠାନିକ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ ତଥା ତାମିଲନାଡୁ ସରକାରଙ୍କ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ଆଶୁତୋଷ ସାମନ୍ତସିଂହାର ସାମ୍ପ୍ରତିକ ସମୟର ଜ୍ଞାନ ବିଜ୍ଞାନ ପ୍ରୟୋଗ କରି ନିଜ ନିଜର ଆନ୍ତର୍ନିହିତ ପ୍ରତିଭା ଓ ବ୍ୟକ୍ତିତ୍ୱ ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସାମ୍ପ୍ରତିକ ସାଇବର ଅପରାଧ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସଚେତନତା ସୃଷ୍ଟି କରିଥିଲେ।

ବାଲୁଗାଁ ଥାନା ପୋଲିସ ଅଧିକାରୀ ଜୟ ପ୍ରକାଶ ପରିଡ଼ା, ପ୍ରାଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଓ ସୁବ୍ରତ କୁମାର ତ୍ରିପାଠୀ ମଧ୍ୟ ସେମାନଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ମାଧ୍ୟମ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସଭାପତି ତଥା ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ନିଜର ସଭାପତୀୟ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ନିରବଛିନ୍ନ ଭାବେ ପଚିଶ ବର୍ଷ ଶିକ୍ଷାଦାନ କରିଥିବା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ପ୍ରଶସ୍ତିପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ଚଳିତବର୍ଷ ବିଭିନ୍ନ ବିଭାଗର ଶ୍ରେଷ୍ଠ ସ୍ନାତକ,ମହାବିଦ୍ୟାଳୟର କଳା ଓ ବିଜ୍ଞାନବିଭାଗର ଶ୍ରେଷ୍ଠ ସ୍ନାତକ,ଯୁକ୍ତ ଦୁଇ କଳା ଓ ବିଜ୍ଞାନର ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କ ସମେତ ଶ୍ରେଷ୍ଠ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଅଧ୍ୟାପିକା ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, କୀର୍ତ୍ତିମୟୀ ବାରିକ, ଶୁଚିସ୍ମିତା ମହାପାତ୍ର, ବିଷ୍ନୁପ୍ରିୟା ସ୍ୱାଇଁ, ଅମ୍ରିତା ନନ୍ଦଙ୍କ ସଂଯୋଜନାରେ ସାଂସ୍କୃତିକ ପରିଷଦ, ନାଟ୍ୟପରିଷଦ ଓ ବିଜ୍ଞାନ ପରିଷଦର କୃତୀ ଛାତ୍ର ଛାତ୍ରୀଙ୍କ ସମେତ ଲିଟେରାରୀ ଚାମ୍ପିୟନ ସ୍ମୃତିଶିଖା ସାମନ୍ତସିଂହାର ଓ ପ୍ରଜ୍ଞାସ୍ମିତା ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାଶ ଓ ଡଃ ଜୟନ୍ତୀ ସାମଲଙ୍କୁ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତର ମହାନ ଦାର୍ଶନିକ ଓ ଦ୍ୱିତୀୟ ରାଷ୍ଟ୍ରପତି ପ୍ରଫେସର ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ୧୩୫ ତମ ଜନ୍ମବାର୍ଷିକୀ ତଥା ଗୁରୁଦିବସ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କୁ ଦର୍ଶନ ବିଭାଗ ପକ୍ଷରୁ ଆଜି ଶ୍ରେଷ୍ଠ ଅଧ୍ୟାପିକା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଦର୍ଶନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏକ ଉତ୍ସବରେ ବର୍ଷା ବିଷୋୟୀ, ଲକ୍ଷ୍ମୀପ୍ରିୟା ଘଟୁଆଳି, ଜ୍ୟୋତି ବିଶ୍ୱାସ, ଶିବାନୀ ପାତ୍ର, ନିହାରିକା ପ୍ରଧାନ, ଅଭାମାୟୀ ପ୍ରଧାନ, ନନ୍ଦିନୀ ପ୍ରଧାନ, ନନ୍ଦିନୀ ବାରିକ ପ୍ରମୁଖ ଡକ୍ଟର ରାଧାକୃଷ୍ଣନଙ୍କ ଶିକ୍ଷା, ଦର୍ଶନ ଓ ଭାରତୀୟ ଦର୍ଶନ ଉପରେ ଆଲୋଚନା କରି କହିଲେ ଯେ, ଡକ୍ଟର ରାଧାକୃଷ୍ଣନ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନରେ ପାଣ୍ଡିତ୍ୟ ଲାଭ କରିବା ସହ ଯେଉଁ ତୁଳନାତ୍ମକ ଅଧ୍ୟୟନ ଓ ସଂଶ୍ଳେଷଣ କରିଛନ୍ତି ସେଥିପାଇଁ ସେ ଅମର ହୋଇ ରହିବେ।

ଶିକ୍ଷା ସମ୍ପର୍କରେ ଡକ୍ଟର ରାଧାକୃଷ୍ଣନଙ୍କ ଦୃଷ୍ଟିଭଙ୍ଗୀ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ପ୍ରଭାବିତ କରିଥାଏ। ତାଙ୍କ ମତରେ ଯେଉଁ ଶିକ୍ଷା ଶିକ୍ଷାର୍ଥୀଙ୍କୁ ଅନ୍ଧାରରୁ ଆଲୋକ ଅଭିମୁଖୀ କରାଏ, ସକଳ ହୀନମନ୍ୟତା ଓ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ଉର୍ଦ୍ଧ୍ଵକୁ ଉତ୍ତୋଳିତ କରାଏ ତାହାହିଁ ଯଥାର୍ଥ ଶିକ୍ଷା।

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଟିଏ ଶିକ୍ଷକଙ୍କ ଠାରୁ ସାମାଜିକ ବୁଝାମଣା, ମାନବସେବା, ତ୍ୟାଗ ଓ ଉତ୍ସର୍ଗ ଭଳି ମାନବୀୟ ମୂଲ୍ୟବୋଧ ଯଦି ଶିକ୍ଷା ଲାଭ ନ କଲା ତେବେ ସେ ଶିକ୍ଷା ନିରର୍ଥକ। ଏଥିପାଇଁ ଶିକ୍ଷକମାନେ ନିଜେ ପ୍ରେମ, ବୁଝାମଣା, ସହୃଦୟତା, ଗଭୀର ଚିନ୍ତନ, ଚରିତ୍ରବାନ, ନିର୍ଭୀକତା, ରାଷ୍ଟ୍ରୀୟ ଚେତନା ଆଦି ଗୁଣରେ ପରିପୂର୍ଣ୍ଣ ହେବାକୁ ପଡିବ।

ଏହି ସମ୍ପାନ ପରେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷର ଶ୍ରେଷ୍ଠ ତଥା ପ୍ରିୟ ଶିକ୍ଷକ ଭାବେ ମନସ୍ତତ୍ଵ ବିଭାଗ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ଓ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କୁ ମନପାତ୍ର ସହ ଉତ୍ତରୀୟ ଓ ପୁସ୍ତକ ଉପହାର ଦେଇ ସମ୍ବର୍ଦ୍ଧିତ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଉଭୟ ଅଧ୍ୟାପିକା ମହାବିଦ୍ୟାଳୟରେ ଦୀର୍ଘ ପଞ୍ଚ ତିରିଶ ବର୍ଷ ଧରି ଶିକ୍ଷାଦାନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଶିକ୍ଷାର୍ଥୀ ମାନଙ୍କୁ ଚରିତ୍ରବାନ,ଶୃଙ୍ଖଳିତ ଓ ସମାଜମନସ୍କ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା ଅପରିହାର୍ଯ୍ୟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆଜି ମହାବିଦ୍ୟାଳୟ ସଭାଗୃହରେ “ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା “ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷl ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧକାରୀ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଅମ୍ଲାନ ନାୟକ ଓ ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମାନସ ମୋହନ ବଳିୟାରସିଂହ ଯୋଗଦେଇ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଉଦଘାଟନ ପରେ ଏନସିସି କ୍ୟାଡେଟ ମାନେ ଅତିଥି ମାନଙ୍କୁ ପୁଷ୍ପ ଚାରା ଦେବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏନସିସି ଅଧିକାରୀ ତଥା ପ୍ରକୃତିବନ୍ଧୁ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବନ୍ୟପ୍ରାଣୀମାନଙ୍କର ମନୁଷ୍ୟ ମାନଙ୍କ ସହିତ ଥିବା ଆବେଗିକ ସମ୍ପର୍କ ଓ ବିଶ୍ୱାସନୀୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମ୍ଲାନ ନାୟକ ବନ୍ୟପ୍ରାଣୀ ଓ ପରିବେଶ ସଂରକ୍ଷଣରେ ଯୁବପିଢ଼ିମାନଙ୍କର ଉତ୍ତର ଦାୟିତ୍ୱ, ସଚେତନତା, ସାମାଜିକ ଗଣ ମାଧ୍ୟମରେ ପରିବେଶ ସମ୍ପର୍କିତ ପ୍ରତିବଦ୍ଧତା ଓ ସର୍ବୋପରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ମୁଖ୍ୟବକ୍ତା ଡକ୍ଟର ମାନସ ମୋହନ ବଳିୟାରସିଂହ ଚିଲିକାର ଜୈବ ବିବିଧତା ସଂରକ୍ଷଣରେ ବନ୍ୟପ୍ରାଣୀ ଓ ବିହଙ୍ଗ ମାନଙ୍କର ଭୂମିକା ସହ ଯୁବ ପିଢ଼ିଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ନେଚର କ୍ଲବର ସଂଯୋଜକ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ,ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ,ପ୍ରବୀଣ କୁମାର ଜେନା, ଶିବରାମ ସିଂ,ସୁବାସ ଶ୍ରୀଚନ୍ଦନ,ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ବିମଳ କୁମାର ପଣ୍ଡା, ବିଶ୍ୱଜିତ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇ ଅତିଥି ମାନଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ଶେଷରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିବା ପରେ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବରିଷ୍ଠ କ୍ୟାଡେଟ ମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବନ ମହୋତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଓଡିଶା ଜଙ୍ଗଲ ଓ଼ ପରିବେଶ ବିଭାଗର ନିର୍ଦ୍ଦେଶ ଓ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡର ସଂଯୋଜନାରେ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏସିଏଫ ପ୍ରମୋଦ କୁମାର ସେଠୀଙ୍କ ତତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଏନ ସି ସି ଓ ଏନ ଏସ ଏସ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରି ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ଏହାପରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ସମସ୍ତ କ୍ୟାଡେଟ, ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଚାରା ରୋପଣ କରି ସବୁଜ ପୃଥିବୀ ଗଠନ ର ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବନପାଳ ବନରାମ ନନ୍ଦ, ଫରେଷ୍ଟର ଜିତେନ୍ଦ୍ର କୁମାର ସାହୁ, ବନରକ୍ଷୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଓ ସ୍ଵାଗତିକା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେl।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ଡକ୍ଟର କଳ୍ପନା ଦାଶ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉକ୍ତ ମହାବିଦ୍ୟାଳୟରେ ଡକ୍ଟର ଦାଶ ଦୀର୍ଘ ପଞ୍ଚତିରିଶରୁ ଉର୍ଦ୍ଧ୍ଵ ବର୍ଷ ମନସ୍ତତ୍ଵ ବିଭାଗରେ କାର୍ଯ୍ୟ କରି ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି।

କିଛି ବର୍ଷ ଯୁକ୍ତ ଦୁଇ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି।  ଏଥିସହ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱ ଖୁବ ଦକ୍ଷତାର ସମ୍ପାଦନା କରି ତାଙ୍କ ସଚୋଟତା ଓ ନିଷ୍ଠାପରତା ପ୍ରତିପାଦିତ କରିପାରିଛନ୍ତି।  ଗତକାଲି ସେବାନିବୃତ୍ତ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ଼ କର୍ମଚାରୀମାନଙ୍କ ସମେତ ଅଂଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧନା

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ତଥା ସାୟୋନାରା କାର୍ଯ୍ୟକ୍ରମରେ ଦର୍ଶନ ବିଭାଗର ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନା ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ମୁଖ୍ୟ ଅତିଥି ଓ ଅଧ୍ୟାପକ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୈକ୍ଷିକ ଜୀବନରେ ନିଷ୍ଠା, ଅଧ୍ୟବସାୟ ଓ ପ୍ରତିବଦ୍ଧତା ମାଧ୍ୟମରେ ସବୁ ସଫଳତାକୁ ହାସଲ କରାଯାଇପାରେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଦର୍ଶନ ବିଭାଗର ପ୍ରାକ୍ତନ ଛାତ୍ରୀ ତଥା ସ୍ଥାନୀୟ ଛେଡ଼ାପଦର ଗ୍ରାମର ଜୟଦେବ ଜାଲିଙ୍କ କନ୍ୟା ସୁଶ୍ରୀ ଦେବସ୍ମିନୀ ଜାଲି ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଚଳିତ ବର୍ଷ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ପ୍ରଫେସର ଯୋଗ୍ୟତା ପରୀକ୍ଷା (ସେଟ ), ସର୍ବ ଭାରତୀୟ ଆସିଷ୍ଟାଣ୍ଟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ସର୍ବ ଭାରତୀୟ ଉଚ୍ଚତ୍ତର ଗବେଷଣା ପରୀକ୍ଷା (ଗେଟ )ରେ କୃତିତ୍ୱ ଅର୍ଜନ କରି ବାଲୁଗାଁ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଗାରିମା ଵୃଦ୍ଧି କରିଥିବାରୁ ଦର୍ଶନ ବିଭାଗ ପକ୍ଷରୁ ତାଙ୍କୁ ଉପଢୌଙ୍କନ, ପ୍ରଶସ୍ତି ପତ୍ର ସମେତ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଅତିଥିମାନେ ପ୍ରଦାନ କରିଥିଲେ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ତାଙ୍କ ଶୈକ୍ଷିକ ପ୍ରକ୍ରିୟାକୁ ଅନୁପ୍ରାଣିତ କରିବା ସହ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହିତ କରିବ ବୋଲି ଦେବସ୍ମିନୀ ବକ୍ତବ୍ୟ ଦେଇଥିଲେ।

ପ୍ରକାଶ ଥାଉକି ଏକ ସାଙ୍ଗରେ ସେଟ, ନେଟ ଓ ଗେଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବାରେ ଦେବସ୍ମିନୀ ଜାଲି ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଅଂଚଳରେ ପ୍ରଥମ ଛାତ୍ରୀ। ଏହି ଅବସରରେ ମେଧାବୀ ଛାତ୍ରୀ ଅର୍ଚ୍ଚିତା ଜେନା, ଅଙ୍କିତା ବାରିକି ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବର୍ଷା ବିଷୋୟୀ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଧରି କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ବିଜୟ କୁମାର ରାଉତଙ୍କୁ ଆଜି ମହାବିଦ୍ୟାଳୟ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମେ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର କଳ୍ପନା ଦାଶ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ପ୍ରକାଶିତ ଏକ ଅଭିନନ୍ଦନିକା ଉନ୍ମୋଚିତ ହୋଇଥଲା। ଏହାପରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର କଳ୍ପନା ଦାଶ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ଅଧ୍ୟାପିକା ସୁନିତା ନନ୍ଦ, ସ୍ୱାତୀ ସ୍ଵାଗତିକା ସାହୁ, ଅମ୍ରିତା ନନ୍ଦ, କ୍ରିଷ୍ଣା ସେଠୀ, କୀର୍ତ୍ତି ମୟୀ ବାରିକ, ମନସ୍ବିନୀ ପଟ୍ଟନାୟକ, ସୁବ୍ରତ ତ୍ରିପାଠୀ, ଶିବରାମ ସିଂ, ପ୍ରଦୀପ ପାଢ଼ୀ, ଧୋବୀ ଚରଣ ପରିଡ଼ା, ରୋଜାଲିନ ମିଶ୍ର ପମୁଖ କ୍ରୀଡ଼ା ପ୍ରଶିକ୍ଷକ ବିଜୟ ରାଉତଙ୍କ ନିଷ୍ଠାପର ସେବା, ସର୍ଜନାତ୍ମକ କାର୍ଯ୍ୟକ୍ରମ, କ୍ରୀଡ଼ାତ୍ମକ କାର୍ଯ୍ୟକ୍ରମ, ମୋ କଲେଜ ଅଭିଯାନରେ ସମ୍ପୃକ୍ତି ଓ ଅବଦାନ ସମ୍ପର୍କରେ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷl ଶ୍ରୀମତୀ ରାଉତ ସେବା ନିବୃତ୍ତ କ୍ରୀଡ଼ା ଶିକ୍ଷକ ବିଜୟ ରାଉତଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକକର୍ମଚାରୀଙ୍କ ପକ୍ଷରୁ ଉପଢୌକନ, ମାନପତ୍ର, ଫୁଲତୋଡ଼ା ଓ ଉପହାର ପ୍ରଦାନ କରିଥିଲେ। ଶେଷରେ ବିଦାୟୀ ଶିକ୍ଷକ ଶ୍ରୀ ରାଉତ ମହାବିଦ୍ୟାଳୟରେ ବିତାଇଥିବା ଛତିଶ ବର୍ଷର କର୍ମମୟ ଜୀବନର ଅଭିଜ୍ଞତା ଭାବ ବିହ୍ଵଳ ଭାବେ ବର୍ଣ୍ଣନା କରିଥିଲେ।

ପ୍ରକାଶ ଥାଉକି କ୍ରୀଡା ପ୍ରଶିକ୍ଷକ ଶ୍ରୀ ରାଉତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକବାର ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ କୋଚ, ମ୍ୟାନେଜର, ରେଫେରୀ ଭାବେ ପ୍ରତିନିଧିତ୍ୱ କରି ଅନେକ ଗାରିମା ସୃଷ୍ଟି କରିବା ସହ ମହାବିଦ୍ୟାଳୟ ସ୍ତରରେ ମୋ କଲେଜ ଅଭିଯାନରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହ ସମସ୍ତ କୃତିତ୍ୱକୁ ନେଇ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତୀୟ ବକ୍ତବ୍ୟ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ସନ୍ତୋଷ କୁମାର ରଥ।  କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗରେ ବିଦାୟ ଓ ସମ୍ବର୍ଦ୍ଧନା ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ସଭାରେ ପ୍ରଥମେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସହିତ ଉପହାର ପ୍ରଦାନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ଦେବା ପରେ ତୃତୀୟ ବର୍ଷର ଶିକ୍ଷାର୍ଥୀମାନେ ମହାବିଦ୍ୟାଳୟ ଓ ବିଭାଗରେ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟରେ ଛତିଶ ବର୍ଷ ନିରବଛିନ୍ନ କାର୍ଯ୍ୟ କରି ନିକଟରେ ଅବସର ନେଉଥିବା କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।  ଏହାପରେ ଅତିଥି ଭାବେ ଯୋଗ ଦେଇଥିବା ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଡକ୍ଟର ସନ୍ତୋଷ କୁମାର ରଥ ଉଚ୍ଚ ଶିକ୍ଷାରେ ମନୋନିବେଶ କରି ବୃତ୍ତିଗତ ଜୀବନରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଧନ୍ୟବାଦ ଦେଇଥିଲେ ପ୍ରଦୀପ କୁମାର ପାଢ଼ୀ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା କ୍ରିଷ୍ଣା ସେଠୀ ଓ ରୋଜାଲିନ ମିଶ୍ର।  କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀନା ରାଉତ, ଝରଣା ନାଥ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀ ପାଳନ

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷାl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତାଟି ଆବୃତ୍ତି କରିଥିଲେ।

ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାରେ ଶତାବ୍ଦୀ ପୁରୁଷ ମଧୁବାବୁଙ୍କ ଅବଦାନ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ରାଜନୀତି ଓ ନୈତିକତାର ସେ କିପରି ମହାନ ଦୃଷ୍ଟାନ୍ତ ଥିଲେ ତାହା ଆଲୋଚନା କରିଥିଲେ। ତାଙ୍କ କାଳଜୟୀ ରଚନା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜାତୀୟତାର ସ୍ପନ୍ଦନରେ ଅନୁପ୍ରାଣିତ କରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ।

କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୀନା ରାଉତ, ବିଶ୍ୱଜିତ ଦାସ ଓ କ୍ରିଷ୍ଣା ସେଠୀ।