Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାଲୁଗାଁ: ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜିମା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି), ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌), ଯୁବ ରେଡକ୍ରସ୍ ଏବଂ ରୋଭର ଓ ରେଞ୍ଜର୍ସଙ୍କ ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନ ସଫା କରିବା ସହ ପରିବେଶକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏହା ସହିତ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ପ୍ରଶାସନିକ ଅଧିକାରୀ ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଏନ୍‌ସିସି ଅଧିକାରୀ ତଥା ଲେଫ୍ଟେନାଣ୍ଟ ଅଧ୍ୟାପକ ଚନ୍ଦନ ନାୟକ, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ, ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପିକା ଡଃ ମନସ୍ୱିନୀ ପଟ୍ଟନାୟକ, ଅଧ୍ୟାପକ ଧୋବିଚରଣ ପରିଡ଼ା, ରେଞ୍ଜର୍ସ ଅଧିକାରୀ ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜାମୁକୋଳି, ଶାଗୁଆନ୍, ଆକାଶିଆ, ଶିଶୁ, ନିମ୍ବ ଆଦି ୮୦ ରୁ ଉର୍ଦ୍ଧ୍ବ ଦୀର୍ଘକାଳୀନ ଛାୟା ପ୍ରଦାନକାରୀ ବୃକ୍ଷରୋପଣ କରାଯାଇଥିଲା।

ଏହି ବୃକ୍ଷଗୁଡ଼ିକ ଭବିଷ୍ୟତରେ ପରିବେଶ ସନ୍ତୁଳନ ରକ୍ଷା, ତାପମାତ୍ରା ନିୟନ୍ତ୍ରଣ, ଜୈବ ବିବିଧତାର ସୁରକ୍ଷା ଏବଂ ମହାବିଦ୍ୟାଳୟ ପରିସରକୁ ସବୁଜ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜାତୀୟ ସେବା ଯୋଜନା ପରିବେଶ ସୁରକ୍ଷା ବାଲୁଗାଁ ମହାବିଦ୍ୟାଳୟ ବୃକ୍ଷରୋପଣ ଯୁବ ରେଡକ୍ରସ୍ ରୋଭର ଓ ରେଞ୍ଜର୍ସ ସ୍ୱଚ୍ଛତା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’

July 27, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026
Latest News

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.